Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»PIB_NEWS»କୋଭିଡ ପରବର୍ତ୍ତୀ ଘଟଣା ପରିମାପକ ଉନ୍ମୋଚନ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା
PIB_NEWS

କୋଭିଡ ପରବର୍ତ୍ତୀ ଘଟଣା ପରିମାପକ ଉନ୍ମୋଚନ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା

September 24, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
କୋଭିଡ ପରବର୍ତ୍ତୀ ଘଟଣା ପରିମାପକ ଉନ୍ମୋଚନ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିୟା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାରଙ୍କ ଉପସ୍ଥିତିରେ କୋଭିଡ ପରବର୍ତ୍ତୀ ପରିସ୍ଥିତିର ପରିମାପକ ଉନ୍ମୋଚନ କରିଛନ୍ତି । ଏହି ପରିମାପକ ଡାକ୍ତର, ସେବିକା, ସ୍ୱାସ୍ଥ୍ୟକର୍ମୀ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକର୍ମୀଙ୍କୁ ସାରା ଦେଶରେ କୋଭିଡର ଦୀର୍ଘମିଆଦି ସମସ୍ୟା ମୁକାବିଲା ଦିଗରେ ମାର୍ଗଦର୍ଶନ ଦେବ ।

ମାର୍ଗଦର୍ଶିକା ଉନ୍ମୋଚନ ଅବସରରେ ଖୁସି ପ୍ରକଟ କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ ଯେ ପ୍ରସ୍ତୁତ ମାର୍ଗଦର୍ଶିକା ଡାକ୍ତର ଓ ସ୍ୱାସ୍ଥ୍ୟ ସେବା ଯତ୍ନରେ ନିୟୋଜିତ କର୍ମଚାରୀଙ୍କୁ କୋଭିଡର ଦୀର୍ଘସ୍ଥାୟୀ ପ୍ରତିକ୍ରୟାର ପରିଚାଳନା ଦିଗରେ ବେଶ୍ ସହାୟକ ହେବ । କୋଭିଡରେ ବୃତ୍ତିଗତ ଓ ସବିଶେଷ ଉପଚାର, ପାର୍ଶ୍ୱ ପ୍ରତିକ୍ରିୟା ସର୍ବନିମ୍ନ କରିବା ସହ ଉପଚାରରେ କୌଣସି ନକାରାତ୍ମକ ପ୍ରଭାବ ପକାଇବ ନାହିଁ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ “ଆମେ ମ୍ୟୁାକୋମାୟୋସିସ୍ (କଳା କବକ) ଯୋଗୁଁ ଅତ୍ୟଧିକ ଷ୍ଟେରୟେଡ ପ୍ରୟୋଗ ପାଇଁ କୋଭିଡ ପରିବର୍ତ୍ତୀ ଅବସ୍ଥାରେ ରୋଗୀମାନଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯିବା ଲକ୍ଷ୍ୟ କରିଛୁ । ଅବଶ୍ୟ କମ୍ ବା ନାମ ମାତ୍ର ପାର୍ଶ୍ୱ ପ୍ରତିକ୍ରିୟା ଥିବା ଔଷଧ ସେବନ କରିବା ଗୁରୁତ୍ୱପୂର୍ଣ୍ଣ । ଆମେ ଯଦି ଆଗରୁ ସତର୍କ ରହିବା, ତେବେ ଭବିଷ୍ୟତରେ କୋଭିଡ ମୁକାବିଲା ଦିଗରେ ଏହା ଖୁବ୍ ଫଳପ୍ରଦ ହେବ ।

କୋଭିଡ ପରବର୍ତ୍ତୀ ସମୟରେ ସମାଜରେ ଏକ ଅମୂଳକ ଭୟ ଓ ମାନସିକ ଅବସାଦ ଖେଳିଯାଉଛି ଯାହାର ମୁକାବିଲ।। କରାଯିବା ଅତ୍ୟନ୍ତ ଜରୁରୀ । ସେ ଦୃଷ୍ଟିରୁ ପରବର୍ତ୍ତୀ କୋଭିଡ ସମସ୍ୟାଗୁଡିକୁ ଭଲ ଭାବେ ହୃଦୟଙ୍ଗମ କରି ତାର ମୁକାବିଲା କରାଯିବ ଦରକାର । ଦେଶର ଅନେକ ବିଶେଷଜ୍ଞ ବ୍ୟାପକ ବିଚାର ବିମର୍ଶ ପରେ କୋଭିଡ ପରବର୍ତ୍ତୀ ଉପଚାର ସମ୍ପର୍କୀତ ମାର୍ଗଦର୍ଶିକା ପ୍ରସ୍ତୁତ କରିଛନ୍ତି । ବିଭିନ୍ନ ପେଶାଦାର ସ୍ୱାସ୍ଥ୍ୟ ସେବା ଯତ୍ନରେ ନିୟୋଜିତ ବିଶେଷଜ୍ଞ ଦ୍ୱାରା ସବୁ ଦୃଷ୍ଟିରୁ ବିଚାରକୁ ନେଇ ଏହି ପରିମାପକ ପ୍ରସ୍ତୁତ କରାଯାଇଛି।”

ଏହି ଅବସରରେ ଡକ୍ଟର ଭାରତୀ ପ୍ରବୀଣ ପାୱାର ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଗୁରୁତ୍ୱାରୋପ କରିବା ସହ ସର୍ବଶେଷ କ୍ଷତିଗ୍ରସ୍ତ ବ୍ୟକ୍ତି ନିକଟରେ ପହଞ୍ଚିବା ଆବଶ୍ୟକ ବୋଲି କହିଥିଲେ । ସେ କହିଥିଲେ ଯେ “ଏହି ବୈଶ୍ୱିକ ମହାମାରୀ ଆମର ସ୍ୱାସ୍ଥ୍ୟ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ଆହ୍ୱାନ ସୃଷ୍ଟି କରିଛି । ମାନସିକ ସ୍ୱାସ୍ଥ୍ୟ ଯତ୍ନ ଏକ ଜନସଂଖ୍ୟା ବହୁଳ ବିଶାଳ ଦେଶ ନିମନ୍ତେ ଏକ ମସ୍ତବଡ ଆହ୍ୱାନ । ମାନସିକ ସ୍ୱାସ୍ଥ୍ୟର ଏହି ଆହ୍ୱାନ ପାଇଁ ଆମକୁ ସାମର୍ଥ୍ୟ ବୃଦ୍ଧି କରିବାକୁ ପଡିବ । ଆମ ସମ୍ମୁଖ ଯୋଦ୍ଧାଗଣ ଜ୍ଞାନ ଓ ତାଲିମ ଆହରଣ କରିପାରିଲେ ସେମାନେ କୋଭିଡ ପରବର୍ତ୍ତୀ ସମସ୍ୟାକୁ ଭଲଭାବେ ସମ୍ଭାଳି ପାରିବେ ।

ଆମେ ଯେତେବେଳେ ନିଜକୁ କୋଭିଡ ପରବର୍ତ୍ତୀ ଅବସ୍ଥା ସମ୍ଭାଳିବା ପାଇଁ ପ୍ରସ୍ତୁତ କରୁଛୁ, ସେତେବେଳେ କେହି ଯେପରି ବାଦ ନ ପଡନ୍ତି ତାହା ଦେଖିବା ମଧ୍ୟ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତକୁ ଆଧାର କରି ଏହି ମାନସିକ ସ୍ୱାସ୍ଥ୍ୟ ପରିମାପକ ପ୍ରସ୍ତୁତ ହୋଇଛି ।” ଯେପରି କୋଭିଡ-୧୯ ବିଶ୍ୱର ଶେଷ ମହାମାରୀ ହୁଏ ସେଥିପାଇଁ ଆମେ ମାନେ ମିଳିମିଶି କାର‌୍ୟ୍ୟ କରିବା ଉଚିତ ବୋଲି ସେ କହିଛନ୍ତି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶ୍ରୀ ରାଜେଶ ଭୂଷଣ, ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶକ ଡକ୍ଟର ସୁନୀଲ କୁମାର ଓ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ଏଥିରେ ଉପସ୍ଥିତ ଥିଲେ ।

corona କୋଭିଡ
Share. Facebook Twitter LinkedIn Email WhatsApp Copy Link

Related Posts

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.