Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜୀବନଶୈଳୀ ନ ବଦଳିଲେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଘଟିବ ଅନେକ କ୍ଷତି: ସତର୍କ କରାଇଲେ ବିଶେଷଜ୍ଞ
ବିଶେଷ ଖବର

ଜୀବନଶୈଳୀ ନ ବଦଳିଲେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଘଟିବ ଅନେକ କ୍ଷତି: ସତର୍କ କରାଇଲେ ବିଶେଷଜ୍ଞ

March 23, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନ ଫଳରେ ମଣିଷ ସମାଜ ଉପରେ ଏହାର ଅନେକ ପ୍ରଭାବ ପଡ଼ିବାକୁ ଆରମ୍ଭ ହୋଇଛି ବୋଲି ବିଶେଷଜ୍ଞମାନେ ଚେତାବନୀ ଦେବା ସହ ତୁରନ୍ତ ଏହାକୁ ରୋକିବା ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଛନ୍ତି। ଗ୍ଲୋବାଲ୍ ୱାର୍ମିଂ ଯୋଗୁଁ ସମୁଦ୍ର ପତନର ବୃଦ୍ଧି ହୋଇଛି ଏବଂ ଏଥିପାଇଁ ଓଡ଼ିଶାର ଅନେକ ଉପକୂଳବର୍ତ୍ତୀ ଗ୍ରାମ ଲୋପ ପାଇବାକୁ ବସିଲାଣି।

ସେହିପରି ପାଣିର ଅପବ୍ୟବହାର ମଧ୍ୟ ଭବିଷ୍ୟତରେ ପରିସ୍ଥିତିକୁ ଜଟିଳ କରିବାକୁ ଯାଉଛି ବୋଲି କହିଛନ୍ତି କମ୍ବାଟ୍ କ୍ଲାଇମେଟ୍ ଚେଞ୍ଜ ନେଟୱାର୍କ ଭାରତ ଶାଖାର ଆବାହକ ରଞ୍ଜନ ପଣ୍ଡା। ଓଡ଼ିଶାର କେନ୍ଦ୍ରାପଡା ଜିଲ୍ଲା ଉପକୂଳରେ ଥିବା ସାତଭାୟା ଅଂଚଳର ୭ ଟି ଗ୍ରାମ ସମୁଦ୍ର ପତନ ବୃଦ୍ଧି ଯୋଗୁଁ ଲୋପ ପାଇଯାଇଥିବା ବେଳେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍‌ର ବହୁ ଗ୍ରାମ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଛି ବୋଲି ଓଡ଼ିଶାର ଜଳମାନବ ଭାବେ ପରିଚିତ ଶ୍ରୀ ପଣ୍ଡା କହିଛନ୍ତି।

ସୋମବାର ବିଶ୍ୱ ଜଳ ଦିବସ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅନ୍ତର୍ଗତ ଇନ୍‌ଷ୍ଟିଚ୍ୟୁଟ ଅଫ୍ କମ୍ପ୍ୟୁଟର ଆଣ୍ଡ ବିଜିନେସ୍ ଷ୍ଟଡିଜ୍ (ଆଇବିସିଏସ୍‌) ପକ୍ଷରୁ ‘ବିଶ୍ୱରେ ଜଳ ସମସ୍ୟା ଓ ଜଳବାୟୁରେ ପରିବର୍ତନ’ ଶୀର୍ଷକ ଆଲୋଚନାରେ ଯୋଗ ଦେଇ ଶ୍ରୀ ପଣ୍ଡା ଏହା କହିଛନ୍ତି। ପ୍ରତ୍ୟେକ ଥର ବାତ୍ୟା ଆସିଲେ ବଙ୍ଗୋପସାଗର ଉପକୂଳ ଅଂଚଳର କେତେକ ସ୍ଥାନକୁ ମାଡି ଆସୁଛି ଏବଂ ଅସ୍ତରଙ୍ଗରେ ମଧ୍ୟ ୫ କିମି ପର୍ଯ୍ୟନ୍ତ ସମୁଦ୍ର ଜଳ ଆସିଯିବା କହିଛନ୍ତି ଗବେଷକ ତଥା ପରିବେଶବିତ୍ ଶ୍ରୀ ପଣ୍ଡା।

ଏହି ଅବସରରେ ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ତଥା ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ଡଃ ଶରତ ଚନ୍ଦ୍ର ସାହୁ, ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ (ୟୁସିସିଆଇ) ର ଉପସଭାପତି (ବାଣିଜ୍ୟ), ଆଇବିସିଏସ୍ ଡିନ୍ ପ୍ରଫେସର ଅନୁପ୍ କୁମାର ସାମନ୍ତରାୟ ଏବଂ ଆସୋସିଏଟ୍ ପ୍ରଫେସର ଡଃ ଦୁର୍ଯ୍ୟୋଧନ ଜେନା ପ୍ରମୁଖ ବକ୍ତବ୍ୟ ରଖିଥିଲେ।

କୋଭିଡ ମହାମାରୀକୁ ପ୍ରତିହିତ କରିବା ପାଇଁ ଆମକୁ ବାରମ୍ବାର ହାତ ଧୋଇବାକୁ ଉପଦେଶ ଦିଆଯାଉଥିବା ବେଳେ ପୃଥିବୀର ବହୁ ସଂଖ୍ୟକ ଲୋକ ସେମାନଙ୍କର ଦୈନନ୍ଦିନ ଜୀବନର ଆବଶ୍ୟକତା ପାଇଁ ମଧ୍ୟ ଜଳ ପାଇ ନଥାନ୍ତି। ସ୍ୱଚ୍ଛ ଜଳ ପାଇବାକୁ ହେଲେ ଆମକୁ ଆମର ଜଙ୍ଗଲ ଏବଂ ଗଛକୁ ସୁରକ୍ଷିତ ରଖିବା ଦରକାର ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଜଳବାୟୁ ପରିବର୍ତ୍ତନ ଯୋଗୁଁ ପାଣିପାଗର ସ୍ଥିତି ଜଟିଳ ହୋଇଛି ଯାହା ଦ୍ୱାରା ସହରାଂଚଳରେ ମଧ୍ୟ ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଯାହା ପାଇଁ କେବଳ ମଣିଷ ହିଁ ଦାୟୀ। ସହରର ସବୁଜିମାକୁ ନଷ୍ଟ କରିବା ତଥା ବଡ ବଡ ଅଟ୍ଟାଳିକ ନିର୍ମାଣ ଦ୍ୱାରା ଭୟଙ୍କର ବନ୍ୟା ପରସ୍ଥିତି ସୃଷ୍ଟି ହେଉଛି ବୋଲି ଡଃ ସାହୁ କହିଥିଲେ।

ଡଃ ସାହୁ କହିଥିଲେ ପୃଥିବୀରେ ଉପଲବ୍ଧ ଜଳ ସଂପଦର ମାତ୍ର ୨.୫ ପ୍ରତିଶତ ବ୍ୟବହାର ଯୋଗ୍ୟ ଓ ତହିଁରୁ ୨ ପ୍ରତିଶତ ବରଫ ଆକାରରେ ରହିଥିବା ବେଳେ ପୃଥିବୀ ବାସୀଙ୍କ ବ୍ୟବହାର ନିମନ୍ତେ ମାତ୍ର ୦.୫ ପ୍ରତିଶତ ମିଳିପାରିବ। ଜଳବାୟୁର ପରିବର୍ତ୍ତନ ଫଳରେ ବର୍ତମାନ ଅନୁଭୂତ ହେଉଥିବା ଗ୍ରୀଷ୍ମ ଋତୁ ୩ ମାସ ବଦଳରେ ୨୦୩୦ ମସିହା ବେଳକୁ ୭ ମାସ ଅନୁଭୂତ ହେବାର ସମ୍ଭାବନା ରହିଛି।

ସେହିପରି ଭାରତର ଚିରପ୍ରବାହୀ ୧୭ଟି ନଦୀ ମଧ୍ୟରୁ ୨୦୩୦ ବେଳକୁ କେବଳ ୬ଟି ନଦୀରେ ବର୍ଷ ସାରା ଜଳପ୍ରବାହ ରହିବ। ଶ୍ରୀ ଶାରଦା ଗ୍ଲୋବାଲ୍ ୱାର୍ମିଂକୁ ପ୍ରତିହତ କରିବା ନିମନ୍ତେ ବିଭିନ୍ନ ମାନବିକ ପ୍ରକ୍ରିୟା ଦ୍ୱାରା ନିର୍ଗତ କ୍ଷତିକାରକ ଉତ୍ସର୍ଜନକୁ କମ୍ କରିବାକୁ ପଡ଼ିବ ବୋଲି କହିଥିଲେ।

ଭାରତ ଏହି ଉତ୍ସର୍ଜନକୁ ୨୦୩୦ ସୁଦ୍ଧା ୨୦୦୫ ମସିହାର ସ୍ତରକୁ ଆଣିବା ନିମନ୍ତେ ବଦ୍ଧ ପରିକର। ଏଥି ନିମନ୍ତେ ଜଙ୍ଗଲକୁ ରକ୍ଷା କରିବା ସହ ପ୍ରତି ୫ ବର୍ଷ ମିଲିଅନ୍ ହେକ୍ଟର ଅଧିକ ଜଙ୍ଗଲ ସୃଷ୍ଟି କରିବା ଆବଶ୍ୟକ ବୋଲି କହିଥିଲେ।

ଓଡିଶା ଜଳବାୟୁ ପରିବର୍ତ୍ତନ ଜୀବନଶୈଳୀ
Share. Facebook Twitter LinkedIn Email WhatsApp Copy Link

Related Posts

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ଦେଶର ପ୍ରଥମ ନମୋ ଭାରତ ରାପିଡ୍ ରେଳ ଏବଂ ଦିଲ୍ଲୀ-ମେରଠ ନମୋ ଭାରତ କରିଡର ଲୋକାର୍ପଣ

February 22, 2026

ଇଣ୍ଡିଆ ଏଆଇ ଷ୍ଟାକ୍: ପ୍ରଯୁକ୍ତିରେ ସଶକ୍ତ ଭବିଷ୍ୟତ

February 22, 2026
Latest News

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026

ଆଉ ଏକ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସୁରକ୍ଷିତ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.