Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କୋଭିଡ-୧୯ର ମୁକାବିଲା ନିମନ୍ତେ ସରକାରୀ ଉଦ୍ୟୋଗର ହସ୍ପିଟାଲକୁ ଉପଯୋଗ ପାଇଁ ନିଷ୍ପତି
ଜାତୀୟ ଖବର

କୋଭିଡ-୧୯ର ମୁକାବିଲା ନିମନ୍ତେ ସରକାରୀ ଉଦ୍ୟୋଗର ହସ୍ପିଟାଲକୁ ଉପଯୋଗ ପାଇଁ ନିଷ୍ପତି

April 17, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
କୋଭିଡ-୧୯ର ମୁକାବିଲା ନିମନ୍ତେ ସରକାରୀ ଉଦ୍ୟୋଗର ହସ୍ପିଟାଲକୁ ଉପଯୋଗ ପାଇଁ ନିଷ୍ପତି

ନୂଆଦିଲ୍ଲୀ, କୋଭିଡ-୧୯ ସଂକ୍ରମଣ ତଥା ତଦଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ଗତ କିଛି ସପ୍ତାହ ମଧ୍ୟରେ ଦେଶର ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପରିଲକ୍ଷିତ ହୋଇଛି । ରାଜ୍ୟଗୁଡିକ ସହ ସହଯୋଗ ରକ୍ଷା କରି କେନ୍ଦ୍ର ସରକାର କୋଭିଡ-୧୯ର ମୁକାବିଲା କରୁଛନ୍ତି । ଏଥିରେ ସମର୍ଥନ ପୂର୍ବକ ଭାରତ ସରକାରଙ୍କ ଅନେକ ମନ୍ତ୍ରଣାଳୟ, କ୍ଷମତାପ୍ରାପ୍ତ ସଂସ୍ଥା ଓ କେନ୍ଦ୍ରୀୟ ସଚିବମାନେ ପରିସ୍ଥିତିର ସଫଳ ମୁକାବିଲା ନିମନ୍ତେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଆବଶ୍ୟକ ସହାୟତା ଯୋଗାଇବା ନେଇ ଲାଗିପଡ଼ିଛନ୍ତି ।

ଦେଶବ୍ୟାପୀ ଗୁରୁତର କୋଭିଡ-୧୯ ରୋଗୀମାନଙ୍କ ଆନୁଷ୍ଠାନିକ ଚିକିତ୍ସା ନିମନ୍ତେ ହସ୍ପିଟାଲ ଭିତ୍ତିଭୂମି ବୃଦ୍ଧି ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ ରୋଗୀମାନଙ୍କ ଚିକିତ୍ସା ନିମନ୍ତେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନ୍ୟାନ୍ୟ ମନ୍ତ୍ରଣାଳୟ ଗୁଡିକୁ ସେମାନଙ୍କ ଅଧୀନ ତଥା ନିୟନ୍ତ୍ରଣରେ ଥିବା ହସ୍ପିଟାଲ ଓ ବ୍ଲକ ଗୁଡିକୁ ଚିକିତ୍ସା ପାଇଁ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେବାପାଇଁ ପରାମର୍ଶ ଦେଇଛି ।

ଏହା ବ୍ୟତୀତ ଏହି ଉତ୍ସର୍ଗୀକୃତ ହସ୍ପିଟାଲ ଓ ବ୍ଳକ ଗୁଡିକରେ ସମସ୍ତ ଆନୁସଙ୍ଗିକ ସୁବିଧା ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ସେଗୁଡିକ ମଧ୍ୟରେ ଅମ୍ଳଜାନ ସୁବିଧାଯୁକ୍ତ ଶଯ୍ୟା, ଆଇସିୟୁ ଶଯ୍ୟା, ଭେଣ୍ଟିଲେଟର, ସ୍ୱତନ୍ତ୍ର ସାଂଘାତିକ ଯତ୍ନ ୟୁନିଟ୍ (ଯେଉଁଠି ସମ୍ଭବ), ପରୀକ୍ଷା ସୁବିଧା, ଇମେଜିଂ ସେବା, ରୋଷେଇ ଘର, ଲଣ୍ଡ୍ରୀ ସହ ସ୍ୱାସ୍ୱ୍ୟ ସେବା ଦଳ ଇତ୍ୟାଦି ଅନ୍ତର୍ଭୁକ୍ତ।

କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡିକୁ ଲେଖାଯାଇଥିବା ପତ୍ରରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଲେଖିଛନ୍ତି ଯେ ଯେପରି କୋଭିଡ ମାମଲା ଦେଶବ୍ୟାପୀ ବୃଦ୍ଧି ପାଇଛି ତାହାକୁ ଆଖି ଆଗରେ ରଖି ଗତ ବର୍ଷ ଭଳି ସମସ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗ ଓ ସେମାନଙ୍କ ଅଧୀନରେ ଥିବା ସରକାରୀ ଉଦ୍ୟୋଗ ଓ ହସ୍ପିଟାଲ ଗୁଡିକରୁ ସହଯୋଗ ଆଶା କରାଯାଉଛି ।

ଏହିସବୁ ହସ୍ପିଟାଲ କିମ୍ବା ବ୍ଲକରୁ ଚିକିତ୍ସା ସୁବିଧା ପାଇବା ନିମନ୍ତେ କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡିକୁ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ଏହି ହସ୍ପିଟାଲ ଗୁଡିକର ଅବସ୍ଥିତି ଅନୁସାରେ ବିଭିନ୍ନ ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗ ବା ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ସହ ଆବଶ୍ୟକ ସହଯୋଗ ନିମନ୍ତେ ମଧ୍ୟ ପରାମର୍ଶ ଦିଆଯାଇଛି । ମନ୍ତ୍ରଣାଳୟ ବା ବିଭାଗ ପକ୍ଷରୁ ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳ ପ୍ରଶାସନ ସହ ସମନ୍ୱୟ ରକ୍ଷା ପାଇଁ ଜଣେ ଲେଖାଏଁ ନୋଡାଲ ଅଫିସର ନିଯୁକ୍ତ କରିବାକୁ ମଧ୍ୟ କୁହାଯାଇଛି ।

କୋଭିଡ଼-୧୯
Share. Facebook Twitter LinkedIn Email WhatsApp Copy Link

Related Posts

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026

‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ: ବିବାହ ମଣ୍ଡପରେ କର୍ତ୍ତା ଭାବେ ବସିଲେ ମୁଖ୍ୟମନ୍ତ୍ରୀ

February 3, 2026

ଆମେରିକୀୟ କୃଷକଙ୍କୁ ସମୃଦ୍ଧ କରିବ ବାଣିଜ୍ୟ ଚୁକ୍ତି: ଆମେରିକା ସଚିବଙ୍କ ଦାବିର ଜବାବ ଦେଲା ଭାରତ

February 3, 2026
Latest News

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.