Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବାଣ ଛାଡିଲେ ବିଜେପି ନେତ୍ରୀ ଉମା ଭାରତୀ, ଯାହା କହିଲେ ତାହାକୁ ନେଇ ସାରା ଦେଶରେ ଜୋରଦାର ଚର୍ଚ୍ଚା
ଜାତୀୟ ଖବର

ବାଣ ଛାଡିଲେ ବିଜେପି ନେତ୍ରୀ ଉମା ଭାରତୀ, ଯାହା କହିଲେ ତାହାକୁ ନେଇ ସାରା ଦେଶରେ ଜୋରଦାର ଚର୍ଚ୍ଚା

February 3, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ପୁଣି ଥରେ ତୀକ୍ଷ୍ଣ ବାଣ ମାରିଛନ୍ତି। ମଙ୍ଗଳବାର ସକାଳେ ସେ ଅନେକ ଟୁଇଟ୍ କରି କହିଛନ୍ତି ଯେ ମୁଁ ସୁବ୍ରମଣ୍ୟମ ସ୍ବାମୀଙ୍କୁ ମୋର ହିରୋ ଏବଂ ଆଦର୍ଶ ବୋଲି ଭାବିଛି। ଯେତେବେଳେ ମୁଁ ତାଙ୍କୁ ମୋର ପ୍ରବନ୍ଧରେ ଆଦର୍ଶ ବୋଲି କହିଲି, ସେତେବେଳେ ଅନେକ ଲୋକ ଖୁସି ହେଲେ ଏବଂ କିଛି ଲୋକ ମଧ୍ୟ କ୍ରୋଧିତ ହେଲେ।

ସେ ଲେଖିଛନ୍ତି ଯେ ସ୍ବାମୀ ଭାରତୀୟ ରାଜନୀତିର ସବୁଠାରୁ ବୁଦ୍ଧିମାନ, ଭାରତୀୟ ଅର୍ଥନୈତିକ ନୀତିକୁ ଗଭୀର ଭାବରେ ବୁଝିପାରୁ ଥିବା ଜଣେ ହିନ୍ଦୁ ପଣ୍ଡିତ। ଉମା ଏହା ମଧ୍ୟ କହିଛନ୍ତି ଯେ ମୋର ନେତାମାନେ ଅଟଳ ବିହାରୀ ବାଜପେୟୀ, ଏଲ.କେ ଆଡଭାନୀ ଏବଂ ରାଜମାତା ସିନ୍ଧିଆ। ଏହାକୁ ନେଇ ବର୍ତ୍ତମାନ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି। ପରୋକ୍ଷରେ ଉମା ମୋଦୀସାହା ମେଣ୍ଟଙ୍କୁ ତୀର ମାରିଛନ୍ତି ବୋଲି କୁହାଯାଉଛି।

2019 ଲୋକସଭା ନିର୍ବାଚନରେ ​​ଉମା ଭାରତୀ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ନିଜଆଡୁ ଘୋଷଣା କରିଥିଲେ। ଏହା ପରେ ସେ ମୋଦୀସାହା ବିଜେପିରେ କୈଣସି ପଦବୀ ପାଇ ନାହାଁନ୍ତି। ପୂର୍ବତନ ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ସମୟରେ ଉମା ରାଷ୍ଟ୍ରୀୟ ଉପସଭାପତି ଥିଲେ। ହେଲେ ଏହାପରଠାରୁ ସେ ଦଳର କୌଣସି ପଦବପଦୀରେ ନାହାଁନ୍ତି।

ଉମା ଭାରତୀ ଦୀର୍ଘ ଦିନ ଧରି ବିଭିନ୍ନ ବିବୃତ୍ତି ଦେଇ ଦଳକୁ ଅସୁବିଧାରେ ପକାଇ ଆସୁଛନ୍ତି। କିଛି ଦିନ ତଳେ ମଧ୍ୟପ୍ରଦେଶ ସମେତ ସମସ୍ତ ବିଜେପି ଶାସିତ ରାଜ୍ୟରେ ନିଷେଧାଦେଶ ଜାରୀ କରାଯାଇଛି ବୋଲି ସେ ଟ୍ୱିଟ କରିଥିଲେ। ଯାହାକୁ ନେଇ କେତେକ ବିଜେପି ନେତା ଉମାଙ୍କ ଏପରି କହିବାକୁ ନିନ୍ଦା କରିଥିଲେ।

ନିକଟରେ ସେ ରାଜ୍ୟସଭା ସଦସ୍ୟ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡଃ ସୁବ୍ରମଣ୍ୟମ ସ୍ବାମୀଙ୍କ ଉପରେ ଟୁଇଟରେ ଏକ ଲେଖା ପ୍ରକାଶ କରିଛନ୍ତି। ସେଥିରେ ସେ ଲେଖିଛନ୍ତି ଯେ, ସୁବ୍ରମଣ୍ୟମ ସ୍ବାମୀ ଦେଶର ଜଣେ ଦକ୍ଷ ନେତା । କିନ୍ତୁ ତାଙ୍କ ପ୍ରତିଭାକୁ ସଠିକ୍ ଭାବରେ ବ୍ୟବହାର କରାଯାଇ ପାରିଲା ନାହିଁ ।

ଉମା କହିଛନ୍ତି ଯେ, “ ସ୍ୱାମୀ ମୋର ଆଦର୍ଶ। ମୁଁ ସବୁବେଳେ ଡକ୍ଟର ସୁବ୍ରମଣ୍ୟନ୍ ସ୍ବାମୀଙ୍କୁ ମୋର ହିରୋ ଏବଂ ଆଦର୍ଶ ଭାବରେ ବିବେଚନା କରିଆସୁଛି। ସେ ଭାରତୀୟ ରାଜନୀତିର ସବୁଠାରୁ ବୁଦ୍ଧିମାନ, ଭାରତୀୟ ଅର୍ଥନୈତିକ ନୀତିର ଗଭୀର ବୁଝାମଣା ସହିତ ଜଣେ ଶିକ୍ଷିତ ହିନ୍ଦୁ।“

ଉମାଙ୍କର ଏପରି ଟୁଇଟକୁ ନେଇ ବିଜେପିର ବରିଷ୍ଠ ନେତାମାନେ କୌଣସି ପ୍ରତିକ୍ରିୟା ମଧ୍ୟ ଦେଉ ନାହାଁନ୍ତି। ତେବେ ସେମାନେ ବିଶ୍ୱାସ କରନ୍ତି ଯେ ଉମା ନିଜକୁ ଚର୍ଚ୍ଚାରେ ରଖିବା କିମ୍ବା ନେତୃତ୍ୱକୁ ବିଚଳିତ କରିବା ପାଇଁ ଏପରି ବିବୃତ୍ତି ଜାରି ରଖିଛନ୍ତି। ତେବେ ଏହା ଦଳର ନେତୃତ୍ୱ ସାମ୍ନାରେ କୈଣସି ସଙ୍କଟ ସୃଷ୍ଟି କରିବ ନାହିଁ ବୋଲି ଦଳର ନେତାମାନେ କହିଛନ୍ତି।

ଉମା ରାମ ମନ୍ଦିର ଜନ୍ମଭୂମି ଆନ୍ଦୋଳନ ସହିତ ଜଡିତ ଅଛନ୍ତି। ଏପରିକି ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 2020 ରେ ରାମ ମନ୍ଦିରର ଭିତ୍ତିଭୂମି ପକାଇବାକୁ ଅଯୋଧ୍ୟା ଯାଇଥିଲେ, ସେତେବେଳେ ସେ ଏହି କାର୍ଯ୍ୟକ୍ରମରେ ଯୋଗ ନ ଦେଇ ସରଜୂ ନଦୀ କୂଳରେ ଧ୍ୟାନ କରିବେ ବୋଲି କହିଥିଲେ। ଯାହାକୁ ନେଇ ସେତେବେଳେ ମଧ୍ୟ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା।  ତେବେ ବରିଷ୍ଠ ନେତାମାନଙ୍କର ଚାପ ପଡିବା ପରେ ସେ ସେହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ବିଭିନ୍ନ ସମୟରେ ଉମା ଭାରତୀଙ୍କ ଏପରି ମନ୍ତବ୍ୟ ଦଳ ପ୍ରତି କଣ ଅଡୁଆ ସୃଷ୍ଟି କରିବ ଭିନ୍ନ କଥା, ହେଲେ ଦେଶର ରାଜନୀତିରେ ଏହା ବେଶ ଚର୍ଚ୍ଚା ଚାଲିଛି।

ଉମା ଭାରତୀ
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱର ସର୍ବବୃହତ ଦୁଗ୍ଧ ଉତ୍ପାଦନକାରୀ ଏବଂ ସର୍ବବୃହତ ଚାଉଳ ରପ୍ତାନିକାରୀ ପାଲଟିଲା ଭାରତ

January 10, 2026

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି: ଓଡ଼ିଶାର ୧୨୭ ଛାତ୍ରଛାତ୍ରୀ ମନୋନୀତ

January 10, 2026

‘ବିଶ୍ୱ ଦରବାରରେ ଓଡ଼ିଶାର ବୀରତ୍ୱକୁ ନୂତନ ପରିଚୟ ଦେବ’: ଧର୍ମେନ୍ଦ୍ର ପ୍ରଧାନ

January 10, 2026

ଗିରଫ ହେଲେ ରାମ ମନ୍ଦିରରେ ନମାଜ ପାଠ କରୁଥିବା ଅଭିଯୁକ୍ତ: ଜାଣନ୍ତୁ ଏହି ମାମଲାରେ କ’ଣ ହେବ ଦଣ୍ଡ?

January 10, 2026
Latest News

ରଣପୁରରେ ଜାତୀୟ ସଡ଼କ ସୁରକ୍ଷା ମାସ ସଚେତନତା କାର୍ଯ୍ୟକ୍ରମ

January 10, 2026

ବିଶ୍ୱର ସର୍ବବୃହତ ଦୁଗ୍ଧ ଉତ୍ପାଦନକାରୀ ଏବଂ ସର୍ବବୃହତ ଚାଉଳ ରପ୍ତାନିକାରୀ ପାଲଟିଲା ଭାରତ

January 10, 2026

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି: ଓଡ଼ିଶାର ୧୨୭ ଛାତ୍ରଛାତ୍ରୀ ମନୋନୀତ

January 10, 2026

‘ବିଶ୍ୱ ଦରବାରରେ ଓଡ଼ିଶାର ବୀରତ୍ୱକୁ ନୂତନ ପରିଚୟ ଦେବ’: ଧର୍ମେନ୍ଦ୍ର ପ୍ରଧାନ

January 10, 2026

‘ପ୍ରଥମେ ପିଟିଲେ, ପୁଣି ବିଷ ଖାଇବାକୁ ବାଧ୍ୟ କଲେ’: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

January 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.