Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଧାନସଭା, ବିଜେପି ବିଧାୟକ, ବିଶୃଙ୍ଖଳା ଏବଂ ବାଟବଣା ଉପଦେଶ
ଜାତୀୟ ଖବର

ବିଧାନସଭା, ବିଜେପି ବିଧାୟକ, ବିଶୃଙ୍ଖଳା ଏବଂ ବାଟବଣା ଉପଦେଶ

April 4, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଧାନସଭା, ବିଜେପି ବିଧାୟକ, ବିଶୃଙ୍ଖଳା ଏବଂ ବାଟବଣା ଉପଦେଶ

ଭୁବନେଶ୍ବର, ନିର୍ଦ୍ଧାରିତ ସମୟ ପୂର୍ବରୁ ବନ୍ଦ ହେଲା ବିଧାନସଭା। ହେବା ମଧ୍ୟ ସ୍ବାଭାବିକ, କାରଣ ବିଧାନସଭାରେ ଯେପରି ବିଧାୟକମାନଙ୍କର ଆଚରଣ ଥିଲା ତାହା ଗୃହକୁ ବନ୍ଦ କରିବା ପାଇଁ ବାଧ୍ୟ କଲା। ବିଶେଷ କରି ବିଜେପି ବିଧାୟକମାନେ ଚଳିତ ବଜେଟ ଅଧିବେସନରେ ଯାହା କଲେ ତାହା ସାଧାରଣରେ ଆଲୋଚନା ହେବାରେ ଲାଗିଛି। ବିରୋଧୀ ଦଳର ଗୃହ ମଧ୍ୟରେ ବିରୋଧ କରିବାର ଅଧିକାର ରହିଛି। ହେଲେ ତାହା ସୀମା ଭିତରେ ରହିବା ଆବଶ୍ୟକ। ବିଧାୟକମାନେ ଏହା ଜାଣି ରଖିବା ଉଚିତ ଯେ, ସୀମା ବାହାରକୁ ଗଲେ ଲୋକେ କେବେ ଭଲ କହିବେ ନାହିଁ। ବରଂ ନିନ୍ଦା ଶୁଣିବେ ଯାହା ବିଜେପି ବିଧାୟକଙ୍କ ମଧ୍ୟରେ ପରିଲକ୍ଷିତ ହେଉଛି।

ବଜେଟ ଅଧିବେସନରେ ବିଭିନ୍ନ ଘଟଣାକୁ ନେଇ ବିଜେପି ବିଧାୟକମାନେ ଚର୍ଚ୍ଚାରେ ରହି ଆସିଛନ୍ତି। ଯାହାକୁ ସାଧାରଣରେ କେହି ପସନ୍ଦ କରୁ ନାହାଁନ୍ତି। ପ୍ରଥମ ଘଟଣା ଥିଲା ଗୃହ ମଧ୍ୟରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କର ସାଇନିଟାଇଜର ପିଇ ଆତ୍ମହତ୍ୟା କରିବାର ଉଦ୍ୟମ। ଏହାକୁ ନେଇ ବିଧାନସଭା ପଡିଲା ଉଠିଲା। ଏପରି ଏକ ଘଟଣାରେ ବିଜେପି ବିଧାୟକମାନେ କ୍ଷମା ମାଗିବା ଦୂରେ ଥାଉ ଆତ୍ମହତ୍ୟା କରିବା ଏକ ନିନ୍ଦନୀୟ ଘଟଣା ବୋଲି ମଧ୍ୟ ପାଟି ଖୋଲି କହି ନ ଥିଲେ। ବଂର ତା ଉପରେ ଅଯଥା ଯୁକ୍ତି କରିବାକୁ ଲାଗିଲେ।

ଅନ୍ୟ ଏକ ଘଟଣାକୁ ଯଦି ଅବତରଣା କରାଯାଏ ତେବେ ବିଜେପି ବିଧାୟକମାନେ କିପରି ରାସ୍ତା ହୁଡି ଅଣରାସ୍ତାରେ ଯାଉଛନ୍ତି ତାହା ପ୍ରମାଣିତ ହୋଇଛି। ତାହା ହେଲା ବିଧାନସଭା ଠିକ୍ ଭାବେ ପରିଚାଳନା କରିବା ପାଇଁ ନବୀନ ନିବାସକୁ ବିଜେପି ବିଧାୟକମାନେ ରାଲି କରିଯିବା ଏବଂ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା। ସେମାନେ ଭଲଭାବେ ଜାଣି ରଖିବା ଉଚିତ ଗୃହ ପରିଚାଳନା ବାଚସ୍ପତି କରନ୍ତି ଗୃହର ନେତା ନୁହେଁ। ଏ ସବୁ ଜାଣିବା ପରେ ସେମାନେ ନବୀନ ନିବାସ ଯାଇ ସେଠାରୁ ଯେପରି ମୁହଁ ନାଲି କରି ଫେରିଲେ ତାହା ବର୍ଣ୍ଣନା କରିବାର ଆବଶ୍ୟକତା ନାହିଁ। ନବୀନ ନିବାସ ଯିବା ଭୁଲ ଥିଲା ବୋଲି ଖୋଦ ବିରୋଧୀ ଦଳର ନେତା ଗୃହରେ ସ୍ବୀକାର କଲେ।

ବର୍ତ୍ତମାନର ବଡ ଚର୍ଚ୍ଚା ଚାଲିଥିବା ଘଟଣାକୁ ଆସିବା। ଗୃହରେ ବାଚସ୍ପତି ଠିକରେ କାମ କରୁ ନାହାଁନ୍ତି ବୋଲି ତାଙ୍କ ଉପରକୁ ହେଡ ଫୋନ, ପେନ୍ ଏପରିକି ଚପଲ ଫିଙ୍ଗିବା ଘଟଣା ଘଟିଯାଇଛି। ଏହାର ଭିଡିଓ ରେକର୍ଡିଂକୁ ତଦାରଖ କରି ବାଚସ୍ଫତି କାର୍ଯ୍ୟାନୁଷ୍ଠାନ କଲେ। ଏହାକୁ ବିରୋଧ କରି ବିଜେପି ବିଧାୟକମାନଙ୍କର ପୁଣି ନାଟକବାଜି ଆରମ୍ଭ। ରାତି ତମାମ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଲେ। ଚପଲ ଫିଙ୍ଗା ଘଟଣାକୁ ବିଜେପି ବିଧାୟକମାନେ ଖୋଲାଖୋଲି କହିଲେ ଯେ ଏଥିରେ ଅନୁତାପ କରିବାର କିଛି ନାହିଁ। ଏପରି କାର୍ଯ୍ୟ ଓ ବିବୃତି ଦଳ ପାଇଁ କେତେ ଉପାୟେଦ ହେଉଛି ଏହି ନିର୍ବାଚିତ ପ୍ରତିନିଧୀମାନେ ଅନୁଧ୍ୟାନ କରିବା ଆବଶ୍ୟକ।

ଗତ ସାଧାରଣ ନିର୍ବାଚନ ସମୟରେ ବିଜେପି ଦଳ ତରଫରୁ ବହୁ ନାଟକ କରାଗଲା, ସେଥିରେ ସେମାନେ ବିଫଳ ହେଲେ। ସେତେବେଳୁ ସେମାନେ ଶିକ୍ଷା କରିବା ଆବଶ୍ୟକ ଯେ ଶାନ୍ତି ପ୍ରିୟ ଓଡିଶାରେ ଅଶାନ୍ତି ରାଜନୀତିକୁ ଲୋକେ ପସନ୍ଦ କରନ୍ତି ନାହିଁ। ଏହା ସତ୍ବେ ଗୋଟିଏ ପରେ ଗୋଟିଏ ନିନ୍ଦନୀୟ କାର୍ଯ୍ୟ କରିବା ଉଦ୍ଦେଶ୍ୟ ହେଉଛି ଯେ,ଦଳର ମଙ୍ଗୁଆଳ ଏବଂ ଉପଦେଷ୍ଠାମାନେ ବାଟବଣା ହୋଇଯାଇଛନ୍ତି। ସେହି ବାଟବଣା ଉପଦେଶ ଅନୁସାରେ ଚାଲି ବିଚରା ବିଜେପି ବିଧାୟକମାନେ ଅପମାନିତ ହେବାରେ ଲାଗିଛନ୍ତି।

ଧାରଣାରେ ବିଜେପି ବିଧାୟକ ବାଚସ୍ପତିଙ୍କ ଉପରକୁ ଚପଲ ବିଜେପି ବିଧାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଫିନଟେକ୍ ପ୍ରକଳ୍ପକୁ ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍ ରେ ପ୍ରଦର୍ଶିତ କଲେ ଓଡ଼ିଶାର ଛାତ୍ରଛାତ୍ରୀ

March 11, 2026

SIR ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ଚାରିଦିନିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ

March 11, 2026

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026
Latest News

ଫିନଟେକ୍ ପ୍ରକଳ୍ପକୁ ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍ ରେ ପ୍ରଦର୍ଶିତ କଲେ ଓଡ଼ିଶାର ଛାତ୍ରଛାତ୍ରୀ

March 11, 2026

SIR ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ଚାରିଦିନିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ

March 11, 2026

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.