Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ମିଳିତ ଜାତିସଂଘ ନିରାପତ୍ତା ପରିଷଦ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ମୋଦୀ
ଅନ୍ତରାଷ୍ଟ୍ରୀୟ

ମିଳିତ ଜାତିସଂଘ ନିରାପତ୍ତା ପରିଷଦ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ମୋଦୀ

August 8, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ମିଳିତ ଜାତିସଂଘ ନିରାପତ୍ତା ପରିଷଦ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘ ନିରାପତ୍ତା ପରିଷଦ ପକ୍ଷରୁ “ସାମୁଦ୍ରିକ ନିରାପତ୍ତା ବୃଦ୍ଧି: ଅନ୍ତରାଷ୍ଟ୍ରୀୟ ସହଯୋଗର ଏକ ପ୍ରସଙ୍ଗ” ଉପରେ ଆୟୋଜିତ ହେବାକୁ ଥିବା ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ । ଏହି ବୈଠକ ଅଗଷ୍ଟ ୯ ତାରିଖ ଦିନ ଭାରତୀୟ ସମୟ ଅପରାହ୍ନ ୫.୩୦ ମିନିଟ ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ହେବ ।

ଏହି ଉଚ୍ଚସ୍ତରୀୟ ବୈଠକରେ ମିଳିତ ଜାତିସଂଘ ନିରାପତ୍ତା ପରିଷଦର ସଦସ୍ୟଭୁକ୍ତ ଅନେକ ରାଷ୍ଟ୍ର ଓ ଶାସନ ମୁଖ୍ୟ ଅଂଶଗ୍ରହଣ କରିବାର ଆଶା କରାଯାଉଛି । ବୈଠକରେ ଜାତିସଂଘ ବ୍ୟବସ୍ଥା ଏବଂ ଏହାର ପ୍ରମୁଖ କ୍ଷେତ୍ରୀୟ ସଂଗଠନ ପକ୍ଷରୁ ଏକ ଉଚ୍ଚସ୍ତରୀୟ ତଥ୍ୟ ସୂଚନା ଉପସ୍ଥାପନ କରାଯିବ । ଏହି ମୁକ୍ତ ଆଲୋଚନାରେ ସାମୁଦ୍ରିକ ଅପରାଧ ଓ ନିରାପତ୍ତା ପ୍ରତି ଥିବା ବିପଦକୁ କିଭଳି ଭାବେ ପ୍ରତିହତ କରାଯାଇପାରିବ ଏବଂ ସାମୁଦ୍ରିକ ନିରାପତ୍ତା ବ୍ୟବସ୍ଥାକୁ କିପରି ସୁଦୃଢ଼ କରାଯାଇପାରିବ ତାହା ଉପରେ ପ୍ରାଧାନ୍ୟ ଆରୋପ କରାଯିବ ।

ଜାତିସଂଘ ନିରାପତ୍ତା ପରିଷଦରେ ଇତି ପୂର୍ବରୁ ସାମୁଦ୍ରିକ ନିରାପତ୍ତା ତଥା ସାମୁଦ୍ରିକ ଅପରାଧକୁ ନିୟନ୍ତ୍ରଣ କରିବା ଦିଗରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି ଏବଂ ପ୍ରସ୍ତାବ ଗୃହୀତ ହୋଇଛି । କିନ୍ତୁ ଜାତିସଂଘ ନିରାପତ୍ତା ପରିଷଦ ଇତିହାସରେ ପ୍ରଥମ ଥର ପାଇଁ ସାମଗ୍ରିକ ଭାବେ ଏବଂ ନିର୍ଦ୍ଦିଷ୍ଟ ଭାବେ ଏହି କାର୍ଯ୍ୟସୂଚୀ ଉପରେ ଏକ ମୁକ୍ତ ଆଲୋଚନାର ଆୟୋଜନ କରାଯାଇଛି ।

ଯେହେତୁ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ରାଷ୍ଟ୍ର ସାମୁଦ୍ରିକ ନିରାପତ୍ତାର ବିବିଧ ସମସ୍ୟାର ସମାଧାନ କରିବାକୁ ଅକ୍ଷମ, ସେହି ଦୃଷ୍ଟିରୁ ଜାତିସଂଘ ନିରାପତ୍ତା ପରିଷଦ ମାଧ୍ୟମରେ ଏହି ପ୍ରସଙ୍ଗ ଉପରେ ସାମଗ୍ରିକ ଭାବେ ମୁକ୍ତ ଆଲୋଚନା କରାଯିବାର ଆବଶ୍ୟକତା ରହିଛି । ସାମୁଦ୍ରିକ ନିରାପତ୍ତା ନିମନ୍ତେ ଏକ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ ଯଥାର୍ଥ ସାମୁଦ୍ରିକ କାର୍ଯ୍ୟକ୍ରମକୁ ସୁରକ୍ଷା ପ୍ରଦାନ କରିବା ସହିତ ଏହାକୁ ସମର୍ଥନ ଯୋଗାଇବ । ଏହା ଫଳରେ ସାମୁଦ୍ରିକ କ୍ଷେତରେ ଥିବା ପାରମ୍ପରିକ ତଥା ଅଣ- ପାରମ୍ପରିକ ବିପଦକୁ ମଧ୍ୟ ଟାଳି ହେବ ।
ଭାରତ ଇତିହାସରେ ସମୁଦ୍ର ବେଶ୍‍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି ।

ସିନ୍ଧୁ ସଭ୍ୟତା କାଳ ଠାରୁ ଆରମ୍ଭ କରି ଅଦ୍ୟାବଧି ଏହାର ଗୁରୁତ୍ୱ ସଭିଏଁ ଅନୁଭବ କରନ୍ତି । ଆମର ସଭ୍ୟତାଗତ ଚିନ୍ତାଧାରା ଆଧାର ଯାହାକି ସମୁଦ୍ରକୁ ସହଭାଗୀ ଶାନ୍ତି ଓ ସମୃଦ୍ଧିର ସାଧନ ଭାବେ ଗ୍ରହଣ କରାଯାଇଛି ସେହି ପ୍ରସଙ୍ଗକୁ ଭାରତ ଉପସ୍ଥାପନ କରିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ “ସାଗର” – ଯାହାକି “ସିକ୍ୟୁରିଟି ଆଣ୍ଡ୍‍ ଗ୍ରୋଥ୍‍ ଫର୍‍ ଅଲ୍‍ ଇନ୍‍ ଦି ରିଜିଅନ୍‍” ୨୦୧୫, ପାଇଁ ସଂକ୍ଷିପ୍ତରେ ନାମକରଣ କରାଯାଇଛି ତାହାକୁ ସମସ୍ତଙ୍କ ସମକ୍ଷରେ ଉପସ୍ଥାପନ କରିବେ । ଏହି ପରିକଳ୍ପନା ମହାସାଗରମାନଙ୍କର ପୋଷଣୀୟ ଉପଯୋଗ ନିମନ୍ତେ ସହଯୋଗଭିତ୍ତିକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଆରୋପ କରେ ତଥାର ଏହି କ୍ଷେତ୍ରରେ ଏକ ନିରାପଦ, ସୁରକ୍ଷିତ ତଥା ସୁଦୃଢ଼ ସାମୁଦ୍ରିକ କ୍ଷେତ୍ର ନିମନ୍ତେ ବ୍ୟବସ୍ଥା ପ୍ରଦର୍ଶନ କରେ ।

୨୦୧୯ ମସିହାରେ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଏହି ପ୍ରୟାସକୁ ଅଧିକତର ଭାବେ ଭାରତ- ପ୍ରଶାସନ୍ତ ମହାସାଗରୀୟ ମହାସାଗରୀୟ ପ୍ରୟାସ (ଆଇପିଓଆଇ) ଭାବେ ଉପସ୍ଥାପନ କରାଯାଇଥିଲା । ଏଥିରେ ସାମୁଦ୍ରିକ ନିରାପତ୍ତାର ସାତଟି ମୁଖ୍ୟ ପ୍ରସଙ୍ଗ ଉପରେ ପ୍ରାଧାନ୍ୟ ଆରୋପ କରାଯାଇଥିଲା । ସେଥି ମଧ୍ୟରେ ସାମୁଦ୍ରିକ ଇକୋଲୋଜି; ସାମୁଦ୍ରିକ ସମ୍ପଦ; ଦକ୍ଷତା ବିକାଶ ଓ ସମ୍ପଦର ଆବଣ୍ଟନ; ବିପର୍ଯ୍ୟୟ ଆଶଙ୍କା ପ୍ରଶମନ ଓ ପରିଚାଳନା; ବିଜ୍ଞାନ, ପ୍ରଯୁକ୍ତି ଓ ଶୈକ୍ଷିକ ସହଯୋଗ; ଏବଂ ବାଣିଜ୍ୟିକ ସଂଯୋଗ ଓ ସାମୁଦ୍ରିକ ପରିବହନ।

ଜାତିସଂଘ ନିରାପତ୍ତା ପରିଷଦ ପକ୍ଷରୁ ଆୟୋଜିତ ମୁକ୍ତ ଆଲୋଚନାରେ ଅଧ୍ୟକ୍ଷତା କରିବାରେ ଶ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ । ମିଳିତ ଜାତିସଂଘ ନିରାପତ୍ତା ପରିଷଦର ୱେବ୍‍ସାଇଟ୍‍ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ସିଧାସଳଖ ପ୍ରସାରଣ କରାଯିବ ଏବଂ ଏହାକୁ ଭାରତୀୟ ସମୟ ୧୭୩୦ /୦୮୦୦ ନ୍ୟୁୟର୍କ ସମୟ ଠାରୁ ଦେଖାଯାଇପାରିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ୱାର୍ମ-ଅପ୍ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ବଡ଼ ବିଜୟ: ଆମେରିକାକୁ ୩୮ ରନ୍‌ରେ ପରାସ୍ତ କଲା ଭାରତ

February 3, 2026

ଆଜି ଫେବୃୟାରୀ ୩ ତାରିଖ ମଙ୍ଗଳବାରରେ ଆପଣଙ୍କ ଭାଗ୍ୟରେ କଣ ଅଛି ଜାଣିବା ପାଇଁ ପଢନ୍ତୁ

February 3, 2026

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026
Latest News

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟିରୁ ଊର୍ଦ୍ଧ୍ୱ ସୁଧ ଫେରସ୍ତ କଲେ ଉପମୁଖ୍ୟମନ୍ତ୍ରୀ

February 3, 2026

ଆଜି ଫକୀର ମୋହନ ବିଶ୍ୱବିଦ୍ୟାଳୟ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

February 3, 2026

ୱାର୍ମ-ଅପ୍ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ବଡ଼ ବିଜୟ: ଆମେରିକାକୁ ୩୮ ରନ୍‌ରେ ପରାସ୍ତ କଲା ଭାରତ

February 3, 2026

‘ପୂର୍ବୋଦୟ ମିଶନ’ରେ ଓଡ଼ିଶାର ପ୍ରଗତି ପଥକୁ ପ୍ରଶସ୍ତ କରିବ: ଧର୍ମେନ୍ଦ୍ର ପ୍ରଧାନ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.