Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବେସାହାରା ପ୍ରାଣୀଙ୍କ ସାହାରା ପାଲଟିଥିବା ଅବସରପ୍ରାପ୍ତ ସେନା ଅଧିକାରିଣୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ଜାତୀୟ ଖବର

ବେସାହାରା ପ୍ରାଣୀଙ୍କ ସାହାରା ପାଲଟିଥିବା ଅବସରପ୍ରାପ୍ତ ସେନା ଅଧିକାରିଣୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

July 18, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବେସାହାରା ପ୍ରାଣୀଙ୍କ ସାହାରା ପାଲଟିଥିବା ଅବସରପ୍ରାପ୍ତ ସେନା ଅଧିକାରିଣୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର କୋଟା ସହରରେ ରହୁଥିବା ପ୍ରମିଳା ସିଂଙ୍କୁ ଏକ ପତ୍ର ଲେଖିଛନ୍ତି । ପ୍ରମିଳା ହେଉଛନ୍ତି ଭାରତୀୟ ସେନାର ଜଣେ ଅବସରପ୍ରାପ୍ତ ଅଧିକାରିଣୀ । ତାଙ୍କର ଦୟାଳୁ ସ୍ୱଭାବ ଓ ସେବା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଛନ୍ତି।

କରୋନା ଜନିତ ଲକଡାଉନ୍ ସମୟରେ ଅବସରପ୍ରାପ୍ତ ମେଜର ପ୍ରମିଳା ସିଂ ଏବଂ ତାଙ୍କ ପିତା ଶ୍ୟାମବୀର ସିଂ ଅସହାୟ ଓ ପରିତ୍ୟକ୍ତ ସ୍ଥିତିରେ ଥିବା ପଶୁଙ୍କ ଯତ୍ନ ନେଇଥିଲେ । ସେମାନଙ୍କର ଯନ୍ତ୍ରଣାକୁ ବୁଝି ସେମାନଙ୍କୁ ସହାୟତା କରିବାକୁ ଆଗେଇ ଆସିଥିଲେ । ନିଜର ବ୍ୟକ୍ତିଗତ ସଞ୍ଚିତ ଅର୍ଥ ଖର୍ଚ୍ଚ କରି ମେଜର ପ୍ରମିଳା ଓ ତାଙ୍କ ପିତା ରାସ୍ତାରେ ବୁଲୁଥିବା ବୁଲା ପଶୁଙ୍କ ଖାଦ୍ୟ ଓ ଚିକିତ୍ସା ପାଇଁ ବ୍ୟବସ୍ଥା କରିଥିଲେ । ମେଜର ପ୍ରମିଳାଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ତାଙ୍କର ପ୍ରୟାସକୁ ସମାଜ ପାଇଁ ଏକ ପ୍ରେରଣା ବୋଲି ଅଭିହିତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ତାଙ୍କୁ ଲେଖିଥିବା ପତ୍ରରେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ବିଗତ ପାଖାପାଖି ଦେଢ଼ ବର୍ଷ ଧରି, ଆମେ ଏକ ଅଭୂତପୂର୍ବ ପରିସ୍ଥିତିକୁ ଦୃଢ଼ତାର ସହ ସମ୍ମୁଖିନ ହୋଇଛୁ । ଏହା ଏପରି ଏକ ଐତିହାସିକ ସମୟ ଯାହାକୁ ଲୋକମାନେ ସାରା ଜୀବନ ଭୁଲି ପାରିବେ ନାହିଁ । ଏହା କେବଳ ମଣିଷଙ୍କ ପାଇଁ ନୁହେଁ ବରଂ ମଣିଷମାନଙ୍କ ସାନ୍ନିଧ୍ୟରେ ରହୁଥିବା ଅନେକ ପ୍ରାଣୀଙ୍କ ପାଇଁ କଷ୍ଟକର ମୁହୂର୍ତ୍ତ। ଏପରି ସ୍ଥିତିରେ ଆପଣ ଅସହାୟ ପଶୁଙ୍କ ଦୁଃଖ-ଯନ୍ତ୍ରଣା ଏବଂ ଆବଶ୍ୟକତା ପ୍ରତି ସମ୍ବେଦନଶୀଳ ହେବା ତଥା ସେମାନଙ୍କର କଲ୍ୟାଣ ପାଇଁ ବ୍ୟକ୍ତିଗତ ସ୍ତରରେ ସମ୍ପୂର୍ଣ୍ଣ ସାମର୍ଥ୍ୟର ସହିତ କାମ କରିବା ପ୍ରଶଂସନୀୟ ଅଟେ ।

ଏଥିସହିତ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଏହି ସଙ୍କଟପୂର୍ଣ୍ଣ ସମୟରେ ଏପରି ଅନେକ ଉଦାହରଣ ଦେଖିବାକୁ ମିଳିଛି ଯାହା ମାନବିକତାକୁ ନେଇ ଆମକୁ ଗର୍ବ କରିବାର ଅବସର ପ୍ରଦାନ କରିଛି । ପ୍ରଧାନମନ୍ତ୍ରୀ ମୋଦୀ ଆଶା ବ୍ୟକ୍ତ କରିଥିଲେ ଯେ ମେଜର ପ୍ରମିଳା ଏବଂ ତଙ୍କ ପିତା ଏହିପରି ଭାବେ ସେମାନଙ୍କର ପ୍ରୟାସ ଜରିଆରେ ସମାଜରେ ସଚେତନତା ପ୍ରସାରିତ କରି ନିଜର କାଯ୍ୟ ମାଧ୍ୟମରେ ଲୋକମାନଙ୍କୁ ନିରନ୍ତର ଅନୁପ୍ରାଣିତ କରି ଚାଲିଥିବେ ।

ଏଥିପୂର୍ବରୁ ମେଜର ପ୍ରମିଳା ସିଂ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ଜଣାଇଥିଲେ ଯେ ପଶୁମାନଙ୍କର ଦେଖାଶୁଣା କରିବା ଲାଗି ଲକଡାଉନ ସମୟରେ ସେ ଯେଉଁ କାମ ଆରମ୍ଭ କରିଥିଲେ ତାହା ଏବେ ସୁଦ୍ଧା ଜାରି ରହିଛି । ସେ ପତ୍ରରେ ଅସହାୟ ପଶୁଙ୍କ ଯନ୍ତ୍ରଣାକୁ ବ୍ୟକ୍ତ କରି ସମାଜର ଅଧିକରୁ ଅଧିକ ଲୋକଙ୍କୁ ଏମାନଙ୍କ ସହାୟତା କରିବା ନିମନ୍ତେ ଆଗେଇ ଆସିବା ନିମନ୍ତେ ଅପିଲ କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ସଦସ୍ୟ ଭାବେ ୧୯ ଜଣ ନେଲେ ଶପଥ, ଓଡିଶାର ତିନିଜଣ

April 6, 2026

୨୦୨୫–୨୬ ଆର୍ଥିକ ବର୍ଷରେ ସ୍କ୍ରାପ୍ ବିକ୍ରୟରୁ ରେକର୍ଡ ରାଜସ୍ୱ ଅର୍ଜନ କଲା ପୂର୍ବ ତଟ ରେଳପଥ

April 6, 2026

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପାଇଁ ସତର୍କର ଘଣ୍ଟି!: ସର୍ଭେ ରିପୋର୍ଟରେ ଟିଏମସି-ବିଜେପି କଡ଼ା ଟକ୍କର

April 6, 2026

ବିଭିନ୍ନ ଜିଲ୍ଲା ପାଇଁ ଘୋଷଣା ହେଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଉପାଧ୍ୟକ୍ଷଙ୍କ ନାମ, ସେମାନେ ହେଲେ..

April 6, 2026
Latest News

ରାଜ୍ୟସଭା ସଦସ୍ୟ ଭାବେ ୧୯ ଜଣ ନେଲେ ଶପଥ, ଓଡିଶାର ତିନିଜଣ

April 6, 2026

କଣ୍ଢଲ ଆଶ୍ରମ ବିଦ୍ୟାଳୟରେ ସ୍ବତନ୍ତ୍ର ମାର୍ଗଦର୍ଶନ ଓ ପରାମର୍ଶ ଶିବିର

April 6, 2026

୨୦୨୫–୨୬ ଆର୍ଥିକ ବର୍ଷରେ ସ୍କ୍ରାପ୍ ବିକ୍ରୟରୁ ରେକର୍ଡ ରାଜସ୍ୱ ଅର୍ଜନ କଲା ପୂର୍ବ ତଟ ରେଳପଥ

April 6, 2026

ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଗ୍ନି ନିରାପତ୍ତା ସଚେତନତା

April 6, 2026

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପାଇଁ ସତର୍କର ଘଣ୍ଟି!: ସର୍ଭେ ରିପୋର୍ଟରେ ଟିଏମସି-ବିଜେପି କଡ଼ା ଟକ୍କର

April 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.