Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ହିମାଳୟାନ୍‍ ଚଳଚ୍ଚିତ୍ର ମହୋତ୍ସବକୁ ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର
ଜାତୀୟ ଖବର

ହିମାଳୟାନ୍‍ ଚଳଚ୍ଚିତ୍ର ମହୋତ୍ସବକୁ ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

September 25, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ହିମାଳୟାନ୍‍ ଚଳଚ୍ଚିତ୍ର ମହୋତ୍ସବକୁ ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

ନୂଆଦିଲ୍ଲୀ: ହିମାଲୟାନ୍‍ ଚଳଚ୍ଚିତ୍ର ମହୋତ୍ସବକୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଆଜି ଉଦଘାଟନ କରିଛନ୍ତି । ଏହି ପାଞ୍ଚଦିନିଆ ଚଳଚ୍ଚିତ୍ର ଉଦ୍ଘାଟନ ସମାରୋହରେ ଚଳଚ୍ଚିତ୍ର ଜଗତର ଅନେକ ହସ୍ତୀ ଯୋଗଦାନ କରିଥିଲେ । ଏହା ପ୍ରଥମ ହିମାଲୟାନ୍‍ ଚଳଚ୍ଚିତ୍ର ମହୋତ୍ସବ ଯାହାକି କେନ୍ଦ୍ରଶାସିତ କ୍ଷେତ୍ର ଲଦାଖର ଲେହର ସିନ୍ଧୁ ସଂସ୍କୃତି କେନ୍ଦ୍ରଠାରେ ଆୟୋଜନ କରାଯାଇଛି ।

ଦେଶ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳିତ ହେଉଥିବା “ଆଜାଦୀ କା ଅମୃତ ମହୋତ୍ସବ”ର ଅଂଶବିଶେଷ ସ୍ୱରୂପ ଏହି ପାଞ୍ଚଦିନିଆ ଚଳଚ୍ଚିତ୍ର ମହୋତ୍ସବର ଆୟୋଜନ କରାଯାଇଛି । “ଜନ ଭାଗୀଦାରୀ”ର ଅଂଶବିଶେଷ ସ୍ୱରୂପ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଏହି ଚଳଚ୍ଚିତ୍ର ମହୋତ୍ସବରେ ସ୍ଥାନୀୟ ଚଳଚ୍ଚିତ୍ର ନିର୍ମାତାମାନେ ସକ୍ରିୟ ଭାବେ ଭାଗ ନେଇପାରିବେ ଏବଂ । ସେଥିପାଇଁ ଏହି ଉତ୍ସବରେ ହିମାଳୟ ପର୍ବତମାଳା ସହିତ ସଂଶ୍ଳିଷ୍ଟ ହୋଇ ରହିଥିବା ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରର ବିଭିନ୍ନ ପ୍ରତିଭାଧରମାନଙ୍କ ବିଭିନ୍ନ କଳା ଏହି ଉତ୍ସବରେ ପ୍ରଦର୍ଶିତ ହେବ ।

ଏହି ମହୋତ୍ସବରେ ଉପସ୍ଥିତ ଦର୍ଶକମାନଙ୍କୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ଠାକୁର କହିଲେ ଯେ ନରେନ୍ଦ୍ର ମୋଦୀ ସରକାର ପାର୍ବତ୍ୟ କ୍ଷେତ୍ରର ରାଜ୍ୟମାନଙ୍କୁ ଏକ ନୂଆ ପରିଚୟ ଦେବାକୁ ଯାଉଛି ଏବଂ ମନ୍ତ୍ରୀ ତଥା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏହି ଲକ୍ଷ୍ୟ ହାସଲ କରିବା ଦିଗରେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିବେ ।

ଶ୍ରୀ ଅନୁରାଗ ଠାକୁର ଓଟିଟି ପ୍ଲାଟଫର୍ମର କ୍ରମବର୍ଦ୍ଧିଷ୍ଣୁ ଆନନ୍ଦ ସଂପର୍କରେ ଅବତାରଣା କରି କହିଲେ ଯେ ଭାରତ ଏଭଳି ଏକ ରାଷ୍ଟ୍ର ଯେଉଁଠଶରେ ଓଟିଟି ପ୍ଲାଟଫର୍ମର ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହା କେବଳ ବଡ଼ ବଡ଼ ରାଜ୍ୟମାନଙ୍କୁ ସୁଯୋଗ ପ୍ରଦାନ କରେନାହିଁ ଅପରନ୍ତୁ ଦେଶର କ୍ଷୁଦ୍ର କ୍ଷୁଦ୍ର ରାଜ୍ୟମାନଙ୍କୁ ମଧ୍ୟ ସେହିଭଳି ସୁଯୋଗ ଯୋଗାଇଥାଏ ଏବଂ ଭବିଷ୍ୟତରେ ଖୁବ୍‍ ଶୀଘ୍ର ଅନ୍ତରାଷ୍ଟ୍ରୀୟ ଚଳଚ୍ଚିତ୍ର ମହୋତ୍ସବମାନଙ୍କରେ ଲଦାଖ ତା’ର ସ୍ୱୀକୃତି ଲାଭ କରିବାକୁ ଯାଉଛି ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଠାକୁର ହିମାଳୟ କ୍ଷେତ୍ରର ରାଜ୍ୟମାନଙ୍କ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଏକ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ । ଆଜାଦୀ କା ଅମୃତ ମହୋତ୍ସବର ଅଂଶବିଶେଷ ସ୍ୱରୂପ ଏହି ପ୍ରଦର୍ଶନୀର ଆୟୋଜନ କରାଯାଇଛି । ପୁଣି ଭାରତୀୟ ଚଳଚ୍ଚିତ୍ର ଯାହାକି ହିମାଳୟ କ୍ଷେତ୍ର ଉପରେ ପ୍ରାଧାନ୍ୟ ଦେଇଛି ସେହିଭଳି ଚଳଚ୍ଚିତ୍ରମାନଙ୍କର ଏକ ପ୍ରଦର୍ଶନୀ କ୍ଷେତ୍ରୀୟ ଆଉଟରିଚ୍‍ ବ୍ୟୁରୋ, ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ ବ୍ୟୁରୋ ପକ୍ଷରୁ ଆୟୋଜନ କରାଯାଇଛି ।

‘ଶେରଶାହ’ ଏକ ଆତ୍ମଜୀବନୀ ସମ୍ବଳିତ ଯୁଦ୍ଧ ଚଳଚ୍ଚିତ ଯାହା ‘ପରମବୀର ଚକ୍ର’ ପୁରସ୍କାର ବିଜେତା କ୍ୟାପ୍ଟେନ ବିକ୍ରମ ବାତ୍ରାଙ୍କ ବୀରତ୍ୱ ଉପରେ ଆଧାରିତ । ଉଦ୍ଘାଟନୀ ଉତ୍ସବ ଅବସରରେ ଏହି ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା । ଏହାକୁ ଶ୍ରୀ ବିଷ୍ଣୁ ବର୍ଦ୍ଧନ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଏଥିରେ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି ଶ୍ରୀ ସିଦ୍ଧାର୍ଥ ମଲହୋତ୍ରା ।
ଲେହର ସାଂସଦ ଜାମୟାଙ୍ଗ ସେରିଙ୍ଗ ନାମଗ୍ୟାଲ, ତାଙ୍କର ଅଭିଭାଷଣରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ର ଲଦାଖ ପ୍ରଶାସନର ଏଭଳି ଚଳଚ୍ଚିତ୍ର ଆୟୋଜନ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ ।

ଲଦାଖର ଉପ ରାଜ୍ୟପାଳ ଶ୍ରୀ ଆର କେ ମାଥୁର ତାଙ୍କ ଅଭିଭାଷଣରେ କହିଥିଲେ ଯେ ଚଳଚ୍ଚିତ୍ର କହିଲେ କେବଳ ଆନ୍ତସଂଯୋଗତାକୁ ବୁଝାଏନାହିଁ ଏବଂ ଲଦାଖ କ୍ଷେତ୍ରରେ ଏକଳି ଏକ ଚଳଚ୍ଚିତ୍ର ମହୋତ୍ସବର ଆୟୋଜନ କରାଯିବାର ଚିନ୍ତାଧାର ହେଉଛି ଲଦାଖର ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ଯଦ୍ୱାରା ସେମାନେ ଜାତୀୟ ଓ ଆନ୍ତର୍ଜତୀୟ ସ୍ତରରେ ନିଜର ପ୍ରତିଭା ଓ କୌଶଳକୁ ପ୍ରଦର୍ଶନ କରିପାରିବେ । ତାହା ଫଟୋଗ୍ରାଫି, ଫିଲ୍ମ, ଐତିହ୍ୟ ଏବଂ ସାଂସ୍କୃତିକ କ୍ଷେତ୍ରରେ ସମ୍ଭବପର ହୋଇପାରିବ ।

ଲୋକପ୍ରିୟ ପୁରସ୍କୃତ ଚଳଚ୍ଚିତ୍ର ପ୍ରଦର୍ଶିତ ହେବା ସହିତ ଲେହର ସିନ୍ଧୁ ସଂସ୍କୃତି ପ୍ରେକ୍ଷାଳୟ ଠାରେ ଅନେକ ଚଳଚ୍ଚିତ୍ରପ୍ରେମୀ ଓ ସ୍ଥାନୀୟ ଲୋକ ସମବେତ ହୋଇଥିଲେ । ଏହି ଚଳଚ୍ଚିତ୍ର ସମାରୋହ ଅବସରରେ ଅନେକ ପ୍ରକାର କର୍ମଶାଳ ଏବଂ ମାଷ୍ଟର କ୍ଲାସମାନ ଆୟୋଜିତ ହେବ ଯେଉଁଥିରେ ହିମାଳୟ କ୍ଷେତ୍ରର ଚଳଚ୍ଚିତ୍ର ନିର୍ମାତା, ସମାଲୋଚକ, ଟେକ୍ନିସିଆନ୍‍ ଅଂଶଗ୍ରହଣ କରିବେ । ଏହା ସେମାନଙ୍କୁ ସ୍ଥାନୀୟ ଭାବେ ଚଳଚ୍ଚିତ୍ର ନିର୍ମାଣ ନିମନ୍ତେ ଅଧିକ ପ୍ରୋତ୍ସାହିତ କରିବ।

ଏହି ଅବସରରେ ଏକ ଖାଦ୍ୟ ଉତ୍ସବ ମଧ୍ୟ ଆୟୋଜିତ ହେଇଥିଲା ଏବଂ ସେଥିରେ ଲଦାଖ କ୍ଷେତ୍ରର ବିଶେଷ ଖାଦ୍ୟ ସାମଗ୍ରୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପ୍ରଦର୍ଶନ କରାଯାଇଥିଲା ।
ପାଞ୍ଚଦିନିଆ ଏହି ମହୋତ୍ସବ ସେପ୍ଟେମ୍ବର ୨୮, ୨୦୨୧ ପର୍ଯ୍ୟନ୍ତ ଚାଲିବ ଏବଂ ଲଦାଖ ପ୍ରଶାସନ, ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ ଚଳଚ୍ଚିତ୍ର ମହୋତ୍ସବ ନିର୍ଦ୍ଦେଶାଳୟର ମିଳିତ ସହଯୋଗରେ ଏହି ମହୋତ୍ସବର ଆୟୋଜନ କରାଯାଇଛି।

ସୂଚନା ଯୋଗ୍ୟ ଯେ ହିମାଳୟ କ୍ଷେତ୍ର ସାରା ବିଶ୍ୱରୁ ଏହାର ବିଶେଷ ପ୍ରାକୃତିକ ଶୋଭା ଓ ସୌନ୍ଦର୍ଯ୍ୟ ନିମନ୍ତେ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଆକର୍ଷିତ କରିଥାଏ । ତେଣୁ ଏଠାରେ ଚଳଚ୍ଚିତ୍ର ମହୋତ୍ସବର ଆୟୋଜନ ସ୍ଥାନୀୟ ଚଳଚ୍ଚିତ୍ର ନିର୍ମାତାମାନଙ୍କ ପାଇଁ ଏକ ବିଶେଷ ସୁଯୋଗ ଭାବେ ଗ୍ରହଣ କରାଯାଇପାରେ ।

ବିଗତ ଦୁଇ ଦଶନ୍ଧି ମଧ୍ୟରେ, ଏହି କ୍ଷେତ୍ରର ସ୍ୱାଧୀନ ଫିଲ୍ମ ଶିଳ୍ପ ବେଶ୍‍ ପ୍ରଗତି କରିଛି ଏବଂ ସେମାନେ ସ୍ଥାନୀୟ ଭାଷାରେ ଚଳଚ୍ଚିତ୍ରମାନ ନିର୍ମାଣ କରିଛନ୍ତି । ‘ହିମାଳୟ ଚଳଚ୍ଚିତ୍ର ଉତ୍ସବ’ ହିମାଳୟ ଫିଲ୍ମ ସମ୍ପ୍ରଦାୟକୁ ଆନୁଷ୍ଠାନିକରଣ କରିବାରେ ମଧ୍ୟ ସହାୟକ ହେବ ।

ଅନୁରାଗ ଠାକୁର
Share. Facebook Twitter LinkedIn Email WhatsApp Copy Link

Related Posts

କାଠଯୋଡି ସେତୁ ଟେଣ୍ଡର ବିବାଦକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

April 5, 2026

ଚିଲିକାରେ ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬, ଯୋଗ ଦେଲେ ଆଇନ ମନ୍ତ୍ରୀ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Latest News

ସଡ଼କ ଦୁର୍ଘଟଣାରେ ପିତା ମୃତ: ପୁଅ ଗୁରୁତର

April 5, 2026

କାଠଯୋଡି ସେତୁ ଟେଣ୍ଡର ବିବାଦକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

April 5, 2026

ଚିଲିକାରେ ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬, ଯୋଗ ଦେଲେ ଆଇନ ମନ୍ତ୍ରୀ

April 5, 2026

ବାଣପୁର କୋର୍ଟର ଉନ୍ନତି ପାଇଁ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓକିଲ ସଂଘର ନୂତନ ସଭାପତି

April 5, 2026

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.