Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଗବେଷଣା ପାଇଁ ୫ ଲକ୍ଷ ଟଙ୍କା ସିଡ୍‌ ଫଣ୍ଡ, ପିଏଚଡି ପାଇଁ ମାସିକ ୧୫ ହଜାର ଟଙ୍କା,କେମିତି ଜାଣନ୍ତୁ
ଜାତୀୟ ଖବର

ଗବେଷଣା ପାଇଁ ୫ ଲକ୍ଷ ଟଙ୍କା ସିଡ୍‌ ଫଣ୍ଡ, ପିଏଚଡି ପାଇଁ ମାସିକ ୧୫ ହଜାର ଟଙ୍କା,କେମିତି ଜାଣନ୍ତୁ

March 13, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର, ରାଜ୍ୟରେ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ଗବେଷଣା ପାଇଁ ଚଳିତ ବର୍ଷର, ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଏବଂ ଅଭିନବୀକରଣ ପ୍ରୋତ୍ସାହନ ଯୋଜନା ଆରମ୍ଭ ହୋଇଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଣୟନ କରାଯାଇଥିବା ଏହି ଯୋଜନାରେ ରାଜ୍ୟ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଯୁବ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ଗବେଷଣା ନିମନ୍ତେ ଦୁଇବର୍ଷ ନିମନ୍ତେ ୫ ଲକ୍ଷ ଟଙ୍କା ସିଡ୍‌ ଫଣ୍ଡ ପ୍ରଦାନ କରାଯିବ।

ସେହିପରି, ଏନ୍‌ଇଟିରେ ଚୟନ ହୋଇଥିବା ଓ ରାଜ୍ୟ ବିଶ୍ୱବିଦ୍ୟାଳୟ କିମ୍ବା ରାଜ୍ୟ ଶିକ୍ଷାନୁଷ୍ଠାନରେ ପୂର୍ଣ୍ଣକାଳୀନ ଗବେଷଣାରତ ଛାତ୍ରଛାତ୍ରୀଙ୍କୁ ପିଏଚ୍‌ଡି କାର୍ଯ୍ୟକ୍ରମ ନିମନ୍ତେ ମାସିକ ୧୫ ହଜାର ଟଙ୍କାର ଫେଲୋସିପ୍‌ ୪ ବର୍ଷ ନିମନ୍ତେ ପ୍ରଦାନ କରାଯିବ। ସନ୍ଦର୍ଭ ପ୍ରକାଶନ ନିମନ୍ତେ ଆର୍ଥିକ ସହାୟତା ପ୍ରଦାନର ବ୍ୟବସ୍ଥା ରହିଛି ।

ସିଡ୍‌ ଫଣ୍ଡ ନିମନ୍ତେ ଯୁବ ଅଧ୍ୟାପକ ଅଧ୍ୟାପିକାମାନଙ୍କ ବୟସ ସୀମା ୪୫ ବର୍ଷ ରଖା ଯାଇଥିବା ବେଳେ ଫେଲୋସିପ୍‌ ନିମନ୍ତେ ବୟସ ସୀମା ୩୫ ବର୍ଷ ରଖାଯାଇଛି । ଗତବର୍ଷ ଏହି ବୟସ ସୀମା ଯଥାକ୍ରମେ ୪୦ ଓ ୩୦ ବର୍ଷ ଥିବାବେଳେ ୨୦୨୦ ବର୍ଷ ନିମନ୍ତେ ଏହାକୁ ୫ ବର୍ଷ ବୃଦ୍ଧି କରାଯାଇଛି । ଏଥିରେ ମହିଳାମାନଙ୍କ ନିମନ୍ତେ ୪୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି ।

୩୫ଟି ବିଷୟରେ ଏହି ଫେଲୋସିପ୍‌ ପ୍ରଦାନ କରାଯାଉଛି । ଏହି ଯୋଜନା ୨୦୧୯ ମସିହାରୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି । ୨୦୧୯ ମସିହାରେ ୧୩ଟି ରାଜ୍ୟ ଜୁନିଅର ରିସର୍ଚ୍ଚ ଫେଲୋ ଏବଂ ୪୦ଟି ସିଡ୍‌ ଫଣ୍ଡ ଅନୁଦାନ ପ୍ରଦାନ କରାଯାଇଥିଲା । ବିଜ୍ଞାନ, ଇଂଜିନିୟରିଂ, କଳା, ଭାଷା ସାହିତ୍ୟ, ସାମାଜିକ ବିଜ୍ଞାନ ଆଦି କ୍ଷେତ୍ରରେ ଏହି ଅନୁଦାନ ପ୍ରଦାନ କରାଯାଇଥିଲା ।

୨୦୨୦ ବର୍ଷର ଅନୁଦାନ ଚୟନ ନିମନ୍ତେ ପ୍ରସ୍ତାବ ଉପସ୍ଥାପନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏଥିପାଇଁ ଡିସେମ୍ବର ୨୦୨୦ରେ ବିଜ୍ଞାପନ ପ୍ରକାଶ ପାଇଥିଲା । ଏଥିରେ ୧୬୬ଟି ଆବେଦନ ପତ୍ର ମିଳିଥିବାବେଳେ ୧୩ଟି ଆବେଦନ ଅନୁପଯୁକ୍ତ ଥିବାରୁ ଖାରଜ ହୋଇଯାଇଥିଲା ।

୧୫୩ଟି ପ୍ରସ୍ତାବକୁ ଅଭିଜ୍ଞ ବିଶେଷଜ୍ଞ ମଣ୍ଡଳୀ ଦ୍ୱାରା ସମୀକ୍ଷା କରାଯାଇଥିଲା । ଏଥିରୁ ବଛା ଯାଇଥିବା ୧୦୬ଟି ପ୍ରସ୍ତାବ ଚୟନ କମିଟି ସମ୍ମୁଖରେ ଉପସ୍ଥାପନ କରାଯିବ । ଏହି ଉପସ୍ଥାପନ କାର୍ଯ୍ୟକ୍ରମ ମାର୍ଚ୍ଚ ୧୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ଏଥିମଧ୍ୟରୁ ସିଡ୍‌ ଫଣ୍ଡ ଅନୁଦାନ ନିମନ୍ତେ ୪୦ଟି ପ୍ରସ୍ତାବକୁ ଚୟନ କରାଯିବ ।

ଏହି ଯୋଜନା ରାଜ୍ୟରେ ଗବେଷଣା ନିମନ୍ତେ ଏକ ନୂତନ ବାତାବରଣ ସୃଷ୍ଟି କରିଥିବାବେଳେ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରୁ ଉତ୍ତୀର୍ଣ୍ଣ ହୋଇ ଦେଶବିଦେଶରେ ଗବେଷଣା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଅନେକ ପୁରାତନ ଛାତ୍ରଛାତ୍ରୀ ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଗବେଷଣା ଦିଗରେ ସହଯୋଗ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ମନ୍ତ୍ରୀ ଡ. ଅରୁଣ ସାହୁ କହିଥିଲେ ।

ଏହି ଅବସରରେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ ଯୋଜନାର ବିଭିନ୍ନ ଦିଗ ସଂପର୍କରେ ବିଶଦ ଭାବରେ ଆଲୋଚନା କରିବା ସହିତ ଏହା ଦ୍ୱାରା ରାଜ୍ୟର ଯୁବ ଗବେଷକମାନେ ବହୁଳ ଭାବେ ଉପକୃତ ହେବେ ବୋଲି କହିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଏହି ୧୭ଖେଳାଳିଙ୍କୁ ରଖିଲା ମୁମ୍ବାଇ ଇଣ୍ଡିଆନ୍ସ: IPL ନିଲାମ ପାଇଁ ବାକି ରହିଲା ମାତ୍ର ୩ କୋଟି

November 15, 2025

ବିପର୍ଯ୍ୟୟ ରିଲିଫ୍ ପାଣ୍ଠି ପାଇଁ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ୧ କୋଟି ପ୍ରଦାନ କଲା ବ୍ୟାଙ୍କ ଅଫ୍ ବରୋଦା

November 15, 2025

କଣ୍ଟେନରରେ ଗୋରୁ ଚାଲାଣ ବେଳେ ୩୦ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର

November 15, 2025

ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ: ବରେଲି ରେଳ ଜଙ୍କସନରେ ନିଆଁକୁ ଆୟତ୍ତ କଲେ ରେଳ କର୍ମଚାରୀ

November 15, 2025
Latest News

ଏହି ୧୭ଖେଳାଳିଙ୍କୁ ରଖିଲା ମୁମ୍ବାଇ ଇଣ୍ଡିଆନ୍ସ: IPL ନିଲାମ ପାଇଁ ବାକି ରହିଲା ମାତ୍ର ୩ କୋଟି

November 15, 2025

ବିପର୍ଯ୍ୟୟ ରିଲିଫ୍ ପାଣ୍ଠି ପାଇଁ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ୧ କୋଟି ପ୍ରଦାନ କଲା ବ୍ୟାଙ୍କ ଅଫ୍ ବରୋଦା

November 15, 2025

କଣ୍ଟେନରରେ ଗୋରୁ ଚାଲାଣ ବେଳେ ୩୦ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର

November 15, 2025

ଗୋଦାବରୀଶ ମହାବିଦ୍ୟାଳୟରେ ଦିନିକିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

November 15, 2025

ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ: ବରେଲି ରେଳ ଜଙ୍କସନରେ ନିଆଁକୁ ଆୟତ୍ତ କଲେ ରେଳ କର୍ମଚାରୀ

November 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.