Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କର୍ଣ୍ଣାଟକ ଉପ ନିର୍ବାଚନର ସଙ୍କେତ
ବିଶେଷ ଖବର

କର୍ଣ୍ଣାଟକ ଉପ ନିର୍ବାଚନର ସଙ୍କେତ

November 6, 2018No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ –

କର୍ଣ୍ଣାଟକ ଉପ ନିର୍ବାଚନ ର ଫଳାଫଳ କେବଳ ରାଜ୍ୟ ପାଇଁ ନୁହେଁ, ଏହା ଜାତୀୟ ରାଜନୀତି ପାଇଁ ମଧ୍ୟ ଏକ ସ୍ପଷ୍ଟ ସଙ୍କେତ ଦେଉଛି। ବିଜେପିର ଦୂର୍ଗ ବୋଲି କୁହାଯାଉଥିବା ବେଲାରୀ ଲୋକସଭା ଆସନରେ କଂଗ୍ରେସର ବିପୁଳ ବିଜୟ ଭବିଷ୍ୟତରେ ବିଜେପିର ନିର୍ବାଚନୀ ସମ୍ଭାବନା କୁ ମଳିନ କେରିଦେଇଛି। ଏହି ଆସନରେ ଖଣି ଦୁର୍ନୀତି ପାଇଁ କୁଖ୍ୟାତ ରେଡ୍ଡୀ ପରିବାରର ଅତ୍ୟନ୍ତ ଘନିଷ୍ଠ ଶ୍ରୀରାମୁଲୁଙ୍କ ଭଉଣୀ ଜେ. ଶାନ୍ତା ବିଜେପି ଟିକେଟରେ ନିର୍ବାଚନ ଲଢୁଥିଲେ। ତାଙ୍କୁ କଂଗ୍ରେସ ପ୍ରାର୍ଥୀ ଭି.ଏସ.ଉଗ୍ରାପ୍ପା ୨୪୩୦୦୦ ରୁ ଅଧିକ ଭୋଟ ରେ ହରାଇଛନ୍ତି। ଏହା ସହିତ ଅନ୍ୟ ଏକ ଲୋକସଭା ଆସନ ମାଣ୍ଡ୍ୟାରେ ଜନତା ଦଳ -ଏସ ର ପ୍ରାର୍ଥୀ ଏଲ.ଆର.ଶିବରାମେଗୌଡ ବିଜୟୀ ହୋଇଛନ୍ତି। କେବଳ ଶିବମୋଗା ଆସନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଯେଦୁୟୁରପ୍ପା ଙ୍କ ପୁଅ ବି.ୱାଇ.ରାଘବେନ୍ଦ୍ର ଜିତିଛନ୍ତି। ୫ ଟି ଲୋକସଭା ଓ ବିଧାନସଭା ପାଇଁ ଅନୁଷ୍ଠିତ ଉପ ନିର୍ବାଚନରେ କଂଗ୍ରେସ ଓ ଜନତା ଦଳ-ଏସ କୁ ବିପୁଳ ସଫଳତା ମିଳିଛି।

ଏକ ସଫଳ ରାଜନୈତିକ ଗଠବନ୍ଧନ ବିଜେପି କୁ କ୍ଷମତାରୁ ଦୂରେଇ ରଖିବାରେ ଜେ ସଫଳ ହେବ , ଏକଥା ପୁଣିଥରେ ପ୍ରମାଣିତ ହୋଇଛି। ବିଜେପିର ଆକ୍ରାମକ ରଣନୀତିକୁ ମୁକାବିଲା କରିବାକୁ ହେଲେ ସମଭାବାପନ୍ନ ଦଳ ଗୁଡିକ ଏକାଠି ଆସିବାର ଏକ ସ୍ପଷ୍ଟ ସଙ୍କେତ ଏହି ନିର୍ବାଚନରୁ ମିଳୁଛି। କର୍ଣ୍ଣାଟକରେ କଂଗ୍ରେସ ଓ ଜନତା  ଦଳ-ଏସ ର ସରକାର ବେଶୀ ଦିନ ତିଷ୍ଠିବ ନାହିଁ ବୋଲି ବିଜେପି ଯେଉଁ ସ୍ଵପ୍ନ ଦେଖୁଥିଲା ତାହା ଏହି ନିର୍ବାଚନ ଫଳାଫଳ ଭାଙ୍ଗି ଦେଇଛି। ଦିନକୁ ଦିନ କୁମାରସ୍ଵାମୀ ଓ କଂଗ୍ରେସ ସମ୍ପର୍କ ସୁଦୃଢ ହେଉଥିବାରୁ ଏହା ବିଜେପି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

କର୍ଣ୍ଣାଟକ ଜାତୀୟ ରାଜନୀତି ପାଇଁ ଏକ ନିର୍ଣ୍ଣାୟକ ସଙ୍କେତ ମଧ୍ୟ ଦେଉଛି। ଏହି ରାଜ୍ୟରେ ୨୮ ଲୋକସଭା ନିର୍ବାଚନର ଫଳାଫଳ ୨୦୧୯ ନିର୍ବାଚନକୁ ପ୍ରଭାବିତ କରିବ। ସେହିପରି ଏହି ମାସ ଅନୁଷ୍ଠିତ ହେଉଥିବା ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ, ତେଲେଙ୍ଗାନା ଇତ୍ୟାଦି ରାଜ୍ୟ ନିର୍ବାଚନରେ ମଧ୍ୟ ଏହି ଫଳାଫଳ ର ପରୋକ୍ଷ ପ୍ରଭାବ ପଡିବ। ବିଶେଷ କରି ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ ନିର୍ବାଚନରେ ବିଜେପି ସରକାରରେ ରହିଛି।

ତେଣୁ ଏହି  ସବୁ ରାଜ୍ୟରେ ସରକାର ବିରୋଧୀ ଜନମତ ସ୍ଵାଭାବିକ ଭାବରେ ରହିଛି। କେତୋଟି ସର୍ଭେ ରେ ଏହି ସବୁ ରାଜ୍ୟରେ କଂଗ୍ରେସ ଭଲ କରିବ ବୋଲି ସୂଚନା ମିଳୁଛି। ସେହି ସମୟରେ କଂଗ୍ରେସର ଏହି ବିପୁଳ ବିଜୟ ଆଗାମୀ ଦିନର ନିର୍ବାଚନୀ ସମୀକରଣକୁ ନିଶ୍ଚୟ ପ୍ରଭାବିତ କରିବ ।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ଆଦିବାସୀ ସାଂସ୍କୃତିକ ଐତିହ୍ୟର ପ୍ରଚାର

April 3, 2026

ଲୋକସଭା ଏବଂ ରାଜ୍ୟସଭାରେ ଜନ ବିଶ୍ୱାସ ବିଲ୍- ୨୦୨୬ ପାସ୍

April 3, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

April 3, 2026

ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପଶ୍ଚିମ ଏସିଆ ଉପରେ ଗଠିତ ମନ୍ତ୍ରୀଗୋଷ୍ଠୀର ଦ୍ୱିତୀୟ ବୈଠକ

April 3, 2026
Latest News

୨୦୨୬ ଆଇପିଏଲ: ପ୍ରଥମ ବିଜୟ ପରେ କେଉଁ ସ୍ଥାନରେ ରହିଲା SRH, ଜାଣନ୍ତୁ ପଏଣ୍ଟ ଟେବୁଲ

April 3, 2026

ଦଣ୍ଡ ନାଚରେ ଅଶ୍ଳୀଳତା ପ୍ରସଙ୍ଗ: କାରଣ ଦର୍ଶାଅ ନୋଟିସ ଜାରି କଲେ ଛତ୍ରପୁର ତହସିଲଦାର

April 3, 2026

ପାକିସ୍ତାନ ଉପରେ ଆଫଗାନିସ୍ତାନର ସର୍ଜିକାଲ୍ ଷ୍ଟ୍ରାଇକ୍: ୩ ପାକିସ୍ତାନୀ ସୈନିକ ନିହତ

April 3, 2026

ରାଜ୍ୟର ୧୮୮୯ ଟି ନୂତନ ଅଙ୍ଗନବାଡ଼ି ଗୃହ ଉଦଘାଟନ କଲେ ଉପ-ମୁଖ୍ୟମନ୍ତ୍ରୀ

April 3, 2026

ଓଡ଼ିଶାରେ ଆଦିବାସୀ ସାଂସ୍କୃତିକ ଐତିହ୍ୟର ପ୍ରଚାର

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.