ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୭ତାରିଖ ଦିନ ଶିକ୍ଷକ ପର୍ବର ଉଦ୍ଘାଟନୀ ଆଲୋଚନା ଚକ୍ରରେ ପୂର୍ବାହ୍ନ ୧୧ଟା ବେଳେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଉଦ୍ବୋଧନ ଦେବେ । ଏହି ଅବସରରେ ସେ ଶିକ୍ଷା କ୍ଷେତ୍ରରେ କେତେକ କାର୍ଯ୍ୟକ୍ରମ ଶୁଭାରରମ୍ଭ ମଧ୍ୟ କରିବେ ।
ପ୍ରଧାନମନ୍ତ୍ରୀ ଭାରତୀୟ ଭାଷା ଶବ୍ଦ କୋଷ ଯାହା ଉଭୟ ଶ୍ରାବ୍ୟ ଓ ପୁସ୍ତକ ଆକାର ପ୍ରକାଶିତ ତାହା ଦିବ୍ୟାଙ୍କ ମାନଙ୍କ ନିମନ୍ତେ ଉନମୋଚନ କରିବେ। ଦୃଷ୍ଟିହୀନଙ୍କ ପାଇଁ କଥା ପୁସ୍ତକ, ସିବିଏସଇ, ଏନଆଇଏସଏଚଟିଏଚଏ ଶିକ୍ଷକ ତାଲିମ କାର୍ଯ୍ୟକ୍ରମ, ବିଦ୍ୟାଳୟ ଗୁଣାତ୍ମକ ପ୍ରତିଶ୍ରୁତି, ଆକଳନ ପଦ୍ଧତି ଓ ଶିକ୍ଷା ସେବା ଇତ୍ୟାଦି ନିମନ୍ତେ ବିଦ୍ୟାଞ୍ଜଳି ପୋର୍ଟାଲର ଶୁଭାରମ୍ଭ କରିବେ ।
ଶିକ୍ଷକ ପର୍ବ-୨୦୨୧ ହେଉଛି “ଭାରତରେ ଗୁଣାତ୍ମକ ଓ ନିରନ୍ତର ବିଦ୍ୟାଳୟ ଶିକ୍ଷା ଲାଭ, ଉଦ୍ଭାବନାତ୍ମକ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଓ ପ୍ରତ୍ୟେକ ସ୍ତରରେ ନିରନ୍ତରତା ଶିକ୍ଷାର ଓ ଗୁଣାତ୍ମକମାନ ବିକାଶ ଦେଶବ୍ୟାପୀ ବଜାୟ ରଖିବା ପାଇଁ ଏହା କରାଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ରାଜ୍ୟ ଶିକ୍ଷାମନ୍ତ୍ରୀମାନେ ଉପସ୍ଥିତ ରହିବେ।