ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ନୂଆଦିଲ୍ଲୀସ୍ଥିତ ଏମସ୍ ରେ କରୋନା ଟିକା ଗ୍ରହଣ କରିଛନ୍ତି। ତାଙ୍କୁ ଯେ ଟିକା ଦେଇଛନ୍ତି ସେ ହେଉଛନ୍ତି ଏମସର ବରିଷ୍ଠ ନର୍ସ ସିଷ୍ଟର ନିଭେଦା। ସେ ହେଉଛନ୍ତି ପୁଡୁଚେରୀ ବାସିନ୍ଦା। ତାଙ୍କୁ ଗତକାଲି ଅଫିସ ତରଫରୁ ଖବର ଗଲା ଯେ ସୋମବାର ଦିନ ସକାଳୁ ଅଫିସ ଆସିବେ। ସାଧାରଣ ଡ୍ୟୁଟି ଭାବେ ସେ ସକାଳୁ ଆଶି ଅଫିସରେ ପହଁଚିଥିଲେ। ତେବେ ଅଫିସରେ ଆସି ଜାଣିଲେ ଯେ, ଆଜି ସେ ପ୍ରଧାନମନ୍ତ୍ରୀଙ୍କୁ କରୋନା ଟିକା ପ୍ରଦାନ କରିବେ।
ଏହାକୁ ଜାଣିବା ପରେ ନିଭେଦା ବେଶ ଖୁସି ହୋଇପଡିଥିଲେ। ପ୍ରଧାନମନ୍ତ୍ରୀ ଆସିବା ପୂର୍ବରୁ ସବୁ ପ୍ରକାରର ପ୍ରସ୍ତୁତି କଲେ ନିଭେଦା। ମୋଦୀ ଆସିବା ପରେ ସେ ସାଧାରଣ ରୋଗୀ ପରି କରୋନା ଟିକା ପ୍ରଦାନ କରିଥିଲେ। ଟିକା ଦେଇ ସାରିବେ ପରେ ପ୍ରଧାନମନ୍ତ୍ରୀ ନିଭେଦାକୁ ପଚାରିଲେ ଟିକା ଦେଇଦେଲଣି। ୟେସ ସାରେ ବୋଲି ନିଭେଦା କହିଲେ। ଏହାପରେ ପ୍ରଧାନମନ୍ତ୍ରୀ କହିଲେ, ଟିକା ଦେଇସାରିଲଣି ହେଲେ ମୁଁ ଜାଣିପାରିଲି ନାହିଁ। ଏହା କହି ପ୍ରଧାନମନ୍ତ୍ରୀ ସାମାନ୍ୟ ହସିଲେ। ଏହାପରେ ତାଙ୍କ ନାମ ଏବଂ କେଉଁଠାରୁ ଆସିଛ ବୋଲି ପ୍ରଧାନମନ୍ତ୍ରୀ ନିଭେଦାକୁ ପଚାରିଥିଲେ।