Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଜଣାପଡିଲା ଭୁବନେଶ୍ବରର ହତ୍ୟାକାଣ୍ଡର ହତ୍ୟାକାରୀ, ହତ୍ୟାପରେ ମହିଳାଙ୍କ ସ୍ବାମୀଙ୍କୁ କରିଥିଲା ଭିଡିଓ କଲ
ଅପରାଧ

ଜଣାପଡିଲା ଭୁବନେଶ୍ବରର ହତ୍ୟାକାଣ୍ଡର ହତ୍ୟାକାରୀ, ହତ୍ୟାପରେ ମହିଳାଙ୍କ ସ୍ବାମୀଙ୍କୁ କରିଥିଲା ଭିଡିଓ କଲ

July 6, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜଣାପଡିଲା ଭୁବନେଶ୍ବରର ହତ୍ୟାକାଣ୍ଡର ହତ୍ୟାକାରୀ, ହତ୍ୟାପରେ ମହିଳାଙ୍କ ସ୍ବାମୀଙ୍କୁ କରିଥିଲା ଭିଡିଓ କଲ

ଭୁବନେଶ୍ବର, ଦିନବେଳା ଭୁବନେଶ୍ବରର ହତ୍ୟାକଣ୍ଡର ହତ୍ୟାକାରୀ ଧରାପଡିଛି। ସେ ହେଉଛନ୍ତି ମୃତ ମହିଳାଙ୍କ ନିକଟରେ ମୁମୁର୍ଷ ଅବସ୍ଥାରେ ପଡିଥିବା ଯୁବକ। ତାଙ୍କ ନାମ ହେଉଛି ଜଗନ୍ନାଥ ପ୍ରଧାନ, ଯାଜପୁରରେ ତାଙ୍କ ଘର। ସେ ଦିନବେଳା ମହିଳାଙ୍କ ଘରକୁ ଆସି ଏହି ହତ୍ୟାକାଣ୍ଡ କରିଛି ବୋଲି ସ୍ବୀକାର କରିଛି।

ଭୁବନେଶ୍ବରର ଭୀମ ଟାଙ୍ଗୀରେ ରହୁଥିବା ମହିଳା ପ୍ରିୟଙ୍କା ପ୍ରିୟଦର୍ଶନୀ ସାହୁଙ୍କ ସହିତ ଜଗନ୍ନାଥଙ୍କର ଆଗରୁ ପରିଚୟ ରହିଛି। ହେଲେ କୌଣସି କାରଣରୁ ପ୍ରିୟଦର୍ଶନୀଙ୍କ ସହିତ ତାଙ୍କର ଝଗଡା ହୋଇଥିଲା। ଫଳରେ ସେ ରାଗରେ ତାଙ୍କୁ ଏବଂ ତାଙ୍କର 3 ବର୍ଷର ପୁଅକୁ ହତ୍ୟା କରିବ ବୋଲି ନିଷ୍ପତି କରିଥିଲା।

ସେହି ଅନୁସାରେ ଆଜି ସେ ମହିଳାଙ୍କ ଭୀମଟାଙ୍ଗି ଘରେ ପହଁଚି ମହିଳାଙ୍କ ଉପରେ ଆକ୍ରମଣ କରିଥିଲା। ଏକ ଧାରୁଆ ଛୁରୀରେ ସେ ମହିଳାଙ୍କ ବେକ କାଟି ଦେଇଥିଲା ବୋଲି ସ୍ବୀକାର କରିଛି। ସୌଭାଗ ବସତଃ ମହିଳାଙ୍କ ପୁଅ ଖେଳିବା ପାଇଁ ଘର ମାଲିକଙ୍କ ପାଖକୁ ଚାଲି ଯାଇଥିଲା। ଫଳରେ ସେ ଅଳ୍ପକେ ଏହି ହତ୍ୟାରୁ ବଞ୍ଚିଯାଇଛି।

ମହିଳାଙ୍କୁ ହତ୍ୟାକରିବା ପରେ ଯୁବକ ଜଣଙ୍କ ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଠା କରିଛି। ଏହି ସମୟରେ ସେ ଏକ ଫୋନରୁ ମହିଳାଙ୍କ ସ୍ବାମୀଙ୍କ ନିକଟକୁ ଏକ ଭିଡିଓ କଲ କରିଛି। ଏହି ଭିଡିଓ କଲରେ ସେ ତାଙ୍କ ସ୍ତ୍ରୀଙ୍କ ରକ୍ତ ଜୁଡୁବୁଡ ଶରୀରକୁ ଦେଖାଇଛି।

ଏକ ଘରୋଇ କଂପାନୀରେ ଚାକିରୀ କରୁଥିବା ତାଙ୍କ ସ୍ବାମୀ ସ୍ତ୍ରୀଙ୍କ ମୃତ ଦେହ ପଡିଥିବାର ଦେଖି ଭୟଭିତ ହୋଇପଡିଥିଲେ। ତୁରନ୍ତ ସେ ଘର ମାଲିକଙ୍କୁ ଫୋନ କରି ଏହି ଖବର ଜଣାଇଥିଲେ। ଘରର ମାଲିକ ଆସିବା ପରେ ଭିତରପଟୁ କବାଟ ବନ୍ଦ ହୋଇଥିବାର ଦେଖିଲେ। ଏହାପରେ ସେ କବାଟ ଭାଙ୍ଗି ଭିତରକୁ ପଶିବା ପରେ ପ୍ରିୟଙ୍କାଙ୍କର ରକ୍ତ ଜୁଡୁବୁଡ ଶରୀର ଦେଖିଥିଲେ।

ଏହି ଭିତରେ ମହିଳାଙ୍କ ସ୍ବାମୀ ପୋଲିସକୁ ଖବର ଦେବାରୁ ଏୟାରଫିଲଡ ଥାନା ପୋଲିସ ଆସି ମୃତ ଦେହ ଜବତ କରିବା ସହ ପାଖରେ ପଡିଥିବା ଯୁବକଙ୍କୁ ଡାକ୍ତରଖାନା ନେଇଥିଲେ। ତେବେ ହତ୍ୟାକଣ୍ଡ ପଛରେ କଣ ରହିଛି ରହସ୍ୟ ତାହା ପୋଲିସ ତଦନ୍ତ କରୁଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଇରାନରେ ପରମାଣୁ ବିକିରଣ ବ୍ୟାପିଲେ କେତେ ଦେଶ ବିପଦରେ ପଡ଼ିବେ?: ଜାଣନ୍ତୁ ସବିକିଛି

March 3, 2026

ୟୁଏଇରେ ଫସି ରହିଥିବା ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା ଜାରି: ଜାଣନ୍ତୁ ଦୂତାବାସ କ’ଣ କହିଛି?

March 3, 2026

ଜାନୁଆରୀ-୨୦୨୬ ଶିକ୍ଷାସତ୍ର ପାଇଁ ଇଗ୍ନୋର ନାମଲେଖା ଅବଧି ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି

March 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍: ଐତିହାସିକ ବିଶ୍ୱ ଘୋଷଣାନାମା ଏବଂ ଏଆଇ କ୍ଷେତ୍ରରେ ପ୍ରମୁଖ ନିବେଶ ପ୍ରତିଶ୍ରୁତି

March 3, 2026
Latest News

ଇରାନରେ ପରମାଣୁ ବିକିରଣ ବ୍ୟାପିଲେ କେତେ ଦେଶ ବିପଦରେ ପଡ଼ିବେ?: ଜାଣନ୍ତୁ ସବିକିଛି

March 3, 2026

ୟୁଏଇରେ ଫସି ରହିଥିବା ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା ଜାରି: ଜାଣନ୍ତୁ ଦୂତାବାସ କ’ଣ କହିଛି?

March 3, 2026

ଆମେରିକାର କ୍ଷେପଣାସ୍ତ୍ର ଆକ୍ରମଣ ମଧ୍ୟରେ ଇରାନରେ ଭୂମିକମ୍ପ

March 3, 2026

ଏହି ଦେଶରେ ଶକ୍ତିଶାଳୀ ଭୂମିକମ୍ପ!: ୬.୨ ତୀବ୍ରତାରେ ଥରିଲା ଧରିତ୍ରୀ

March 3, 2026

କାହିଁକି ୨୦୨୬ ଟି୨୦ ବିଶ୍ୱକପ୍ ଜିତିପାରିବ ନାହିଁ ଟିମ୍ ଇଣ୍ଡିଆ?: ଏହି ୩ ଟି କାରଣ ବଢାଇଛି ଚିନ୍ତା

March 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.