Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»West Bengal Election: ବାଦବିବାଦ ଭିତରେ ଶେଷ ହେଲା ପଶ୍ଚିମବଂଗର 2ୟ ପର୍ଯ୍ୟାୟ ମତଦାନ
ଜାତୀୟ ଖବର

West Bengal Election: ବାଦବିବାଦ ଭିତରେ ଶେଷ ହେଲା ପଶ୍ଚିମବଂଗର 2ୟ ପର୍ଯ୍ୟାୟ ମତଦାନ

April 1, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

କୋଲକାତା, ଆଜି ଶେଷ ହେଲା ପଶ୍ଚିମ ବଂଗ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ। ଆଉ ଛଅଟି ପର୍ଯ୍ୟାୟ ମତଦାନ ପରେ ଶେଷ ହେବ ଭୋଟିଂ ପକ୍ରିୟା। ତେବେ ଏହି ଦ୍ବିତୀୟ ପର୍ଯ୍ୟାୟ ମତଦାନ ବେଳେ ବିଭିନ୍ନ ସ୍ଥାନରେ ଛୋଟବଡ ବିଭିନ୍ନ ଘଟଣା ସୃଷ୍ଟି ହୋଇଛି। ମମତା ବାନାର୍ଜିଙ୍କର ବିଜୟ ପଥକୁ ଯେନତେନ ପ୍ରକାରରେ ରୋକିବା ପାଇଁ ବିଜେପି ଆପ୍ରାଣ ଉଦ୍ୟମ ଜାରୀ ରଖିଛି। ଯାହାକୁ ନେଇ ମମତା ପୁରା ଅସ୍ତବ୍ୟସ୍ତ ହୋଇପଡିଲେଣି। ନିଜର ତଥା ଦଳ ପାଇଁ ପ୍ରଚାର କରିବେ କଣ ବିଜେପି ଆକ୍ରମଣକୁ ରୋକିବାରେ ତାଙ୍କର ସମୟ ଅପଚୟ ହେବାରେ ଲାଗିଛି।

ଆଜିର ଦ୍ବିତୀୟ ପର୍ଯ୍ୟାୟ ମତଦାନରେ ନନ୍ଦିଗ୍ରାମ ନିର୍ବାଚନ ମଣ୍ଡଳିରେ ଭୋଟିଂ ହେଉଥିଲା। ସାରା ଭାରତର ରାଜନୀତି ବର୍ତ୍ତମାନ କେବଳ ନନ୍ଦିଗ୍ରାମ ବିଧାନସଭା ଆସନ ଉପରେ ନଜର ରହିଛି। କାରଣ ସେଠାରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଏବଂ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ସହ କଡ଼ା ମୁକାବିଲା ଚାଲିଛି। ଏହି ନିର୍ବାଚନ ମଣ୍ଡଳୀ ଉଭୟ ଶାସକ ଟିଏମସି ଏବଂ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ନନ୍ଦିଗ୍ରାମର ଭୋଟରମାନେ ସେମାନଙ୍କର ଭୋଟ ଉପଯୁକ୍ତ ପ୍ରାର୍ଥୀଙ୍କୁ ଦେବାକୁ ଥିବା ବେଳେ ସେଠାରେ ଅନେକ ଘଟଣା ଘଟିଛି। ଯାହାକୁ ନେଇ ମମତା ତୀବ୍ର ବିରୋଧ କରିଛନ୍ତି।

ଆଜି ମତଦାନ ଚାଲିଥିବା ବେଳେ ମମତାଙ୍କ ନିର୍ବାଚନମଣ୍ଡଳୀରେ ହୋଇଥିବା ଅନ୍ୟ ଏକ ଘଟଣା ଘଟିଯାଇଛି। ଭାରତୀୟ ଜନତା ପାର୍ଟି ଏବଂ ତ୍ରୁଣମୂଳ କଂଗ୍ରେସ ଦଳର ସମର୍ଥକମାନେ ନନ୍ଦିଗ୍ରାମର ଗୋକୁଲନଗର ଠାରେ ଏକ ମତଦାନ କେନ୍ଦ୍ରରେ ପହଞ୍ଚିବା ପରେ ପରସ୍ପର ସହ ମୁହାଁମୁହିଁ ହୋଇଥିଲେ। ମମତା ନନ୍ଦିଗ୍ରାମର ଏକ ବୁଥରେ ପହଞ୍ଚିବା ପରେ ଶହ ଶହ ଲୋକ ‘ଜୟ ଶ୍ରୀରାମ’ ପାଟି କରି ବାହାରକୁ ଆସିଥିଲେ। ସେମାନେ ଗୋକୁଲନାଗରର ମତଦାନ ବୁଥ ନିକଟରେ ବାନାର୍ଜୀଙ୍କ ଉପସ୍ଥିତିକୁ ବିରୋଧ କରିଥିଲେ।

ଆଜି ଅନ୍ୟ ଏକ ବୁଥରେ ମମତା ସ୍ଥାନୀୟ ଭୋଟରମାନଙ୍କୁ ଭୋଟ ଦେବାରୁ ବଞ୍ଚିତ କରାଯାଉଛି ବୋଲି ଅନୁଭବ କଲେ। ଫଳରେ ଯେଉଁମାନେ ବିରୋଧ କରୁଛନ୍ତି ସେମାନଙ୍କୁ ମମତା କାହିଁକି ବନ୍ଦ କରୁଛ ବୋଲି ପ୍ରଶ୍ନ କରିଥିଲେ। ସେଠାରେ ବିଜେପି କର୍ମାମାନେ ମମତାକୁ ବିରୋଧ କରିବା ଆରମ୍ଭ କଲେ। ଫଳରେ ମମତା ବୁଥ ଭିତରକୁ ଯାଇ ପଶ୍ଚିମବଂଗ ରାଜ୍ୟପାଳଙ୍କୁ ଫୋନ କରି ଏପରି ଘଟଣା ଉପରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଏହାକୁ ନେଇ ଜାତୀୟ ରାଜନୀତିରେ ବେଶ୍ ଆଲୋଚନା ଚାଲିଛି।

ମତଦାନ ପୂର୍ବରୁ ନନ୍ଦିଗ୍ରାମରେ ତ୍ରୁଣମୂଳ କଂଗ୍ରେସ କର୍ମୀ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ସଭା ଉପରେ ଆକ୍ରମଣ କରାଯାଇଥିଲା। ଅଧିକାରୀଙ୍କ କାରରେ ପଥର ଫିଙ୍ଗିଥିବା ଭିଡିଓ ଦେଖାଗଲା। ତାଙ୍କ ଗାଡିର ୱିଣ୍ଡିଶିଲ୍ଡ ନଷ୍ଟ ହୋଇଯାଇଛି। ହେଲେ ଶୁଭେନ୍ଦୁ ଅଧିକାରୀଙ୍କ କିଛି ହୋଇ ନାହିଁ।

2nd Phase Election West Bengal Election: ପଶ୍ଚିମ ବଂଗ ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

“କୌଣସି ବର୍ଗକୁ ଅପମାନ କରିବା ଭୁଲ”: “ଘୁଷଖୋର ପଣ୍ଡିତ” ର ନିର୍ମାତାଙ୍କୁ କଡ଼ା ଭର୍ତ୍ସନା କଲେ ସୁପ୍ରିମକୋର୍ଟ

February 12, 2026

ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ସମାପ୍ତ ହେବ କି?: ଲୋକସଭାରେ ପ୍ରସ୍ତାବ ଦେଲେ ବିଜେପି ସାଂସଦ 

February 12, 2026

କଂଗ୍ରେସ ସାଂସଦ ପାପୁ ଯାଦବଙ୍କ ହାଜର ହେବ ପୂର୍ବରୁ ପାଟନା ସିଭିଲ୍ କୋର୍ଟକୁ ପୁଣି ଥରେ ବୋମା ଧମକ

February 12, 2026

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧମକ, ବାଚସ୍ପତିଙ୍କୁ ଦୁର୍ବ୍ୟବହାର’: ବିରୋଧୀଙ୍କ ହଟ୍ଟଗୋଳର ଭିଡିଓ ଜାରି କଲେ ରିଜିଜୁ

February 12, 2026
Latest News

“କୌଣସି ବର୍ଗକୁ ଅପମାନ କରିବା ଭୁଲ”: “ଘୁଷଖୋର ପଣ୍ଡିତ” ର ନିର୍ମାତାଙ୍କୁ କଡ଼ା ଭର୍ତ୍ସନା କଲେ ସୁପ୍ରିମକୋର୍ଟ

February 12, 2026

ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ସମାପ୍ତ ହେବ କି?: ଲୋକସଭାରେ ପ୍ରସ୍ତାବ ଦେଲେ ବିଜେପି ସାଂସଦ 

February 12, 2026

କଂଗ୍ରେସ ସାଂସଦ ପାପୁ ଯାଦବଙ୍କ ହାଜର ହେବ ପୂର୍ବରୁ ପାଟନା ସିଭିଲ୍ କୋର୍ଟକୁ ପୁଣି ଥରେ ବୋମା ଧମକ

February 12, 2026

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧମକ, ବାଚସ୍ପତିଙ୍କୁ ଦୁର୍ବ୍ୟବହାର’: ବିରୋଧୀଙ୍କ ହଟ୍ଟଗୋଳର ଭିଡିଓ ଜାରି କଲେ ରିଜିଜୁ

February 12, 2026

ଲାଲକିଲ୍ଲା ବିସ୍ଫୋରଣରେ ଜୈଶ-ଏ-ମହମ୍ମଦର ହାତ: UNSC ରିପୋର୍ଟକୁ ପାକିସ୍ତାନର ଆପତ୍ତି

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.