Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦାମଙ୍କ ଦର୍ପଣରେ ବୈଜୟନ୍ତଙ୍କ ଚେହେରା
ବିଶେଷ ଖବର

ଦାମଙ୍କ ଦର୍ପଣରେ ବୈଜୟନ୍ତଙ୍କ ଚେହେରା

November 11, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ –

ରାଜନୀତି କରୁଥିବା ଲୋକମାନେ ଟେଲିଭିଜନ ପରଦାରେ ଯେମିତି ଦିଶନ୍ତି, ଅସଲ ଜୀବନରେ ସେମାନଙ୍କ ଚେହେରା ଯେ କେତେ ଭିନ୍ନ ତାହାର ଏକ ପ୍ରମାଣ, ପୂର୍ବତନ ବିଜେଡି ନେତା ଦାମୋଦର ରାଉତଙ୍କ ଏକ ସାକ୍ଷାତକାରରୁ ମିଳୁଛି। ବିଜୁ ପରିବାରକୁ ଏକାଠି କରି ବିଜୁ ଜନତା ଦଳ ଓ ନବୀନ ପଟ୍ଟନାୟକଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରିଥିବା ବିଜେଡିର ଦୁଇ ପୂର୍ବତନ ନେତା ଦାମୋଦର ରାଉତ ଓ ବୈଜୟନ୍ତ ପଣ୍ଡା ପରସ୍ପରକୁ କେତେ ଭଲ ପାଆନ୍ତି ତାହାର ଜ୍ଵଳନ୍ତ ପ୍ରମାଣ ଏବେ ଏକ ନିର୍ଦ୍ଦିଷ୍ଟ ଡିଜିଟାଲ ଚାନେଲରୁ ଦେଖିବାକୁ ମିଳିଛି। ଏହି ଚାନେଲ ତରଫରୁ ଦାମୋଦର ରାଉତଙ୍କ ୧୦ ମିନିଟ ୪୦ ସେକେଣ୍ଡର ଏକ ଭିଡିଓ ପ୍ରସାରଣ କରାଯାଇଛି। ଏଥିରେ ବୈଜୟନ୍ତଙ୍କ ପ୍ରତି ଦାମଙ୍କ ଧାରଣା କ’ଣ ସେ ବିଷୟରେ ଗୋଟେ ସ୍ପଷ୍ଟ ଚିତ୍ର ମିଳିଯାଉଛି।

ଦାମଙ୍କ ମତରେ-

  • ବୈଜୟନ୍ତ ମୂଳତଃ ଜଣେ ବ୍ୟବସାୟୀ, ତାଙ୍କର କୌଣସି ରାଜନୈତିକ ଏଜେଣ୍ଡା ନାହିଁ।
  • ଚା’ ଖଟିରେ ବସି ବୈଜୟନ୍ତ ଯାହା କରୁଛନ୍ତି, ତାହାର କୌଣସି ରାଜନୈତିକ ମୂଲ୍ୟ ନାହିଁ।
  • କେବଳ ପଇସାବାଲା ଲୋକ ହୋଇଥିବାରୁ ଦାମ ବୈଜୟନ୍ତଙ୍କୁ ନିଜ ଦଳରେ ରଖିବାକୁ ଚାହାନ୍ତି। ନହେଲେ ବୈଜୟନ୍ତଙ୍କର ଅନ୍ୟ କିଛି ଆବଶ୍ୟକତା ନାହିଁ।
  • ବୈଜୟନ୍ତ ଜଣେ ଡରକୁଳା ନେତା। ସେ ଲୋକଙ୍କ ପ୍ରଶ୍ନର ସାମ୍ନା କରିବାକୁ ଡରୁଛନ୍ତି।
  • ବିଜୁଳି ବିଲ୍ ବାବଦକୁ ଆଗରୁ ନବୀନ ସରକାରଠାରୁ ଦୁଇ ଶହ କୋଟି ଟଙ୍କାର ରିହାତି ପାଇଥିବା ବୈଜୟନ୍ତ, ଆହୁରି ଚାରିଶହ କୋଟି ଟଙ୍କା ସରକାରଠୁ ରିହାତି ପାଇଯିବେ ବୋଲି ଏବେ ବି ଆଶା କରୁଛନ୍ତି।
  • ବୈଜୟନ୍ତ ବିଜେପିକୁ ଯାଇ ପାରୁନାହାନ୍ତି କାରଣ ମୋଦୀଙ୍କ ସହ ନବୀନ ପଟ୍ଟନାୟକଙ୍କ ସମ୍ପର୍କ ଭଲ। ତେଣୁ ମୋଦୀ ବୈଜୟନ୍ତଙ୍କୁ ନେଇ ପାରୁନାହାନ୍ତି।
  • ନୂଆ ଦଳ ଗଢ଼ିଲେ ଦାମଙ୍କ ପାଖକୁ ବହୁ କଂଗ୍ରେସ ଓ ବିଜେପି ନେତା ଆସିବେ। ବିଜେଡିକୁ ଭାଙ୍ଗିହେବ ବୋଲି ଦାମ ବିଶ୍ଵାସ କରୁନାହାନ୍ତି।
  • ବୈଜୟନ୍ତଙ୍କ ଲୋକ ସମ୍ପର୍କ କେବଳ ଲୋକ ଦେଖାଣିଆ। ଏପରିକି ତାଙ୍କ ସହ ଫୋନ ରେ କଥା ହେବା ବଡ଼ କଠିନ କାମ ବୋଲି ଡାକ୍ତର ରାଉତ କହିଛନ୍ତି।
  • ନୂଆ ଦଳ ଗଢ଼ା ହେଲେ କଂଗ୍ରେସ ତୁଳନାରେ ବିଜେପି ଅଧିକ କ୍ଷତିଗ୍ରସ୍ତ ହେବ ବୋଲି ଦାମ ଭାବୁଛନ୍ତି। ଅର୍ଥାତ୍, ତାଙ୍କ ଦଳ ପରୋକ୍ଷରେ ବିଜେଡି ପାଇଁ ସହାୟକ ହେବ।
  • ବାରିପଦା ସଭାରେ ଝାଡ଼ା ଲାଗୁଛି ବୋଲି କହି ଅଧ ବାଟରୁ ଫେରି ଯାଇଥିବା ବୈଜୟନ୍ତଙ୍କ ଡରକୁଳା ଚରିତ୍ରର ଏକ ସ୍ପଷ୍ଟ ଦିଗ ସେ ଦେଖେଇଛନ୍ତି।
  • ପୂର୍ବତନ ବିଧାୟକ ନବୀନ ନନ୍ଦ, ଯିଏକି କିଛି ଦିନ ତଳେ କଲିକତାରେ ଅତ୍ୟନ୍ତ ଲଜ୍ଜାଜନକ ସ୍ଥିତିରେ ପୋଲିସ ହାତରେ ଧରାପଡିଥିଲେ, ହେଉଛନ୍ତି ବୈଜୟନ୍ତଙ୍କ ଖାସ ଲୋକ। ତାଙ୍କୁ ବିଜେଡି ନେତା ପ୍ରଶାନ୍ତ ନନ୍ଦ ବୈଜୟନ୍ତଙ୍କ ସହ ଭେଦିଆ ଭାବରେ ଲଗେଇଛନ୍ତି।
  • ୪୦ ଟି ଆସନ ପାଇ ତାଙ୍କ ଦଳ ରାଜା ହୋଇପାରେ ବୋଲି ଦାମ ସ୍ଵପ୍ନ ଦେଖୁଛନ୍ତି।

ମୋଟାମୋଟି ଏହି ଭିଡିଓ କ୍ଲିପ୍ ରୁ ଗୋଟିଏ କଥା ଜଣା ପଡୁଛି ଯେ, ଏହି ନେତା ମାନେ ଆଲିଙ୍ଗନ କଲାବେଳେ ପରସ୍ପର ହାତରେ ଛୁରୀ ଧରିଛନ୍ତି। ଏମାନେ କେହି କାହା ପ୍ରତି ବିଶ୍ଵସ୍ତ ନୁହନ୍ତି। ଦୂର୍ନୀତି ବିରୋଧ, ଓଡିଶାର ବିକାଶ ଇତ୍ୟାଦି କେବଳ ଧୂଆଁବାଣ। ପଇସା ବାଲା ଲୋକଙ୍କୁ ଧରି କ୍ଷମତା ହାସଲ; ହେଉଛି ଅସଲ ଉଦ୍ଦେଶ୍ୟ। ପରସ୍ପର ପ୍ରତି ଏତେ ଅବିଶ୍ଵାସ ଥିବା ନେତାମାନେ ଓଡିଶାରେ ଯେ ଏକ ବିକଳ୍ପ ନେତୃତ୍ଵ ନିର୍ମାଣ କରିପାରିବେ, ତାହା ଭାବିବା ଭୁଲ୍ ହେବ।

ଏହି ଭିଡିଓ ରେ ଓଡିଶା ରାଜନୀତିର ଅନେକ ପଚାସଢ଼ା ତଥ୍ୟ ପଦାକୁ ଆସିଛି। ଭୋଟ ରାଜନୀତିରେ ନୀତି, ନୈତିକତା ଓ ଆଦର୍ଶ ମୂଲ୍ୟହୀନ ହୋଇସାରିଛି। ଯେଉଁ ନେତାମାନେ ଟିଭି ଆଗରେ ନିଜର ଅନ୍ତରଙ୍ଗତା ପ୍ରଦର୍ଶନ କରୁଛନ୍ତି, ସେମାନେ ଯେ ପରସ୍ପରକୁ କେତେ ଘୃଣା କରନ୍ତି, ତାହାର ଉଦାହରଣ ଏହି ଭିଡିଓ ରୁ ମିଳିଯିବ।  ସେ ଯାହା ବି ହେଉ, ୨୦୧୯ ନିର୍ବାଚନ ପୂର୍ବରୁ ଓ ଦାମୋଦର ରାଉତ ତାଙ୍କ ନୂଆ ଦଳ ଗଠନ କରିବା ଆଗରୁ ଦାମ-ବୈଜୟନ୍ତ ସମ୍ପର୍କର ଅସଲ ଚେହେରା ଟି ପଦାକୁ ଆସିଯାଇଛି। ଯେଉଁମାନେ ଦାମ-ବୈଜୟନ୍ତ ଯୋଡ଼ି ଓଡ଼ିଶା ରାଜନୀତିରେ କିଛି ଗୋଟେ ଚମକ ଆଣିବ ବୋଲି ଭାବୁଥିଲେ, ସେ ଭାବନା ଏବେ ଫସର ଫାଟି ଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

December 17, 2025

ବରଗଡ଼ ରୋଡ୍‌ -ନୂଆପଡ଼ା ରୋଡ୍‌ ନୂଆ ରେଳ ଲାଇନ ପାଇଁ ଜମି ଅଧିଗ୍ରହଣ ଜାରି ରହିଛି: ରେଳ ମନ୍ତ୍ରୀ

December 17, 2025

ମୟୂରଭଞ୍ଜରେ ରେଳ ଭିତ୍ତିଭୂମି ବିକାଶ ସମ୍ପର୍କରେ ଲୋକସଭାରେ ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ

December 17, 2025

ଇଥିଓପିଆର ସର୍ବୋଚ୍ଚ ସମ୍ମାନ ପାଇବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ର ଗୃହମନ୍ତ୍ରୀ

December 17, 2025
Latest News

ଓମାନରେ ଭାରତୀୟ ସମ୍ପ୍ରଦାୟ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ

December 17, 2025

କେନ୍ଦ୍ରାପଡ଼ାର ରାଜକନିକାରେ ‘ବିକଶିତ ଭାରତ @୨୦୪୭’ ସଚେତନତା କାର୍ଯ୍ୟକ୍ରମ

December 17, 2025

ତ୍ରୀଦିବସୀୟ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଗାଇଡ କାମ୍ପୋରି ଉଦଯାପିତ

December 17, 2025

ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

December 17, 2025

ଆଞ୍ଚଳିକ ଏଆଇ ପ୍ରଭାବ ସମ୍ମିଳନୀ ଆୟୋଜନ କରିବାକୁ ପ୍ରସ୍ତୁତ ଭୁବନେଶ୍ୱର

December 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.