Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»PIB_NEWS»ପାରାଦ୍ବୀପ ବନ୍ଦରରେ ଲାଗିଲା ଏକ୍ସ-ରେ କଣ୍ଟେନର ସ୍କାନିଂ ସିଷ୍ଟମ, ଘଣ୍ଟାକୁ ୨୫ ଟି କଣ୍ଟେନରକୁ କରିବ ସ୍କାନ୍
PIB_NEWS

ପାରାଦ୍ବୀପ ବନ୍ଦରରେ ଲାଗିଲା ଏକ୍ସ-ରେ କଣ୍ଟେନର ସ୍କାନିଂ ସିଷ୍ଟମ, ଘଣ୍ଟାକୁ ୨୫ ଟି କଣ୍ଟେନରକୁ କରିବ ସ୍କାନ୍

September 14, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ପାରାଦ୍ବୀପ ବନ୍ଦରରେ ଲାଗିଲା ଏକ୍ସ-ରେ କଣ୍ଟେନର ସ୍କାନିଂ ସିଷ୍ଟମ, ଘଣ୍ଟାକୁ ୨୫ ଟି କଣ୍ଟେନରକୁ କରିବ ସ୍କାନ୍

ନୂଆଦିଲ୍ଲୀ: ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍ (ଇଓଡିବି) ପଦକ୍ଷେପ ଅନୁଯାୟୀ, ୩୦ କୋଟି ଟଙ୍କା ବ୍ୟୟରେ ଗୋଟିଏ ଭ୍ରାମ୍ୟମାଣ ଏକ୍ସ-ରେ କଣ୍ଟେନର ସ୍କାନିଂ ସିଷ୍ଟମ (ଏମ୍‍ଏକ୍ସସିଏସ୍‍) ସ୍ଥାପନ କରାଯାଇଛି ଯାହା ବ୍ୟକ୍ତିଙ୍କ ଦ୍ୱାରା ପରୀକ୍ଷଣ ହ୍ରାସ କରିବ ଏବଂ ବନ୍ଦରରେ କଣ୍ଟେନର ଗୁଡିକର ରହିବା ସମୟକୁ କମେଇବ ।

ବନ୍ଦରରେ ଏମ୍‍ଏକ୍ସସିଏସ୍‍ର ସଫଳ ପରୀକ୍ଷଣ ପରେ, ପରମାଣୁ ଶକ୍ତି ନିୟାମକ ବୋର୍ଡ (ଏଇଆରବି) ଏହାର ନିୟମିତ କାର‌୍ୟ୍ୟ ପାଇଁ ୨୭ ଅଗଷ୍ଟ ୨୦୨୧ ରେ ପାରାଦୀପ କଷ୍ଟମ୍ସକୁ ଲାଇସେନ୍ସ ପ୍ରଦାନ କରିଛି । ଏହି ସ୍କାନର୍ ଘଣ୍ଟା ପ୍ରତି ୨୫ ଟି କଣ୍ଟେନରକୁ ସ୍କାନ୍ କରିପାରିବ, ଉନ୍ନତ ସୁରକ୍ଷା ବ୍ୟବସ୍ଥା ଏବଂ ବିନା ବାଧା ସହିତ ସିଧାସଳଖ କଣ୍ଟେନରଗୁଡିକୁ ବାହାରକୁ ଆଣିବାରେ ସକ୍ଷମ କରିବ ।

ଏହା ମଧ୍ୟ ବନ୍ଦର ଆଖପାଖରେ ଥିବା ଶିଳ୍ପର ଦୀର୍ଘ ଦିନର ଆବଶ୍ୟକତାକୁ ପୂରଣ କରିବା ପାଇଁ ବନ୍ଦର ଜରିଆରେ କଣ୍ଟେନରରେ ଧାତବ ସ୍କ୍ରାପ୍ ସାମଗ୍ରୀର ପରିବହନକୁ ସହଜ କରିବ। ସ୍କାନରର କାର‌୍ୟ୍ୟ ପାରାଦୀପ ବନ୍ଦରରେ କଣ୍ଟେନର ପରିମାଣ ବୃଦ୍ଧି କରିବ ବୋଲି ଆଶା କରାଯାଉଛି କାରଣ ଭାରତ ସରକାରଙ୍କ ଇଜି ଅଫ୍‍ ଡୁଇଙ୍ଗ ବିଜନେସ୍‍ ଆଧାରରେ ଇକ୍ସଆଇଏମ୍‍ ବ୍ୟବସାୟରେ ସହାୟତା ପାଇଁ ଲଜିଷ୍ଟିକ୍ ମୂଲ୍ୟ ହ୍ରାସ କରିବାକୁ ପିପିଟି ନିରନ୍ତର ଉଦ୍ୟମ କରୁଛି ।

ଆରସିଏଲ୍‌, ଜେଡ୍‍ଆଇଏମ୍‍ଣ୍ଟ ଇଣ୍ଟରନ୍ୟାସନାଲ୍ ସିପିଂ ଲାଇନ୍ ଏବଂ ଶ୍ରେୟସ୍ ସିପିଂ ଲାଇନଗୁଡିକ ନିୟମିତ ଭାବରେ ବନ୍ଦରକୁ କହୁଥିବାବେଳେ ଅନ୍ୟ ପ୍ରମୁଖ ଲାଇନରଗୁଡିକୁ ବନ୍ଦର ଦ୍ୱାରା ପ୍ରଦାନ କରାଯାଇଥିବା ଉନ୍ନତ ସୁବିଧା ଏବଂ ଅଧିକ ରିହାତି ଉପରେ ବିଚାର କରିବେ ।

ପାରାଦ୍ବୀପ ବନ୍ଦର
Share. Facebook Twitter LinkedIn Email WhatsApp Copy Link

Related Posts

ଜଳୁଛି ଓଡ଼ିଶା: ୪o ଡିଗ୍ରି ଉପରେ ଅନେକ ସହର

May 20, 2026

ଗିରିରୋଡ୍ ବର୍ବରତା : ଦୁଇ ଗିରଫ

May 20, 2026

ମେକାପ ସେବକଙ୍କ ବିରୋଧରେ ଆକ୍ସନ

May 20, 2026

ଦୀର୍ଘ ୫୯ ବର୍ଷ ପରେ ତାମିଲନାଡୁ କ୍ୟାବିନେଟରେ କଂଗ୍ରେସ

May 20, 2026
Latest News

ପେଟ୍ରୋଲ ଏବଂ ଡିଜେଲ ଦର ଆହୁରି ମହଙ୍ଗା ହେବ! ଚେତାବନୀ ଦେଲା ଜାତିସଂଘ

May 21, 2026

ଆଜି ଅନ୍ତର୍ଜାତୀୟ ଚା ଦିବସ, ଜାଣନ୍ତୁ ଚା’ର ପ୍ରକାର ବିଷୟରେ

May 21, 2026

ଫିଟ୍ ରହିବା ଏବଂ ସୁସ୍ଥ ଶରୀର ପାଇଁ ଖାଆନ୍ତୁ କଦଳୀ, ଜାଣନ୍ତୁ ଏହାର ଫାଇଦା

May 21, 2026

ମଇ ୨୧ତାରିଖ ଗୁରୁବାରରେ ଏହି ସାତୋଟି ରାଶି ପାଇଁ ରହିଛି ସତର୍କ ସୂଚନା, ରୁହନ୍ତୁ ସାବଧାନ

May 21, 2026

୩ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

May 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.