Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»PIB_NEWS»ଏଣିକି ମୋବାଇଲ ସିମ୍ କିଣିବା ବା ସେବା ପରିବର୍ତ୍ତନ କରିବା ପକ୍ରିୟା ସରଳ ହେଲା, ଜାଣନ୍ତୁ କଣ କରିବେ
PIB_NEWS

ଏଣିକି ମୋବାଇଲ ସିମ୍ କିଣିବା ବା ସେବା ପରିବର୍ତ୍ତନ କରିବା ପକ୍ରିୟା ସରଳ ହେଲା, ଜାଣନ୍ତୁ କଣ କରିବେ

September 23, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସମାଜର ବଞ୍ଚିତ ବର୍ଗଙ୍କ ପାଇଁ ବିଶ୍ୱସ୍ତରୀୟ ଇଣ୍ଟରନେଟ ଏବଂ ଟେଲି-ଯୋଗାଯୋଗ ସୁବିଧା ଯୋଗାଇ ଦିଆଯିବ ବୋଲି ନିକଟରେ କେନ୍ଦ୍ର ଦୂରସଞ୍ଚାର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଥିଲେ। ତାଙ୍କ ଘୋଷଣା ଅନୁରୂପ, ଏହି ଲକ୍ଷ୍ୟ ହାସଲ ଦିଗରେ ଭାରତ ସରକାରଙ୍କ ଦୂରସଞ୍ଚାର ମନ୍ତ୍ରଣାଳୟ ଅଧୀନ ଦୂରସଞ୍ଚାର ବିଭାଗ ପକ୍ଷରୁ ଏକ ବୃହତ ପଦକ୍ଷେପ ଗ୍ରହଣ କରାଯାଇଛି।

ଆଜି ବିଭାଗ ପକ୍ଷରୁ କେୱାଇସି ପ୍ରକ୍ରିୟାକୁ ସରଳ କରିବା ଲାଗି ଏକାଧିକ ଆଦେଶ ଜାରି କରାଯାଇଛି। ଫଳରେ ଗତ ୧୫.୦୯.୨୦୨୧ରେ କ୍ୟାବିନେଟ ଦ୍ୱାରା ଘୋଷଣା କରାଯାଇଥିବା ଦୂରସଞ୍ଚାର ସଂସ୍କାରକୁ କାର୍ଯ୍ୟକାରୀ କରାଯାଇଛି।

ବର୍ତ୍ତମାନର ନିୟମ ଅନୁଯାୟୀ, ନୂଆ ମୋବାଇଲ ନମ୍ବର ସଂଯୋଗ କିମ୍ବା ପ୍ରିପେଡରୁ ପୋଷ୍ଟପେଡ ଅଥବା ପୋଷ୍ଟପେଡରୁ ପ୍ରିପେଡ୍ ସେବାକୁ ପରିବର୍ତ୍ତନ ଲାଗି ଜଣେ ଗ୍ରାହକଙ୍କୁ ମୂଳ ପରିଚୟ ଓ ଠିକଣା ପ୍ରମାଣପତ୍ର ସହିତ ଯାଇ ସେବା ବିକ୍ରୟ କେନ୍ଦ୍ରରେ କେୱାଇସି ପ୍ରକ୍ରିୟା ସମ୍ପାଦନ କରିବାକୁ ପଡ଼ୁଛି।

କିଛିଦିନ ହେବା ଅନଲାଇନ ସେବା ବିତରଣ ଏକ ଗ୍ରହଣୀୟ ମାନଦଣ୍ଡ ହୋଇଯାଇଛି ଏବଂ ଅଧିକାଂଶ ଗ୍ରାହକ ସେବା ଓଟିପି ପ୍ରମାଣୀକରଣ ଜରିଆରେ ଇଣ୍ଟରନେଟ ମାଧ୍ୟମରେ ଯୋଗାଇ ଦିଆଯାଉଛି। ଗ୍ରାହକମାନଙ୍କ ସୁବିଧା ଏବଂ ବ୍ୟବସାୟକୁ ସହଜ କରିବାଲାଗି ଏହି କୋଭିଡ କାଳରେ ସ୍ପର୍ଶମୁକ୍ତ ସେବାକୁ ପ୍ରୋତ୍ସାହନ ଦିଆଯିବାର ଆବଶ୍ୟକତା ରହିଛି।

ସେଥିପାଇଁ ଯଦି ଆଧାର ଉପଯୋଗ କରାଯାଉଛି ଏବଂ ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ମାଧ୍ୟମରେ ଇଲେକ୍ଟ୍ରୋନିକ ଜରିଆରେ ଜନସାଂଖିକୀୟ ବିବରଣୀ ହାସଲ କରାଯାଉଛି, ତା’ହେଲେ ଏପରି ସ୍ଥିତିରେ ଗ୍ରାହକମାନଙ୍କ ସହମତିକୁ ବାଧ୍ୟତାମୂଳକ କରିଦିଆଯାଇଛି।

ତଦନୁସାରେ, ସ୍ପର୍ଶମୁକ୍ତ, ଗ୍ରାହକ କୈନ୍ଦ୍ରିକ ଏବଂ ସୁରକ୍ଷିତ କେୱାଇସି ପ୍ରକ୍ରିୟାକୁ ତୁରନ୍ତ କାର‌୍ୟ୍ୟକାରୀ କରିବା ଲାଗି ଦୂରସଞ୍ଚାର ବିଭାଗ ପକ୍ଷରୁ ନିମ୍ନଲିଖିତ ଆଦେଶ ଜାରି କରାଯାଇଛି :

ଆଧାର ଆଧାରିତ ଇ-କେୱାଇସି

ନୂଆ ମୋବାଇଲ ସଂଯୋଗ ପ୍ରଦାନ କରିବା ଲାଗି ଆଧାର ଆଧାରିତ ଇ- କେୱାଇସି ପ୍ରକ୍ରିୟାକୁ ପୁଣିଥରେ ଆରମ୍ଭ କରାଯାଇଛି। ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଏଥିପାଇଁ ଦୂରସଞ୍ଚାର ସେବା ପ୍ରଦାନକାରୀମାନଙ୍କ ଠାରୁ ପ୍ରତ୍ୟେକ ଗ୍ରାହକଙ୍କ ପାଇଁ ୧ ଟଙ୍କା ନେବ। ଏହା ସମ୍ପୂର୍ଣ୍ଣ ଭାବେ ଏକ କାଗଜମୁକ୍ତ (ପେପରଲେସ) ଏବଂ ଡିଜିଟାଲ ପ୍ରକ୍ରିୟା ଯେଉଁଥିରେ ଗ୍ରାହକଙ୍କ ଫଟୋ ସହିତ ତାଙ୍କର ଜନସାଂଖ୍ୟିକ ବିବରଣୀ ଦୂରସଞ୍ଚାର ସେବା ପ୍ରଦାନକାରୀ (ଟିଏସପି) ଦ୍ୱାରା ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଠାରୁ ଅନଲାଇନ ପ୍ରାପ୍ତ କରାଯାଇଥାଏ।

ସେଲ୍ଫ- କେୱାଇସି

ଏହି ପ୍ରକ୍ରିୟାରେ, ଗ୍ରାହକମାନଙ୍କୁ ଏକ ଆପ/ପୋର୍ଟାଲ ଆଧାରିତ ଅନଲାଇନ ପ୍ରକ୍ରିୟା ମାଧ୍ୟମରେ ମୋବାଇଲ ସଂଯୋଗ ଜାରି କରାଯାଇଥାଏ। ଏଥିରେ ଗ୍ରାହକ ଘରେ/କାର‌୍ୟ୍ୟାଳୟରେ ବସି ମୋବାଇଲ କନେକ୍ସନ ପାଇଁ ଆବେଦନ କରିପାରିବେ। ୟୁଆଇଡିଏଆଇ ଦ୍ୱାରା ଇଲେକ୍ଟ୍ରୋନିକ ରୂପରେ କିମ୍ବା ଡିଜିଲକର ମାଧ୍ୟମରେ ସତ୍ୟ ପ୍ରମାଣିତ କାଗଜପତ୍ର ଉପଯୋଗ କରି ସେମାନଙ୍କ ପାଖରେ ସିମ ପହଞ୍ଚାଇ ଦିଆଯାଇପାରିବ।

ପ୍ରିପେଡରୁ ପୋଷ୍ଟପେଡ୍ କିମ୍ବା ଏହାର ବିପରୀତ ସେବା ପାଇବା ଲାଗି ଓଟିପି ଆଧାରିତ ପରିବର୍ତ୍ତନ

ଓଟିପି ଆଧାରିତ ପରିବର୍ତ୍ତନ ପ୍ରକ୍ରିୟା କାର‌୍ୟ୍ୟକାରୀ ହେବା ଦ୍ୱାରା ଜଣେ ଗ୍ରାହକ ନିଜ ମୋବାଇଲ ସଂଯୋଗକୁ ପ୍ରିପେଡରୁ ପୋଷ୍ଟପେଡ ଏବଂ ପୋଷ୍ଟପେଡରୁ ପ୍ରିପେଡରେ ପରିବର୍ତ୍ତନ କରିବାଲାଗି ଓଟିପି ଆଧାରିତ ପ୍ରାମାଣିକରଣକୁ ଉପଯୋଗ କରିପାରିବେ।

ଅଶ୍ୱିନୀ ବୈଷ୍ଣବ ଦୂରସଞ୍ଚାର
Share. Facebook Twitter LinkedIn Email WhatsApp Copy Link

Related Posts

ମହିଳା ସଂରକ୍ଷଣରେ SADର ‘ହଁ’, ଡିଲିମିଟେସନ୍‌ରେ ବି ସମର୍ଥନ: ବଦଳୁଛି ରାଜନୈତିକ ସମୀକରଣ!

August 8, 2026

ଶ୍ରୀଲଙ୍କାରେ ଦେବଦତ୍ତ ପାଡିକ୍କଲଙ୍କ ଚମତ୍କାର ଶତକ: ଯଶସ୍ୱୀ ଏବଂ ପନ୍ତ-ଜୁରେଲ ଫ୍ଲପ୍

August 8, 2026

ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଶରଦ ପାୱାରଙ୍କ ସମସ୍ତ ସାଂସଦ: ଜାଣନ୍ତୁ କାରଣ

August 8, 2026

ଆଜି ଦେଶରେ ଆମ ଯୁବବର୍ଗଙ୍କ ପାଇଁ ନୂଆ ନୂଆ କ୍ଷେତ୍ରର ବିକାଶ ଘଟୁଛି: ପ୍ରଧାନମନ୍ତ୍ରୀ

August 8, 2026
Latest News

ଅଗଷ୍ଟ ୯ରୁ ୧୭ ଯାଏଁ ଓଡ଼ିଶାରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ

August 8, 2026

ପ୍ରବଳ ବର୍ଷାରେ ବି ଥମିନି ଭକ୍ତିର ପଦଯାତ୍ରା: “ବୋଲବମ୍” ଧ୍ୱନିରେ ମୁଖର ରାସ୍ତା

August 8, 2026

ମହିଳା ସଂରକ୍ଷଣରେ SADର ‘ହଁ’, ଡିଲିମିଟେସନ୍‌ରେ ବି ସମର୍ଥନ: ବଦଳୁଛି ରାଜନୈତିକ ସମୀକରଣ!

August 8, 2026

ସମ୍ ନର୍ସିଂ କଲେଜ ପକ୍ଷରୁ ଆନ୍ତର୍ଜାତୀୟ ସ୍ତନ୍ୟପାନ ସପ୍ତାହ ପାଳିତ

August 8, 2026

ଶ୍ରୀଲଙ୍କାରେ ଦେବଦତ୍ତ ପାଡିକ୍କଲଙ୍କ ଚମତ୍କାର ଶତକ: ଯଶସ୍ୱୀ ଏବଂ ପନ୍ତ-ଜୁରେଲ ଫ୍ଲପ୍

August 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.