Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»RathJatra»ଆଡପ ମଣ୍ଡପକୁ ବିଜେ କଲେ ମହାପ୍ରଭୃ, ହେଲେ ଜନ୍ମବେଦୀରେ ବସିଲେ ଏକା ଏକା
RathJatra

ଆଡପ ମଣ୍ଡପକୁ ବିଜେ କଲେ ମହାପ୍ରଭୃ, ହେଲେ ଜନ୍ମବେଦୀରେ ବସିଲେ ଏକା ଏକା

July 13, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଡପ ମଣ୍ଡପକୁ ବିଜେ କଲେ ମହାପ୍ରଭୃ, ହେଲେ ଜନ୍ମବେଦୀରେ ବସିଲେ ଏକା ଏକା

ପୁରୀ, ତିନିଠାକୁର ଆଜି ଅପରାହ୍ନରେ ତିନି ରଥରୁ ଆଡପ ମଣ୍ଡପକୁ ବିଜେ କରିଛନ୍ତି। ନଅ ଦିନ ଧରି ସେ ନିଜ ଜନ୍ମ ବେଦୀରେ ରହିବେ। ହେଲେ ଦୁଃଖର କଥା ତିନି ଠାକରୁ ଏକା ଏକା ବସିବେ ସିନେ କୌଣସି ଭକ୍ତଙ୍କୁ ଦେଖିପାରିବେ ନାହିଁ। ଏହା ଉଭୟ ଭକ୍ତ ଏବଂ ଭଗବାନଙ୍କ ପାଇଁ ଏକ ଦୁଃଖଦାୟକ ଘଟଣା ପାଲଟି ଯାଇଛି।

କରୋନା କଟକଣା ପାଇଁ ପୁରୀରେ କର୍ଫୁ ଜାରି କରାଯାଇଛି। ସଂକ୍ରାମଣକୁ ରୋକିବା ପାଇଁ ପୁରୀ ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି। ଏପରିକି ପୁରୀର ସମସ୍ତ ରାସ୍ତାକୁ ମଧ୍ୟ ସିଲ୍ କରି ଦିଆଯାଇଛି। ଫଳରେ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଭକ୍ତ ଓ ଭଗବାନଙ୍କ ମଧ୍ୟ  ଦୂରତା ବଢିଯାଇଛି।

ରଥଯାତ୍ରା ଦିନ ତିନି ରଥ ନିର୍ଦ୍ଧାରିତ ସମୟ ପୂର୍ବରୁ ଗୁଣ୍ଡିଚା ମନ୍ଦିର ଆଗରେ ଲାଗିବା ପରେ ସଂଧ୍ୟା ଆଳତି କରାଯାଇଥିଲା। ଏହାପରେ ରଥରେ ଠାକୁରଙ୍କୁ ଭକ୍ତମାନେ ଦର୍ଶନ କରିବା କଥା, ହେଲେ ତାହା କରୋନା ପାଇଁ ହୋଇପାରିଲା ନାହିଁ।

ମଙ୍ଗଳବାର ସଂଧ୍ୟାରେ ତିନିଠାକୁରଙ୍କ ସଂଧ୍ୟା ଆଳତି ପରେ ଆଡପ ମଣ୍ଡପ ବିଜେ ନୀତି ଆରମ୍ଭ ହୋଇଥିଲା। ପ୍ରଥମେ ରଥରୁ ଘୋଡା ବାହାର କରାଯାଇ ଚାରମାଳ ବନ୍ଧାଯାଇଥିଲା। ଏହାପରେ ତିନିଠାକୁର ଗୋଟି ପହଣ୍ଡିରେ ରତ୍ନବେଦୀକୁ ବିଜେ କରିଥିଲେ। ପ୍ରଥମେ ବଡଭାଇ ବଳଭଦ୍ର, ପରେ ଭଉଣୀ ସୁଭଦ୍ରା ଏବଂ ଶେଷରେ ପ୍ରଭୃ କାଳିଆ ଠାକୁର ଜନ୍ମବେଦୀକୁ ବିଜେ କରିଥିଲେ।

ଭକ୍ତ ନ ଥିବାରୁ କେବଳ ସେବକମାନେ ହରିବୋଲ ସହ ଘଣ୍ଟ ତୁରୀ ବଜାଇ ଠାକୁରଙ୍କୁ ବିଜେ କରାଇଥିଲେ। ବିଶ୍ବାସ ରହିଛି ଯେ ଆଡପ ମଣ୍ଡପରେ ଶ୍ରୀଜିୟୁଙ୍କୁ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ। ସେଥିପାଇଁ ଯେଉଁମାନେ ରଥରେ ଠାକୁରଙ୍କୁ ଦର୍ଶନ କରିବାକୁ ସୁଯୋଗ ପାଇ ନ ଥାନ୍ତି, ସେମାନେ ଆଡପ ମଣ୍ଡପ ଦର୍ଶନ କରିଥାନ୍ତି। ହେଲେ ଚଳିତ ବର୍ଷ କରୋନା ସବୁକିଛି ଛାରଖାର କରିଦେଲା।

ଆଡପ ମଣ୍ଡପ ଆଡପମଣ୍ଡପ ବିଜେ ରଥଯାତ୍ରା ଶ୍ରୀଜଗନ୍ନାଥ
Share. Facebook Twitter LinkedIn Email WhatsApp Copy Link

Related Posts

ବିରିରେ ରହିଛି ଅନେକ ଉପକାରିତା: ମାଗଣା ସ୍ଵାସ୍ଥ୍ୟ ଶିବିରରେ ବର୍ଣ୍ଣନା କଲେ ଡାକ୍ତର

March 23, 2026

‘ଯଦି ସତ ହୁଏ, ତେବେ ମୁଁ….’: ରାଘବ ଚଢାଙ୍କ ବିଜେପି ରେ ଯୋଗଦେବା ପ୍ରସଙ୍ଗରେ କହିଲେ AAP ସାଂସଦ

March 23, 2026

IPL ପାଇଁ ୧୫ଟି ସହରରେ ହେବ ଫ୍ୟାନ୍ ପାର୍କ: ଜାଣନ୍ତୁ ଓଡିଶାରେ କେବେ ଓ କେଉଁଠି?

March 23, 2026

ଜୀ-ସାର୍ଥକର ବଡ଼ ଉପହାର: “ଦେଖନ୍ତୁ ଲଗାତାର ଜିତନ୍ତୁ କାର”

March 23, 2026
Latest News

ବିରିରେ ରହିଛି ଅନେକ ଉପକାରିତା: ମାଗଣା ସ୍ଵାସ୍ଥ୍ୟ ଶିବିରରେ ବର୍ଣ୍ଣନା କଲେ ଡାକ୍ତର

March 23, 2026

‘ଯଦି ସତ ହୁଏ, ତେବେ ମୁଁ….’: ରାଘବ ଚଢାଙ୍କ ବିଜେପି ରେ ଯୋଗଦେବା ପ୍ରସଙ୍ଗରେ କହିଲେ AAP ସାଂସଦ

March 23, 2026

IPL ପାଇଁ ୧୫ଟି ସହରରେ ହେବ ଫ୍ୟାନ୍ ପାର୍କ: ଜାଣନ୍ତୁ ଓଡିଶାରେ କେବେ ଓ କେଉଁଠି?

March 23, 2026

ଭାରତ ପାଇଁ ବଡ଼ ଆଶ୍ୱସ୍ତି: ହର୍ମୁଜ୍ ପ୍ରଣାଳୀ ପାର କଲେ ଦୁଇଟି LPG ଟ୍ୟାଙ୍କର୍ 

March 23, 2026

ଜୀ-ସାର୍ଥକର ବଡ଼ ଉପହାର: “ଦେଖନ୍ତୁ ଲଗାତାର ଜିତନ୍ତୁ କାର”

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.