Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଫରେଷ୍ଟ ଗାର୍ଡ ଓ ଫରେଷ୍ଟର ନିଯୁକ୍ତିରେ ରାଜ୍ୟ ସରକାର କଲେ ବଡ ପରିବର୍ତ୍ତନ, ଏଥର ସହଜ ହେବ ପରୀକ୍ଷା
ଜାତୀୟ ଖବର

ଫରେଷ୍ଟ ଗାର୍ଡ ଓ ଫରେଷ୍ଟର ନିଯୁକ୍ତିରେ ରାଜ୍ୟ ସରକାର କଲେ ବଡ ପରିବର୍ତ୍ତନ, ଏଥର ସହଜ ହେବ ପରୀକ୍ଷା

February 10, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଫରେଷ୍ଟ ଗାର୍ଡ ଓ ଫରେଷ୍ଟର ନିଯୁକ୍ତିରେ ରାଜ୍ୟ ସରକାର କଲେ ବଡ ପରିବର୍ତ୍ତନ, ଏଥର ସହଜ ହେବ ପରୀକ୍ଷା

ଭୁବନେଶ୍ବର, ରାଜ୍ୟ କ୍ୟାବିନେଟରେ ଫରେଷ୍ଟ ଗାର୍ଡ ଏବଂ ଫରେଷ୍ଟର ନିଯୁକ୍ତି ପକ୍ରିୟାରେ ଏକ ବଡ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ଫରେଷ୍ଟ ଗାର୍ଡ ପରୀକ୍ଷା ଦେବା ପାଇଁ ପ୍ରଥମେ ଶାରୀରିକ ପରୀକ୍ଷା କରାଯାଉଥିଲା। ମାତ୍ର ଶହେ ପଦବୀ ପାଇଁ ପ୍ରାୟ ଲକ୍ଷେ ପିଲାଙ୍କର ଶାରୀରିକ ପରୀକ୍ଷା କରିବାକୁ ପଡୁଥିଲା। ଯାହା ସମୟ ସାପେକ୍ଷ ସହିତ ପରୀକ୍ଷାର୍ଥୀ ପରୀକ୍ଷା ପାଇଁ ବହୁଦିନ ପର୍ଯ୍ୟନ୍ତ ଅପେକ୍ଷା କରୁଥିଲା। ଏହିପରି ଅସୁବିଧାକୁ ନଜରରେ ରଖି ରାଜ୍ୟ ସରକାର ଏଥିରେ ବ୍ୟାପକ ପରିବର୍ତ୍ତନ କରିଛନ୍ତି।

ନିଷ୍ପତି ଅନୁସାରେ ଏଣିକି ଫରେଷ୍ଟର କିମ୍ବା ଫରେଷ୍ଟ ଗାର୍ଡ ନିଯୁକ୍ତି ପାଇଁ ଆଉ ପ୍ରଥମେ ଶାରୀରିକ ପରୀକ୍ଷା କରାଯିବ ନାହିଁ। ପ୍ରଥମେ ଲିଖିତ ଓ ମୌଖିକ ର ପରୀକ୍ଷା କରାଯିବ। ଏହାପରେ ଶାରୀରିକ ପରୀକ୍ଷା କରାଯିବ। ଫଳରେ ଲକ୍ଷେ ହୁଅନ୍ତୁ କିମ୍ବା ଅଧିକ ଗୋଟିଏ ଦିନରେ ଲିଖିତ ପରୀକ୍ଷା କରାଯାଇପାରିବ। ସେହି ଲିଖିତ ପରୀକ୍ଷାରେ ଯେଉଁମାନେ ପାଶ କରିବେ ସେମାନଙ୍କୁ ମୌଖିକ ପରୀକ୍ଷା ପାଇଁ ଡକାଯିବ।

ଲିଖିତ ଓ ମୌଖିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପିଲାମାନଙ୍କୁ ଶାରୀରିକ ପରୀକ୍ଷା ଦେବା ପାଇଁ ଡକାଯିବ। ଏଥିରେ ଯେତିକି ପଦବୀ ଖାଲି ଥିବା ତାହାର ତିନିଗୁଣା ପରୀକ୍ଷାର୍ଥୀଙ୍କୁ ଚୟନ କରାଯିବ। ତେବେ ପୂର୍ବରେ ଶାରୀରିକ ପରୀକ୍ଷାରେ ଯେପରି କଡାକଡି କରାଯାଇଥିଲା, ତାହା କରାଯିବ ନାହିଁ। ପୂର୍ବେ ପରୀକ୍ଷାର୍ଥିଙ୍କୁ ସାଇକେଲିଂ, ରନିଂ ଏବଂ ଅନ୍ୟାନ୍ୟ ପରୀକ୍ଷା କରାଯାଉଥିଲା। ନୂଆ ନିଷ୍ପତି ଅନୁସାରେ ଏସବୁ ନ କରାଯାଇ କେବଳେ ଶାରୀରିକ ଭାବେ ଫିଟ୍ ଅଛି କି ନାହିଁ ତାହା ତଦାରଖ କରାଯିବ। ଏହି ନୂଆ ନିୟମ ଉଭୟ ଫରେଷ୍ଟ ଗାର୍ଡ ଏବଂ ଫରେଷ୍ଟରଙ୍କ ପାଇଁ ଲାଗୁ କରାଯିବ।

ଏପରି ନିୟମ ଦ୍ବାରା ପରୀକ୍ଷାର୍ଥୀଙ୍କର ସମୟ ଅପଚୟ ହେବ ନାହିଁ କିମ୍ବା ସରକାରୀ କଳର ମଧ୍ୟ ଅପବ୍ୟୟ ହେବ ନାହିଁ। ଏହି ନୂଆ ନିୟମକୁ ପରବର୍ତ୍ତି ନିଯୁକ୍ତି ବେଳକୁ ଲାଗୁ କରାଯିବ। ସେହିପରି ଫରେଷ୍ଟ ଗାର୍ଡ କ୍ୟାଡରରେ ମଧ୍ୟ ରାଜ୍ୟ ସରକାର ପରିବର୍ତ୍ତି କରିଛନ୍ତି। ନୂଆ ନିୟମ ଅନୁସାରେ ଏଣିକି ଏହି କର୍ମଚାରୀମାନଙ୍କୁ ସର୍କଲ କ୍ୟାଡର କରାଯିବ। ଫଳରେ ସେହି ସର୍କଲରେ ଥିବା କେନ୍ଦୁଲିପି, ବନ୍ୟପ୍ରାଣୀ କିମ୍ବା ଜଙ୍ଗଲ ବିଭାଗକୁ ବଦଳି କରାଯାଇ ପାରିବ। ଏହାଦ୍ବାରା ଜଣେ କର୍ମଚାରୀ ଏହି ତିନୋଟି ବିଭାଗରେ ଦକ୍ଷ ହୋଇ ପଦନ୍ନୋତି ପାଇପାରିବ। ଏହି ସଂଶୋଧନକୁ ମଧ୍ୟ କ୍ୟାବିନେଟ ମଂଜୁର କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026
Latest News

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026

ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟିର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.