Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦାମଙ୍କ ଦର୍ପଣରେ ବୈଜୟନ୍ତଙ୍କ ଚେହେରା
ବିଶେଷ ଖବର

ଦାମଙ୍କ ଦର୍ପଣରେ ବୈଜୟନ୍ତଙ୍କ ଚେହେରା

November 11, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ –

ରାଜନୀତି କରୁଥିବା ଲୋକମାନେ ଟେଲିଭିଜନ ପରଦାରେ ଯେମିତି ଦିଶନ୍ତି, ଅସଲ ଜୀବନରେ ସେମାନଙ୍କ ଚେହେରା ଯେ କେତେ ଭିନ୍ନ ତାହାର ଏକ ପ୍ରମାଣ, ପୂର୍ବତନ ବିଜେଡି ନେତା ଦାମୋଦର ରାଉତଙ୍କ ଏକ ସାକ୍ଷାତକାରରୁ ମିଳୁଛି। ବିଜୁ ପରିବାରକୁ ଏକାଠି କରି ବିଜୁ ଜନତା ଦଳ ଓ ନବୀନ ପଟ୍ଟନାୟକଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରିଥିବା ବିଜେଡିର ଦୁଇ ପୂର୍ବତନ ନେତା ଦାମୋଦର ରାଉତ ଓ ବୈଜୟନ୍ତ ପଣ୍ଡା ପରସ୍ପରକୁ କେତେ ଭଲ ପାଆନ୍ତି ତାହାର ଜ୍ଵଳନ୍ତ ପ୍ରମାଣ ଏବେ ଏକ ନିର୍ଦ୍ଦିଷ୍ଟ ଡିଜିଟାଲ ଚାନେଲରୁ ଦେଖିବାକୁ ମିଳିଛି। ଏହି ଚାନେଲ ତରଫରୁ ଦାମୋଦର ରାଉତଙ୍କ ୧୦ ମିନିଟ ୪୦ ସେକେଣ୍ଡର ଏକ ଭିଡିଓ ପ୍ରସାରଣ କରାଯାଇଛି। ଏଥିରେ ବୈଜୟନ୍ତଙ୍କ ପ୍ରତି ଦାମଙ୍କ ଧାରଣା କ’ଣ ସେ ବିଷୟରେ ଗୋଟେ ସ୍ପଷ୍ଟ ଚିତ୍ର ମିଳିଯାଉଛି।

ଦାମଙ୍କ ମତରେ-

  • ବୈଜୟନ୍ତ ମୂଳତଃ ଜଣେ ବ୍ୟବସାୟୀ, ତାଙ୍କର କୌଣସି ରାଜନୈତିକ ଏଜେଣ୍ଡା ନାହିଁ।
  • ଚା’ ଖଟିରେ ବସି ବୈଜୟନ୍ତ ଯାହା କରୁଛନ୍ତି, ତାହାର କୌଣସି ରାଜନୈତିକ ମୂଲ୍ୟ ନାହିଁ।
  • କେବଳ ପଇସାବାଲା ଲୋକ ହୋଇଥିବାରୁ ଦାମ ବୈଜୟନ୍ତଙ୍କୁ ନିଜ ଦଳରେ ରଖିବାକୁ ଚାହାନ୍ତି। ନହେଲେ ବୈଜୟନ୍ତଙ୍କର ଅନ୍ୟ କିଛି ଆବଶ୍ୟକତା ନାହିଁ।
  • ବୈଜୟନ୍ତ ଜଣେ ଡରକୁଳା ନେତା। ସେ ଲୋକଙ୍କ ପ୍ରଶ୍ନର ସାମ୍ନା କରିବାକୁ ଡରୁଛନ୍ତି।
  • ବିଜୁଳି ବିଲ୍ ବାବଦକୁ ଆଗରୁ ନବୀନ ସରକାରଠାରୁ ଦୁଇ ଶହ କୋଟି ଟଙ୍କାର ରିହାତି ପାଇଥିବା ବୈଜୟନ୍ତ, ଆହୁରି ଚାରିଶହ କୋଟି ଟଙ୍କା ସରକାରଠୁ ରିହାତି ପାଇଯିବେ ବୋଲି ଏବେ ବି ଆଶା କରୁଛନ୍ତି।
  • ବୈଜୟନ୍ତ ବିଜେପିକୁ ଯାଇ ପାରୁନାହାନ୍ତି କାରଣ ମୋଦୀଙ୍କ ସହ ନବୀନ ପଟ୍ଟନାୟକଙ୍କ ସମ୍ପର୍କ ଭଲ। ତେଣୁ ମୋଦୀ ବୈଜୟନ୍ତଙ୍କୁ ନେଇ ପାରୁନାହାନ୍ତି।
  • ନୂଆ ଦଳ ଗଢ଼ିଲେ ଦାମଙ୍କ ପାଖକୁ ବହୁ କଂଗ୍ରେସ ଓ ବିଜେପି ନେତା ଆସିବେ। ବିଜେଡିକୁ ଭାଙ୍ଗିହେବ ବୋଲି ଦାମ ବିଶ୍ଵାସ କରୁନାହାନ୍ତି।
  • ବୈଜୟନ୍ତଙ୍କ ଲୋକ ସମ୍ପର୍କ କେବଳ ଲୋକ ଦେଖାଣିଆ। ଏପରିକି ତାଙ୍କ ସହ ଫୋନ ରେ କଥା ହେବା ବଡ଼ କଠିନ କାମ ବୋଲି ଡାକ୍ତର ରାଉତ କହିଛନ୍ତି।
  • ନୂଆ ଦଳ ଗଢ଼ା ହେଲେ କଂଗ୍ରେସ ତୁଳନାରେ ବିଜେପି ଅଧିକ କ୍ଷତିଗ୍ରସ୍ତ ହେବ ବୋଲି ଦାମ ଭାବୁଛନ୍ତି। ଅର୍ଥାତ୍, ତାଙ୍କ ଦଳ ପରୋକ୍ଷରେ ବିଜେଡି ପାଇଁ ସହାୟକ ହେବ।
  • ବାରିପଦା ସଭାରେ ଝାଡ଼ା ଲାଗୁଛି ବୋଲି କହି ଅଧ ବାଟରୁ ଫେରି ଯାଇଥିବା ବୈଜୟନ୍ତଙ୍କ ଡରକୁଳା ଚରିତ୍ରର ଏକ ସ୍ପଷ୍ଟ ଦିଗ ସେ ଦେଖେଇଛନ୍ତି।
  • ପୂର୍ବତନ ବିଧାୟକ ନବୀନ ନନ୍ଦ, ଯିଏକି କିଛି ଦିନ ତଳେ କଲିକତାରେ ଅତ୍ୟନ୍ତ ଲଜ୍ଜାଜନକ ସ୍ଥିତିରେ ପୋଲିସ ହାତରେ ଧରାପଡିଥିଲେ, ହେଉଛନ୍ତି ବୈଜୟନ୍ତଙ୍କ ଖାସ ଲୋକ। ତାଙ୍କୁ ବିଜେଡି ନେତା ପ୍ରଶାନ୍ତ ନନ୍ଦ ବୈଜୟନ୍ତଙ୍କ ସହ ଭେଦିଆ ଭାବରେ ଲଗେଇଛନ୍ତି।
  • ୪୦ ଟି ଆସନ ପାଇ ତାଙ୍କ ଦଳ ରାଜା ହୋଇପାରେ ବୋଲି ଦାମ ସ୍ଵପ୍ନ ଦେଖୁଛନ୍ତି।

ମୋଟାମୋଟି ଏହି ଭିଡିଓ କ୍ଲିପ୍ ରୁ ଗୋଟିଏ କଥା ଜଣା ପଡୁଛି ଯେ, ଏହି ନେତା ମାନେ ଆଲିଙ୍ଗନ କଲାବେଳେ ପରସ୍ପର ହାତରେ ଛୁରୀ ଧରିଛନ୍ତି। ଏମାନେ କେହି କାହା ପ୍ରତି ବିଶ୍ଵସ୍ତ ନୁହନ୍ତି। ଦୂର୍ନୀତି ବିରୋଧ, ଓଡିଶାର ବିକାଶ ଇତ୍ୟାଦି କେବଳ ଧୂଆଁବାଣ। ପଇସା ବାଲା ଲୋକଙ୍କୁ ଧରି କ୍ଷମତା ହାସଲ; ହେଉଛି ଅସଲ ଉଦ୍ଦେଶ୍ୟ। ପରସ୍ପର ପ୍ରତି ଏତେ ଅବିଶ୍ଵାସ ଥିବା ନେତାମାନେ ଓଡିଶାରେ ଯେ ଏକ ବିକଳ୍ପ ନେତୃତ୍ଵ ନିର୍ମାଣ କରିପାରିବେ, ତାହା ଭାବିବା ଭୁଲ୍ ହେବ।

ଏହି ଭିଡିଓ ରେ ଓଡିଶା ରାଜନୀତିର ଅନେକ ପଚାସଢ଼ା ତଥ୍ୟ ପଦାକୁ ଆସିଛି। ଭୋଟ ରାଜନୀତିରେ ନୀତି, ନୈତିକତା ଓ ଆଦର୍ଶ ମୂଲ୍ୟହୀନ ହୋଇସାରିଛି। ଯେଉଁ ନେତାମାନେ ଟିଭି ଆଗରେ ନିଜର ଅନ୍ତରଙ୍ଗତା ପ୍ରଦର୍ଶନ କରୁଛନ୍ତି, ସେମାନେ ଯେ ପରସ୍ପରକୁ କେତେ ଘୃଣା କରନ୍ତି, ତାହାର ଉଦାହରଣ ଏହି ଭିଡିଓ ରୁ ମିଳିଯିବ।  ସେ ଯାହା ବି ହେଉ, ୨୦୧୯ ନିର୍ବାଚନ ପୂର୍ବରୁ ଓ ଦାମୋଦର ରାଉତ ତାଙ୍କ ନୂଆ ଦଳ ଗଠନ କରିବା ଆଗରୁ ଦାମ-ବୈଜୟନ୍ତ ସମ୍ପର୍କର ଅସଲ ଚେହେରା ଟି ପଦାକୁ ଆସିଯାଇଛି। ଯେଉଁମାନେ ଦାମ-ବୈଜୟନ୍ତ ଯୋଡ଼ି ଓଡ଼ିଶା ରାଜନୀତିରେ କିଛି ଗୋଟେ ଚମକ ଆଣିବ ବୋଲି ଭାବୁଥିଲେ, ସେ ଭାବନା ଏବେ ଫସର ଫାଟି ଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026

ପି.ଏମ୍ କିଷାନରେ ଆବଶ୍ୟକ ହେଉଥିବା ସମସ୍ତ ମାନଦଣ୍ଡକୁ ପୂରଣ କରି ସହାୟତା ଲାଭ କରନ୍ତୁ: ମୁଖ୍ୟମନ୍ତ୍ରୀ

March 13, 2026

ଭାରତର ଦୀର୍ଘକାଳୀନ ଇନ୍ଧନ ରଣନୀତି: ସାମ୍ପ୍ରତିକ ସଂକଟ ମୁକାବିଲାରେ ହୋଇଛି ସହାୟକ

March 13, 2026
Latest News

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026

‘ସୋଆ ପ୍ରକ୍ସିମା ୨୦୨୬’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଲେ ସନ୍ଥ ଗୌର ଗୋପାଳ ଦାସ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.