Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାଜ୍ୟକୁ କେନ୍ଦ୍ର ସରକାର ୧୫କୋଟି ଡୋଜରୁ ଅଧିକ ଟିକା ବିନା ମୂଲ୍ୟରେ ଯୋଗାଇ ଦେଇଛନ୍ତି: ପ୍ରଧାନମନ୍ତ୍ରୀ
ଜାତୀୟ ଖବର

ରାଜ୍ୟକୁ କେନ୍ଦ୍ର ସରକାର ୧୫କୋଟି ଡୋଜରୁ ଅଧିକ ଟିକା ବିନା ମୂଲ୍ୟରେ ଯୋଗାଇ ଦେଇଛନ୍ତି: ପ୍ରଧାନମନ୍ତ୍ରୀ

April 23, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟକୁ କେନ୍ଦ୍ର ସରକାର ୧୫କୋଟି ଡୋଜରୁ ଅଧିକ ଟିକା ବିନା ମୂଲ୍ୟରେ ଯୋଗାଇ ଦେଇଛନ୍ତି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, କରୋନା ମହାମାରୀ ଦ୍ୱାରା ଅଧିକ ପ୍ରଭାବିତ ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ପ୍ରଧାନମନ୍ତ୍ରୀ ଶୁକ୍ରବାର ଅଧ୍ୟକ୍ଷତା କରି ପରିସ୍ଥିତିର ସମୀକ୍ଷା କରିଛନ୍ତି । ଏହି ସବୁ ରାଜ୍ୟରେ କରୋନା ସଂକ୍ରମଣ ଏବେ ବଢିଛି ।

ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ବିଭିନ୍ନ ରାଜ୍ୟ ତଥା ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ସହରଗୁଡିକରେ ଏକ ସଙ୍ଗରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଏହି ମହାମାରୀର ମୁକାବିଲା ପାଇଁ ମିଳିତ ପ୍ରୟାସର ଆବଶ୍ୟକତା ରହିଛି । କରୋନାର ପ୍ରଥମ ସଂକ୍ରମଣ କାଳରେ ଭାରତ ଏହାର ମୁକାବିଲା କରିବାରେ ଯେଉଁ ସଫଳତା ଲାଭ କରିଥିଲା, ତା’ ପଛରେ ମିଳିତ ଉଦ୍ୟମ ଓ ଲଢେଇ ଥିଲା ପ୍ରମୁଖ କାରଣ । ଏବେ ଏହି ଦ୍ୱିତୀୟ ଲହରକୁ ସମ୍ମିଳିତ ଭାବେ ସମସ୍ତ ଶକ୍ତି ଖଟାଇ ପ୍ରତିରୋଧ କରିହେବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ଲଢେଇରେ ରାଜ୍ୟମାନଙ୍କୁ କେନ୍ଦ୍ର ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି ଯେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ରାଜ୍ୟମାନଙ୍କ ସହ ନିୟମିତ ସମ୍ପର୍କ ରକ୍ଷା କରି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି । କରୋନା ସଂକ୍ରମଣ ମୁକାବିଲା ପାଇଁ ରାଜ୍ୟମାନଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିୟମିତଭାବେ ଆବଶ୍ୟକ ପରାମର୍ଶ ଯୋଗାଇଦେଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୌଣସି ପ୍ରଦେଶକୁ ଯାଉଥିବା ଅକ୍ସିଜେନ ଟ୍ୟାଙ୍କର ଯେପରି ବାଟରେ ଅଟକି ନ ରହେ ବା ଏଥିରେ ବାଧା ସୃଷ୍ଟି ନ ହୁଏ ତାହା ପ୍ରତ୍ୟେକ ରାଜ୍ୟ ସୁନିଶ୍ଚିତ କରିବା ଉଚିତ । ରାଜ୍ୟର ବିଭିନ୍ନ ହସ୍ପିଟାଲକୁ ଅକ୍ସିଜେନ ଯୋଗାଇ ଦେବା ପାଇଁ ଉଚ୍ଚସ୍ତରୀୟ ସମନ୍ୱୟ କମିଟି ତୁରନ୍ତ ଗଠନ କରାଯିବା ଆବଶ୍ୟକ । କେନ୍ଦ୍ରରୁ ଅକ୍ସିଜେନ ରାଜ୍ୟରେ ପହଂଚିବା ମାତ୍ରେ ଏହା ଯେପରି ଅବିଳମ୍ବେ ବିଭିନ୍ନ ହସ୍ପିଟାଲରେ ଆବଶ୍ୟକତା ଅନୁସାରେ ପହଁଂଚେ ତାହା କମିଟି ସୁନିଶ୍ଚିତ କରିବା ଉଚିତ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅକ୍ସିଜେନ ଟ୍ୟାଙ୍କର ଯାତ୍ରା ଓ ଫେରିବା ସମୟକୁ ହ୍ରାସ କରିବାକୁ କେନ୍ଦ୍ର ସରକାର ବିଭିନ୍ନ ବିକଳ୍ପ ଉପରେ ଆଲୋଚନା କରି କାର‌୍ୟ୍ୟ କରୁଛନ୍ତି । ତଦନୁସାରେ ରେଳବାଇ ପକ୍ଷରୁ ‘ଅକ୍ସିଜେନ ଏକ୍ସପ୍ରେସ’ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ଖାଲି ଅକ୍ସିଜେନ ଟ୍ୟାଙ୍କର ସବୁକୁ ବାୟୁସେନା ଦ୍ୱାରା ପରିବହନ କରାଯାଇ ଗୋଟି ପଟର ଯାତ୍ରା ସମୟକୁ ଯଥେଷ୍ଟ ହ୍ରାସ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମ୍ବଳର ସୁବନ୍ଦୋବସ୍ତ ସହିତ ଆମକୁ କୋଭିଡ ଟେଷ୍ଟିଂ ଉପରେ ଅଧିକ ଗୁୁରୁତ୍ୱ ଦେବାକୁ ପଡିବ । ଟେଷ୍ଟିଂ ସୁବିଧାକୁ ବ୍ୟାପକ କରି ଲୋକଙ୍କୁ ସୁବିଧାରେ ଏହି ସେବା ଯୋଗାଇବାକୁ ସେ କହିଛନ୍ତି । ମୋଦୀ କହିଛନ୍ତି ଯେ ଆମ ଟିକାକରଣ କାର‌୍ୟ୍ୟକ୍ରମ ଏଭଳି ପରିସ୍ଥିତିରେ ଧିମେଇ ଯିବା ଅନୁଚିତ । ଭାରତ ବିଶ୍ୱର ସର୍ବବୃହତ ଟିକାଦାନ କାର‌୍ୟ୍ୟକ୍ରମ ହାତକୁ ନେଇଛି । ଏଯାଏ ରାଜ୍ୟ ସମୂହକୁ ୧୫କୋଟିରୁ ଅଧିକ ଡୋଜ ଟିକା ବିନା ମୂଲ୍ୟରେ କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି । ଏହି ଟିକାଦାନ କାର‌୍ୟ୍ୟକ୍ରମରେ ୪୫ବର୍ଷରୁ ଅଧିକ ବୟସର ସବୁ ନାଗରିକଙ୍କୁ କେନ୍ଦ୍ର ସରକାର ବିନା ମୂଲ୍ୟରେ ଟିକା ଦେବାର ଲକ୍ଷ୍ୟ ରଖିଛନ୍ତି । ଏଥିରେ ଦେଶରେ ସ୍ୱାସ୍ଥ୍ୟ ସେବା ଓ ସମ୍ମୁଖ ଭାଗର କର୍ମୀମାନେ ଅନ୍ତର୍ଭୁକ୍ତ। ଏହି ଅଭିଯାନ ପୂର୍ବବତ୍ ଜାରି ରହିବ ।

ସେ କହିଛନ୍ତି ଏଭଳି ସଙ୍କଟ ସମୟରେ ଲୋକମାନେ ଛାନିଆ ହୋଇ ଅତ୍ୟାବଶ୍ୟକ ଜିନିଷପତ୍ର କିଣିଥାନ୍ତି । ଅତଏବ ଲୋକଙ୍କୁ ନିରନ୍ତର ଏ ବିଷୟରେ ସଚେତନ କରି ଏଭଳି କାର‌୍ୟ୍ୟରୁ ନିବୃତ କରିବାକୁ ପ୍ରଶାସନ କାର‌୍ୟ୍ୟ କରିବା ଆବଶ୍ୟକ । ମିଳିତ ଉଦ୍ୟମ ଦ୍ୱରା କରୋନା ମହାମାରୀର ଦ୍ୱିତୀୟ ଲହରକୁ ଆମେ ଦେଶରେ ଅଟକାଇ ପାରିବା ବୋଲି ସେ କହିଛନ୍ତି ।

ଏହି ବୈଠକରେ ନୀତି ଆୟୋଗର ସ୍ୱାସ୍ଥ୍ୟ ବ୍ୟାପାର ସଦସ୍ୟ ଡକ୍ଟର ଭି.କେ ପାଲ୍ ନୂଆ ସଂକ୍ରମଣର ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ରଣନୀତି ସମ୍ପର୍କରେ ଏକ ବିବରଣୀ ଉପସ୍ଥାପନ କରିଥିଲେ । ସେ ମଧ୍ୟଦେଶରେ ସ୍ୱାସ୍ଥ୍ୟ ସେବା ସୁବିଧା ଯୋଗାଣ ବୁଦ୍ଧି ଏବଂ ରୋଗୀମାନଙ୍କର ‘ଟାର୍ଗେଟେଡ୍ ଟ୍ରିଟମେଣ୍ଟ’ ସମ୍ପର୍କରେ ତଥ୍ୟ ରଖିଥିଲେ । ଏଥିରେ ମେଡିକାଲ ଭିତ୍ତିଭୂମି ବୃଦ୍ଧି, କ୍ଲିନିକାଲ ମ୍ୟାନେଜମେଣ୍ଟ, କଂଟେନମେଣ୍ଟ, ଟିକାଦାନ ଗୋଷ୍ଠୀ ସହଯୋଗ ଆଦି ସ୍ଥାନ ପାଇଥିଲା ।

ଏହି ଆଲୋଚନା କାଳରେ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନିଜ ନିଜ ରାଜ୍ୟରେ ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଓ ନୀତି ଆୟୋଗର କାର‌୍ୟ୍ୟସୂଚୀ ଦ୍ୱାରା ସାଂପ୍ରତିକ ସଂକ୍ରମଣକୁ ରୋକିବାକୁ ସେମାନେ ନିଜ ନିଜ ରାଜ୍ୟରେ ରଣନୀତି ଓ ଯୋଜନା ପ୍ରସ୍ତୁତ କରିବେ ବୋଲି ମୁଖ୍ୟମନ୍ତ୍ରୀମାନେ କହିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଏପ୍ରିଲ ୧୨ ତାରିଖ ରବିବାରରେ ସାତୋଟି ରାଶି ପାଇଁ ରହିଛି ଧନ ବର୍ଷା

April 12, 2026

ବଦଳୁଛି ପଶ୍ଚିମ ଏସିଆ ପରିସ୍ଥିତି: ଭାରତକୁ ଆସୁଛି ଆହୁରି ୨୦ ହଜାର ମେଟ୍ରିକ ଟନ୍‍ ଏଲ୍‍ପିଜି

April 11, 2026

ଡିଜେଲ ଉପରେ ରପ୍ତାନୀ ଶୁଳ୍କ ବୃଦ୍ଧି

April 11, 2026

ମିଆଁପୁରର ନାମ ବଦଳାଇଲେ ମୁଖ୍ୟମନ୍ତ୍ରୀ ଯୋଗୀ: ଏବେ ରବିନ୍ଦ୍ର ନଗର ଟାଗୋରଙ୍କ ନାମରେ ହେବ ପରିଚିତ

April 11, 2026
Latest News

ଆଜି ଏପ୍ରିଲ ୧୨ ତାରିଖ ରବିବାରରେ ସାତୋଟି ରାଶି ପାଇଁ ରହିଛି ଧନ ବର୍ଷା

April 12, 2026

ଲୋକପ୍ରିୟ ଗାୟିକା ଆଶା ଭୋସ୍‌ଲେ ଅସୁସ୍ଥ

April 11, 2026

ବାହାର ରତ୍ନଭଣ୍ଡାର ଗଣତି ମଣତି ଶେଷ

April 11, 2026

ସବୁ କଲେଜରେ ଗଠନ ହେବ ଆଇସିସି କମିଟି

April 11, 2026

ବଦଳୁଛି ପଶ୍ଚିମ ଏସିଆ ପରିସ୍ଥିତି: ଭାରତକୁ ଆସୁଛି ଆହୁରି ୨୦ ହଜାର ମେଟ୍ରିକ ଟନ୍‍ ଏଲ୍‍ପିଜି

April 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.