Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»୧୮ ତାରିଖରେ ସ୍ଥଳଭାଗ ଛୁଇଁବ ବାତ୍ୟା ତାଉତେ, ଘଣ୍ଟାକୁ ୧୭୫ କିଲୋମିଟର ବେଗର ବହିବ ପବନ
ଜାତୀୟ ଖବର

୧୮ ତାରିଖରେ ସ୍ଥଳଭାଗ ଛୁଇଁବ ବାତ୍ୟା ତାଉତେ, ଘଣ୍ଟାକୁ ୧୭୫ କିଲୋମିଟର ବେଗର ବହିବ ପବନ

May 15, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
୧୮ ତାରିଖରେ ସ୍ଥଳଭାଗ ଛୁଇଁବ ବାତ୍ୟା ତାଉତେ, ଘଣ୍ଟାକୁ ୧୭୫ କିଲୋମିଟର ବେଗର ବହିବ ପବନ

ନୂଆଦିଲ୍ଲୀ, ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ତାଉତେ’ ଧିରେ ଧିରେ ଘନିଭୂତ ହେବାରେ ଲାଗିଛି। ବର୍ତ୍ତମାନ ଏହା  ପ୍ରବଳରୁ ଅତି ପ୍ରବଳ ରୂପକୁ ଧାରଣ କରିବାରେ ଲାଗିଛି। ବର୍ତ୍ତମାନ ଏହା ସ୍ଥଳଭାଗ ଆଡକୁ ମାଡିଆସୁଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଏହି ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା “ତାଉତେ’ ଗୁଜରାଟର ପୋରବନ୍ଦର ଏବଂ ନଲିୟା ମଧ୍ୟରେ ମେ ୧୮ ତାରିଖ ଅପରାହ୍ଣ କିମ୍ବା ସନ୍ଧ୍ୟା ମଧ୍ୟରେ ସ୍ଥଳଭାଗ ଛୁଇଁବ । ସ୍ଥଳଭାଗ ଛୁଇଁଲା ବେଳକୁ ଏହାର ଘଣ୍ଟାପ୍ରତି ବେଗ ପ୍ରାୟ ୧୭୫ କିଲୋମିଟର ହୋଇପାରେ ବୋଲି ପୂର୍ବନୁମାନ କରାଯାଇଛି ।

ଏହାର ପ୍ରଭାବରେ ଗୁଜରାଟର ତଟୀୟ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ସହ ଜୁନାଗଡ଼ ଓ ଗୀର ସୋମନାଥ ଅଞ୍ଚଳରେ ଅତି ପ୍ରବଳ ବର୍ଷା ଏବଂ ସୌରାଷ୍ଟ୍ର, କଚ୍ଛ ଓ ଡିଉର ଗୀର ସୋମନାଥ, ଡିଉ, ଜୁନାଗଡ଼, ପୋରବନ୍ଦର, ଦେବଭୂମି ଦ୍ୱାରକା, ଆମରେଲି, ଜାମନଗର ଆଦି ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆହୁରି ଚେତାବନୀ ଦିଆଯାଇଛି ଯେ ଘୂର୍ଣ୍ଣିବାତ୍ୟା ସମୟରେ ସମୁଦ୍ରରେ ୨- ୩ ମିଟର ଉଚ୍ଚତାର ଜୁଆର ଉଠିବ ଏବଂ ତାହା ମୋରବୀ, କଚ୍ଛ, ଦେବଭୂମି ଦ୍ୱାରକା ଓ ଜାମନଗର ଜିଲ୍ଲାର ତଳିଆ ଅଞ୍ଚଳରେ ପ୍ରବେଶ କରିପାରେ । ସେହିଭଳି ପୋରବନ୍ଦର, ଜୁନାଗଡ଼, ଡିଉ, ଗୀର ସୋମନାଥ, ଆମରେଲି, ଭାବନଗର ଆଦି ଉପକୂଳରେ ୧- ୨ ମିଟର ଉଚ୍ଚତାର ଜୁଆର ଉଠିବ ଏବଂ ରାଜ୍ୟର ଅବଶିଷ୍ଟ ତଟୀୟ ଜିଲ୍ଲାର ଉପକୂଳରେ ୦.୫ ମିଟର ଉଚ୍ଚତାର ଜୁଆର ସୃଷ୍ଟି ହେବ ।

ଏହି ଜୁଆର ମେ ୧୮ ତାରିଖ ଅପରାହ୍ନ କିମ୍ବା ସନ୍ଧ୍ୟାରେ ହିଁ ସୃଷ୍ଟି ହେବ । ଏହି ସମୟରେ ଘୂର୍ଣ୍ଣବାତ୍ୟା ସ୍ଥଳଭାଗ ସ୍ପର୍ଶ କରିବାର ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଏଥିପାଇଁ ମେ ୧୩ ତାରିଖ ଠାରୁ ପ୍ରତି ତିନି ଘଣ୍ଟାରେ ଗୋଟିଏ ଲେଖାଏଁ ବୁଲେଟିନ୍ ଜାରି କରାଯାଉଛି ଏବଂ ସମସ୍ତ ସମ୍ଭାବ୍ୟ ପ୍ରଭାବିତ ରାଜ୍ୟମାନଙ୍କୁ ଘୂର୍ଣ୍ଣିବାତ୍ୟା “ତାଉତେ”ର ସଦ୍ୟତମ ସ୍ଥିତି ସମ୍ପର୍କରେ ସୂଚୀତ କରାଯାଉଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମାର୍ଚ୍ଚ ୨୧ ଶନିବାରରେ ଏହି ରାଶିର ଭାଗ୍ୟରେ ଯାହା ଘଟିବ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

March 21, 2026

ଯାତ୍ରୀ ସୁବିଧା ଓ ସୁରକ୍ଷାର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 20, 2026

ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଚୁକ୍ତିଭିତ୍ତିକ ସ୍କିମାଟିକ୍ କନିଷ୍ଠ ଶିକ୍ଷକମାନଙ୍କୁ କଲେ ନିୟମିତ

March 20, 2026

ମମତା ବାନାର୍ଜୀ ଜାରି କଲେ ଇସ୍ତାହାର: ମହିଳାମାନଙ୍କୁ ମାସିକ ୧୫୦୦, ବେକାରଙ୍କ ପାଇଁ ପକେଟ ଖର୍ଚ୍ଚ

March 20, 2026
Latest News

ଆଜି ମାର୍ଚ୍ଚ ୨୧ ଶନିବାରରେ ଏହି ରାଶିର ଭାଗ୍ୟରେ ଯାହା ଘଟିବ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

March 21, 2026

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026

ଯାତ୍ରୀ ସୁବିଧା ଓ ସୁରକ୍ଷାର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 20, 2026

ଜାନୁଆରୀରେ ଜିଓ ନେଟୱାର୍କରେ ଯୋଡ଼ିହେଲେ ୧.୮ ଲକ୍ଷରୁ ଅଧିକ ନୂତନ ଉପଭୋକ୍ତା: ଟ୍ରାଇ ତଥ୍ୟ

March 20, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ପଖାଳ ଦିବସ ପାଳିତ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.