Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»RathJatra»ବିନା ଭକ୍ତରେ ଶେଷ ହେଲା ଶ୍ରୀଜିୟୁଙ୍କ ସୁନାବେଶ, ବାକି ରହିଲା ଅଧରପଣା ଆଉ ନିଳାଦ୍ରୀବିଜେ
RathJatra

ବିନା ଭକ୍ତରେ ଶେଷ ହେଲା ଶ୍ରୀଜିୟୁଙ୍କ ସୁନାବେଶ, ବାକି ରହିଲା ଅଧରପଣା ଆଉ ନିଳାଦ୍ରୀବିଜେ

July 21, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିନା ଭକ୍ତରେ ଶେଷ ହେଲା ଶ୍ରୀଜିୟୁଙ୍କ ସୁନାବେଶ, ବାକି ରହିଲା ଅଧରପଣା ଆଉ ନିଳାଦ୍ରୀବିଜେ

ପୁରୀ, ବିନା ଭକ୍ତରେ ମହାପ୍ରଭୃଙ୍କ ସୁନାବେଶ ସଂପର୍ଣ୍ଣ ହୋଇଛି। ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ନିତି ସଂପର୍ଣ୍ଣ ହୋଇଛି। ପୂଜା ବିଧି ଅନୁସାରେ ଅପରାହ୍ନରେ ଶ୍ରୀଜିୟୁଙ୍କ ସୁନାବେଶ ଆରମ୍ଭ ହୋଇଥିଲା। ଏଥିରେ ଶ୍ରୀଜଗନ୍ନାଥ, ବଡଠାକୁର ବଳଭଦ୍ର ଏବଂ ମା ସୁଭଦ୍ରାଙ୍କୁ ସୁନାବେଶରେ ସଜାଯାଇଥିଲା।

ଏଥିରେ ପଂରପରା ଅନୁସାରେ ମହାପ୍ରଭୁ ଜଗନ୍ନାଥଙ୍କୁ ଶ୍ରୀଭୁଜ, ଶ୍ରୀପୟର, କିରୀଟ, ଓଡ଼ିଆଣୀ, ଚନ୍ଦ୍ର ସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ସ୍ୱର୍ଣ୍ଣ ଚକ୍ର, ରୌପ୍ୟ ଶଙ୍ଖ, ହରିଡ଼ା କଦମ୍ବ ମାଳି, ତାବିଜ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା ଅଳଙ୍କାରରେ ସଜେଇ ହୋଇଛନ୍ତି।

ସେହିପରି ବଡ଼ଠାକୁର ବଳଭଦ୍ର ମଧ୍ୟ ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣୀ, କୁଣ୍ଡଳୀ, କୁଣ୍ଡଳ, ଚନ୍ଦ୍ର ସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ହଳ ଓ ମୂଷଳ, ବାହାଡ଼ା ମାଳି, ବାଘ ନଖ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା କମର ପଟିରେ ବେଶ ହୋଇଛନ୍ତି ଏବଂ ଦେବୀ ସୁଭାଦ୍ରାଙ୍କୁ ମଧ୍ୟ ବିରୀଟ, ଓଡ଼ିଆଣୀ, କାନ, ଚନ୍ଦ୍ର ସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ୨ଟି ତଗଡ଼ି ଏବଂ ସେବତୀ ମାଳିରେ ଆଭୂଷିତ କରାଯାଇଛି।

ଏହାପରେ ଗୁରୁବାର ଦିନ ପ୍ରଭୃଙ୍କ ଅଧରପଣା ନିିତି ଅନୁଷ୍ଠିତ ହେବ। ଏଥିରେ ଠାକୁରଙ୍କ ଅଧରକୁ ଛୁଇଁବା ପରି ଉଚ୍ଚତାର ମାଟିହାଣ୍ଡିରେ ପଣାଭୋଗ କରାଯିବ। ଏହାପରେ ସେହି ହାଣ୍ଡିକୁ ରଥ ଉପରେ ଭଙ୍ଗା ଯିବ। ଏହା ପ୍ରଭୃଙ୍କ ରଥ ଉପରେ ଏକ ବିଶେଷ ପୂଜାନିତି। ଅଧର ପଣା ପୂର୍ବରୁ ରଥ ଉପରେ ଶ୍ରୀଜିୟୁଙ୍କ ଯଥାରିତିରେ ପୂଜା କରାଯିବ।

ଆସନ୍ତା 23 ତାରିଖ ଶୁକ୍ରବାରରେ ନିଳାଦ୍ରୀବିଜେ ଉତ୍ସବ ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ପ୍ରଶାସନର ସମୟ ନିର୍ଘଣ୍ଟ ଅନୁସାରେ ନିଳାଦ୍ରୀ ବିଜେ ପାଇଁ ପହହଣ୍ଡି ଅପରାହ୍ନ ୪ ଟାରୁ ରାତ୍ରୀ ୧୦ଟା ପଯ୍ୟନ୍ତ ଚାଲିବ। ଏହାପରେ ପ୍ରଭୃଙ୍କ ଚଳିତ ବର୍ଷର ରଥଯାତ୍ରାର ସମାପନ ଘଟିବ।

ଅଧରପଣା ନିଳାଦ୍ରୀବିଜେ ରଥଯାତ୍ରା ସୁନାବେଶ
Share. Facebook Twitter LinkedIn Email WhatsApp Copy Link

Related Posts

ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର 

April 14, 2026

ବିଜେଡି-କଂଗ୍ରେସ ମେଣ୍ଟ ଚର୍ଚ୍ଚା: ପ୍ରତ୍ରିକ୍ରିୟା ପ୍ରକାଶ କଲେ ସମସ୍ତ ରାଜନୈତିକ ଦଳ

April 14, 2026

ଛାତ୍ରୀଙ୍କ ଅଭିଯୋଗ ପରେ ହଟିଲେ ଏଚ୍‌ଓଡି

April 14, 2026

ଆଜି ଦଶମ ଶ୍ରେଣୀ ଫଳାଫଳ ପ୍ରକାଶ କରିବ CBSE ବୋର୍ଡ?: ଏହି ସରଳ ଉପାୟରେ ଦେଖନ୍ତୁ ମାର୍କସିଟ୍

April 14, 2026
Latest News

ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର 

April 14, 2026

ହନୁମାନ ଜୟନ୍ତୀ ଉପଲକ୍ଷେ ବାଇକ ଶୋଭାଯାତ୍ରା

April 14, 2026

ନୀତିଶ କୁମାରଙ୍କ ଶେଷ କ୍ୟାବିନେଟ ବୈଠକ!: ଜାଣନ୍ତୁ କ’ଣ କହିଲେ ବିହାର ମୁଖ୍ୟମନ୍ତ୍ରୀ?

April 14, 2026

ବିଜେଡି-କଂଗ୍ରେସ ମେଣ୍ଟ ଚର୍ଚ୍ଚା: ପ୍ରତ୍ରିକ୍ରିୟା ପ୍ରକାଶ କଲେ ସମସ୍ତ ରାଜନୈତିକ ଦଳ

April 14, 2026

ଛାତ୍ରୀଙ୍କ ଅଭିଯୋଗ ପରେ ହଟିଲେ ଏଚ୍‌ଓଡି

April 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.