ପୁରୀ ବିଏନଆର ହୋଟେଲରେ ଥିବା ଶତାବ୍ଦୀ ପୁରୁଣା ହେରିଟେଜ ଷ୍ଟିମ ଲୋକୋମୋଟିଭର ସୌନ୍ଦର୍ଯ୍ୟକରଣ

Published: Aug 31, 2021, 11:02 pm IST

ଭୁବନେଶ୍ବର, ପୁରୀର BNR ହୋଟେଲରେ ରଖାଯାଇଥିବା ଶତାବ୍ଦୀର ପୁରୁଣା ହେରିଟେଜ୍ ଷ୍ଟିମ୍ ଲୋକୋମୋଟିଭ୍ PL-୬୯୨ ପୂର୍ବ ତଟ ରେଳବାଇ ଦ୍ୱାରା ମରାମତି ଏବଂ ରକ୍ଷଣାବେକ୍ଷଣ କରାଯାଇଛି।  ପୁରୀର ଏବଂ ଏହାର ଆଖପାଖରେ ଥିବା ଲୁଣିଆ ବାୟୁ ଇଞ୍ଜିନକୁ ସଂପୂର୍ଣ୍ଣ ଭାବେ କଳଙ୍କି କରିଦେଇଥିଲା। ଇଞ୍ଜିନର ଛାତ ଖରାପ ହୋଇ ଯାଇଥିଲା। ବଏଲର ରୁମ୍ କ୍ଷୟ ହୋଇଥିଲା। ଲୋକୋମୋଟିଭ୍ ର ମରାମତି ତଥା ରକ୍ଷଣାବେକ୍ଷଣ ପାଇଁ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ସମାଜର ବିଭିନ୍ନ ସ୍ତରରୁ ଏହାର ରକ୍ଷଣାବେକ୍ଷଣା ପାଇଁ ଦାବୀପତ୍ର ଗ୍ରହଣ କରିଥିଲେ।

ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ବିଏନଆର ହୋଟେଲର ପରିଚାଳନା ଦାଇତ୍ଵ ଗ୍ରହଣ କରିଛି। ଆଇଆରସିଟିସିରେ ଲୋକୋମୋଟିଭ୍ ରକ୍ଷଣାବେକ୍ଷଣରେ ସମ୍ବଳ ଏବଂ ବୈଷୟିକ ଜ୍ଞାନର ଅଭାବ ଥିବାରୁ ଏହାର ମରାମତି ତଥା ରକ୍ଷଣାବେକ୍ଷଣ ପାଇଁ ପୂର୍ବ ତଟ ରେଳବାଇକୁ ଅନୁରୋଧ କରିଥିଲା ​​ଏବଂ ଖର୍ଚ୍ଚ ସେମାନଙ୍କ ଦ୍ୱାରା ବହନ କାରାଯିବ ।

ହୋଟେଲ ମ୍ୟାନେଜମେଣ୍ଟ ଏବଂ ଆଇଆରସିଟିସିର ଅନୁରୋଧ କ୍ରମେ ହେରିଟେଜ୍ ଷ୍ଟିମ୍ ଲୋକୋର ଆବଶ୍ୟକୀୟ ଅଂଶ ମରାମତି ପାଇଁ ପୂର୍ବ ତଟ ରେଳ ପଦକ୍ଷେପ ନେଇଛି। ବିଭିନ୍ନ ପ୍ଲେଟଗୁଡିକର ୱେଲଡିଂ କରାଯାଇ ପୁରୁଣା ଇଞ୍ଜିନକୁ ସୌନ୍ଦର୍ଯ୍ୟକରଣ କରାଯାଇଅଛି।

ଶତାବ୍ଦୀ ପୁରୁଣା ରେଳ ଲୋକୋମୋଟିଭ୍ ପାରଳାଖେମୁଣ୍ଡିର ମହାରାଜା ଙ୍କ ଦ୍ୱାରା କ୍ରୟ କରାଯାଇଥିଲା। ଏହାକୁ ପାରଳାଖେମୁଣ୍ଡି ଲାଇଟ ରେଳବାଇ  ପରିଚାଳନା କରିଥିଲା ​। “ପିଏଲ୍ କ୍ଲାସ୍” ଭାବରେ ଜଣାଶୁଣା ପାରାଲାଖେମୁଣ୍ଡି ଇଞ୍ଜିନ୍ ୧୯୦୪ ମସିହାରେ କେର, ଷ୍ଟୁଆର୍ଟ ଏବଂ କମ୍ପାନୀ ଅଫ୍ ଇଂଲଣ୍ଡ ଦ୍ୱାରା ନିର୍ମିତ ହୋଇଥିଲା। ଇଞ୍ଜିନର ଓଜନ ‘PL-୬୯୨’ ହେଉଛି ୨୦ ଟନ୍। ଏହି ଲୋକୋମୋଟିଭ୍ ନୌପଡା-ଗୁନୁପୁର ରେଳ ସେକ୍ସନରେ ନ୍ୟାରୋ ଗେଜ ରେ ଚଳାଚଳ କରୁଥିଲା।

Related posts