Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଏମସିର ହୋଲଡିଂ ଟ୍ୟାକ୍ସ ବିରୋଧରେ ଆନ୍ଦୋଳନ କରିବ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ
ବିଶେଷ ଖବର

ବିଏମସିର ହୋଲଡିଂ ଟ୍ୟାକ୍ସ ବିରୋଧରେ ଆନ୍ଦୋଳନ କରିବ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ

March 7, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର, ଭୁବନେଶ୍ୱର ମ୍ୟୁନିସପାଲଟି ଏବେ ଭୁବନେଶ୍ୱର ସହରାଂଚଳରେ ବସବାସ କରୁଥିବା ଘର ମାଲିକ ମାନଙ୍କ ପାଖରୁ ଯେଉଁ ହୋଲଡିଂ ଟ୍ୟାକ୍ସ ଆଦାୟ କରାଯାଉଛି, ତାହା ସଂପୂର୍ଣ୍ଣଭାବେ ବେଆଇନ ଏବଂ ମ୍ୟୁନିସ୍‌ପାଲଟି ଅଧିକାରୀମାନଙ୍କର ସ୍ୱେଚ୍ଛାଚାରୀ ନିଷ୍ପତି ବୋଲି ଅଭିଯୋଗ କରିଛି ଭୁବନେଶ୍ବର ଜିଲ୍ଲା କଂଗ୍ରେସ। ଏହି ନିଷ୍ପତି ସ୍ପଷ୍ଟ ଭାବରେ ଓଡ଼ିଶା ମ୍ୟୁନିସ୍‌ପାଲ ଆଇନ -୨୦୦୩ର ବିଭିନ୍ନ ନିୟମାବାଳିକୁ ଉଲଙ୍ଘନ କରୁଛି ।

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଆହୁତ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ କହିଲେ ଯେ ଏହି ନିଷ୍ପତି ବଳ ପୂର୍ବକ ଭୁବନେଶ୍ୱର ବାସିନ୍ଦାଙ୍କ ଉପରେ ଲଦି ଦିଆଯାଇଛି । ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମ ଯେଉଁ ହୋଲଡିଂ ଟ୍ୟାକ୍ସ ଆଦାୟ କରୁଥିଲା ଏବେ ସେହି ହୋଲଡିଂ ଟ୍ୟାକ୍ସର ୧୦ ରୁ ୨୦ ଗୁଣା ବୃଦ୍ଧି ଘଟିଛି । ଏଭଳି ବୃଦ୍ଧି ଘଟିବାର କାରଣ ହେଉଛି କିଛି ଅଣଓଡ଼ିଆ ସରକାରୀ ବାବୁ ମାନଙ୍କର ବେପାରୁଆ ମନୋଭାବ ଏବଂ ଆଇନକୁ କଣଠେସା କରି ନିଷ୍ପତି ଲାଗୁ କରିବା ଯୋଗୁଁ ସୃଷ୍ଟି ହୋଇଛି ।

ଏହା ପୂର୍ବରୁ ମହାନଗର ନିଗମ ଭୁବନେଶ୍ୱର ବାସିନ୍ଦାଙ୍କ ପାଖରୁ ତାଙ୍କର ଘରର ଆକାର ଏବଂ ଘର ହୋଇଥିବା ଯାଗାର ଆକାର ଉପରେ ହୋଲଂଡି ଟ୍ୟାକ୍ସ ଆଦାୟ କରାଯାଉଥିଲା । ଏହି ହୋଲଡିଂ ଟ୍ୟାକ୍ସରେ ମହାନଗର ନିଗମ ବାସୀମାନେ ସହରାଂଚଳରେ ଆଲୁଅ ବ୍ୟବସ୍ଥା ପାଇଁ ଅଳିଆ ଆର୍ବଜନା ଓ ପରିସ୍କାର କରିବା ପାଇଁ ନାଳ ନର୍ଦ୍ଦମା ସଫା ଓ ପରିସ୍କାର କରିବା ପାଇଁ ତଥା ରାସ୍ତାଘାଟକୁ ପରିସ୍କାର ଏବଂ ନୂତନ ରାସ୍ତା ତିଆରି କରିବା ପାଇଁ କର ଦେଇଥାନ୍ତି।

ସାଧାରଣତଃ ଭୁବନେଶ୍ୱର ମହାନଗର ନିଗମ ୫୬ ପ୍ରକାର କର ଆଦାୟ କରିଥାନ୍ତି । ଟ୍ୟାକ୍ସ, ଟୋଲ, ସରଚାର୍ଜ, ୟୁଜର ଚାର୍ଯେସ, ଫାଇନ ଫି କରିଥାନ୍ତି । କିନ୍ତୁ ଏବେ ଭୁବନେଶ୍ୱର ମହାନଗର ନିଗମ ଅଧିକାରୀ ପୂର୍ବ ନିୟମକୁ ମୋଡ଼ି ମକଚି ଦେଇ ବିଭିନ୍ନ ଅଂଚଳରେ ଜମିର ବେଂଚମାର୍କ ଦାମରେ ଟ୍ୟାକ୍ସ ଆଦାୟ କରୁଛନ୍ତି । ଅର୍ଥାତ ଯଦି ସହିଦ ନଗର ଅଂଚଳର ଜମିର ବେଂଚମାର୍କ ରେଟ ଏକର ପିଛା କୋଡିଏ କୋଟି ହୋଇଥାଏ ଯଦି ସହିଦନଗର ଜଣେ ବାସିନ୍ଦାଙ୍କ ପାଖରେ ୫ ହଜାର ସ୍କୋୟାର ଫୁଟର ପ୍ଲଟ ଅଛି ଏବଂ ଯଦି ସିଏ ଏଥିରେ ଦୁଇହଜାର ବର୍ଗ ଫୁଟର ଘର କରୁଛନ୍ତି ବାକି ୩ ହଜାର ସ୍କୋୟାରଫୁଟରେ ବଗିଚା ବା ଖାଲି ପଡ଼ିଛି ତାହାଲେ ଏବେ ୫ ହଜାର ବର୍ଗ ଫୁଟର ବେଂଚମାର୍କ ମୂଲ୍ୟାୟନ ଅନୁସାରେ ଅଧିକ .୫% ହୋଲଡିଂ ଟ୍ୟାକ୍ସ ଆଦାୟ କରାଯାଉଛି ।

କିନ୍ତୁ ଓଡ଼ିଶା ମ୍ୟୁନିସ୍‌ପାଲ କର୍ପୋରେସନ ୨୦୦୩ ନିୟମ ଅନୁସାରେ ଏହା ବେଚଂମାର୍କ ଭେଲୁଏସନ ଉପରେ ହୋଲିଡିଂ ଟ୍ୟାକ୍ସ ଆଦାୟ କରାନଯାଇ ଏହା ସେହି ଅଂଚଳର ୟୁନଟି ଭେଲୁ ଅନୁସାରେ ହେବା କଥା । ଏଥିପାଇଁ ମ୍ୟୁନିସିପାଲଟି ଧାରା – ୨୦୫ ଅନୁସାରେ କରିବାକୁ ହୁଏ ଏବଂ ଧାରା ୨୧୫ ଅନୁସାରେ ମୂଲ୍ୟ ଧାର୍ଯ୍ୟ କରାଯାଏ । ଧାରା ୨୧୬ ଅନୁସାରେ ସବସାଧାରଣଙ୍କୁ ଏହି ମୂଲ୍ୟବାବଦରେ ଅବଗତ କରାଯାଇଥାଏ ।

ଧାରା ୨୧୭ ଅନୁସାରେ ଯଦି ନିର୍ଦ୍ଦିଷ୍ଟ ଅଂଳଚର ଅଧିବାସୀମାନଙ୍କର ଏଥିପାଇଁ କୌଣସି ଅଭିଯୋଗ ଆସିଥାଏ ତାହାକୁ ଶୁଣାଣି କରିବା କଥା ଯଦି ଶୁଣାଣିବେଳେ ମହାନଗର ନିଗମବାସୀଙ୍କର ଦାବିକୁ ଗ୍ରହଣ କରାନଯାଏ ତାହେଲେ ଧାରା ୨୧୮ ଅନୁସାରେ ଏକ ମୂଲ୍ୟାୟନ ଟ୍ରିବୁନାଲ ଗଠନ ହେବାକଥା । ତାହା ମଧ୍ୟ ହୋଇନାହିଁ ଏବଂ କ୍ଷତିସ୍ତ୍ରସ୍ତ ମହାନଗର ନିଗମ ବାସୀମାନେ ଟ୍ରିବୁନାଲରେ କେସ ଦାୟର କରିବା କଥା ଏବଂ ଧାରା ୨୨୫ ଅନୁସାରେ ଏହି ଅଭିଯୋଗକୁ ଶୁଣିବା ପାଇଁ କମିଟି ଗଠନ କରିବା କଥା ତାହା ମଧ୍ୟ ହୋଇନାହିଁ ।

ଧାରା୨୨୬ ଅନୁସାରେ ଜନଶୁଣାଣି ହେବା କଥା ଏ ସମସ୍ତ କଥା ହେଇଛିକି ଯଦି ହୋଇ ନାହିଁ କାହିଁକି କାହା ନିର୍ଦ୍ଦେଶରେ ଏ ସମ୍ପତିକର ହୋଲଡିଂଟ୍ୟାକ୍ସ ଆଦାୟ କରାଯାଉଛି, ସେ ନେଇ ପ୍ରଶ୍ନ କରିଛି କଂଗ୍ରେସ। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଉପସଭାପତି ଶିବାନନ୍ଦ ରାୟ କହିଲେ ଯେ ସମସ୍ତ ଆଇନକୁ ଜାଳିପୋଡ଼ି ଲୋକଙ୍କ ଉପରେ ଜବରଦସ୍ତି କର ଆଦାୟ କରିବା ଏ ସରକାରଙ୍କର ପ୍ରଥମ ଏବଂ ଶେଷକାମ ବୋଲି ଜଣାପଡ଼ୁଛି । ତେଣୁ ସେ ସାରା ଭୁବନେଶ୍ୱର ମହାନଗର ଅଧିବାସୀମାନଙ୍କୁ ଏହି ହୋଲଡିଂ ଟ୍ୟାକ୍ସକୁ ନ ଦେବା ପାଇଁ  ଅନୁରୋଧ କରିଛନ୍ତି ।

ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ ସାମ୍ବାଦିକମାନଙ୍କୁ ସୂଚାନ ଦେଇ କହିଲେ ଯେ ଏଭଳି ସମୟରେ ଯେତେବେଳେ ଲୋକଙ୍କ ପାଖରେ ରୋଜଗାର ନାହିଁ ଆୟ ବହୁମାତ୍ରାରେ କମିଯାଇଛି ସେହି ସମୟରେ ଲୋକଙ୍କ ପାଖରୁ ବେଆଇନ ଭାବରେ ଯେଉଁ ହୋଲିଡିଂ ଟ୍ୟାକ୍ସ ଆଦାୟ କରାଯାଉଛି ତାହାକୁ ନେଇ ଜିଲ୍ଲା କଂଗ୍ରେସ ଏବଂ ରାଜ୍ୟ କଂଗ୍ରେସ ଆସନ୍ତା ୧୫ ତାରିଖ ଦିନ ଭୁବନେଶ୍ୱର ମହାନଗର ନିଗମ ଅଫିସକୁ ଘେରାଉ କରିବ ଦରକାର ପଡ଼ିଲେ ସହରାଂଚଳ ବିକାଶ ମନ୍ତ୍ରୀଙ୍କୁ ଘର ବାହାରକୁ ଯିବାକୁ ଦେବୁ ନାହିଁ । ଯେପର୍ଯ୍ୟନ୍ତ ଏହା ଆଇନ ସିଦ୍ଧ ହୋଇନାହିଁ ସେ ପର୍ଯ୍ୟନ୍ତ ଏହି ଟିକସ ପୈଠ ନ କରିବାକୁ ନିବେଦନ କରିଛନ୍ତି ।

ବିଏମସିର ହୋଲଡିଂ ଟ୍ୟାକ୍ସ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ହୋଲଡିଂ ଟ୍ୟାକ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ଡ଼କାୟତି ଯୋଜନା ବେଳେ ପୋଲିସର ଅତର୍କିତ ଚଢ଼ାଉ, ମାରଣାସ୍ତ୍ର ସହିତ ପାଞ୍ଚ ଗିରଫ

August 19, 2025

ପୁଣି ବାଣ ଫୁଟାଇଲେ ବିଧାୟକ ଜୟନାରାୟଣ ମିଶ୍ର, ନବୀନ ଏବଂ ପାଣ୍ଡିଆନଙ୍କୁ ନେଇ କହିଲେ….

August 19, 2025

ଭୁବନେଶ୍ବରବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, ହେଲେ କାହିଁକି?

August 19, 2025

ଉପରାଷ୍ଟ୍ରପତି ନିର୍ବାଚନ: ସି.ପି. ରାଧାକୃଷ୍ଣନ୍ ବନାମ ସୁଦର୍ଶନ ରେଡ୍ଡୀ, ଜାଣନ୍ତୁ କାହାର ପଲ୍ଲା ଭାରି?

August 19, 2025
Latest News

ଡ଼କାୟତି ଯୋଜନା ବେଳେ ପୋଲିସର ଅତର୍କିତ ଚଢ଼ାଉ, ମାରଣାସ୍ତ୍ର ସହିତ ପାଞ୍ଚ ଗିରଫ

August 19, 2025

ନିର୍ବାଚନ ତଥ୍ୟ ଦେଇଥିବା CSDS ନିର୍ଦ୍ଦେଶକ ମାଗିଲେ କ୍ଷମା: ରାହୁଲ ଗାନ୍ଧୀଙ୍କୁ ବିଜେପି ର ଟାର୍ଗେଟ

August 19, 2025

ପୁଣି ବାଣ ଫୁଟାଇଲେ ବିଧାୟକ ଜୟନାରାୟଣ ମିଶ୍ର, ନବୀନ ଏବଂ ପାଣ୍ଡିଆନଙ୍କୁ ନେଇ କହିଲେ….

August 19, 2025

ଭୁବନେଶ୍ବରବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, ହେଲେ କାହିଁକି?

August 19, 2025

ଉପରାଷ୍ଟ୍ରପତି ନିର୍ବାଚନ: ସି.ପି. ରାଧାକୃଷ୍ଣନ୍ ବନାମ ସୁଦର୍ଶନ ରେଡ୍ଡୀ, ଜାଣନ୍ତୁ କାହାର ପଲ୍ଲା ଭାରି?

August 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.