Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଇଟ୍‌ ଟୁ ଏଜୁକେସନ୍‌ ର ଅନ୍‌ଲାଇନ୍‌ ପୋର୍ଟାଲ୍‌ର ଶୁଭାରମ୍ଭ, ଜାଣନ୍ତୁ ଏହାଦ୍ବାରା ଆପଣ କଣ ପାଇବେ ସୁବିଧା
ବିଶେଷ ଖବର

ରାଇଟ୍‌ ଟୁ ଏଜୁକେସନ୍‌ ର ଅନ୍‌ଲାଇନ୍‌ ପୋର୍ଟାଲ୍‌ର ଶୁଭାରମ୍ଭ, ଜାଣନ୍ତୁ ଏହାଦ୍ବାରା ଆପଣ କଣ ପାଇବେ ସୁବିଧା

February 24, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଇଟ୍‌ ଟୁ ଏଜୁକେସନ୍‌ ର ଅନ୍‌ଲାଇନ୍‌ ପୋର୍ଟାଲ୍‌ର ଶୁଭାରମ୍ଭ, ଜାଣନ୍ତୁ ଏହାଦ୍ବାରା ଆପଣ କଣ ପାଇବେ ସୁବିଧା

ଭୁବନେଶ୍ୱର, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆର୍‌ଟିଇ (ରାଇଟ୍‌ ଟୁ ଏଜୁକେସନ୍‌) ଅନ୍‌ଲାଇନ୍‌ ପୋର୍ଟାଲ୍‌ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସେ କହିଲେ ଯେ ସମସ୍ତ ବେସରକାରୀ ବିଦ୍ୟାଳୟଗୁଡ଼ିକ ଅନଗ୍ରସର ବର୍ଗର ପିଲାମାନଙ୍କୁ ଏବଂ ଆର୍ଥିକ ସ୍ତରର ଦୁର୍ବଳ ଶ୍ରେଣୀର ପିଲାମାନଙ୍କୁ ପ୍ରବେଶ ସ୍ତର ଶ୍ରେଣୀରେ ମୋଟ୍‌ ସିଟ୍‌ର ୨୫ ପ୍ରତିଶତ ସଂରକ୍ଷିତ ସିଟ୍‌ରେ ଆଡ୍‌ମିଶନ୍‌ କରିବା ବାଧ୍ୟତାମୂଳକ ।

ବର୍ତ୍ତମାନ ପର୍ଯ୍ୟନ୍ତ ଗଣଶିକ୍ଷା ବିଭାଗ ଅଫ୍‌ଲାଇନ୍‌ ମୋଡ୍‌ରେ ଏହି ପ୍ରକ୍ରିୟା କରୁଥିଲେ, କିନ୍ତୁ ୨୦୨୧-୨୨ ଶିକ୍ଷାବର୍ଷରୁ ଏହା ଓଡ଼ିଶା ସରକାରଙ୍କ ୫ ‘ଟି’ ପଦକ୍ଷେପର ଏକ ଅଂଶ ଭାବରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ ଏକ ଦକ୍ଷ ଅନ୍‌ଲାଇନ୍‌ ପ୍ରକ୍ରିୟାକୁ ସ୍ଥାନାନ୍ତରିତ ହୋଇଛି । ବର୍ତ୍ତମାନଠାରୁ ୨୫ ପ୍ରତିଶତ ସଂରକ୍ଷିତ ସିଟ୍‌ ଆଡ୍‌ମିଶନ୍‌ ପ୍ରକ୍ରିୟା ଅନ୍‌ଲାଇନ୍‌ ଆର୍‌ଟିଇ ପାରଦର୍ଶୀ ପୋର୍ଟାଲ www.rteparadarshi.odisha.gov.in ମାଧ୍ୟମରେ କାର୍ଯ୍ୟକାରୀ ହେବ ।

ଏହି ନୂତନ ଉନ୍ମୋଚିତ ପ୍ରକ୍ରିୟାରେ ସମସ୍ତ ବେସରକାରୀ ବିଦ୍ୟାଳୟ (ଯେଉଁମାନେ ଓଡ଼ିଶା ସରକାରଙ୍କଠାରୁ ସ୍ୱୀକୃତି ସାର୍ଟିଫିକେଟ୍‌ ପାଇଛନ୍ତି)ଗୁଡ଼ିକ ନିଜକୁ ଏହି ପୋର୍ଟାଲ୍‌ରେ ପଂଜୀକୃତ କରିବାକୁ ପଡ଼ିବ ଏବଂ ଏହା ପରେ ଯୋଗ୍ୟ ଛାତ୍ରଛାତ୍ରୀମାନେ ସମାନ ପୋର୍ଟାଲରେ ଥିବା ନିକଟ ବିଦ୍ୟାଳୟରେ ଆବେଦନ କରିବାର ସୁଯୋଗ ପାଇବେ । ଛାତ୍ରମାନଙ୍କ ଦ୍ୱାରା ଅନ୍‌ଲାଇନ୍‌ ଆବେଦନ ପରେ ସଂପୃକ୍ତ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ହାର୍ଡ କପି ଡକୁ୍ୟମେଣ୍ଟ ଯାଞ୍ଚ,ଯୋଗ୍ୟତା ଯାଞ୍ଚ ଆରମ୍ଭ କରିବେ ଏବଂ ସେହି ଯୋଗ୍ୟ ପିଲାମାନଙ୍କୁ ରାଜ୍ୟ ସ୍ତରରେ ଅନ୍‌ଲାଇନ୍‌ କେନ୍ଦ୍ରୀଭୂତ ଲଟେରୀ ପାଇଁ ଅନୁମୋଦନ କରିବେ ।

ଲଟେରୀ ବିଜେତା ପିଲାମାନେ ବିଦ୍ୟାଳୟରେ ସିଧାସଳଖ ଆଡ୍‌ମିଶନ୍‌ ପାଇଁ ଏକ ସୁଯୋଗ ପାଇବେ, ଯାହାକି ଅଷ୍ଟମ ଶ୍ରେଣୀ ଶିକ୍ଷା ସମାପ୍ତ କରିବା ପର୍ଯ୍ୟନ୍ତ । ଏହି ୨୫ ପ୍ରତିଶତ ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ କୌଣସି ଶୁଳ୍କ ଲାଗୁ କରିବାକୁ କୌଣସି ଘରୋଇ ବିଦ୍ୟାଳୟ ଯୋଗ୍ୟ ହେବେ ନାହିଁ ।

ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ ଏହା ଘରୋଇ ବିଦ୍ୟାଳୟରୁ ବଞ୍ଚିତ ପିଲାମାନଙ୍କ ପାଇଁ ୨୫ ପ୍ରତିଶତ ସଂରକ୍ଷଣ କୋଟା ଅଧୀନରେ ସଂପୂର୍ଣ୍ଣ ଆଡ୍‌ମିଶନ୍‌ ପ୍ରକ୍ରିୟାକୁ ସରଳ କରିବ ଏବଂ ଏହି ପ୍ରକ୍ରିୟାରେ ସ୍ୱଚ୍ଛତା ମଧ୍ୟ ବୃଦ୍ଧି କରିବ । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଏହି ଅନ୍‌ଲାଇନ୍‌ ସିଷ୍ଟମ ଗଣଶିକ୍ଷା ବିଭାଗ, ବେସରକାରୀ ବିଦ୍ୟାଳୟ ସମେତ ସମସ୍ତ ହିତାଧିକାରୀଙ୍କ ପାଇଁ ଲାଭଦାୟକ ହେବ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବଞ୍ଚିତ ପିଲାମାନଙ୍କ ପାଇଁ ମଧ୍ୟ ଲାଭଦାୟକ ହେବ । ମାନ୍ୟବର ମନ୍ତ୍ରୀ ୦୮୦-୪୫୬୮୩୩୫୫ ହେଲ¬ଲାଇନ୍‌ ନମ୍ବର ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ କୌଣସି ସାହାଯ୍ୟ ଆବଶ୍ୟକ ହେଲେ ମିସ୍‌କଲ୍‌ ଦେଇପାରିବେ ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଭୂପିନ୍ଦର ସିଂ ପୁନିଆ, ଅତିରିକ୍ତ ଶାସନ ସଚିବ ଶ୍ରୀ ରଘୁରାମ ଆୟାର, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ ଦାସ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ବିରଞ୍ଚିନାରାୟଣ ମହାନ୍ତି ଏବଂ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ପ୍ରୀତି ପ୍ରତିମା ଭୋଳ ପ୍ରମୁଖ ଏହି କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଥିଲେ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ
Share. Facebook Twitter LinkedIn Email WhatsApp Copy Link

Related Posts

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ନାବାଳକ ସହ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026

ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

March 31, 2026

ଆଜି ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେବେ କାକଟପୁରବାସିନୀ ମା’ ମଙ୍ଗଳା: ଜାଣନ୍ତୁ ନୀତିକାନ୍ତି

March 31, 2026
Latest News

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ନାବାଳକ ସହ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

March 31, 2026

“ପରମାଣୁ ବିପଦ ବଢାଇଲା ଇରାନ ଯୁଦ୍ଧ”: ଆମେରିକା ଉପରେ ଗମ୍ଭୀର ଅଭିଯୋଗ ଆଣିଲା ରୁଷ

March 31, 2026

ଆଜି ପଞ୍ଜାବ କିଙ୍ଗସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏକାଦଶ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026

“ପ୍ରଧାନମନ୍ତ୍ରୀ ଯାହା କରିପାରିବେ, ତାହା…”: ଇରାନ ଯୁଦ୍ଧ ଉପରେ ଓମାର ଅବଦୁଲ୍ଲାଙ୍କ ବଡ଼ ବୟାନ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.