Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଜେପି ପ୍ରଥମ ଥର ପାଇଁ ଗୁଜୁରାଟ ପୌର ନିର୍ବାଚନରେ 31 ଜଣ ମୁସଲିମ ପ୍ରାର୍ଥୀଙ୍କୁ ଛିଡା କରୁଛି
ଜାତୀୟ ଖବର

ବିଜେପି ପ୍ରଥମ ଥର ପାଇଁ ଗୁଜୁରାଟ ପୌର ନିର୍ବାଚନରେ 31 ଜଣ ମୁସଲିମ ପ୍ରାର୍ଥୀଙ୍କୁ ଛିଡା କରୁଛି

February 14, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

Gujarat Urban Election21: ଫେବୃଆରୀ 21 ରେ ଗୁଜୁରାଟର ଛଅଟି ମହାନଗର ନିଗମରେ ନିର୍ବାଚନ ଅନୁଷ୍ଠିତ ହେବ। ସେଗୁଡିକ ହେଲା ଅହମ୍ମଦାବାଦ, ସୁରଟ, ବଦୋଦରା, ରାଜକୋଟ, ଜାମନଗର ଏବଂ ଭବନଗର ମହାନଗର ନିଗମ। ସେହିପରି ଫେବୃଆରୀ 28 ରେ, 31 ଟି ଜିଲ୍ଲା ପଞ୍ଚାୟତ, 81 ଟି ପୌରସଂସ୍ଥା ଏବଂ 231 ଟି ତହସିଲ ପଞ୍ଚାୟତରେ ନିର୍ବାଚନ ହେବ। ତେବେ ଏହା ଏକ ସ୍ଥାନୀୟ ନିର୍ବାଚନ ହୋଇଥିଲେ ମଧ୍ୟ ଦେଶ ସାରା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।

ପ୍ରଥମ ଥର ପାଇଁ ବିଜେପି ଏହି ପୌର ନିର୍ବାଚନରେ ମୁସଲିମ ପ୍ରାର୍ଥୀମାନଙ୍କୁ ମଇଦାନରେ ଛିଡା କରୁଛି। ଗୁଜୁରାଟରେ ବିଜେପି ଆରମ୍ଭରୁ ହିନ୍ଦୁତ୍ୱ ଏଜେଣ୍ଡାରେ ରହି ମୁସଲମାନଙ୍କୁ ପ୍ରାର୍ଥୀ କରୁ ନ ଥିଲା। ଲୋକସଭା ନିର୍ବାଚନ ହେଉ କିମ୍ବା ବିଧାନସଭା ନିର୍ବାଚନ, ଗତ ତିନି ଦଶନ୍ଧି ମଧ୍ୟରେ ବିଜେପି କୌଣସି ମୁସଲମାନଙ୍କୁ ପ୍ରାର୍ଥୀ କରି ନାହିଁ।

ହେଲେ ଚଳିତ ପୌର ନିର୍ବାଚନରେ ବିଜେପି 31 ଜଣ ମୁସଲିମ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏମାନେ ଭାରୁଚ ଜିଲ୍ଲାର ପୌର ଏବଂ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। ଏହି ସ୍ଥାନରେ ନିର୍ବାଚନ ଆସନ୍ତା 28 ତାରିଖରେ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ବିଜେପି ଏତେ ସଂଖ୍ୟକ ମୁସଲିମ ପ୍ରାର୍ଥୀ ଛିଡା କରାଇବା ପ୍ରଥମ ଘଟଣା। ଏହି ଜିଲ୍ଲାରେ ମୁସଲିମ ଭୋଟର ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଛନ୍ତି। ସେଥିପାଇଁ ଏହି ସଂପ୍ରଦାୟ ଭୋଟରକୁ ଆକୃଷ୍ଟ କରିବା ପାଇଁ ବିଜେପି ଏହି କାର୍ଡ ଖେଳିଛି।

ତେବେ ଗତ ଅହମ୍ମଦାବାଦ ମହାନଗର ନିର୍ବାଚନରେ ବିଜେପି ରାଜ୍ୟର​​ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଏସ୍ ଏସ୍ ଖଣ୍ଡୱାଲାଙ୍କୁ ଜୁହାପୁରାରେ ଟିକେଟ ଦେଇଥିଲା। ସେ ମୁସଲମାନ ହୋଇଥିଲେ ମଧ୍ୟ ବିଜେପି ଟିକେଟରେ ନିର୍ବାଚନରେ ​​ହାରି ଯାଇଥିଲେ। ସେତେବେଳେ ତାଙ୍କୁ ବିଜେପି ଦଳରୁ ଛିଡା ହେବାକୁ ସ୍ଥାନୀୟ ମୁସଲିମ ଭୋଟର ପସନ୍ଦ କରି ନ ଥିଲେ।

ତେବେ ଏଥର ଏତେ ସଂଖ୍ୟକ ମୁସଲିମ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଛିଡା କରିବା ଭୋଟରମାନେ କେଉଁ ଦୃଷ୍ଟିରେ ଦେଖିବେ ଜଣାପଡି ନାହିଁ। ତେବେ ବିଜେପିର ଏପରି ନିଷ୍ପତିକୁ ନଜର ରଖି ସାଂସଦ ଅସଦୁଦ୍ଦିନ ଓୱାଇସିଙ୍କ ଦଳ AIMIM  ଗୁଜୁରାଟ ପୌର ନିର୍ବାଚନରେ ପ୍ରାର୍ଥୀ ଦେବ ବୋଲି ଚର୍ଚ୍ଚା ଚାଲିଛି। ଅନ୍ୟପଟେ ବିଜେପି ମୁସଲିମ ପ୍ରାର୍ଥୀ ଛିଡା କରିବା ପରେ କଂଗ୍ରେସର ମୁସଲିମ ଭୋଟ୍ ବ୍ୟାଙ୍କ ଭାଙ୍ଗିଯିବା ଭୟରେ ରାଜ୍ୟ କଂଗ୍ରେସ ଚିନ୍ତାରେ ଅଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଯାତ୍ରୀ ସୁବିଧା ଓ ସୁରକ୍ଷାର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 20, 2026

ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଚୁକ୍ତିଭିତ୍ତିକ ସ୍କିମାଟିକ୍ କନିଷ୍ଠ ଶିକ୍ଷକମାନଙ୍କୁ କଲେ ନିୟମିତ

March 20, 2026

ମମତା ବାନାର୍ଜୀ ଜାରି କଲେ ଇସ୍ତାହାର: ମହିଳାମାନଙ୍କୁ ମାସିକ ୧୫୦୦, ବେକାରଙ୍କ ପାଇଁ ପକେଟ ଖର୍ଚ୍ଚ

March 20, 2026

ପେଟ୍ରୋଲ ପରେ ମହଙ୍ଗା ହେଲା ଶିଳ୍ପ ଡିଜେଲ: ପ୍ରତି ଲିଟର ପ୍ରାୟ ୨୨ ଟଙ୍କାକୁ ବୃଦ୍ଧି

March 20, 2026
Latest News

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026

ଯାତ୍ରୀ ସୁବିଧା ଓ ସୁରକ୍ଷାର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 20, 2026

ଜାନୁଆରୀରେ ଜିଓ ନେଟୱାର୍କରେ ଯୋଡ଼ିହେଲେ ୧.୮ ଲକ୍ଷରୁ ଅଧିକ ନୂତନ ଉପଭୋକ୍ତା: ଟ୍ରାଇ ତଥ୍ୟ

March 20, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ପଖାଳ ଦିବସ ପାଳିତ

March 20, 2026

ନିଶା କାରବାର ବିରୋଧରେ ଅଭିଯାନ ଜୋରଦାର: ପ୍ରାୟ ୩ ହଜାର କେଜି ଗଞ୍ଜେଇ ଜବତ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.