
ପୁରୀ, ଆଜି ପବିତ୍ର ରଥାଯାତ୍ରା ଉପଲକ୍ଷେ ଶ୍ରୀକ୍ଷେତ୍ର ପୁରୀରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଷ। ହେଲେ ସେହିପରିବେଷକୁ ଅନୁଭବ କରିବା ପାଇଁ ନାହାଁନ୍ତି ଭକ୍ତି। ବିନା ଭକ୍ତରେ ତିନିଠାକୁର ହୋଇଛନ୍ତି ରଥାଋଢ। ପ୍ରଥମେ ବଳଭଦ୍ର, ପରେ ମା ସୁଭଦ୍ରା ଏବଂ ଶେଷରେ ପ୍ରଭୃ ଜଗନ୍ନାଥଙ୍କୁ ପହଣ୍ଡି ବିଜେ କରାଯାଇ ରଥାଋଢ କରାଯାଇଛି।
ଆଜି ନିର୍ଦ୍ଧାରିତ ସମୟରେ ତିନି ଠାକୁରଙ୍କ ସମସ୍ତ ନୀତି ସଂପର୍ଣ୍ଣ କରାଯାଇ ପହଣ୍ଡି ପାଇଁ ପ୍ରସ୍ତୁତ କରାଯାଇଥିଲା। ମହାପ୍ରଭୃ ରଥାଋଢ ହେବା ପରେ ଗଜପତି ଦିବ୍ୟସିଂହ ଦେବ ନିର୍ଦ୍ଧାରିତ ସମୟ ପୂର୍ବରୁ ଛେରା ପହାଁରା ନିତି ଆରମ୍ଭ କରିଦେଇଛନ୍ତି। ଏହି ନୀତି ଦିନ 12ଟା 45ରୁ ଆରମ୍ଭ ହେବାର ଥିଲା। ହେଲେ ଗଜପତି ମହାରାଜା ଦୁଇଘଣ୍ଟା ପୂର୍ବରୁ ଏହି ନୀତି ଆରମ୍ଭ କରି ଦେଇଛନ୍ତି।
ଗଜପତିଙ୍କ ଛେରା ପହଁରା ପ୍ରାୟ 12 ଟା ବେଳେ ଶେଷ ହେବ ବୋଲି ଜଣାପଡିଛି। ଛେରା ପହଁରା ସରିବା ପରେ ଅନ୍ୟା ରିତିନୀତି ପାଇଁ ଆଉ ଘଣ୍ଟାଏ ସମୟ ଲାଗିବ। ଏହାପରେ ଚାରମାଳ ଫିଟାଯାଇ ରଥ ଟଣା ଆରମ୍ଭ ହେବ। ବର୍ତ୍ତମାନର ନୀତି ଅନୁସାରେ ଅନୁମାନ କରାଯାଉଛି ଦିନ ପ୍ରାୟ 12.30 ଭିତରେ ରଥ ଟଣା ଆରମ୍ଭ ହୋଇଯିବ।