Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅନନ୍ତ କୁମାର; ବିଜେପିର ଦକ୍ଷିଣ ଦିଗପାଳ
ବିଶେଷ ଖବର

ଅନନ୍ତ କୁମାର; ବିଜେପିର ଦକ୍ଷିଣ ଦିଗପାଳ

November 12, 2018No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ-

ବିଜେପିକୁ ଯେତେବେଳେ ମୁଖ୍ୟତଃ ଉତ୍ତର ଭାରତର ଏକ ଦଳ ବୋଲି କୁହାଯାଉଥିଲା ଓ ଦଳର ସଂଗଠନ ବିଶେଷକରି ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ସୀମିତ ରହିଥିଲା, ସେହି ସମୟରେ କର୍ଣ୍ଣାଟକ ବିଜେପି ପାଇଁ ଦକ୍ଷିଣ ଭାରତରେ ପ୍ରବେଶ ପଥ ଉନ୍ମୋଚନ କରିବାର ସୁଯୋଗ ସୃଷ୍ଟି କରିଥିଲା।୧୯୯୬ ମସିହାରେ ଅନୁଷ୍ଠିତ ଏକାଦଶ ଲୋକସଭା ନିର୍ବାଚନରେ ଅକସ୍ମାତ ବିଜେପି କର୍ଣ୍ଣାଟକରେ ୭ ଟି ଓ ୧୯୯୮ ନିର୍ବାଚନରେ ୧୩ଟି ଆସନ ଲାଭ କରିଥିଲା। ବିଜେପିର ଏହି ଅଭୁତପୂର୍ବ ସଫଳତା ପଛରେ ଯେଉଁ ତରୁଣ ନେତାଙ୍କର ବଡ଼ ହାତ ଥିଲା, ସେ ଥିଲେ ଅନନ୍ତ କୁମାର। ଆଜି ସକାଳେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ତଥା ବିଜେପିର ଏହି ଟାଣୁଆ ନେତା ଅନନ୍ତ କୁମାର (୨୨ ଜୁଲାଇ ୧୯୫୯- ୧୨ ନଭେମ୍ବର ୨୦୧୮) ମୃତ୍ୟୁ ବରଣ କରିଛନ୍ତି। ୧୯୯୬ ରୁ ନିରବଚ୍ଛିନ୍ନ ଭାବରେ ଲୋକସଭାକୁ ନିର୍ବାଚିତ ହୋଇ ଆସୁଥିବା ଅନନ୍ତ କୁମାର ଉଭୟ ବାଜପାୟୀ ଓ ମୋଦୀ ସରକାରରେ ମନ୍ତ୍ରୀ ରହିଥିଲେ। ୧୯୯୮ ରେ ସେ ବାଜପାୟୀ ସରକାରରେ ସର୍ବ କନିଷ୍ଠ ମନ୍ତ୍ରୀ ଭାବରେ ବେସାମରିକ ବିମାନ ଚଳାଚଳ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଦାୟିତ୍ଵ ତୁଲାଇଥିଲେ।

ବିଜେପିର ଆଭ୍ୟନ୍ତରୀଣ ସଂଗଠନ ସୁଧାରିବାରେ ଅନନ୍ତ କୁମାରଙ୍କର ପ୍ରମୁଖ ଭୂମିକା ରହିଥିଲା। ରାମକୃଷ୍ଣ ହେଗଡ଼େ, ଏସ.ଆର.ବୋମ୍ମାଇ, ଏଚ.ଡି.ଦେବେଗୌଡ଼ାଙ୍କ ପ୍ରଭାବ ଥିବା କର୍ଣ୍ଣାଟକରେ ୨୦୦୪ ବିଧାନସଭା ନିର୍ବାଚନରେ ରେ ଅନନ୍ତ କୁମାରଙ୍କ ନେତୃତ୍ବରେ ବିଜେପି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ଯଦିଓ ସେବର୍ଷ ବିଜେପି ସରକାର ଗଢିବାରେ ଅସମର୍ଥ ହୋଇଥିଲା, ତାର ତିନି ବର୍ଷ ପରେ କର୍ଣ୍ଣାଟକରେ ପ୍ରଥମ ବିଜେପି ସରକାର ଗଠିତ ହୋଇଥିଲା। ବିଜେପି ପାଇଁ ଦକ୍ଷିଣ ଭାରତର ଦୁଆର ଖୋଲା କରିବାରେ ଅନନ୍ତ କୁମାରଙ୍କ ଭୂମିକା ସ୍ମରଣୀୟ ହୋଇ ରହିବ।

ସେ ଏକାଦିକ୍ରମେ ୬ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ବର୍ତ୍ତମାନ ସମୟରେ ମୋଦୀ ସରକାରରେ ଅଭିଜ୍ଞ ପ୍ରତିଭାଙ୍କର ଅଭାବ ଅନୁଭୂତ ହେଉଥିବା ବେଳେ ମାତ୍ର ୫୯ ବର୍ଷ ବୟସରେ ଅନନ୍ତ କୁମାରଙ୍କ ପରଲୋକ ବିଜେପି ପାଇଁ ଯଥେଷ୍ଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ସଂସଦୀୟ ବ୍ୟାପାର ଭଳି ଅତ୍ୟନ୍ତ ସମ୍ବେଦନଶୀଳ ବିଭାଗ ସମ୍ଭାଳିବା ଭଳି ଅନନ୍ତ କୁମାରଙ୍କ ବିକଳ୍ପ ଖୋଜି ପାଇବା ଏତେ ସହଜ ହେବନାହିଁ।

Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଅଭିଯୋଗ ଶୁଣାଣି, ଯୋଗଦେଲେ ୫ ଜଣ ମନ୍ତ୍ରୀ

February 9, 2026

ପାକିସ୍ତାନର ୟୁ-ଟର୍ଣ୍ଣ: ଟି୨୦ ବିଶ୍ୱକପରେ ଭାରତ ସହିତ ଖେଳିବାକୁ ରାଜି

February 9, 2026

ରାଜ୍ୟସଭାରେ ଅର୍ଥନୀତି ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ସାଂସଦ ପି. ଚିଦାମ୍ବରମ

February 9, 2026

ପାକିସ୍ତାନକୁ ବଡ଼ ଝଟକା ଦେଲା ଆଇସିସି: ପ୍ରତ୍ୟାଖ୍ୟାନ କଲା ସମସ୍ତ ଦାବି

February 9, 2026
Latest News

ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଅଭିଯୋଗ ଶୁଣାଣି, ଯୋଗଦେଲେ ୫ ଜଣ ମନ୍ତ୍ରୀ

February 9, 2026

RSS କାର୍ଯ୍ୟକ୍ରମରେ ଯୋଗ ଦେଲେ ରୂପାଲି ଗାଙ୍ଗୁଲି: ଫଟୋ ସେୟାର କରି ବ୍ୟକ୍ତ କଲେ ଖୁସି

February 9, 2026

ବଡ଼ମାଳ ମହୋତ୍ସବ ଦହନା: ଦର୍ଶକଙ୍କୁ ବାନ୍ଧି ରଖିଲା ହସ୍ୟକବିଙ୍କ ବ୍ୟଙ୍ଗ, ନାଚ ଗୀତରେ ଦୁଲୁକିଲା ମଞ୍ଚ

February 9, 2026

ଅନ୍ଧାରରେ ବୁଡ଼ିଯିବ ବାଂଲାଦେଶ?: ବିଦ୍ୟୁତ୍ ଯୋଗାଣ ବନ୍ଦ କରିବାକୁ ଧମକ ଦେଲା ଆଦାନୀ ଗ୍ରୁପ୍

February 9, 2026

ପାକିସ୍ତାନର ୟୁ-ଟର୍ଣ୍ଣ: ଟି୨୦ ବିଶ୍ୱକପରେ ଭାରତ ସହିତ ଖେଳିବାକୁ ରାଜି

February 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.