Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କୃଷି ଓ ସମବାୟ ବିଭାଗର ମନ୍ତ୍ରୀ ସ୍ତରୀୟ ଯୁଗ୍ମ ବୈଠକ,ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଉପରେ ଗୁରୁତ୍ୱ
ବିଶେଷ ଖବର

କୃଷି ଓ ସମବାୟ ବିଭାଗର ମନ୍ତ୍ରୀ ସ୍ତରୀୟ ଯୁଗ୍ମ ବୈଠକ,ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଉପରେ ଗୁରୁତ୍ୱ

July 16, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
କୃଷି ଓ ସମବାୟ ବିଭାଗର ମନ୍ତ୍ରୀ ସ୍ତରୀୟ ଯୁଗ୍ମ ବୈଠକ,ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଉପରେ ଗୁରୁତ୍ୱ

ଭୁବନେଶ୍ୱର, କୃଷି ଓ କୃଷକର ଉନ୍ନତି ନିମନ୍ତେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ସମବାୟ ବିଭାଗ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ପରିପ୍ରେକ୍ଷୀରେ ଦୁଇ ବିଭାଗ ମଧ୍ୟରେ ଏକାଭିମୁଖିତା ଉପରେ ଗୁରୁତ୍ୱ ଦିଆଯାଇଛି । ରାଜ୍ୟ ସ୍ତରରେ ନିୟମିତ ଭାବେ ପ୍ରତି ମାସରେ ଉଭୟ ବିଭାଗର ବରିଷ୍ଠ ଅଧିକାରୀ ସ୍ତରୀୟ ବୈଠକ ଆୟୋଜନ କରିବା ସହିତ ଜିଲ୍ଲା ଓ ବ୍ଲକ୍‌ ସ୍ତରରେ ନିୟମିିତ ବୈଠକ କରି ଚାଷୀଙ୍କ ସମସ୍ୟା ତୁରନ୍ତ ସମାଧାନ କରିବା ଦିଗରେ ପଦକ୍ଷେପ ନେବା ପାଇଁ କୁହାଯାଇଛି ।

ଆଜି କୃଷି ଭବନଠାରେ ଆୟୋଜିତ ଯୁଗ୍ମ ବୈଠକରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ଚଳିତ ଖରିଫରେ ବିଭାଗ ଦ୍ୱୟ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ବିଶଦ ଭାବରେ ଆଲୋଚନା କରିବା ଅବସରରେ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଓଡ଼ିଶାରେ କୃଷି କାର୍ଯ୍ୟ ପାଇଁ ଅଧିକାଂଶ ଚାଷୀ ସମବାୟ ସଂସ୍ଥା ଉପରେ ନିର୍ଭର କରିଥାନ୍ତି । ଫସଲ ଋଣଠାରୁ ଆରମ୍ଭ କରି ବିହନ, ସାର ଆଦି ସମବାୟ ବିଭାଗ ଅଧୀନସ୍ଥ ସୋସାଇଟି ମାଧ୍ୟମରେ ଯୋଗାଇ ଦେଇଥାଏ । ଚଳିତ ବର୍ଷ ଧାର୍ଯ୍ୟ ଲକ୍ଷ୍ୟ ୯୦୦୦ କୋଟି ଟଙ୍କାର ଫସଲ ଋଣ ମଧ୍ୟରୁ ଅଦ୍ୟାବଧି ୧୨ ଲକ୍ଷ ୭୬ ହଜାର ୪୪୫ ଜଣ ଚାଷୀଙ୍କୁ ୫ ହଜାର ୮୦୨ କୋଟି ଟଙ୍କା ଋଣ ବାବଦରେ ଯୋଗାଇ ଦିଆଯାଇଛି । ଫସଲ ଋଣ ପ୍ରଦାନ ଦିଗରେ ଯୁଗ୍ମ ଦେୟ ଗୋଷ୍ଠୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଗ୍ରାଧିକାର ଦେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ ।

ଏଥି ସହିତ ଋଣ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ପାଇଁ ସମବାୟ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ । ଚାଷ କାର୍ଯ୍ୟ, ଫସଲ ଅମଳ ଓ ଫସଲର ବିକି୍ରବଟା ସହିତ ସମବାୟ ବିଭାଗ ଚାଷୀମାନଙ୍କ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଏହି ପରିପ୍ରେକ୍ଷୀରେ ଚାଷୀମାନଙ୍କର ଆବଶ୍ୟକତାକୁ ପୂରଣ କରିବା ଦିଗରେ ଉଭୟ କୃଷି ଓ ସମବାୟ ବିଭାଗ ସର୍ବଦା ମିଳିତ ପ୍ରୟାସ କରିବା ଉପରେ ସମବାୟ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। କୃଷି କାର୍ଯ୍ୟରେ ବୈଷୟିକ ଜ୍ଞାନକୌଶଳ ଓ ଯନ୍ତ୍ରପାତିର ବହୁଳ ବ୍ୟବହାର ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ ।

ଚଳିତ ଖରିଫରେ ଓଡ଼ିଶା ରାଜ୍ୟ ବିହନ ନିଗମ ପକ୍ଷରୁ ଚାଷୀମାନଙ୍କୁ ଅଦ୍ୟାବଧି ୩ ଲକ୍ଷ ୬୦ ହଜାର କ୍ୱିଣ୍ଟାଲ ବିହନ ଯୋଗାଇ ଦିଆଯାଉଛି । ଆଉ ୧ ଲକ୍ଷ କ୍ୱିଣ୍ଟାଲ ବିହନକୁ ପ୍ୟାକ୍ସଗୁଡ଼ିକୁ ତୁରନ୍ତ ପ୍ରେରଣ କରିବା ପାଇଁ କୃଷି ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଚାଷୀମାନଙ୍କୁ ଠିକ୍‌ ସମୟରେ ପର୍ଯ୍ୟାପ୍ତ ସାର ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
କୋଭିଡ୍‌-୧୯ ପରିସ୍ଥିତିରେ ଚାଷୀ ଚାଷକାର୍ଯ୍ୟ ଅବ୍ୟାହତ ରଖି ଅଧିକ ପରିମାଣରେ ଧାନ ଉତ୍ପାଦନ କରି ଜନସାଧାରଣଙ୍କ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିପାରିଛି ।

ରାଜ୍ୟ ସରକାର ସର୍ବନିମ୍ନ ସହାୟକ ମୂଲ୍ୟରେ ପଂଜୀକୃତ ଚାଷୀମାନଙ୍କଠାରୁ ଖରିଫ ବିପଣନ ଋତୁ ୨୦୨୦-୨୧ରେ ରେକର୍ଡ ପରିମାଣର ଧାନ ସଂଗ୍ରହ କରି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଅର୍ଥ ପ୍ରେରଣ କରିଛି । ଚଳିତ ଜୁଲାଇ ୧୫ ତାରିଖଠାରୁ ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କ ଅନ୍‌ଲାଇନ୍‌ ମାଧ୍ୟମରେ ନାମ ପଂଜୀକରଣ କାର୍ଯ୍ୟ ଆରମ୍ଭ ହୋଇଛି । ଅଧିକରୁ ଅଧିକ ଚାଷୀ ଯେପରି ସେମାନଙ୍କର ନାମ ପଂଜୀକରଣ କରିପାରିବେ ସେଥି ନିମନ୍ତେ ଗ୍ରାମାଞ୍ଚଳରେ ବ୍ୟାପକ ପ୍ରଚାରର ଆବଶ୍ୟକତା ରହିଛି ।

ନିର୍ଭୁଲ ଚାଷୀ ପଂଜୀକରଣ ପ୍ରସ୍ତୁତ ନିମନ୍ତେ ଯାଞ୍ଚ କାର୍ଯ୍ୟରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଏଥି ସହିତ ଫସଲର ବିବିଧିକରଣ କରି ଅଣଧାନ ଚାଷରେ ଚାଷୀମାନେ ଯେପରି ଅଧିକ ଅର୍ଥ ଉପାର୍ଜନ କରିପାରିବେ ସେଥି ନିମନ୍ତେ ଆବଶ୍ୟକ ପଦକ୍ଷେପ ଦିଗରେ ବୈଠକରେ ଆଲୋଚନା ହୋଇଥିଲା । ସେହିପରି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଫସଲ ନଷ୍ଟ ହେଲେ ଚାଷୀ ଯେପରି ବୀମା କଂପାନୀଠାରୁ କ୍ଷତିପୂରଣ ଅର୍ଥ ପାଇପାରିବେ, ସେଥି ନିମନ୍ତେ ଅଧିକରୁ ଅଧିକ ଚାଷୀଙ୍କୁ ବୀମାଭୂକ୍ତ କରାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ବୈଠକରେ କୃଷି ଯାନ୍ତ୍ରିକୀକରଣ ଏବଂ ପ୍ୟାକ୍ସ/ଲ୍ୟାମ୍ପସ୍‌କୁ ୱାନ୍‌ ଷ୍ଟପ୍‌ ସପ୍‌, ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ ଦ୍ୱାରା ଇ-ନାମ ମାଧ୍ୟମରେ କୃଷି ସାମଗ୍ରୀ ବିକି୍ରବଟା, ରାଜ୍ୟରେ ଶୀତଳ ଭଣ୍ଡାରର ସ୍ଥିତି ଆଦି ବିଷୟରେ ବିଶଦ ଭାବରେ ଆଲୋଚନା ହୋଇଥିଲା । ବୈଠକ ପ୍ରାରମ୍ଭରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର କୃଷି ବିଭାଗ ପକ୍ଷରୁ ସମବାୟ ବିଭାଗ ମାଧ୍ୟମରେ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ପଂଚାୟତ ସ୍ତରରେ ଏବଂ ବ୍ଲକ୍‌ ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହିତ ନିୟମିତ ବୈଠକ ଅନୁଷ୍ଠିତ ହେଉଥିବା କହିଥିଲେ ।

ଅରୁଣ ସାହୁ କୃଷି ବିଭାଗ କୃଷି ଭବନ ସମବାୟ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋଲିଲା ମା’ ଭଗବତୀଙ୍କ ଭିତର ହୁଣ୍ଡି: ଜାଣନ୍ତୁ ଶ୍ରଦ୍ଧାଳୁଙ୍କ ମୋଟ ଦାନ ପରିମାଣ

July 31, 2026

ଆଇବି ଅଧିକାରୀ ଅଙ୍କିତ ଶର୍ମା ହତ୍ୟା ମାମଲା: ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ

July 31, 2026

ଚିଲିକାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ଗଢ଼ିବା ଲକ୍ଷ୍ୟ: ବିସ୍ତୃତ ଆଲୋଚନା କଲେ ଆଇନ ମନ୍ତ୍ରୀ

July 31, 2026

ଗଲୱାନ ସଂଘର୍ଷ ପରେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବେ ସି ଜିନପିଙ୍ଗ

July 31, 2026
Latest News

ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି ମଧ୍ୟରେ କ୍ୟାବିନେଟ ବୈଠକ କଲେ ପ୍ରଧାନମନ୍ତ୍ରୀ ମୋଦୀ 

July 31, 2026

ଉପେନ୍ଦ୍ର କୁଶୱାହାଙ୍କ ପାଇଁ ବିଜେପି ର ତ୍ୟାଗ: ପୁଅ ଦୀପକ ପ୍ରକାଶଙ୍କୁ ଦେଲା ଏମଏଲସି ଆସନ

July 31, 2026

ଖୋଲିଲା ମା’ ଭଗବତୀଙ୍କ ଭିତର ହୁଣ୍ଡି: ଜାଣନ୍ତୁ ଶ୍ରଦ୍ଧାଳୁଙ୍କ ମୋଟ ଦାନ ପରିମାଣ

July 31, 2026

ଆଇବି ଅଧିକାରୀ ଅଙ୍କିତ ଶର୍ମା ହତ୍ୟା ମାମଲା: ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ

July 31, 2026

ଚିଲିକାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ଗଢ଼ିବା ଲକ୍ଷ୍ୟ: ବିସ୍ତୃତ ଆଲୋଚନା କଲେ ଆଇନ ମନ୍ତ୍ରୀ

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.