Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୋଦୀଙ୍କ ଲାଗି ପୁରୀ ସୁରକ୍ଷିତ ଆସନ କି?
ବିଶେଷ ଖବର

ମୋଦୀଙ୍କ ଲାଗି ପୁରୀ ସୁରକ୍ଷିତ ଆସନ କି?

November 14, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର –

ଗତ ବର୍ଷେ ହେଲା ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରୁ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଏକ ପ୍ରଚାର ଚାଲିଛି । ବିଭିନ୍ନ ସମୟରେ ଏହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ମଧ୍ୟ ଚାଲିଛି। ଏ ବିଷୟରେ ବିଧିବଦ୍ଧ ଭାବରେ ବିଜେପି କୌଣସି ଘୋଷଣା କରିନାହିଁ। ହେଲେ ଏପ୍ରକାର ଚର୍ଚ୍ଚା ଜାରି ରହୁ ବୋଲି ବିଜେପି ତରଫରୁ ଜୋରଦାର ପ୍ରୟାସ କରାଯାଉଛି। ଏହି ଚର୍ଚ୍ଚା କୁ ପାଦେ ଆଗକୁ ନେଇ ପଶ୍ଚିମ ବଙ୍ଗ ବିଜେପିର ରାଜ୍ୟ ସଭାପତି ପ୍ରଧାନମନ୍ତ୍ରୀ ମୋଦୀ ପୁରୀରୁ ଓ ବିଜେପି ରାଜ୍ୟ ସଭାପତି ପଶ୍ଚିମ ବଙ୍ଗରୁ ନିର୍ବାଚନ ଲଢିପାରନ୍ତି ବୋଲି କହିଛନ୍ତି। ଦିଲ୍ଲୀପ ଘୋଷ ହୁଏତ ନିଜ ରାଜ୍ୟର ରାଜନୀତିକୁ ଉଷ୍ମ ରଖିବା ଲାଗି ଏମିତି ଏକ ଗୋଟି ଚାଳନା କରିଥାଇପାରନ୍ତି। ତେବେ ଓଡ଼ିଶାର ରାଜନୈତିକ ପରିସ୍ଥିତି ଓ ପୁରୀ ଲୋକସଭା ନିର୍ବାଚନର ପୃଷ୍ଠଭୂମି ଆଧାରରେ ଏ ପ୍ରକାର ନିଷ୍ପତ୍ତିର ଯଥାର୍ଥତା କୁ ନେଇ ଏକ ଆକଳନ କରାଯାଇପାରେ।

ଧାର୍ମିକ ରାଜନୀତିକୁ ଆଖି ଆଗରେ ରଖି ପୁରୀରୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରାର୍ଥୀ ହେବାକୁ ଚାହିଁବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି। ଓଡ଼ିଶାରେ ମଧ୍ୟ ମୋଦୀ ପ୍ରାର୍ଥୀ ହେବାଟା ବିଜେପି ପାଇଁ ବଡ ସହାୟକ ହୋଇପାରେ ବୋଲି କୁହାଯାଉଛି। ୨୦୧୪ ନିର୍ବାଚନରେ ମୋଦୀ ଉଭୟ ବଡ଼ୋଦରା ଓ ବାରାଣାସୀ ଆସନରୁ ଜିଣିଥିଲେ। ଏ ଦୁଇଟି ଯାକ ଆସନରେ ବିଜେପିର ନିଜସ୍ଵ ଆଧାର ରହିଆସିଥିଲା। ବାରାଣାସୀ ଓ ବଡ଼ୋଦରା ଆସନରେ ୧୯୯୧ ମସିହାରୁ ଲଗାତାର ଭାବରେ ବିଜେପି ପ୍ରାର୍ଥୀ ଲୋକସଭା କୁ ନିର୍ବାଚିତ ହୋଇଆସୁଥିଲେ। (କେବଳ ୨୦୦୪ ସାଧାରଣ ନିର୍ବାଚନରେ ବାରାଣାସୀ ରୁ କଂଗ୍ରେସ ପ୍ରାର୍ଥୀ ଜିଣିଥିଲେ ଓ ବଡ଼ୋଦରା ରୁ ୧୯୯୬ ରେ କଂଗ୍ରେସ ପ୍ରାର୍ଥୀ ଜିତିଥିଲେ) ତେଣୁ ଅନେକାଂଶରେ ବାରାଣାସୀ ଓ ବଡ଼ୋଦରା ବିଜେପିର ଦୁର୍ଗ ଥିଲା। ବଡ଼ୋଦରାରେ କେବଳ ବିଜେପି ପ୍ରାର୍ଥୀ ଜିତୁନଥିଲେ, ସେଠି ବିଜେପି ସପକ୍ଷରେ ୫୦% ରୁ ଅଧିକ ଭୋଟ ରହିଥିଲା। (୧୯୯୯ ରେ ୫୫.୧୭%, ୨୦୦୪ ରେ ୪୮.୪୫ %, ୨୦୦୯ ରେ ୫୭.୪%) ବାରାଣାସୀ ରେ ବିଜେପିର ଭୋଟ ହାର ଯଥେଷ୍ଟ ନଥିଲେ ମଧ୍ୟ ସେଠାରେ ବିଜେପି ବିଜୟର ଏକ ପରମ୍ପରା ରହିଥିଲା।

ସେହି ତୁଳନାରେ ଓଡ଼ିଶାରେ ଓ ନିର୍ଦ୍ଦିଷ୍ଟ ଭାବରେ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେପିର ସ୍ଥିତି କେବେ ମଧ୍ୟ ମଜବୁତ୍ ନଥିଲା। ୧୯୮୯ ମସିହାରୁ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଅଣ କଂଗ୍ରେସ ପ୍ରାର୍ଥୀ ନିର୍ବାଚିତ ହୋଇଆସୁଛନ୍ତି। (କେବଳ ୧୯୯୬ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବରେ ପିନାକୀ ମିଶ୍ର ଜିତିଥିଲେ) ତେଣୁ ଏଠାରେ ବିଜେପିର ସ୍ଥିତି ଆଦୌ ନାହିଁ କହିଲେ ଚଳେ। ୨୦୧୪ ନିର୍ବାଚନରେ ଏଠାରୁ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ୫୦.୩୩% ଭୋଟ ପାଇଥିବା ବେଳେ ବିଜେପିର ପ୍ରାର୍ଥୀ ଅଶୋକ ସାହୁ ତୃତୀୟ ସ୍ଥାନରେ ରହି ମାତ୍ର ୨୦.୭୬% ଭୋଟ ପାଇଥିଲେ। ବିଧାନସଭା ୱାରି ଦେଖିଲେ ବିଜେପି କୁ ପୁରୀ ରେ ୧୨.୨୩%, ବ୍ରହ୍ମଗିରିରେ ୨.୩%, ସତ୍ୟବାଦୀରେ ପ୍ରାୟ ୪%, ରଣପୁରରେ ୩୨.୪୪%, ନୟାଗଡରେ ୫.୨୫% ଓ ଚିଲିକାରେ ୩୦% ରୁ ଅଧିକ ଭୋଟ ମିଳିଥିଲା। କେବଳ ଚିଲିକା ଓ ରଣପୁର ରେ ବିଜେପିର ଆଖିଦୃଶିଆ ଭୋଟ ରହିଥିବା ବେଳେ ଅନ୍ୟ ପାଞ୍ଚୋଟିଯାକ ନିର୍ବାଚନ ମଣ୍ଡଳୀରେ ବିଜେପିର ସ୍ଥିତି ଅତ୍ୟନ୍ତ ଦୟନୀୟ।

ଏହି ପରିସଙ୍ଖ୍ୟାନକୁ ଆଖି ଆଗରେ ରଖିଲେ ବିଜେପି ଏଠାରୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରାର୍ଥୀ କରିବା ଏକ ପ୍ରକାର ଦୁଃସାହସର କଥା ନିଶ୍ଚୟ। ତେବେ ସତରେ ଏଠାରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ କି? ପ୍ରଥମତଃ ବାରାଣାସୀ ଆସନ ମୋଦୀ ଛାଡିବାର ସମ୍ଭାବନା ନାହିଁ। ଉତ୍ତରପ୍ରଦେଶର ଲୋକସଭା ଆସନ ସଂଖ୍ୟା ଓ ସେଠିକାର ରାଜନୈତିକ ଗୁରୁତ୍ଵ ଦୃଷ୍ଟିରୁ ବାରାଣାସୀ ପୁରୀ ତୁଳନା ରେ ଅଧିକ ଗୁରୁତ୍ୱପୂର୍ଣ୍ଣ। ଦ୍ଵିତୀୟ ଆସନ ପାଇଁ ଗୁଜରାଟ ପରିବର୍ତ୍ତେ ମୋଦୀ ଓଡ଼ିଶାକୁ ଯଦି ବାଛନ୍ତି, ତାହେଲେ ସେଥିରେ ଗୁଜରାଟୀ ଅସ୍ମିତା କୁ ନେଇ ବିରୋଧୀ ମୋଦୀଙ୍କୁ ଆଲୋଚନା କରିବେ। ୨୦୧୪ ତୁଳନାରେ ଗୁଜରାଟରେ ରାଜନୈତିକ ପାଣିପାଗ ଏବେ ବିଜେପି ଲାଗି ପ୍ରତିକୂଳ ରହିଛି। ଗ୍ରାମୀଣ ଗୁଜରାଟରେ ବିଜେପିର ସ୍ଥିତି ଅତ୍ୟନ୍ତ ସଙ୍ଗୀନ୍। ସେଇ ସ୍ଥିତିରେ ମୋଦୀ ଗୁଜରାଟ ଛାଡି ଓଡ଼ିଶାରୁ ଲଢିବା, ଲାଭଦାୟକ ହେବନାହିଁ।

ବର୍ତ୍ତମାନ ଅବସ୍ଥାରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗର ଶାସକ ଦଳ ଉପରେ ମାନସିକ ଚାପ ସୃଷ୍ଟି କରିବାଲାଗି ଏହା ହୁଏତ ଏକ ପ୍ରଚାର କୌଶଳ ହୋଇଥାଇପାରେ। ବିଜେପି ଓଡ଼ିଶାରେ କେତେ ଭଲ କରିବ, ସେକଥା ବିଜେପିର ସ୍ଥାନୀୟ ନେତାମାନେ ଭଲ ଭାବରେ ଜାଣନ୍ତି। ନିର୍ବାଚନ ଯେତିକି ପାଖେଇ ଆସୁଛି, ଓଡ଼ିଶାର ବିଜେଡି ସରକାର ବିରୋଧରେ ବିଜେପିର ଆକ୍ରମଣ ସେତିକି ଶିଥିଳ ଲାଗୁଛି। ଏବେ କେବଳ ଟେଲିଭିଜନ ଓ ସୋସିଆଲ ମିଡିଆ ରେ ବିଜେପିର ଆକ୍ରମଣ ସୀମୀତ। ରାସ୍ତାରେ ସରକାର ବିରୋଧୀ କୌଣସି ବଡ଼ ଆନ୍ଦୋଳନ ଗଢ଼ିବାରେ ବିଜେପି ସମର୍ଥ ହୋଇପାରିନାହିଁ। ନିର୍ବାଚନର ଅବ୍ୟବହିତ ପୂର୍ବରୁ ଓଡ଼ିଶାରେ ଆଜି ମଧ୍ୟ ନବୀନ ବିରୋଧୀ ସ୍ଵର ଅତ୍ୟନ୍ତ ଦୁର୍ବଳ ଓ ଯାହାକିଛି ବିରୋଧୀ ସ୍ଵର ରହିଛି, ତାହା ଟେଲିଭିଜନ ପରଦାରେ ସୀମୀତ। ଏହି ପୃଷ୍ଠଭୂମିରୁ ଦେଖିଲେ ପୁରୀରୁ ନରେନ୍ଦ୍ର ମୋଦୀ କାହିଁକି ଓ କେଉଁ କାରଣରୁ ଲଢିବେ, ତାହା ବୁଝା ପଡୁନାହିଁ।

ପୁରୀର ରାଜନୀତି ବିଜେପିର ପାରମ୍ପରିକ ଧୃବୀକରଣ ରାଜନୀତି ଲାଗି ଆଦୌ ଅନୁକୂଳ ଭୂମି ନୁହେଁ। ବର୍ଷ ବର୍ଷ ଧରି ଚେଷ୍ଟା କରି ମଧ୍ୟ ପୁରୀରେ ସଂଘ ପରିବାରର ବିଶେଷ ପ୍ରଭାବଶାଳୀ ସଂଗଠନ ନାହିଁ। ବର୍ତ୍ତମାନ ସ୍ଥିତିରେ ବିଜେପି ଆଜି ମଧ୍ୟ ସେଠି, ଦୁର୍ବଳ ତୃତୀୟ ଶକ୍ତି। ସେହି ଦୃଷ୍ଟିରୁ ମୋଦୀ ପୁରୀରେ ଲଢ଼ିବା, ଅତି ବେଶୀ ରେ ବିରୋଧୀଙ୍କ ଉପରେ ମାନସିକ ଚାପ ସୃଷ୍ଟି କରିବାର କୌଶଳ ଛଡ଼ା ଅଧିକ କିଛି ନୁହେଁ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ‘ଗୁଡ ଫ୍ରାଇ ଡେ’: ଜାଣନ୍ତୁ ଏହାକୁ କାହିଁକି ପାଳନ କରାଯାଏ ଓ ଏହି ଦିନର ମହତ୍ତ୍ଵ?

April 3, 2026

ଓଡ଼ିଶାରେ ଆଦିବାସୀ ସାଂସ୍କୃତିକ ଐତିହ୍ୟର ପ୍ରଚାର

April 3, 2026

ଲୋକସଭା ଏବଂ ରାଜ୍ୟସଭାରେ ଜନ ବିଶ୍ୱାସ ବିଲ୍- ୨୦୨୬ ପାସ୍

April 3, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

April 3, 2026
Latest News

ବ୍ରହ୍ମପୁର ପୌର ନିଗମର ଷ୍ଟାଣ୍ଡିଂ କମିଟି ବୈଠକ

April 3, 2026

ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ପ୍ରତାରଣା: ଅଭିଯୁକ୍ତ ଯୁବକଙ୍କୁ ଗିରଫ କଲା ପୋଲିସ

April 3, 2026

ଆଜି ‘ଗୁଡ ଫ୍ରାଇ ଡେ’: ଜାଣନ୍ତୁ ଏହାକୁ କାହିଁକି ପାଳନ କରାଯାଏ ଓ ଏହି ଦିନର ମହତ୍ତ୍ଵ?

April 3, 2026

୨୦୨୬ ଆଇପିଏଲ: ପ୍ରଥମ ବିଜୟ ପରେ କେଉଁ ସ୍ଥାନରେ ରହିଲା SRH, ଜାଣନ୍ତୁ ପଏଣ୍ଟ ଟେବୁଲ

April 3, 2026

ଦଣ୍ଡ ନାଚରେ ଅଶ୍ଳୀଳତା ପ୍ରସଙ୍ଗ: କାରଣ ଦର୍ଶାଅ ନୋଟିସ ଜାରି କଲେ ଛତ୍ରପୁର ତହସିଲଦାର

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.