Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବାହାରିଲା କରୋନା ଔଷଧ, ଭାରତରେ ଜରୁରୀ ବ୍ୟବହାର ପାଇଁ ସରକାର ଦେଲେ ଅନୁମତି
ଜାତୀୟ ଖବର

ବାହାରିଲା କରୋନା ଔଷଧ, ଭାରତରେ ଜରୁରୀ ବ୍ୟବହାର ପାଇଁ ସରକାର ଦେଲେ ଅନୁମତି

May 9, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାହାରିଲା କରୋନା ଔଷଧ, ଭାରତରେ ଜରୁରୀ ବ୍ୟବହାର ପାଇଁ ସରକାର ଦେଲେ ଅନୁମତି

ନୂଆଦିଲ୍ଲୀ, କରୋନା ଆକ୍ରାନ୍ତଙ୍କ ପାଇଁ ଏକ ଅସ୍ବସ୍ଥିକର ଖବର। ଭାରତରେ ବାହାରିଲା କରୋନା ଭଲ ହେବାର ଔଷଧ। ଏହି ଔଷଧର ନାମ ରହିଛି 2DG ବା drug 2-deoxy-D-glucose। ଏହାକୁ ଭାରତରେ ଜରୁରୀକାଳିନ ବ୍ୟବହାର ପାଇଁ ଭାରତ ଔଷଧ ମହାନିୟନ୍ତ୍ରକ ମଂଜୁରୀ ପ୍ରଦାନ କରିଛନ୍ତି।

ଏହି 2DG ଔଷଧ ଭାରତ ସାମରିକ ଗବେଷଣ ଏବଂ ବିକାଶ ପ୍ରତିଷ୍ଠାନ ବା DRDO ଅଧିନରେ ଥିବା Institute of Nuclear Medicine and Allied Sciences (INMAS) ଦ୍ବାରା ପ୍ରସ୍ତୁତ କରାଯାଇଛି ଏହି ସଂସ୍ଥା ହାଇଦ୍ରାବାଦର ଡ. ରେଡ୍ଡୀ ଲାବ୍ରଟୋରୀର ସହଯୋଗରେ ପ୍ରସ୍ତୁତ କରିଛି।

ତେବେ ଏହି ଔଷଧ କୌଣସି ବଟିକା ନୁହେଁ ବରଂ ପାଉଡର। ଏହି ପାଉଡରକୁ ପାଣିରେ ଗୋଳାଇ ପିଇଲେ କରୋନା ପଜେଟିଭି ନେଗେଟିଭ ହୋଇଯାଏ ବୋଲି ପରୀକ୍ଷା କରାଯାଇଛି। ପ୍ରଥମେ ଏହି ଔଷଧକୁ କ୍ଲିନିକାଲ ପରୀକ୍ଷା କରାଯାଇଥିଲା। ଦୁଇ ଥର ଏହି ପରୀକ୍ଷା କରିବା ପରେ ବେଶ ସଫଳତା ମିଳିଛି ବୋଲି ଜଣପଡିଛି।

2020 ମସିହା ଏପ୍ରିଲ ମାସରେ ଯେତେବେଳେ ଭାରତରେ କରୋନା ଭାଇରସ ଆତଙ୍କ ଖେଳାଇଥିଲା ସେତେବେଳେ ଏହି ଗବେଷଣ ସଂସ୍ଥା ଏହା ଉପରେ ଗବେଷଣା ଆରମ୍ଭ କରିଥିଲା। DRDO ସଂସ୍ଥା ହାଇଦ୍ରାବାଦର Centre for Cellular and Molecular Biology (CCMB) ସହାୟତାରେ ଏହାର ଗବେଷଣା ଆରମ୍ଭ କରାଯାଇଥିଲା।

ଗୋଟିଏ ମାସ ମଧ୍ୟରେ ଏହି ସଂସ୍ଥାଗୁଡିକର ମିଳିତ ଉଦ୍ୟମ ପରେ ଔଷଧ ବାହାରିଥିଲା। ଫଳରେ ଭାରତ ଔଷଧ ମହାନିୟନ୍ତ୍ରକ ମେ 2020 ମସିହାରେ ଏହାର କ୍ଲିନିକାଲ ପରୀକ୍ଷା ପାଇଁ ଅନୁମତି ଦେଇଥିଲେ। ଏହାପରେ ଏହି 2-DG ଔଷଧକୁ ମେ ରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ କ୍ଲିନିକାଲ ପରୀକ୍ଷା କରାଯାଇଥିଲା। କୋଭିଡ19 ଆକ୍ରାନ୍ତଙ୍କୁ ଏହି ଔଷଧ ପ୍ରୟୋଗ କରିବା ପରେ ବେଶ୍ ସଫଳତା ମିଳିଥିଲା। ଏହି ଆକ୍ରାନ୍ତମାନେ 2-DG ବ୍ୟବହାର କରିବା ପରେ ନେଗେଟିଭି ହୋଇଯାଇଥିଲେ।

ଫେଜ-2 ପରୀକ୍ଷା ସଫଳ ହେବା ପରେ ଭାରତ ଔଷଧ ମହାନିୟନ୍ତ୍ରକ ଫେଜ-3 ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରିଥିଲେ। ଏଥିରେ 220  ଆକ୍ରାନ୍ତଙ୍କୁ ଡିସେମ୍ବର 2020 ମସିହାଠାରୁ ମାର୍ଚ୍ଚ 2021 ମସିହା ପର୍ଯ୍ୟନ୍ତ ପରୀକ୍ଷା କରାଯାଇଥିଲା।

ଏଥିରେ ଦିଲ୍ଲୀ, ଉତ୍ତରପ୍ରଦେଶ, ପଶ୍ଚମବଂଗ, ଗୁଜୁରାଟ, ରାଜସ୍ଥାନ, ମହାରାଷ୍ଟ୍ର, ଆନ୍ଧପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ତାମିଲନାଡୁର ଆକ୍ରାନ୍ତଙ୍କୁ ପରୀକ୍ଷା ପାଇଁ ନିଆଯାଇଥିଲା। ଏହି ପରୀକ୍ଷାରେ ଆକ୍ରାନ୍ତମାନେ ସୁସ୍ଥ ହେବାର ପ୍ରମାଣିତ ହୋଇଥିଲା। ଏପରିକି ଆକ୍ରାନ୍ତଙ୍କ ଅକ୍ସିଜେନ ସ୍ତର ମଧ୍ୟ ଠିକ ହୋଇଯାଇଥିଲା।

ଏହା ଦେଖିବା ପରେ ଭାରତ ଔଷଧ ମହାନିୟନ୍ତକ ଏହି ଔଷଧକୁ ଜରୁରୀ କାଳିନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛନ୍ତି। ସବୁଠାରୁ ବଡ କଥା ହେଲା ଯେ, ଏହି ଔଷଧ ପ୍ରସ୍ତୁତି ବେଶ ସରଳ ଏବଂ ଏହାର କଞ୍ଚାମାଲ ସହଜରେ ଉପଲବ୍ଧ। ଫଳରେ ଅଳ୍ପ ସମୟରେ ଏହାକୁ ପର୍ଯ୍ୟାପ୍ତ ପରିମାଣର ଉତ୍ପାଦନ କରାଯାଇପାରିବ। ଏହା ବାହାରିବା ପରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ପାଇଁ ଏକ ଆସ୍ବସ୍ଥୀକର ପରିସ୍ଥିତି ସୃଷ୍ଟି କରିପାରିଛି।

( ଏଥିରେ ବ୍ୟବହାର କରାଯାଇଥିବା ଫଟୋଟି ପୂର୍ବ ସଂଗୃହିତ )

2DG କରୋନା ଔଷଧ
Share. Facebook Twitter LinkedIn Email WhatsApp Copy Link

Related Posts

ଆଉ ଏକ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସୁରକ୍ଷିତ

February 23, 2026

ଆଜି ମାର୍ଚ୍ଚ ୨୩ ତାରିଖ ସୋମବାରରେ ଏହି ରାଶିଗୁଡିକ ମଧ୍ୟାହ୍ନରେ ପାଇବେ ଖୁସି ଖବର

February 23, 2026

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026
Latest News

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026

ଆଉ ଏକ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସୁରକ୍ଷିତ

February 23, 2026

ଆଜି ମାର୍ଚ୍ଚ ୨୩ ତାରିଖ ସୋମବାରରେ ଏହି ରାଶିଗୁଡିକ ମଧ୍ୟାହ୍ନରେ ପାଇବେ ଖୁସି ଖବର

February 23, 2026

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.