Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»PIB_NEWS»କୋଭିଡ ମୁକାବିଲା ନିମନ୍ତେ ରାଜ୍ୟଗୁଡିକ ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା, ୮ କ୍ଷେତ୍ର ଉପରେ ଗୁରୁତ୍ବ
PIB_NEWS

କୋଭିଡ ମୁକାବିଲା ନିମନ୍ତେ ରାଜ୍ୟଗୁଡିକ ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା, ୮ କ୍ଷେତ୍ର ଉପରେ ଗୁରୁତ୍ବ

July 8, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
କୋଭିଡ ମୁକାବିଲା ନିମନ୍ତେ ରାଜ୍ୟଗୁଡିକ ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା, ୮ କ୍ଷେତ୍ର ଉପରେ ଗୁରୁତ୍ବ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ନୂଆ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଏକ ନୂଆ ଯୋଜନା “ଭାରତ କୋଭିଡ-୧୯ ଜରୁରୀ ମୁକାବିଲା ଏବଂ ସ୍ୱାସ୍ଥ୍ୟ ପ୍ରଣାଳୀ ପ୍ରସ୍ତୁତି ପ୍ୟାକେଜ୍-ପଯ୍ୟାୟ-୨” କୁ ଅନୁମୋଦନ କରିଛନ୍ତି। ଏହି ଯୋଜନାରେ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ୨୩,୧୨୩ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଯାହାକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି।

ଏହି ପ୍ୟାକେଜର ପଯ୍ୟାୟ-୨ରେ କେନ୍ଦ୍ରୀୟ କ୍ଷେତ୍ର (ସିଏସ) ଏବଂ କେନ୍ଦ୍ର ପ୍ରାୟୋଜିତ ଯୋଜନା (ସିଏସଏସ)ର ଉପାଦାନ ସାମିଲ ରହିଛି।  କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଉପାଦାନରେ ଯାହା ସାମିଲ କରାଯାଇଛି।

ସିଏସଏସ ଉପାଦାନ ଅନ୍ତର୍ଗତ, ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକର ଉଦ୍ଦେଶ୍ୟ ହେଉଛି ମହାମାରୀ ବିରୋଧରେ ପ୍ରଭାବୀ ଏବଂ ତ୍ୱରିତ ମୁକାବିଲା ନିମନ୍ତେ ଜିଲ୍ଲା ଓ ଉପଜିଲ୍ଲାସ୍ତରରେ କ୍ଷମତାକୁ ସୁଦୃଢ଼ କରିବା। ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ସହାୟତା ମଧ୍ୟ ଯୋଗାଇ ଦିଆଯିବ।

ରାଜ୍ୟର ସ୍ବାସ୍ଥ୍ୟ କ୍ଷମତା ବୃଦ୍ଧି ପାଇଁ କଣ ପଦକ୍ଷେପ ନେବ କେନ୍ଦ୍ର

1- ସମସ୍ତ ୭୩୬ଟି ଜିଲ୍ଲାରେ ଶିଶୁ ଚିକିତ୍ସା ୟୁନିଟ୍ ପ୍ରତିଷ୍ଠା କରାଯିବ ଏବଂ ଟେଲି-ଆଇସିୟୁ ସେବା ଉପଲବ୍ଧ କରିବା ଲାଗି ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ (ମେଡ଼ିକାଲ କଲେଜ କିମ୍ବା ରାଜ୍ୟ ସରକାରଙ୍କ ଡାକ୍ତରଖାନା କିମ୍ବା ଏମ୍ସ, ଆଇଏନଆଇ ଭଳି କେନ୍ଦ୍ର ଡାକ୍ତରଖାନା ଆଦିରେ ଶିଶୁ ଚିକିତ୍ସା ଉତ୍କର୍ଷ କେନ୍ଦ୍ର (ଶିଶୁ ଚିକିତ୍ସା ସିଓଇ)ର ପ୍ରତିଷ୍ଠା, ଜିଲ୍ଲା ଶିଶୁ ଚିକିତ୍ସା ୟୁନିଟକୁ ପରାମର୍ଶ ଓ ବୈଷୟିକ ସହାୟତା ପ୍ରଦାନ କରାଯିବ।

2- ସାର୍ବଜନନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ୨୦,୦୦୦ ଆଇସିୟୁ ଶଯ୍ୟା ବୃଦ୍ଧି କରାଯିବ, ଯେଉଁଥିରେ ୨୦ ପ୍ରତିଶତ ଶିଶୁ ଚିକିତ୍ସା ଆଇସିୟୁ ଶଯ୍ୟା ରହିବ।

3- ଗ୍ରାମୀଣ, ଅର୍ଦ୍ଧ ସହରାଞ୍ଚଳ ଏବଂ ଜନଜାତି ଇଲାକ କୋଭିଡ-୧୯ ସଂକ୍ରମଣ ବ୍ୟାପିଥିବା କାରଣରୁ ବର୍ତ୍ତମାନର ସିଏଚସି, ପିଏଚସି ଏବଂ ଏସଏଚସି (୬-୨୦ ଶଯ୍ୟା ବିଶିଷ୍ଟ ୟୁନିଟ୍‌)ରେ ଅତିରିକ୍ତ ଶଯ୍ୟା ଯୋଡ଼ିବା ଲାଗି ପୂର୍ବ ପ୍ରସ୍ତୁତ ଭିତ୍ତିଭୂମି ନିର୍ମାଣ କରାଯିବ। ଯାହାଫଳରେ ଜନସମୁଦାୟଙ୍କୁ ସେମାନଙ୍କ ଅଞ୍ଚଳରେ ଚିକିତ୍ସା ମିଳିପାରିବ। ସେହିପରି ଟିୟର-୨ କିମ୍ବା ଟିୟର-୩ ସହର ଏବଂ ଜିଲ୍ଲା ମୁଖ୍ୟାଳୟଗୁଡ଼ିକରେ ଆବଶ୍ୟକତା ଆଧାରରେ ବଡ଼ କ୍ଷେତ୍ରୀୟ ଡାକ୍ତରଖାନା (୫୦-୧୦୦ ଶଯ୍ୟା ବିଶିଷ୍ଟ ୟୁନିଟ) ପ୍ରତିଷ୍ଠା ଲାଗି ମଧ୍ୟ ସହଯୋଗ ଉପଲବ୍ଧ କରାଯିବ।

4- ପ୍ରତି ଜିଲ୍ଲାରେ ଅତିକମରେ ଗୋଟିଏ ୟୁନିଟକୁ ସହଯୋଗ ଦେବାର ଉଦ୍ଦେଶ୍ୟରେ ମେଡ଼ିକାଲ ଗ୍ୟାସ ପାଇପଲାଇନ ସିଷ୍ଟମ (ଏମଜିପିଏସ) ସହିତ ୧୦୫୦ ତରଳ ମେଡ଼ିକାଲ ଅକ୍ସିଜେନ ସଂରକ୍ଷଣ ଟ୍ୟାଙ୍କ ପ୍ରତିଷ୍ଠା କରାଯିବ।

5- ଆମ୍ବୁଲାନ୍ସର ବର୍ତ୍ତମାନ ସଂଖ୍ୟାକୁ ବୃଦ୍ଧି କରାଯିବ-ପ୍ୟାକେଜ ଅନ୍ତର୍ଗତ ୮,୮୦୦ ନୂଆ ଆମ୍ବୁଲାନ୍ସ ସାମିଲ କରାଯିବ।

6- କୋଭିଡର ପ୍ରଭାବୀ ପରିଚାଳନା ଲାଗି ସ୍ନାତକ ଏବଂ ସ୍ନାତୋକୋତ୍ତର ମେଡ଼ିକାଲ ଇଣ୍ଟର୍ଣ୍ଣ, ଏମବିବିଏସ, ବିଏସସି ଏବଂ ଜିଏନଏମ ନର୍ସିଂ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯିବ।

7- ପ୍ରତ୍ୟେକ ସମୟରେ “ପରୀକ୍ଷଣ, ସଙ୍ଗରୋଧ ଏବଂ ଚିକିତ୍ସା ସହିତ କୋଭିଡ ଅନୁକୂଳ ବ୍ୟବହାର” ପାଳନକୁ ଜାତୀୟ ରଣନୀତି ଭାବେ ଗ୍ରହଣ କରାଯାଇଛି, ଏହି କାରଣରୁ ପ୍ରତିଦିନ ଅତିକମରେ ୨୧.୫ ଲକ୍ଷ ନମୁନା ଯାଞ୍ଚ ସ୍ତରକୁ ବଜାୟ ରଖିବା ଲାଗି ରାଜ୍ୟଗୁଡ଼ିକୁ ସହାୟତା ଯୋଗାଇ ଦିଆଯାଇଛି।

8- କୋଭିଡ-୧୯ ପରିଚାଳନା ଲାଗି ଆବଶ୍ୟକ ଔଷଧ ଆବଶ୍ୟକତା ପୂରଣ କରିବା ସହିତ ବଫର ଷ୍ଟକ ପ୍ରସ୍ତୁତ କରିବା ନିମନ୍ତେ ଜିଲ୍ଲାଗୁଡ଼ିକୁ ନମନୀୟ ସମର୍ଥନ ଯୋଗାଇ ଦିଆଯାଇଛି।
“ଭାରତ କୋଭିଡ-୧୯ ଜରୁରିକାଳନୀ ମୁକାବିଲା ଓ ସ୍ୱାସ୍ଥ୍ୟ ପ୍ରଣାଳୀ ପ୍ୟାକେଜ-ପଯ୍ୟାୟ ୨” କୁ ୨୩,୧୨୩ କୋଟିର ମୋଟ ବ୍ୟୟବରାଦ ସହିତ ୧ ଜୁଲାଇ, ୨୦୨୧ ଠାରୁ ୩୧ ମାର୍ଚ୍ଚ ୨୦୨୨ ପଯ୍ୟନ୍ତ ଲାଗୁ କରାଯିବ, ଯେଉଁଥିରେ କେନ୍ଦ୍ର ଓ ରାଜ୍ୟର ଭାଗ ଏହି ପ୍ରକାରରେ ହେବ।

1-ଇସିଆରପି-2, କେନ୍ଦ୍ରୀୟ ଅଂଶ-୧୫,୦୦୦ କୋଟି ଟଙ୍କା
2- ଇସିଆରପି-2 , ରାଜ୍ୟ ଅଂଶ- ୮୧୨୩ କୋଟି ଟଙ୍କା

୨୦୨୧-୨୨ ଆର୍ଥିକ ବର୍ଷର ଆସନ୍ତା ୯ ମାସ ପର‌୍ୟ୍ୟନ୍ତ ତତ୍କାଳ ଆବଶ୍ୟକତା ଉପରେ ଜୋର ଦିଆଯାଇ ଦ୍ବିତୀୟ ଲହରୀ ଏବଂ ବୃଦ୍ଧି ପାଉଥିବା ମହାମାରୀକୁ ଦୃଷ୍ଟିରେ ରଖି ବର୍ତ୍ତମାନର ମୁକାବିଲା ପଦକ୍ଷେପକୁ ସୁଦୃଢ଼ କରିବାରେ କେନ୍ଦ୍ର ସରକାରଙ୍କ ଡାକ୍ତରଖାନା, ଏଜେନ୍ସି ଓ ରାଜ୍ୟ, କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କୁ ସହାୟତା ଯୋଗାଇ ଦିଆଯିବ। ଜିଲ୍ଲା ଓ ଉପ ଜିଲ୍ଲା ସ୍ତରର ସ୍ୱାସ୍ଥ୍ୟ ସୁବିଧା କେନ୍ଦ୍ରଗୁଡ଼ିକୁ ମଧ୍ୟ ଏହି ସହାୟତା ମିଳିପାରିବ।

ନୂଆ କ୍ୟାବିନେଟ ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

March 14, 2026

୧୭୦ ଦିନ ପରେ ଯୋଧପୁର ଜେଲରୁ ମୁକୁଳିଲେ ସୋନମ ୱାଙ୍ଗଚୁକ୍, NSA ମଧ୍ୟ ପ୍ରତ୍ୟାହାର କଲେ ସରକାର 

March 14, 2026

ଆପଣଙ୍କ ଆକାଉଣ୍ଟରେ ଜମା ହୋଇନାହିଁ କି ସମ୍ମାନ ନିଧି ଟଙ୍କା?: ଏଠାରେ ଦାଖଲ କରନ୍ତୁ ଅଭିଯୋଗ

March 14, 2026
Latest News

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

March 14, 2026

କୋଲକାତାରେ ୧୮୭୦୦ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 14, 2026

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026

ପୋଲିସ୍ ଭବନଠାରେ ‘ଜୁଭେନଟିକା– ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନା ଚକ୍ର

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.