Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»PIB_NEWS»ଭାରତ ଅଷ୍ଟ୍ରେଲିଆ ମଧ୍ୟର ମନ୍ତ୍ରିସ୍ତରୀୟ କଥାବାର୍ତ୍ତା, ସାମରିକ ସହଯୋଗକୁ ସଂପ୍ରସାରିତ କରିବା ପାଇଁ ରାଜି
PIB_NEWS

ଭାରତ ଅଷ୍ଟ୍ରେଲିଆ ମଧ୍ୟର ମନ୍ତ୍ରିସ୍ତରୀୟ କଥାବାର୍ତ୍ତା, ସାମରିକ ସହଯୋଗକୁ ସଂପ୍ରସାରିତ କରିବା ପାଇଁ ରାଜି

September 11, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭାରତ ଅଷ୍ଟ୍ରେଲିଆ ମଧ୍ୟର ମନ୍ତ୍ରିସ୍ତରୀୟ କଥାବାର୍ତ୍ତା, ସାମରିକ ସହଯୋଗକୁ ସଂପ୍ରସାରିତ କରିବା ପାଇଁ ରାଜି

ନୂଆଦିଲ୍ଲୀ, ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ନୂଆଦିଲ୍ଲୀରେ ହୋଇଛି। ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଅଷ୍ଟ୍ରେଲିଆର ପ୍ରତିରକ୍ଷା ମନ୍ତ୍ରୀ ପିଟର ଡଟ୍ଟନଙ୍କ ସହ ବୈଦେଶିକ ମନ୍ତ୍ରୀ ଡ ଜୟଶଙ୍କର ଏବଂ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ମାରାଇଜ୍ ପେନ୍‌ ଉପସ୍ଥିତ ଥିଲେ।

ଏହି ଦୁଇ+ଦୁଇ ଆଲୋଚନାରେ ଉଭୟ ପକ୍ଷ ସାମରିକ ସହଯୋଗକୁ ସଂପ୍ରସାରିତ କରିବା ସହିତ ପରସ୍ପରର ତିନିବାହିନୀ ମଧ୍ୟରେ ସାମରିକ ତଥ୍ୟ ବିନିମୟ ଏବଂ ସାମରିକ ସାମଗ୍ରୀ ଯୋଗାଣ କ୍ଷେତ୍ରରେ କାମ କରିବାକୁ ରାଜି ହୋଇଛନ୍ତି । ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ପୂର୍ବପରି କାମ ଚାଲିବ ଏବଂ ମାଲବାର ସମରାଭ୍ୟାସରେ ଅଷ୍ଟ୍ରେଲିଆ ପୂର୍ବଭଳି ଭାଗ ନେବାକୁ ରାଜି ହୋଇଛି ।

ଭାରତର କ୍ରମବର୍ଦ୍ଧିଷ୍ଣୁ ପ୍ରତିରକ୍ଷା ଉଦ୍ୟୋଗରେ ସାମିଲ ହେବାକୁ ଅଷ୍ଟ୍ରେଲିଆକୁ ଭାରତ ନିମନ୍ତ୍ରଣ କରିଛି। ସେହିଭଳି ସାମରିକ ଉପକରଣର ବିକାଶ ଓ ଉତ୍ପାଦନ କ୍ଷେତ୍ରରେ ଅଷ୍ଟ୍ରେଲିଆକୁ ଅଂଶୀଦାର ହେବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି।

କରୋନା ମହାମାରୀ ସତ୍ତ୍ୱେ ଏହି ଆଲୋଚନାରେ  ଅଷ୍ଟ୍ରେଲିଆର ଦୁଇମନ୍ତ୍ରୀଙ୍କୁ ଯୋଗଦେଇଥିବା ରାଜନାଥ ସିଂ ଧନ୍ୟବାଦ ଦେଇଥିଲେ। ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ଦୃଢ, ବ୍ୟାପକ ଓ ନିବିଡ କରିବା ପାଇଁ ଉଚ୍ଚସ୍ତରରେ ଆଲୋଚନା ଓ ସମ୍ପର୍କ ସ୍ଥାପନ ଅବ୍ୟାହତ ରଖିବାକୁ ଉଭୟପକ୍ଷ ରାଜି ହୋଇଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଖୁବ୍‌ଶୀଘ୍ର ଏସ୍‌ଆଇ ପରୀକ୍ଷା, ଆସନ୍ତା ସପ୍ତାହରେ ବିଧିବଦ୍ଧ ବିଜ୍ଞପ୍ତି

October 5, 2026

ଟିମ୍ ଇଣ୍ଡିଆକୁ ଫେରିଲେ ଭୁବନେଶ୍ୱର କୁମାର: ଏହି ଦିନ ଖେଳିବେ ମ୍ୟାଚ

October 5, 2026

୨୦୨୬ ଚିକିତ୍ସା ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ବିଜେତା ଘୋଷଣା

October 5, 2026

ଫର୍ମ-୬ ଉପରେ ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ପରେ ଉତ୍ତେଜନା: CEC ଉପରେ କଡା ପ୍ରତିକ୍ରିୟା ଦେଲା CJP

October 5, 2026
Latest News

ଖୋରଧା: ଜିଲ୍ଲା ପ୍ରଶାସନର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

October 5, 2026

ଖୁବ୍‌ଶୀଘ୍ର ଏସ୍‌ଆଇ ପରୀକ୍ଷା, ଆସନ୍ତା ସପ୍ତାହରେ ବିଧିବଦ୍ଧ ବିଜ୍ଞପ୍ତି

October 5, 2026

ନାଇଡୁ କମିଶନ ଫାଇଲ ଗାଏବ ଘଟଣା: ୩ ଜଣଙ୍କ ବୟାନ ରେକର୍ଡ କଲା କ୍ରାଇମବ୍ରାଞ୍ଚ

October 5, 2026

ଭିଜିଲାନ୍ସ ଜାଲରେ କେଶରୀ ନଗର ଆରଆଇ ନିରଞ୍ଜନ ସିଂହ

October 5, 2026

ଓଡ଼ିଶା ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

October 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.