Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଉଦଜାପିତ ହେଲା ଲହେରେ ଅନୁଷ୍ଠିତ ପ୍ରଥମ ହିମାଳୟାନ ଚଳଚ୍ଚିତ୍ର ମହୋତ୍ସବ
ଜାତୀୟ ଖବର

ଉଦଜାପିତ ହେଲା ଲହେରେ ଅନୁଷ୍ଠିତ ପ୍ରଥମ ହିମାଳୟାନ ଚଳଚ୍ଚିତ୍ର ମହୋତ୍ସବ

September 28, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଉଦଜାପିତ ହେଲା ଲହେରେ ଅନୁଷ୍ଠିତ ପ୍ରଥମ ହିମାଳୟାନ ଚଳଚ୍ଚିତ୍ର ମହୋତ୍ସବ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ସଚିବ ଶ୍ରୀ ଅପୂର୍ବ ଚନ୍ଦ୍ର ଆଜି ଲଦାଖ କେନ୍ଦ୍ରଶାସିତ ଅର୍ନ୍ତଗତ ଲେହର ସିନ୍ଧୁ ସଂସ୍କୃତି କେନ୍ଦ୍ର ଠାରେ ଅନୁଷ୍ଠିତ ପାଞ୍ଚ ଦିନିଆ ‘ପ୍ରଥମ ହିମାଳୟାନ ଚଳଚ୍ଚିତ୍ର ମହୋତ୍ସବ’ ର ଉଦଯାପନୀ ସମାରୋହରେ ଯୋଗ ଦେଇଥିଲେ । ଏହି ପାଞ୍ଚ ଦିନିଆ ଚଳଚିତ୍ର ମହୋତ୍ସବ ହେଉଛି ଭାରତର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳନ ହେଉଥିବା ‘ଆଜାଦି କା ଅମୃତ ମହୋତ୍ସବ’ ଉତ୍ସବର ଏକ ଅଂଶ ।

ଶ୍ରୀ ଅପୂର୍ବ ଚନ୍ଦ୍ର ତାଙ୍କ ସମ୍ବୋଧନରେ କହିଛନ୍ତି ଯେ “ଚଳଚିତ୍ର ମହୋତ୍ସବ ସୃଜନଶୀଳତା ଏବଂ ମନୋରଞ୍ଜନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଏକ ଉପଯୁକ୍ତ ପ୍ଲାଟଫର୍ମ ଭାବରେ ଉଭା ହୋଇଛି । ସେ କହିଛନ୍ତି ଯେ ‘ଚଳଚ୍ଚିତ୍ର ମହୋତ୍ସବ’ ସର୍ବଭାରତୀୟ ସ୍ତରରେ ସ୍ଥାନୀୟ ଚଳଚ୍ଚିତ୍ର ର୍ନିମାତାମାନଙ୍କ ପାଇଁ ସେମାନଙ୍କ କାହାଣୀକୁ ବ୍ୟାପକ ଦର୍ଶକଙ୍କ ନିକଟରେ ପହଞ୍ଚାଇବାର ଏକ ସୁଯୋଗ ପ୍ରଦାନ କରୁଛି ।

ଏହି କାର‌୍ୟ୍ୟକ୍ରମରେ କେନ୍ଦ୍ରୀୟ ସଚିବ କହିଛନ୍ତି ଯେ ଲଦାଖ ଅଞ୍ଚଳର ଅନନ୍ୟ ଭୌଗୋଳିକ ପରିବେଶ ଚଳଚ୍ଚିତ୍ର ର୍ନିମାତାଙ୍କ ପ୍ରିୟ ଆକର୍ଷଣ ହୋଇଆସୁଛି ଏବଂ ଏହି ଅଞ୍ଚଳରେ ଅନେକ ପ୍ରସିଦ୍ଧ ଚଳଚ୍ଚିତ୍ରର ସୁଟିଂ କରାଯାଇଛି । ଉତ୍ସବରେ ପ୍ରଦର୍ଶିତ ହୋଇଥିବା ଚଳଚ୍ଚିତ୍ର ପାଇଁ ଲଦାଖର ଯୁବ ଚଳଚ୍ଚିତ୍ର ର୍ନିମାତାଙ୍କୁ ପ୍ରଶଂସା କରି ସଚିବ କହିଛନ୍ତି ଯେ ହିମାଳୟ ଅଞ୍ଚଳର ଯୁବ ଚଳଚ୍ଚିତ୍ର ର୍ନିମାତାମାନେ ପ୍ରତିଭାବାନ ଅଟନ୍ତି ଯାହା ଆଜି ସେମାନଙ୍କ ପ୍ରଦର୍ଶିତ ଚଳଚିତ୍ରରେ ଦେଖିବାକୁ ମିଳିଛି ।

ସଚିବ ଏହା ମଧ୍ୟ କହିଛନ୍ତି ଯେ ଏହି ଚଳଚ୍ଚିତ୍ର ମହୋତ୍ସବ ଲଦାଖର ଯୁବ ଚଳଚ୍ଚିତ୍ର ର୍ନିମାତାମାନଙ୍କ ପାଇଁ ଏକ ଭଲ ଅଭିଜ୍ଞତା ହେବ, ଯେଉଁମାନେ ବିଶ୍ୱ ପ୍ରସିଦ୍ଧ ର୍ନିମାତା ଏବଂ ନିର୍ଦ୍ଦେଶକଙ୍କ ଅଧୀନରେ ଏହି ସ୍ୱଳ୍ପ ସମୟ ମଧ୍ୟରେ ଅତି ଉଚ୍ଚ ସ୍ତରର ପ୍ରତିଯୋଗିତାକୁ ଦେଖିବାର ସୁଯୋଗ ପାଇଥିଲେ ।

ଶ୍ରୀ ଚନ୍ଦ୍ର କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନକୁ ଲଦାଖ ଅଞ୍ଚଳର ଚଳଚ୍ଚିତ୍ର ପାଇଁ ଏକ ଟିଟିଏଫ୍‍ ପ୍ରେକ୍ଷାଳୟ ର୍ନିମାଣ କରିବାକୁ ଅନୁରୋଧ କରିଛନ୍ତି କାରଣ ପାରମ୍ପାରିକ ଚଳଚିତ୍ର ପ୍ରେକ୍ଷାଳୟ ଗୁଡିକର ନିଜସ୍ୱ ସ୍ୱାଦ ରହିଛି ଯାହା ବଢୁୁଥିବା ଲୋକପ୍ରିୟତାରେ ଓଟିଟି ପରି ଅନ୍ୟ ପ୍ଲାଟଫର୍ମ ଦ୍ୱାରା ଯୋଗାଇ ଦିଆଯାଇପାରିବ ନାହିଁ ।

କେନ୍ଦ୍ରୀୟ ସଚିବ ଅନ୍ୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଢାଞ୍ଚାରେ ଏକ ଚଳଚ୍ଚିତ୍ର ନୀତି ପ୍ରସ୍ତୁତ କରିବାକୁ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନକୁ ଅନୁରୋଧ କରିଛନ୍ତି ଯାହା ଦ୍ୱାରା କ୍ଷୁଦ୍ର ଚଳଚ୍ଚିତ୍ର ର୍ନିମାତାମାନଙ୍କ ପାଇଁ ଏହି ପ୍ରୋତ୍ସାହନ ଉପଲବ୍ଧ ହୋଇପାରିବ ଏବଂ ଏହା ସମଗ୍ର ଭାରତର ଚଳଚ୍ଚିତ୍ର ର୍ନିମାତାଙ୍କୁ ଆକର୍ଷିତ କରିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଲଦାଖର ବନ୍ୟଜନ୍ତୁ ଦେଶ ତଥା ବିଶ୍ୱର ଚଳଚ୍ଚିତ୍ର ର୍ନିମାତାମାନଙ୍କ ପାଇଁ ସର୍ବୋତ୍ତମ ଆକର୍ଷଣ ହୋଇପାରେ ।

ଓଟିଟି ପ୍ଲାଟଫର୍ମର ମହତ୍ୱ ବିଷୟରେ ସଚିବ କହିଛନ୍ତି ଯେ ଓଟିଟି ପ୍ଲାଟଫର୍ମ ଯୁବ ପ୍ରତିଭାଙ୍କୁ ଅନେକ ସୁଯୋଗ ପ୍ରଦାନ କରିପାରିବ ଯେଉଁମାନେ ଚଳଚ୍ଚିତ୍ର ର୍ନିମାଣରେ ସେମାନଙ୍କର ଅଭିନବ ଚିନ୍ତାଧାରା ମାଧ୍ୟମରେ ଏହି ଓଟିଟି ପ୍ଲାଟଫର୍ମଗୁଡିକର ସର୍ବୋତ୍ତମ ଉପଯୋଗ କରିପାରିବେ ।

ହିମାଳୟାନ ଅଞ୍ଚଳରେ ଏହି ଚଳଚ୍ଚିତ୍ର ମହୋତ୍ସବକୁ ସଫଳ କରିବା ପାଇଁ ଶ୍ରୀ ଚନ୍ଦ୍ର ସମଗ୍ର ଦଳକୁ ପ୍ରଶଂସା କରିଛନ୍ତି ଯାହା ଭବିଷ୍ୟତରେ ଲଦାଖର ଯୁବକମାନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ ।

ଏହାପୂର୍ବରୁ, ଶ୍ରୀ ଚନ୍ଦ୍ର ମଧ୍ୟ ରିଜିଓନାଲ ଆଉଟରିଚ ବ୍ୟୁରୋ (ଆରଓବି), ଜାମ୍ମୁ କାଶ୍ମୀର, ଲଦାଖ ଅଞ୍ଚଳ ଦ୍ୱାରା ହିମାଳୟାନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଉପରେ ବିଶେଷ ଧ୍ୟାନ ଦେଇ ଆୟୋଜିତ “ହିମାଳୟ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀ” ଏବଂ ‘ସର୍ବଶ୍ରେଷ୍ଠ ଭାରତୀୟ ସିନେମା’ ପ୍ରଦର୍ଶନୀକୁ ପରିଦର୍ଶନ କରିଛନ୍ତି ।

ଏଲ୍‍ଜି ଲଦାଖ, ଶ୍ରୀ ଆର କେ ମାଥୁର ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଲଦାଖର କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ ଚଳଚ୍ଚିତ୍ର ର୍ନିମାଣ କ୍ଷେତ୍ରରେ ଯୁବ ପ୍ରତିଭାମାନେ ଯେଭଳି ଅଭିଜ୍ଞତା ହାସଲ କରିବେ ସେଥିପାଇଁ ପ୍ରତିବର୍ଷ ଲେହ କିମ୍ବା କାର୍ଗିଲରେ ଚଳଚ୍ଚିତ୍ର ମହୋତ୍ସବ ଆୟୋଜନ କରିବାକୁ ଯଥାସମ୍ଭବ ଚେଷ୍ଟା କରାଯିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯୁବକମାନଙ୍କ ପାଇଁ ଲଦାଖରେ ଏଫଟିଆଇଆଇ ସହଯୋଗରେ ସାର୍ଟିଫିକେଟ୍ ପାଠ୍ୟକ୍ରମ ଆରମ୍ଭ ହେବ । ସେ ଗୁରୁତ୍ୱାରୋପ କରିଛନ୍ତି ଯେ ଚଳଚ୍ଚିତ୍ର କ୍ଷେତ୍ରରେ ସୃଜନଶୀଳତା ସହିତ ଜ୍ଞାନକୌଶଳର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ଲଦାଖର ଚଳଚ୍ଚିତ୍ର ର୍ନିମାତାମାନଙ୍କୁ ଏହିପରି ଜ୍ଞାନକୌଶଳ ସଂକ୍ରାନ୍ତରେ ଅବଗତ କରାଯିବ ।

ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଏହି ଉଦଯାପନୀ କାର‌୍ୟ୍ୟକ୍ରମରେ ସିଇସି ଏଲଏଏଚ୍‍ଡିସି, ଏଲ୍‍ଜି ଲଦାଖଙ୍କ ପରାମର୍ଶଦାତା ତାସି ଗ୍ୟାଲସନ, ଲଦାଖ କେନ୍ଦ୍ରଶାସିତ ଅଞ୍ଚଳର ସୂଚନା ସଚିବ ଉମାଙ୍ଗ ନାରୋଲା, ପ୍ରସିଦ୍ଧ ଚଳଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ସୁଶ୍ରୀ ପଦ୍ମା ଆଙ୍ଗମୋ ଏବଂ ରାମେଶ ଓମ୍‍ ପ୍ରକାଶ ମେହେରା ପ୍ରମୁଖ ଯୋଗ ଦେଇଥିଲେ ।

ଅପୂର୍ବ ଚନ୍ଦ୍ର ଲେହ
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025

ବିଜେଡିକୁ ପୁଣି ତେରଚ୍ଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ, କହିଲେ…

September 9, 2025

ସିପି ରାଧାକୃଷ୍ଣନ୍ ହେଲେ ଦେଶର ନୂତନ ଉପରାଷ୍ଟ୍ରପତି, ଜାଣନ୍ତୁ କେତେ ମିଳିଲା ଭୋଟ?

September 9, 2025

ଦୁବାଇରେ ଐତିହାସିକ UPI-UPU ଏକୀକରଣର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

September 9, 2025
Latest News

ସମ୍ ହସ୍ପିଟାଲ୍‌ରେ ଅଙ୍ଗଦାନକାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ

September 9, 2025

ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଦିନିକିଆ କର୍ମଶାଳା

September 9, 2025

ବାଣପୁର: ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର

September 9, 2025

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025

ବିଜେଡିକୁ ପୁଣି ତେରଚ୍ଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ, କହିଲେ…

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.