Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମନ କି ବାତ୍ ରେ ଓଡିଶାର ‘ନାୟକ ସାରେ’ ଙ୍କୁ ପ୍ରଶଂସା କଲେ ମୋଦି, କିଏ ସେହି ବ୍ୟକ୍ତି ?
ଜାତୀୟ ଖବର

ମନ କି ବାତ୍ ରେ ଓଡିଶାର ‘ନାୟକ ସାରେ’ ଙ୍କୁ ପ୍ରଶଂସା କଲେ ମୋଦି, କିଏ ସେହି ବ୍ୟକ୍ତି ?

February 28, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
Odisha’s ‘Nayak Sir’ appears in PM Modi’s Mann-ki-Baat

ଭୁବନେଶ୍ବର, ଆଜି ମାସର ଶେଷ ରବିବାର ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କି ବାତ ପ୍ରସାରିତ ହୋଇଥିଲା। ଏହି ମାସିକା ରେଡିଓ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଓଡିଶାର ‘ନାୟକ ସାରେ’ଙ୍କ କାର୍ଯ୍ୟକୁ ବେଶ ପ୍ରସଂଶା କରିଥିଲେ। ମୋଦୀ କହିଥିଲେ ଯେ, ଓଡିଶାର ଅରଖକୁଦର ‘ନାୟକ ସାରେ’ ଯୁବକମାନଙ୍କୁ ମାଗଣାରେ ସାମରିକ ବାହିନୀରେ ଯୋଗ ଦେବା ପାଇଁ ପ୍ରଶିକ୍ଷଣ ଦେଉଛନ୍ତି। ସେ ମାଗଣାରେ ସେମାନଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ଉପଯୁକ୍ତ ହେବା ପାଇଁ ପ୍ରଶିକ୍ଷଣ ଦେଉଛନ୍ତି।

ହେଲେ ଖୁସିର କଥା ନାୟକ ସାରେ କୌଣସି ଯୁବକଙ୍କଠାରୁ ଅର୍ଥ ଗ୍ରହଣ କରନ୍ତି ନାହିଁ। ତାଙ୍କର ପୁରା ନାମ ହେଉଛି ସିଲୁ ନାୟକ। ସେ ଯେଉଁ ଅନୁଷ୍ଠାନରେ ମାଗଣା ଶିକ୍ଷା ଦେଉଛନ୍ତି ତାହାର ନାମ ହେଲା ମହାଗୁରୁ ବ୍ୟାଟଲିୟାନ। ମାଗଣାରେ ସେ ଏପରି ପ୍ରଶିକ୍ଷଣ ଦେବା ନିଶ୍ଚିତ ରୂପେ ପ୍ରଶଂସା ଯୋଗ୍ୟ। ଆଜି ତାଙ୍କ ଦ୍ବାରା ପ୍ରଶିକ୍ଷିତ ଯୁବକମାନେ ସାମରିକ ବାହିନୀରେ ନିଯୁକ୍ତି ପାଇଛନ୍ତି। ନାୟକ ସାରଙ୍କ ଏହି ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଏହାପରେ ବର୍ତ୍ତମାନ ନାୟକ ସାରେଙ୍କୁ ନେଇ ସାରା ଦେଶରେ ଚାଲିଛି ଚର୍ଚ୍ଚା।

ସେହି ‘ନାୟକ ସାରେ’ କିଏ ?

ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନାୟକ ସାରଙ୍କ ନାମ ନେବା ପରେ ସମସ୍ତେ ସେହି ସାରଙ୍କୁ ଖୋଜିବାରେ ବ୍ୟସ୍ତ ଅଛନ୍ତି। ଗୁଗୁଲୁ ସର୍ଚ୍ଚଠାରୁ ଆରମ୍ଭ କରି ଫେସବୁକ ପର୍ଯ୍ୟନ୍ତ ସମସ୍ତେ ଖୋଜିବାରେ ଲାଗିଛନ୍ତି। ତେବେ ଆମେ କହୁଛୁ ସେ ନାୟକ ସାରେ କିଏ। ସେ ହେଉଛନ୍ତି ଜଗତସିଂହପୁର ଜିଲ୍ଲାର ନୂଆଗାଁ ତହସିଲ ଅରଖକୁଦ ଗ୍ରାମର ସିଲୁ ନାୟକ।

ଜଗତସିଂହପୁର ଜିଲ୍ଲାରେ ସେ ନାୟକ ସାରେ ଭାବେ ବେଶ୍ ଜଣାଶୁଣା। 28 ବର୍ଷ ବୟସ୍କ ସିଲୁ ନାୟକ 2016  ମସିହାରେ ଏକ ପ୍ରଶିକ୍ଷଣ ଅନୁଷ୍ଠାନ ଗଠନ କରିଛନ୍ତି, ଯାହାର ନାମ ହେଉଛି ମହାଗୁରୁ ବ୍ୟାଟଲିୟାନ। ଏହି ଅନୁଷ୍ଠାନରେ ସେ ଯୁବକମାନଙ୍କୁ ସେନା ବାହିନୀରେ ଯୋଗ ଦେବା ପାଇଁ ମାଗଣା ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି। ବର୍ତ୍ତମାନ ଏହି ଅନୁଷ୍ଠାନରୁ ପ୍ରାୟ 400 ଯୁବକ ପ୍ରଶିକ୍ଷଣ ନେଇସାରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ 100 ଯୁବକ ଭାରତୀୟ ବାୟୁସେନା, ନୌସେନା, ସୀମା ସୁରକ୍ଷା ବାହିନୀରେ ଯୋଗ ଦେଇସାରିଲେଣି।

ନାୟକ ସାରେ କାହିଁକି ଏପରି ମାଗଣା ପ୍ରଶିକ୍ଷଣ ଦେଉଛନ୍ତି ?

ଏକ ଘଟଣା କ୍ରମେ ନାୟକ ସାରେ ଏହିପରି ଏକ ଦୃଢ ପଦକ୍ଷେପ ନେବାକୁ ବାଧ୍ୟ ହେଲେ। ସେ 2016 ମସିହାରେ ଓଡିଶା ଶିଳ୍ପ ସୁରକ୍ଷା ବାହିନୀରେ ଯୋଗଦେବା ପାଇଁ ପରୀକ୍ଷା ଦେଇଥିଲେ। ସେ ସୁରକ୍ଷା ବାହିନୀରେ ଯୋଗ ଦେବା ପାଇଁ ନିଜ ପରିଶ୍ରମରେ ବହୁ ଚେଷ୍ଠା କରିଥିଲେ। ହେଲେ ବିଫଳ ହୋଇଥିଲେ। ସେହି ରାଗରେ ସେ ନିଜେ ଗୋଟିଏ ଅନୁଷ୍ଠାନ କରି ଗାଁ ଯୁବକଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ନିଷ୍ପତି କଲେ। ଆଉ ସେହି ବର୍ଷ ସେ ଆରମ୍ଭ କଲେ ମହାଗୁରୁ ବ୍ୟାଟଲିୟାନ।

ନିଜେ ସିନା ସାମରିକ ବାହିନୀରେ ଯୋଗ ଦେଇପାରିଲେ ନାହିଁ, ହେଲେ ଶହେ ଯୁବକଙ୍କୁ ସେ ନିଯୁକ୍ତି କରାଇବାରେ ସାହାର୍ଯ୍ୟ କରିବା ଆଜି ସାରା ଦେଶରେ ଚର୍ଚ୍ଚା ପାଲଟିଛନ୍ତି ନାୟକ ସାରେ।

Nayak Sir in Maan Ki Baat ନାୟକ ସାରେ ମହାଗୁରୁ ବ୍ୟାଟଲିୟାନ ସିଲୁ ନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

‘ରୁଷର ଡ୍ରୋନ ସହିତ ଭାରତର ସମ୍ପର୍କ ଅଛି’, ଟ୍ରମ୍ପଙ୍କ ପରେ ଗମ୍ଭୀର ଅଭିଯୋଗ ଆଣିଲା ୟୁକ୍ରେନ

August 5, 2025

ପ୍ରତିଶୃତି ପୂରଣ କଲେ ଆଇନ ମନ୍ତ୍ରୀ, ବାଣପୁରରେ ଏଡିଜେ କୋର୍ଟ ପ୍ରତିଷ୍ଠା ହେବା ନେଇ ବିଜ୍ଞପ୍ତି ଜାରି

August 5, 2025

ବଳଙ୍ଗା ଛାତ୍ରୀ ମୃତ୍ୟୁ ଘଟଣାରେ ଆସନ୍ତା ଗୁରୁବାର ଦିନ ପୁରୀ ଜିଲ୍ଲାରେ ହରତାଳ କରିବ ବିଜେଡି

August 5, 2025

‘ଭାରତକୁ ଆଖି ଦେଖାଉଥିବା ଲୋକମାନେ ନିଜେ ରୁଷ ସହିତ ବ୍ୟବସାୟ କରୁଛନ୍ତି’: ବୈଦେଶିକ ମନ୍ତ୍ରଣାଳୟ

August 5, 2025
Latest News

VinFast India: ତାମିଲନାଡୁରେ ଇଲେଟ୍ରିକ ଭେଇକଲ ଆସେମ୍ବଲି ପ୍ରକଳ୍ପର ଉଦଘାଟନ କଲା ଭିନଫାଷ୍ଟ

August 5, 2025

‘ରୁଷର ଡ୍ରୋନ ସହିତ ଭାରତର ସମ୍ପର୍କ ଅଛି’, ଟ୍ରମ୍ପଙ୍କ ପରେ ଗମ୍ଭୀର ଅଭିଯୋଗ ଆଣିଲା ୟୁକ୍ରେନ

August 5, 2025

ପ୍ରତିଶୃତି ପୂରଣ କଲେ ଆଇନ ମନ୍ତ୍ରୀ, ବାଣପୁରରେ ଏଡିଜେ କୋର୍ଟ ପ୍ରତିଷ୍ଠା ହେବା ନେଇ ବିଜ୍ଞପ୍ତି ଜାରି

August 5, 2025

ବଳଙ୍ଗା ଛାତ୍ରୀ ମୃତ୍ୟୁ ଘଟଣାରେ ଆସନ୍ତା ଗୁରୁବାର ଦିନ ପୁରୀ ଜିଲ୍ଲାରେ ହରତାଳ କରିବ ବିଜେଡି

August 5, 2025

‘ଭାରତକୁ ଆଖି ଦେଖାଉଥିବା ଲୋକମାନେ ନିଜେ ରୁଷ ସହିତ ବ୍ୟବସାୟ କରୁଛନ୍ତି’: ବୈଦେଶିକ ମନ୍ତ୍ରଣାଳୟ

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.