Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚାଷୀ ଆନ୍ଦୋଳନ, ରାଜନୀତି ଓ ବାସ୍ତବ ସ୍ଥିତି
ବିଶେଷ ଖବର

ଚାଷୀ ଆନ୍ଦୋଳନ, ରାଜନୀତି ଓ ବାସ୍ତବ ସ୍ଥିତି

November 5, 2018No Comments4 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର –

କୃଷି ବିଶେଷଜ୍ଞ ମାନେ କହୁଛନ୍ତି ଭାରତରେ ପ୍ରତି ୨୪ ଘଣ୍ଟା ରେ ୨୦୨୪ ଜଣ ଚାଷୀ ଚାଷ ଚାଷ କାମ ଛାଡିବାକୁ ବାଧ୍ୟ ହେଉଛନ୍ତି। ୨୦୧୧ ଜନଗଣନା ରିପୋର୍ଟ ରେ ଏହି କଥା ପ୍ରମାଣିତ ହୋଇସାରିଛି। ଭାରତରେ ଚାଷୀ ମାନେ ବାଧ୍ୟ ହୋଇ ଚାଷକାମ ଛାଡୁଥିବାର ବହୁ କାରଣ ଭିତରୁ ସବୁଠୁ ବଡ କାରଣ ହେଉଛି, ୧୯୯୨ ପରଠୁ ଭାରତର ପ୍ରାୟ ପ୍ରତ୍ୟେକ ସରକାର ଗ୍ରହଣ କରିଥିବା ଚାଷ ଓ ଚାଷୀ ବିରୋଧୀ ନୀତି। କର୍ପୋରେଟ ଅର୍ଥନୀତିରେ ଚାଷୀମାନଙ୍କୁ ସରକାରୀ ସବସିଡି ଉପରେ ନିର୍ଭରଯୋଗ୍ୟ ପରଜୀବୀ ବୋଲି କୁହାଯାଉଛି। ରାଜନୈତିକ ଦଳମାନେ ଉପରେ ଉପରେ ଚାଷୀଙ୍କ ସ୍ଵାର୍ଥ ଓ ଉନ୍ନତିର କଥା କହୁଥିଲେ ମଧ୍ୟ ସରକାରୀ ନୀତି ଓ ଯୋଜନାରେ ଚାଷୀର ମେରୁଦଣ୍ଡ ଭାଙ୍ଗିଦେବାଲାଗି ସବୁ ପ୍ରକାର ଉଦ୍ୟମ କରୁଛନ୍ତି।

ସେଇ ପୃଷ୍ଠଭୂମିରେ ନଭେମ୍ବର ୫ ତାରିଖ ଦିନ ରାଜଧାନୀ ଭୁବନେଶ୍ୱର ରେ ପ୍ରବେଶ କରିବାକୁ ଚାହୁଁଥିବା ନବନିର୍ମାଣ କୃଷକ ସଂଗଠନ ର ଆନ୍ଦୋଳନ କୁ ବିଚାର କରାଯାଇପାରେ। ଏହି ଆନ୍ଦୋଳନ କୁ ଓଡିଶା ରାଜନୀତି, ବିଶେଷ କରି ୨୦୧୯ ସାଧାରଣ ନିର୍ବାଚନ ପୂର୍ବର ରାଜନୈତିକ ରଣନୀତିର ଅଂଶ ଭାବରେ ମଧ୍ୟ ସମୀକ୍ଷା କରାଯାଇପାରେ।

ନବନିର୍ମାଣ କୃଷକ ସଂଗଠନ ର ମୂଳ ଦାବୀ ହେଉଛି, ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ – ଅର୍ଥାତ ଚାଷୀର ଉତ୍ପାଦନ ପାଇଁ ଯଥାର୍ଥ ମୂଲ୍ୟ, ଚାଷୀ କୁ ସମ୍ମାନ ଓ ସାମାଜିକ ସୁରକ୍ଷା ଲାଗି ଚାଷୀଙ୍କୁ ପେନସନ । ମୋଟାମୋଟି ଶୁଣିବାକୁ ଏହା ଭଲ ଶୁଭୁଛି। ତେବେ ଏହାର ବାସ୍ତବ ସ୍ଥିତି କଣ ଓ ଏପ୍ରକାର ଦାବୀ କୁ ନେଇ ରାଜ୍ୟ ସରକାର କଣ କରିପାରିବେ, ସେକଥା ମଧ୍ୟ ଆଲୋଚନା ହେବା ଉଚିତ।

ଚାଷୀର ଉତ୍ପାଦନ ପାଇଁ ଯଥାର୍ଥ ମୂଲ୍ୟ  ଦେବାକୁ ସ୍ବାମୀନାଥନ କମିଟି ଯେଉଁ ପରାମର୍ଶ ଦେଇଥିଲେ, ତାକୁ ଭାରତ ସରକାର ଲାଗୁ କରୁନାହାନ୍ତି। ଏମଏସପି ଦର ବଢାଇବାକୁ ଓଡିଶା ବିଧାନସଭା ସର୍ବସମ୍ମତ୍ତି କ୍ରମେ କେନ୍ଦ୍ର ସରକାରକୁ ଯେଉଁ ପ୍ରସ୍ତାବ ଦେଇଥିଲେ, ତାକୁ ଗ୍ରହଣ କରାଯାଇନାହିଁ। ଶସ୍ୟର ସର୍ବନିମ୍ନ ମୂଲ୍ୟ ନିର୍ଧାରଣ ଦାୟିତ୍ଵ କେନ୍ଦ୍ର ସରକାରଙ୍କର । ସେ ବିଷୟରେ ରାଜ୍ୟ ସରକାରଙ୍କ ଭୂମିକା ସୀମିତ। ଏହାକୁ ଆଖିରେ ରଖି ଏକଥା କୁହାଯାଇପାରିବା ଯେ, ଏହି ଆନ୍ଦୋଳନକୁ ସମର୍ଥନ କରି ଓଡିଶାର ବିଜେପି ବୋଧେ ନିଜ ସରକାର ବିରୋଧରେ ପ୍ରତିବାଦ କରୁଛି। ବିଜେପି ସରକାର କେନ୍ଦ୍ରରେ ସ୍ବାମୀନାଥନ କମିଶନ ରିପୋର୍ଟ କୁ ଲାଗୁ କରୁଛି ବୋଲି କହୁଥିବା ବେଳେ ଏହାକୁ ଦେଶର ପ୍ରମୁଖ କୃଷକ ସଂଗଠନ ଗୁଡିକ ଅସ୍ଵୀକାର କରିଛନ୍ତି। ତେବେ ସ୍ବାମୀନାଥନ କମିଟି ରିପୋର୍ଟ କୁ ଲାଗୁ କରିବା ପାଇଁ ନବ ନିର୍ମାଣ ସଂଗଠନ ବିଶେଷ ଦାବୀ ରଖୁନାହିଁ। ମୂଲ୍ୟ ନିର୍ଦ୍ଧାରଣ ସମ୍ପର୍କରେ ଆଜି ମଧ୍ୟ ଏହି ଆନ୍ଦୋଳନ ତରଫରୁ ଠୋସ ପ୍ରସ୍ତାବ କିଛି ଥିଲାଭଳି ମାନେ ହେଉନାହିଁ।

ଚାଷୀଙ୍କୁ ସମ୍ମାନ କେଉଁ ସରକାର ଦେବ? ଚାଷୀକୁ ପରଜୀବୀ ବୋଲି ଭାବୁଥିବା, ଅର୍ଥନୀତି ଥିବା ପର୍ଯନ୍ତ ଚାଷୀକୁ ସମ୍ମାନ ମିଳିବ ନାହିଁ। ନବ ନିର୍ମାଣ କୃଷକ ସଂଗଠନ ଏହି ଅର୍ଥନୀତି ବିରୋଧରେ ନିଜର ସ୍ପଷ୍ଟ ମତ କେଉଠି ହେଲେ ରଖିନାହିଁ। ବରଂ ଏହି ଆନ୍ଦୋଳନ ର ସମର୍ଥନରେ ଛିଡା ହୋଇଥିବା ଅନେକ ନେତା କୃଷକ ବିରୋଧୀ ଅର୍ଥନୀତିକୁ ବିଭିନ୍ନ ସ୍ତରରେ ସମର୍ଥନ କରିଛନ୍ତି।

ବାକି ରହିଲା ପେନସନ କଥା। ଓଡିଶାରେ ଚାଷୀ ମାନଙ୍କୁ ପେନସନ ଦେବାଲାଗି ଏକ ପ୍ରସ୍ତାବ ରହିଥିବା କଥା ଓଡିଶାର ଅର୍ଥମନ୍ତ୍ରୀ ୨୦୧୮-୧୯ ବଜେଟ ର ପ୍ରସ୍ତୁତି ସମୟରେ ସୂଚନା ଦେଇଥିଲେ। ତେବେ ତାହା ଆଜି ପର୍ଯନ୍ତ କାର୍ୟକାରୀ ହୋଇନାହିଁ। ପଶ୍ଚିମ ବଙ୍ଗ ୬୫ ବର୍ଷ ଅତିକ୍ରମ କରିଥିବା ଚାଷୀଙ୍କୁ ୧୦୦୦ ଟଙ୍କାର ଭତ୍ତା ଦେଉଛନ୍ତି। ସେହିପରି ୨୦୧୫ ରେ କେନ୍ଦ୍ରର ବିଜେପି ସରକାର ବୟସ୍କ ଚାଷୀ ମାନଙ୍କୁ ୫୦୦୦ ଟଙ୍କାର ମାସିକ ପେନସନ ଦେବାକୁ ଘୋଷଣା କରିଥିଲେ। ସେ ଘୋଷଣା ଆଜିଯାଏ କାର୍ୟକାରୀ ହୋଇନାହିଁ । ଚାଷୀଙ୍କୁ ସାମାଜିକ ନିରାପତ୍ତା ଯୋଗାଇଦେବାଲାଗି ଏକ ଜାତୀୟ ଯୋଜନାର ଆବଶ୍ୟକତା ପ୍ରସଙ୍ଗରେ ଏହି ଆନ୍ଦୋଳନ କିଛି କହୁଛି କି? ତେବେ ଓଡିଶା ସରକାର ସ୍ଵତନ୍ତ୍ର କୃଷି ବଜେଟ ଓ ଚାଷୀଙ୍କ ଆୟ ଦୁଇଗୁଣ କରିଥିବାର ଦାବୀ କରୁଥିବାରୁ ଏ ପ୍ରସଙ୍ଗରେ କିଛି ଗୋଟେ ପଦକ୍ଷେପ ନେବା ଜରୁରୀ।

ଓଡିଶା ସରକାରଙ୍କ ତଥ୍ୟ ଅନୁଯାୟୀ ୨୦୧୬-୧୭ ସୁଦ୍ଧା ରାଜ୍ୟର ୧୯,୮୫,୦୨୪ ବ୍ୟକ୍ତିଙ୍କୁ ମଧୁବାବୁ ପେନସନ ଯୋଜନାର ହିତାଧିକାରୀ ଭାବରେ ୩୦୦-୫୦୦ ଟଙ୍କାର ପେନସନ ପ୍ରଦାନ କରାଯାଉଛି। ଏଥିରେ ଚାଷୀଙ୍କୁ ସାମିଲ କରି ଏହି ପେନସନ ଅର୍ଥର ପରିମାଣକୁ ଏକ ସମ୍ମାନଜନକ ସ୍ତରକୁ ଅଣାଯିବା ଉଚିତ।

ଏହି ଆନ୍ଦୋଳନ ପଛରେ ସାମାଜିକ ସୁରକ୍ଷା ଓ କୃଷକର ସ୍ଵାର୍ଥ ଅପେକ୍ଷା ଏହାର ରାଜନୈତିକ ସ୍ଥିତି ଅଧିକ ଆଲୋଚିତ ହେଉଛି। ଏହାର ନେତୃତ୍ଵ କେବଳ ଉପକୂଳ ଓଡିଶାରେ ସୀମିତ ରହିଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ଚାଷୀ ସଂଗଠନ ସହିତ ଏହାର ସମନ୍ବୟ ନାହିଁ। ଦୀର୍ଘ ସମାୟ ଧରି ଏହି ଆନ୍ଦୋଳନ ର ପୃଷ୍ଠପୋଷକ ଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ସରକାରୀ ଦଳରେ ଯୋଗଦେଇ ରାଜ୍ୟସଭାକୁ ଯିବାପରେ, ଏହି ଆନ୍ଦୋଳନର ଉଦ୍ଦେଶ୍ୟ  ସନ୍ଦେହଜନକ ହୋଇପଡିଥିଲା। ତେବେ ସୌମ୍ୟ ବାବୁ ଯିବାପରେ ଏବେ ଏଥିରୁ ରାଜନୈତିକ ଫାଇଦା ଉଠାଇବାକୁ ବିଜେଡି ବିରୋଧୀ ରାଜନୈତିକ ଦଳ ଗୁଡିକ ଏହାର ମଞ୍ଚ କୁ ଅପହରଣ କରିନେଇଛନ୍ତି। ଚାଷୀଙ୍କ ତୁଳନାରେ ଏହି ଆନ୍ଦୋଳନରେ  ଅଧିକରୁ ଅଧିକ ବିରୋଧୀ ରାଜନେତାଙ୍କ ଭାଷଣ ଶୁଣିବାକୁ ମିଳୁଛି। ଏପରିକି ଲୋକସଭାରେ ଚାଷୀଙ୍କୁ ଦିଆଯାଉଥିବା ସବସିଡି କୁ ବିରୋଧ କରୁଥିବା ଓ ଜେନେଟିକ ବିହନ ପରି ଜଘନ୍ୟ ଚାଷୀ ବିରୋଧୀ ପଦକ୍ଷେପକୁ ସମର୍ଥନ କରୁଥିବା ରାଜନେତା ମାନେ ଏହି ଆନ୍ଦୋଳନ ସହିତ ରହିଥିବାର ଘୋଷଣା କରୁଛନ୍ତି। ଏପରିକି ଏହି ଆନ୍ଦୋଳନରେ ଏକଦା ଲୋକଙ୍କୁ ଠକି ଜେଲ ଯାଇଥିବା ଜଣେ ବିବଦମାନ ବ୍ୟବସାୟୀଙ୍କ ସମ୍ପୃକ୍ତିକୁ ନେଇ ମଧ୍ୟ ଅନେକ ପ୍ରଶ୍ନବାଚୀ ରହିଛି। ଗାନ୍ଧୀବାଦ ଆଧାରିତ ଏକ ସଙ୍ଗଠନରେ ଜଣେ କୁଖ୍ୟାତ ବିଲ୍ଡରଙ୍କ ସମ୍ପୃକ୍ତି ଆଦୌ ଗ୍ରହଣଯୋଗ୍ୟ କଥା ନୁହେଁ।

ଆପାତତଃ ଉପକୂଳ ଓଡିଶାରେ ଏକ ପ୍ରଭାବଶାଳୀ ଚାଷୀ ସଂଗଠନ ଭାବରେ ଗଢିଉଠୁଥିବା ଏହି ସଂଗଠନ ର ରାଜନୀତି ଓ ସାଙ୍ଗଠନିକ ପ୍ରଭାବ ୨୦୧୯ ନିର୍ବାଚନରେ ପଡିବ କି ନାହିଁ, ସେକଥା ଏବଠୁ ଆକଳନ କରିବା ସମ୍ଭବ ନୁହେଁ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ-ଯୁକ୍ତରାଜ୍ୟ ବ୍ୟାପକ ବାଣିଜ୍ୟ ରାଜିନାମା ଯୋଗୁଁ ୩ ବର୍ଷରେ ୫୦% ବୃଦ୍ଧି ପାଇବ ଭାରତର କୃଷି ରପ୍ତାନି

July 28, 2025

ଭାରତର କେତେ ଯୁଦ୍ଧ ବିମାନ ଖସାଇ ଦିଆଯାଇଥିଲା?: ସଂସଦରେ ଉତ୍ତର ଦେଲେ ରାଜନାଥ ସିଂହ

July 28, 2025

ଉପରାଷ୍ଟ୍ରପତି ନିର୍ବାଚନ ଯେତିକି ନିକଟତର ହେଉଛି, ବିଜେଡିର ଚିନ୍ତା ସେତିକି ବଢୁଛି

July 28, 2025

ବାଲେଶ୍ବରରେ ବନ୍ୟା: ତଳିଆ ଅଞ୍ଚଳ ଉପରେ ସତର୍କ, ସୁବର୍ଣ୍ଣରେଖା, ଜଳକା ନଦୀ ବିପଦ ସଙ୍କେତ ଉପରେ

July 27, 2025
Latest News

ରଣପୁର ବ୍ଲକ ଛାତ୍ର କଂଗ୍ରେସ ର କର୍ମୀ ସମ୍ମିଳନୀ

July 28, 2025

ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ଡିଆରଏମ ଭାବରେ ଆଲୋକ ତ୍ରିପାଠୀଙ୍କ ଯୋଗଦାନ

July 28, 2025

ଭାରତ-ଯୁକ୍ତରାଜ୍ୟ ବ୍ୟାପକ ବାଣିଜ୍ୟ ରାଜିନାମା ଯୋଗୁଁ ୩ ବର୍ଷରେ ୫୦% ବୃଦ୍ଧି ପାଇବ ଭାରତର କୃଷି ରପ୍ତାନି

July 28, 2025

ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ଯୋଗଦାନ କଲେ ଆଇଏଏସ ଅମ୍ରିତ୍ ଋତୁରାଜ

July 28, 2025

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଚାରି ରେଳ କର୍ମଚାରୀ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

July 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.