Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»PIB_NEWS»ଇ-ଫଟୋ, ଭର୍ଚୁଆଲ ଚଳଚ୍ଚିତ୍ର ପୋଷ୍ଟର ପ୍ରଦର୍ଶନୀକୁ ଉଦଘାଟନ କଲେ ମନ୍ତ୍ରୀ ଅନୁରାଗ ଠାକୁର
PIB_NEWS

ଇ-ଫଟୋ, ଭର୍ଚୁଆଲ ଚଳଚ୍ଚିତ୍ର ପୋଷ୍ଟର ପ୍ରଦର୍ଶନୀକୁ ଉଦଘାଟନ କଲେ ମନ୍ତ୍ରୀ ଅନୁରାଗ ଠାକୁର

August 28, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଇ-ଫଟୋ, ଭର୍ଚୁଆଲ ଚଳଚ୍ଚିତ୍ର ପୋଷ୍ଟର ପ୍ରଦର୍ଶନୀକୁ ଉଦଘାଟନ କଲେ ମନ୍ତ୍ରୀ ଅନୁରାଗ ଠାକୁର

ନୂଆଦିଲ୍ଲୀ, କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହିତ ପର୍ଯ୍ୟଟନ, ସଂସ୍କୃତି ଓ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ବିକାଶ ମନ୍ତ୍ରୀ ଜି. କିଷନ ରେଡ୍ଡୀ ଆଜି ମିଳିତ ଭାବେ “ସମ୍ବିଧାନ ପ୍ରସ୍ତୁତି” ଇ-ଫଟୋ ପ୍ରଦର୍ଶନୀ ଏବଂ ଭର୍ଚୁଆଲ ଚଳଚ୍ଚିତ୍ର ପୋଷ୍ଟର ପ୍ରଦର୍ଶନୀ “ଚିତ୍ରାଞ୍ଜଳି@୭୫”ର ଉନ୍ମୋଚନ କରିଛନ୍ତି।

ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ କେନ୍ଦ୍ର ମତ୍ସ୍ୟପାଳନ, ପଶୁସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ, ତଥା ସୂଚନା ଓ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡ. ଏଲ. ମୁରୁଗାନ, ସଂସଦୀୟ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘଓ୍ବାଲ ଏବଂ ବୈଦେଶିକ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ମିନାକ୍ଷୀ ଲେଖି ଉପସ୍ଥିତ ଥିଲେ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏହାର ବିଭିନ୍ନ ଗଣମାଧ୍ୟମ ୟୁନିଟ ସହାୟତାରେ ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ‘ଆଇକନିକ ସପ୍ତାହ’ ପାଳନ କରାଯାଉଛି। ଏହାର ଅଂଶବିଶେଷ ସ୍ବରୂପ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ବ୍ୟାପକ ଜନସମ୍ପର୍କ କାର୍ଯ୍ୟକ୍ରମ ମାଧ୍ୟମରେ ନୂତନ ଭାରତର ଯାତ୍ରାକୁ ପ୍ରଦର୍ଶିତ କରିବା ଏବଂ ସ୍ବାଧୀନତା ସଂଗ୍ରାମରେ ଅମୂଲ୍ୟ ଯୋଗଦାନ ଦେଇଥିବା ଅପରିଚିତ ନାୟକମାନଙ୍କ ସ୍ମୃତିଚାରଣ କରିବା।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଠାକୁର କହିଥିଲେ ଯେ ଏହି ଇ-ଫଟୋ ପ୍ରଦର୍ଶନୀର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ସମ୍ବିଧାନ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେବା। ଏହି ପ୍ରଦର୍ଶନୀ ଜନ-ଭାଗିଦାରୀ ଦିଗରେ ଏକ ପଦକ୍ଷେପ। ଏହା କେବଳ ଦେଶର ସମ୍ବିଧାନ ସମ୍ପର୍କରେ ଜାଣିବା ଲାଗି ଯୁବପିଢ଼ିଙ୍କୁ ଅନୁପ୍ରାଣିତ କରିବ ନାହିଁ ବରଂ ସେମାନଙ୍କୁ ସେମାନଙ୍କ ଅଧିକାର ବିଷୟରେ ସଚେତନ କରିବା ସହିତ ରାଷ୍ଟ୍ରପ୍ରତି ସେମାନଙ୍କ ମଧ୍ୟରେ କର୍ତ୍ତବ୍ୟବୋଧ ଭାବନା ଜାଗ୍ରତ କରିବ।

ଭାରତୀୟ ସମ୍ବିଧାନର ମୌଳିକ ନୀତି ସମ୍ପର୍କରେ ପ୍ରଚାରପ୍ରସାର କରିବା ଲାଗି ଭାରତ ସରକାର ଖୁବଶୀଘ୍ର ‘ନିଜ ସମ୍ବିଧାନକୁ ଜାଣନ୍ତୁ’ ଅଭିଯାନ ଆରମ୍ଭ କରିବେ ବୋଲି ଶ୍ରୀ ଠାକୁର ଏହି ଅବସରରେ ଘୋଷଣା କରିଥିଲେ। ମନ୍ତ୍ରୀ ଆହୁରି କହିଥିଲେ ଯେ, ଆମର ଡିଜିଟାଲ ବିପ୍ଳବକୁ ଆଖି ଆଗରେ ରଖି ଆମେ ଏହି ସଂକଳନକୁ ଡିଜିଟାଲ ସଂସ୍କରଣରେ ଜାରି କରିଛୁ। ଏହା ହିନ୍ଦୀ ଓ ଇଂରାଜୀ ସମେତ ୧୧ଟି ଭାରତୀୟ ଭାଷାରେ ଉପଲବ୍ଧ ହେବ। ଆମ ସ୍ବାଧୀନତାର ଯାତ୍ରାରେ ବିଭିନ୍ନ ପ୍ରକାର ମାଇଲଖୁଣ୍ଟର ଏହା ହେଉଛି ଏକ ଅଭିନବ ସମାହାର। ଏହ ଭର୍ଚୁଆଲ ପ୍ରଦର୍ଶନୀରେ ଭିଡ଼ିଓ ଏବଂ  ଅଭିଭାଷଣ ସହିତ ପ୍ରଶ୍ନୋତ୍ତର ପ୍ରତିଯୋଗିତାର ବ୍ୟବସ୍ଥା ରହିଛି। ଏଥିପାଇଁ ଇ-ସାର୍ଟିଫିକେଟର ମଧ୍ୟ ବ୍ୟବସ୍ଥା କରାଯାଇଛି।

କେନ୍ଦ୍ର ମନ୍ତ୍ରୀ ଠାକୁର କହିଥିଲେ ଯେ “ଚିତ୍ରାଞ୍ଜଳି@୭୫” ଭାରତୀୟ ଚଳଚ୍ଚିତ୍ର ଜଗତର ୭୫ ବର୍ଷର ଯାତ୍ରାକୁ ପ୍ରଦର୍ଶିତ କରୁଛି ଏବଂ ଏହା ସ୍ବାଧୀନତା ସଂଗ୍ରାମୀମାନଙ୍କର ପବିତ୍ର ସ୍ମୃତିକୁ ଉଦ୍ରେକ କରିବ। ଭବିଷ୍ୟତରେ ମନ୍ତ୍ରଣାଳୟ ପକ୍ଷରୁ କେବଳ ପୋଷ୍ଟର ନୁହେଁ ଏପରି ଚଳଚ୍ଚିତ୍ରକୁ ଲୋକମାନଙ୍କ ପାଇଁ ପ୍ରଦର୍ଶିତ କରାଯିବ ବୋଲି ଶ୍ରୀ ଠାକୁର କହିଥିଲେ।

ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ଏପରି ବିସ୍ତୃତ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ରେଡ୍ଡୀ ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ ଅମୃତ ମହୋତ୍ସବ ପାଳନକୁ ସରକାରୀ ସ୍ତରରେ ସୀମିତ ନରଖି ଏହାକୁ ଏକ ଜନ ସମାରୋହରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପକୁ ଜନ ଭାଗିଦାରୀ ମାଧ୍ୟମରେ କାର୍ଯ୍ୟକାରୀ କରାଯିବା ଲାଗି ଏହା ଏକ ସୁଯୋଗ ସୃଷ୍ଟି କରିବ। ନମ୍ର ଶକ୍ତି ଭାବେ ଭାରତର ପରିଚୟ ବୃଦ୍ଧି କରିବା ଲାଗି ଭାରତୀୟ ଚଳଚ୍ଚିତ୍ର ନିକଟରେ ଏକ ଅଭିନବ ସୁଯୋଗ ରହିଛି ବୋଲି ଶ୍ରୀ ରେଡ୍ଡୀ କହିଥିଲେ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ଅପୂର୍ବ ଚନ୍ଦ୍ର କହିଥିଲେ ଯେ ଦେଶର ଯୁବକମାନଙ୍କ ନିକଟକୁ ଆମର ଐତିହାସିକ ଏବଂ ସାଂସ୍କୃତିକ ଐତିହ୍ୟକୁ ନେଇ ଯିବା ଦିଗରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରୟାସ କରାଯାଇଛି।

ସୂଚନାଯୋଗ୍ୟ ଯେ ଭାରତୀୟ ସିନେମାରେ ପ୍ରଦର୍ଶିତ ହୋଇଥିବା ସ୍ବାଧୀନତା ସଂଗ୍ରାମୀ ଓ ବୀର ସୈନିକମାନଙ୍କ ବୀରତ୍ବକୁ ପ୍ରଦର୍ଶିତ କରୁଥିବା ୭୫ଟି ଚଳଚ୍ଚିତ୍ର ପୋଷ୍ଟରକୁ ନେଇ “ଚିତ୍ରାଞ୍ଜଳି@୭୫” ପ୍ରସ୍ତୁତ କରାଯାଇଛି। ବିଭିନ୍ନ ଭାଷାର ଚଳଚ୍ଚିତ୍ରରୁ ୭୫ଟି ପୋଷ୍ଟର ଏବଂ ଫଟୋ ଏଥିରେ ସାମିଲ କରାଯାଇଛି। ସାମାଜିକ ସଂସ୍କାର, ସ୍ବାଧୀନତା ସଂଗ୍ରାମ, ବୀର ସୈନିକଙ୍କୁ ବଳିଦାନକୁ ସମ୍ମାନ ଜଣାଇ ତିନୋଟି ବିଭାଗରେ ଏହାକୁ ପ୍ରସ୍ତୁତ କରାଯାଇଛି। ୧୯୨୧ ମସିହାର ଭକ୍ତ ବିଦୂର ଚଳଚ୍ଚିତ୍ର ଠାରୁ ଆରମ୍ଭ କରି ନିକଟରେ ମୁକ୍ତିଲାଭ କରିଥିବା ସ୍ବାଧୀନତା ସଂଗ୍ରାମୀ ଉୟାଲାଓ୍ବଡ଼ା ନରସିଂହା ରେଡ୍ଡୀଙ୍କ ଜୀବନୀକୁ ନେଇ ନିର୍ମିତ ତେଲୁଗୁ ଚଳଚ୍ଚିତ୍ର ସ୍ୟେ ରା ନରସିଂହା ରେଡ୍ଡୀ ଚଳଚ୍ଚିତ୍ରକୁ ଏଥିରେ ସାମିଲ କରାଯାଇଛି। ଶେୟାର ଓ ଡାଉନଲୋଡ୍ କରିବାର ଫିଚର ସହିତ ଏହି ପ୍ରଦର୍ଶନୀକୁ ପ୍ରସ୍ତୁତ କରାଯାଇଛି।

କେନ୍ଦ୍ର ସୂଚନା ଓ ପ୍ରସାରଣ
Share. Facebook Twitter LinkedIn Email WhatsApp Copy Link

Related Posts

କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

January 12, 2026

ଆଜି ଜାନୁୟାରୀ ୧୨ ତାରିଖ ସୋମବାରରେ ଜାଣନ୍ତୁ ସଂକ୍ଷେପରେ ରାଶିଫଳ, ଭାଗ୍ୟ ଓ ଭବିଷ୍ୟତ

January 12, 2026

ସମ୍ବଲପୁର ପାଇଁ ୪୫୧ କୋଟି ଟଙ୍କା ବ୍ୟୟର ୨୪ ଘଣ୍ଟିଆ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର କଲେ ମୁଖ୍ୟମନ୍ତ୍ରୀ

January 11, 2026

ଅନ୍ୟ ପିଲାମାନଙ୍କ ସହିତ ନିଜ ପିଲାକୁ ତୁଳନା କରୁଛନ୍ତି କି?: ଛାଡନ୍ତୁ ଏହି ଅଭ୍ୟାସ

January 11, 2026
Latest News

କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

January 12, 2026

ପିଏମଶ୍ରୀ ଭ୍ରମରବର ସରକାରୀ ଉଚ୍ଚ ବିଦ୍ୟାଳୟ ତମାଣ୍ଡୋରେ ପିଏମ ଶ୍ରୀ ଓ ବାର୍ଷିକ ଉତ୍ସବ ଉଦଯାପିତ

January 12, 2026

ଆଜି ଜାନୁୟାରୀ ୧୨ ତାରିଖ ସୋମବାରରେ ଜାଣନ୍ତୁ ସଂକ୍ଷେପରେ ରାଶିଫଳ, ଭାଗ୍ୟ ଓ ଭବିଷ୍ୟତ

January 12, 2026

ଚିଲିକାରେ ମେଗା ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

January 11, 2026

ଜାନୁଆରୀ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

January 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.