
ଭୁବନେଶ୍ବର, ଆଜି ବିଧାନସଭାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଉପରକୁ ବିରୋଧୀ ବିଜେପି ବିଧାୟକ ଚପଲ ଫିଙ୍ଗିଛନ୍ତି। ଏହି ଚପଲ ବିଧାୟକ ଜୟ ନାରାୟଣ ମିଶ୍ର ଫିଙ୍ଗିଛନ୍ତି ବୋଲି ଜଣାପଡିଛି। ତେବେ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ ମଧ୍ୟ ଚପଲ ଫିଙ୍ଗିଛନ୍ତି ବୋଲି ଅଭିଯୋଗ ହୋଇଛି। ତେବେ ବିଷ୍ଣୁ ଚପଲ ନୁହେଁ ପେନ ଏବଂ ହେଡଫୋନ ଫିଙ୍ଗିଛନ୍ତି ବୋଲି ନିଜେ ସ୍ବୀକାର କରିଛନ୍ତି।
ସଂଶୋଧିତ ଲୋକାୟୁକ୍ତ ବିଲ ପାଶ ବେଳେ ଜୟନାରାୟଣ ମିଶ୍ର ଏହି ଚପଲ ଫିଙ୍ଗିଛନ୍ତି ବୋଲି ଜଣାପଡିଛି। ଚପଲ ଫିଙ୍ଗିବା ନେଇ ଖୋଦ ଜୟନାରାୟଣ ମିଶ୍ର କହିଛନ୍ତି ଯେ, ବାଚସ୍ପତି ଯାହା କରୁଛନ୍ତି ତାଙ୍କ ପାଇଁ ଏହା ଯୋଗ୍ୟ। ବିନା ଆଲୋଚନାରେ ବିଲ ପାଶ କରିବା କାମ ବାଚସ୍ପତି କରୁଛନ୍ତି। ମୁଲତବି ପ୍ରସ୍ତାବକୁ ଗ୍ରହଣ କରାଯାଉ ନାହିଁ। ମଣିଷକୁ ବାଧାଲାଗିଲେେ ଯାହା ଇଚ୍ଛା ତାହା କରିବ। ସେଥିପାଇଁ କୌଣସି ଅନୁଶୋଚନା କରିବାର ଆବଶ୍ୟକତା ନାହିଁ ବୋଲ ଜୟନାରାୟଣ କହିଛନ୍ତି।
ଅନ୍ୟପକ୍ଷରେ ଏହାକୁ ନେଇ ବିଜେଡି ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବିରୋଧୀ ଦଳର ଏପରି କାର୍ଯ୍ୟ ଶୋଭନୀୟ ନୁହେଁ।