Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଜାଣିଛନ୍ତି କି? ଭାରତ-ଆମେରିକା ଦ୍ୱିପାକ୍ଷିକ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଣ କହିଲେ
ଅନ୍ତରାଷ୍ଟ୍ରୀୟ

ଜାଣିଛନ୍ତି କି? ଭାରତ-ଆମେରିକା ଦ୍ୱିପାକ୍ଷିକ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଣ କହିଲେ

September 25, 2021No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଜାଣିଛନ୍ତି କି? ଭାରତ-ଆମେରିକା ଦ୍ୱିପାକ୍ଷିକ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଣ କହିଲେ

ନୂଆଦିଲ୍ଲୀ: ଆଜି ଆମେରିକାରେ ଭାରତ ଓ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ଉଦଘାଟନ ଉଦବୋଧନ ଦେଇଛନ୍ତି। ସେ ଯାହା କହିଛନ୍ତି ତାହାର ଓଡିଆ ରୂପାନ୍ତର ହେଲା..

ରାଷ୍ଟ୍ରପତି ମହୋଦୟ, ସର୍ବପ୍ରଥମେ ଆମ ସମସ୍ତଙ୍କୁ, ଭାରତୀୟ ପ୍ରତିନିଧି ଦଳକୁ ବନ୍ଧୁତାପୂର୍ଣ୍ଣ ଏବଂ ସହୃଦୟତା ଭରା ସ୍ବାଗତ ପାଇଁ ମୁଁ ଆପଣଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଉଛି। ୨୦୧୬ରେ ଏବଂ ୨୦୧୪ରେ ମଧ୍ୟ ଆପଣଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିବାର ସୌଭାଗ୍ୟ ମୋତେ ମିଳିଥିଲା। ସେ ସମୟରେ ଆପଣ ଭାରତ-ଆମେରିକା ସମ୍ପର୍କ ଲାଗି ଆପଣଙ୍କର ଦୂରଦୃଷ୍ଟି ସମ୍ପର୍କରେ ଯାହା କହିଥିଲେ ତାହା ବାସ୍ତବରେ ପ୍ରେରଣାଦାୟୀ ଥିଲା। ଆଜି ଆପଣ ରାଷ୍ଟ୍ରପତି ଭାବେ ସେହି ଦୂରଦୃଷ୍ଟିକୁ ଆଗକୁ ବଢ଼ାଇବା ଲାଗି ପ୍ରୟାସ କରୁଛନ୍ତି, ପଦକ୍ଷେପ ଗ୍ରହଣ କରୁଛନ୍ତି, ସେଥିପାଇଁ ମୁଁ ଆପଣଙ୍କୁ ସ୍ବାଗତ କରୁଛି।

ଭାରତରେ ବାଇଡେନ୍ ସାଙ୍ଗିଆଧାରୀ ଲୋକମାନଙ୍କ ସମ୍ପର୍କରେ ଆପଣ ବିସ୍ତୃତ ଭାବେ ଉଲ୍ଲେଖ କରିଛନ୍ତି। ଆପଣ ମୋତେ ମଧ୍ୟ ଏହି କଥା କହିଥିଲେ। ପରେ ମୁଁ ଅନେକ କିଛି କାଗଜପତ୍ର ଖୋଜିବା ଲାଗି ପ୍ରୟାସ କଲି। କିଛି କାଗଜପତ୍ର ମୁଁ ସାଥୀରେ ମଧ୍ୟ ନେଇ ଆସିଛି। ବୋଧହୁଏ, ଆମେ ଏହି ପ୍ରସଙ୍ଗକୁ ଆଗକୁ ନେଇପାରିବା ଏବଂ ସେହି କାଗଜପତ୍ରଗୁଡ଼ିକ ଆପଣଙ୍କର କୌଣସି କାମରେ ହୁଏତ’ ଲାଗିପାରେ।

ରାଷ୍ଟ୍ରପତି ମହୋଦୟ, ଆଜି ଆମେ ଆମର ଦ୍ବିପାକ୍ଷିକ ଶିଖର ସମ୍ମିଳନୀ ସ୍ତରୀୟ ଆଲୋଚନା ଓ ବୈଠକରେ ବିଚାରବିମର୍ଶ କରିଛୁ। ଏହି ପରିପ୍ରେକ୍ଷୀରେ, ମୁଁ ଏକବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧିକୁ ଦେଖୁଛି। ଆମେ ଏବେ ତୃତୀୟ ଦଶନ୍ଧିର ପ୍ରଥମ ବର୍ଷରେ ରହିଛୁ। ଏହି ଠାରୁ ମୁଁ ସମ୍ପୂର୍ଣ୍ଣ ଦଶନ୍ଧିର ସ୍ଥିତିକୁ ଦେଖିପାରୁଛି। ମୋର ବିଶ୍ବାସ ଯେ ଆପଣଙ୍କର ନେତୃତ୍ବରେ ଭାରତ-ଆମେରିକା ସମ୍ପର୍କର ଯେଉଁ ବୀଜ ବପନ ହୋଇଛି, ତାହା ଆଗାମୀ ଦିନରେ ଆହୁରି ବିସ୍ତାରିତ ହେବ। ବିଶ୍ବର ସମସ୍ତ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ, ଏହା ଏକ ପରିବର୍ତ୍ତନକାରୀ କ୍ଷଣ। ମୁଁ ଏହା ଦେଖିପାରୁଛି, ଧନ୍ୟବାଦ।

ଭାରତ-ଆମେରିକା ସମ୍ପର୍କର ଏହି ପରିବର୍ତ୍ତନକାରୀ ସମୟରେ ମୁଁ ଯାହା ଦେଖୁଛି ଏବଂ ଯେଉଁ ପରମ୍ପରା ବିଷୟରେ ମୁଁ କହୁଛି ତାହା ହେଉଛି ଗଣତାନ୍ତ୍ରିକ ପରମ୍ପରା, ଗଣତାନ୍ତ୍ରିକ ମୂଲ୍ୟବୋଧ। ଏହି ପରମ୍ପରା ପ୍ରତି ଆମର ଉଭୟ ରାଷ୍ଟ୍ର ସମ୍ପୂର୍ଣ୍ଣ ସମର୍ପିତ ତଥା ପ୍ରତିବଦ୍ଧ। ଏହି ପରମ୍ପରାର ଗୁରୁତ୍ବ ଆଗକୁ ଆହୁରି ବୃଦ୍ଧି ପାଇବ ବୋଲି ମୁଁ ଅନୁଭବ କରୁଛି।

ଅନୁରୂପ ଭାବେ, ରାଷ୍ଟ୍ରପତି ମହୋଦୟ, ଆପଣ ୪୦ ଲକ୍ଷ ଭାରତୀୟ-ଆମେରିକୀୟଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି। ଏମାନେ ଆମେରିକାର ପ୍ରଗତି ଯାତ୍ରାରେ ଅଂଶଗ୍ରହଣ କରୁଛନ୍ତି। ମୁଁ ଯେତେବେଳେ ଏହି ଦଶନ୍ଧିର ଗୁରୁତ୍ବ ପ୍ରତି ଧ୍ୟାନ ଦେଉଛି, ଏଥିରେ ଭାରତୀୟ-ଆମେରିକୀୟମାନଙ୍କ ପ୍ରତିଭା ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ମୋର ବିଶ୍ବାସ ରହିଛି। ନାଗରିକମାନଙ୍କ ମଧ୍ୟରେ ରହିଥିବା ଏହି ପ୍ରତିଭା ମହତ ଭୂମିକା ନିର୍ବାହ କରିବ ଏବଂ ଭାରତୀୟ ପ୍ରତିଭା ଆମ ସମ୍ପର୍କରେ ଏକ ସହଯୋଗୀ ଭାବେ କାର‌୍ୟ୍ୟ କରିବ। ଆମ ସମ୍ପର୍କ ର ଯାତ୍ରାରେ ଏହା ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେବ ବୋଲି ମୁଁ ଏଠାରୁ ଦେଖିପାରୁଛି।

ରାଷ୍ଟ୍ରପତି ମହୋଦୟ, ଅନୁରୂପ ଭାବେ, ସାମ୍ପ୍ରତିକ ବିଶ୍ବରେ ପ୍ରଯୁକ୍ତି ସବୁଠୁ ଗୁରୁତ୍ବପୂର୍ଣ୍ଣ ବାହକ ଶକ୍ତି ଭାବେ ଉଭା ହୋଇଛି। ଜନସାଧାରଣଙ୍କ ସେବାରେ ବିନିଯୋଗ ହେଉଥିବା ଏବଂ ମାନବଜାତିର କାମରେ ଲାଗୁଥିବା ପ୍ରଯୁକ୍ତି ପାଇଁ ଆଗାମୀ ଦିନରେ ଅପାର ସୁଯୋଗ ରହିଥିବା ମୁଁ ଦେଖିପାରୁଛି।

ରାଷ୍ଟ୍ରପତି ମହୋଦୟ, ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟର ଗୁରୁତ୍ବ ସବୁବେଳେ ରହିଥିବ ଏବଂ ଆମ ଦୁଇ ଦେଶ ମଧ୍ୟରେ ବାଣିଜ୍ୟର ସ୍ଥିତି ବାସ୍ତବରେ ପ୍ରଶଂସନୀୟ ରହିଛି। ଯାହା ଆପଣମାନଙ୍କ ପାଖରେ ରହିଛି ଏବଂ ଯାହା ଆମମାନଙ୍କ ପାଖରେ ରହିଛି, ଆମେ ସେଥିରେ ପରସ୍ପରକୁ ସହଯୋଗ କରିବା ଜାରି ରଖିଛୁ। ଏହି ଦଶନ୍ଧି କାଳରେ ଆମ ଦୁଇ ଦେଶ ମଧ୍ୟରେ ଥିବା ଏହି ବାଣିଜ୍ୟିକ ସମ୍ପର୍କ ବ୍ୟାପକ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି ହାସଲ କରିବ ବୋଲି ମୁଁ ଦେଖିପାରୁଛି।

ରାଷ୍ଟ୍ରପତି ମହୋଦୟ, ଆପଣ ଏବେ ୨ ଅକ୍ଟୋବର ବିଷୟରେ ଉଲ୍ଲେଖ କଲେ, ଆମେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ କରିବାକୁ ଯାଉଛୁ ଏବଂ ମହାତ୍ମା ଗାନ୍ଧୀ ସବୁବେଳେ ଆମ ବିଶ୍ବ ପାଇଁ ଟ୍ରଷ୍ଟିଶିପ ନୀତି ବିଷୟରେ କହୁଥିଲେ। ରାଷ୍ଟ୍ରପତି ମହୋଦୟ, ଏହି ଦଶନ୍ଧିରେ ସେଥିପାଇଁ ଟ୍ରଷ୍ଟିଶିପ ନୀତି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହେବାକୁ ଯାଉଛି।

ଏହାର ଅର୍ଥ ହେଉଛି ଆଜି ଆମେ ଯେଉଁ ଗ୍ରହରେ ବସବାସ କରୁଛୁ, ତାହାକୁ ଆମେ ପରବର୍ତ୍ତୀ ପିଢ଼ି ପାଇଁ ସୁରକ୍ଷିତ ରଖିବାର ଆବଶ୍ୟକତା ରହିଛି। ଟ୍ରଷ୍ଟିଶିପର ଏହି ଭାବନା ଆଗାମୀ ଦିନରେ ବିଶ୍ବସ୍ତରରେ ଅଧିକ ଗୁରୁତ୍ବ ବହନ କରିବାକୁ ଯାଉଛି। ଏହା ମଧ୍ୟ ଭାରତ-ଆମେରିକା ସମ୍ପର୍କରେ ସମାନ ଗୁରୁତ୍ବ ବହନ କରିବ। ଆମେ ଟ୍ରଷ୍ଟିଶିପ୍ ବିଷୟରେ ଆଲୋଚନା କଲା ବେଳେ ମହାତ୍ମା ଗାନ୍ଧୀଙ୍କ ଏହି ଆଦର୍ଶ ଆଗାମୀ ଦିନରେ ବିଶ୍ବ ନାଗରିକ ଭାବେ ଆମର ଉତ୍ତରଦାୟିତ୍ବକୁ ଆହୁରି ବଢ଼ାଇଦେବ।

ରାଷ୍ଟ୍ରପତି ମହୋଦୟ, ଆପଣ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ବିଷୟରେ ଉଲ୍ଲେଖ କରିଛନ୍ତି। ଆମେରିକାର ରାଷ୍ଟ୍ରପତି ଦାୟିତ୍ବ ଗ୍ରହଣ କରିବା ପରେ ଆପଣ ଅନେକଗୁଡ଼ିଏ ଅଭିନବ ପଦକ୍ଷେପ ନେଇଛନ୍ତି। କୋଭିଡ-୧୯ ସଙ୍କଟ ହେଉ କିମ୍ବା ଜଳବାୟୁ ପରିବର୍ତ୍ତନ, ଅଥବା କ୍ବାଡ୍ ପ୍ରୟାସ, ସବୁଥିରେ ଆପଣଙ୍କର ଦୂରଦୃଷ୍ଟି ପ୍ରତିଫଳିତ ହୋଇଛି। ଆପଣ ଏସବୁ ପ୍ରୟାସ ଆରମ୍ଭ କରିବା ପରେ ସେଗୁଡ଼ିକୁ କାର‌୍ୟ୍ୟକାରୀ କରିବା ଲାଗି ସମର୍ପିତ ପ୍ରୟାସ କରିଛନ୍ତି। ଆଗାମୀ ଦିନରେ ଏହାର ବ୍ୟାପକ ପ୍ରଭାବ ପଡ଼ିବ।

ଆଜି ଆମେ ଏସବୁ ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା କରିବାର ସୁଯୋଗ ପାଇଛୁ। ଆମେ ଏ ଦିଗରେ କିପରି ଆଗକୁ ବଢ଼ି ପାରିବା ସେ ସମ୍ପର୍କରେ ମଧ୍ୟ ବିଚାରବିମର୍ଶ କରିଛୁ। ଆମେ ପରସ୍ପରର ପାଇଁ କ’ଣ କରିପାରିବା ଏବଂ ଆମେ ମିଳିତ ଭାବେ ସମଗ୍ର ବିଶ୍ବ ପାଇଁ କିଭଳି ସକାରାତ୍ମକ ପଦକ୍ଷେପ ଗ୍ରହଣ କରିପାରିବା ସେ ବିଷୟରେ ମଧ୍ୟ ଆଲୋଚନା କରିଛୁ। ମୋର ବିଶ୍ବାସ ଯେ ଆପଣଙ୍କ ନେତୃତ୍ବରେ ଆଜିର ଆଲୋଚନା ଅତ୍ୟନ୍ତ ସାର୍ଥକ ହୋଇଛି।

ରାଷ୍ଟ୍ରପତି ମହୋଦୟ, ସହୃଦୟତା ପୂର୍ବକ ଆମକୁ ସ୍ବାଗତ କରିବା ଲାଗି ମୁଁ ପୁଣିଥରେ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଦେବାକୁ ଚାହୁଁଛି।

ଧନ୍ୟବାଦ!

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

August 24, 2025

ମାରୁତି ସୁଜୁକିର ଆସିଲା ପ୍ରଥମ ବୈଦ୍ୟୁତିକ ଯାନ ‘ଇ ଭିଟାରା’, ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ

August 24, 2025

୨୦୨୫ର ସବୁଠାରୁ ବଡ଼ ବିଜୟ: ଦକ୍ଷିଣ ଆଫ୍ରିକାକୁ ରେକର୍ଡ ବ୍ୟବଧାନରେ ପରାସ୍ତ କଲା ଅଷ୍ଟ୍ରେଲିଆ

August 24, 2025

ଭାରତର ‘ସୁଦର୍ଶନ ଚକ୍ର’ ପ୍ରସ୍ତୁତ: ୨୫୦୦ କିମି ଦୂରରୁ ଧ୍ଵଂସ ହେବ ଶତ୍ରୁ କ୍ଷେପଣାସ୍ତ୍ର

August 24, 2025
Latest News

ପାଣିପାଗ ବିଭାଗର ଚେତାବନୀ ଜାରି: ରାଜ୍ୟରେ ଏହି ତାରିଖ ଯାଏଁ ଲାଗି ରହିବ ବର୍ଷା

August 25, 2025

ଭୁବନେଶ୍ୱରରେ ନିର୍ମିତ ପ୍ରଧାନମନ୍ତ୍ରୀଙ୍କ ଚକୋଲେଟ୍‌ ପ୍ରତିମୂର୍ତ୍ତିକୁ ସେୟାର କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

August 25, 2025

ନୂଆଁଖାଇ ପର୍ବ: ନବାନ୍ନ ଲାଗି ପାଇଁ ମା’ ସମଲେଶ୍ୱରୀଙ୍କ ନିକଟରେ ପହଞ୍ଚିଲା ନୂଆ ଧାନ

August 25, 2025

କଳାହାଣ୍ଡି: ନୂଆଁଖାଇ ପର୍ବ ପାଳନର ପରମ୍ପରା ଆରମ୍ଭ

August 25, 2025

ଓଡ଼ିଆ ଭାଷା ସାହିତ୍ୟକୁ ଉଜ୍ଜୀବିତ କରି ରଖିବାରେ ଶିଶୁସାହିତ୍ୟର ଭୂମିକା ଅତୁଳନୀୟ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.