Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନନ୍ଦନକାନନରେ ପର୍ଯ୍ୟଟକଙ୍କ ପାଇଁ ପୁଣିଥରେ ଆରମ୍ଭ ହେଲା ଟୟ ଟ୍ରେନ୍‌, ନୂଆ ରୋପେୱର ଶିଳାନ୍ୟାସ
ବିଶେଷ ଖବର

ନନ୍ଦନକାନନରେ ପର୍ଯ୍ୟଟକଙ୍କ ପାଇଁ ପୁଣିଥରେ ଆରମ୍ଭ ହେଲା ଟୟ ଟ୍ରେନ୍‌, ନୂଆ ରୋପେୱର ଶିଳାନ୍ୟାସ

October 9, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନନ୍ଦନକାନନରେ ପର୍ଯ୍ୟଟକଙ୍କ ପାଇଁ ପୁଣିଥରେ ଆରମ୍ଭ ହେଲା ଟୟ ଟ୍ରେନ୍‌,ନୂଆ ରୋପେୱର ଶିଳାନ୍ୟାସ

ଭୁବନେଶ୍ୱର: ବନ୍ୟଜନ୍ତୁଙ୍କ ସୁରକ୍ଷା, ସଂରକ୍ଷଣ ଓ ଅଭିବୃଦ୍ଧି ସମ୍ବନ୍ଧିତ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା, ଏହାର ଦୂରୀକରଣ ନିମନ୍ତେ ଯୋଜନା ପ୍ରସ୍ତୁତ କରିବା ସହ ଏହାର ସଫଳ ରୂପାୟନ ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ଆମମାନଙ୍କର ମୁଖ୍ୟ ଧ୍ୟେୟ ହେବା ଉଚିତ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ।

ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ଆୟୋଜିତ ୬୭ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଆରୁଖ କହିଲେ ଯେ ୨୦୧୪ ମସିହାର ବନ୍ଦ ହୋଇଯାଇଥିବା ଟୟ ଟ୍ରେନ୍‌ ସୁବିଧା ଆଜି ୪ କୋଟି ୯୮ ଲକ୍ଷ ଟଙ୍କା ବ୍ୟୟରେ ପୁଣି ନୂତନ ଭାବେ ଆରମ୍ଭ ହୋଇଛି ।

୧୩ କୋଟି ଟଙ୍କା ବ୍ୟୟରେ ଶିଳାନ୍ୟାସ ହୋଇଥିବା ରୋପ୍‌-ୱେ କାର୍ଯ୍ୟ ୧୮ ମାସ ମଧ୍ୟରେ ଶେଷ ହେବ । ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି ଯେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ପ୍ରାକୃତିକ ପରିବେଶରେ ତିନୋଟି ପ୍ରଜାତିର କୁମ୍ଭୀର, କଳା ମହାବଳ ବାଘ, ଲକ୍ଷ ଲକ୍ଷ ସଂଖ୍ୟାରେ ବିଦେଶାଗତ ପକ୍ଷୀ, ବିବିଧତାରେ ପରିପୂର୍ଣ୍ଣ ହେନ୍ତାଳ ବନ ଏବଂ ଅଣ୍ଡାଦେବା ପାଇଁ ସୁଦୂର ପ୍ରଶାନ୍ତ ମହାସାଗରରୁ ଆସୁଥିବା ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସମାଗମ ଦେଖିବାକୁ ମିଳିଥାଏ ।

ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟର ଅମୂଲ୍ୟ ବନ୍ୟପ୍ରାଣୀଙ୍କ ସୁରକ୍ଷା, ସଂରକ୍ଷଣ ଓ ଅଭିବୃଦ୍ଧି ପାଇଁ ସର୍ବଦା ଗୁରୁତ୍ୱ ଦେଇ ଆସୁଛନ୍ତି । ବିଭିନ୍ନ ବନ୍ୟଜନ୍ତୁ ଓ ଲୁପ୍ତପ୍ରାୟ ପ୍ରଜାତିର ସଂରକ୍ଷଣ ନିମନ୍ତେ ଆମ ରାଜ୍ୟରେ ୧୯ଟି ଅଭୟାରଣ୍ୟ, ୨ଟି ବ୍ୟାଘ୍ର ପ୍ରକଳ୍ପ, ୩ଟି ହସ୍ତୀ ପ୍ରକଳ୍ପ ଓ ଗୋଟିଏ ଲେଖାଏଁ ଜାତୀୟ ଉଦ୍ୟାନ ଓ ଜୈବମଣ୍ଡଳ ସ୍ଥାପନ କରାଯାଇଛି । ନନ୍ଦନକାନନରେ ଲୁପ୍ତପ୍ରାୟ ୪୯ ପ୍ରଜାତି ସମେତ ୧୫୬ ପ୍ରଜାତି ବନ୍ୟପ୍ରାଣୀଙ୍କ ସଂରକ୍ଷଣ ଓ ଅଭିବୃଦ୍ଧି ନିମନ୍ତେ ସକି୍ରୟ ପଦକ୍ଷେପ ନିଆଯାଇଛି ।

ରାଜ୍ୟ ସରକାରଙ୍କ ନିଷ୍ଠାପର ଉଦ୍ୟମ ଓ ବିିଭିନ୍ନ ସଂରକ୍ଷଣ କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟରେ ବଉଳା ଓ ମଗର ପ୍ରଜାତିର କୁମ୍ଭୀର, ଇରାୱାଡ଼ି ଓ ବଟଲ୍‌ ନୋଜ୍‌ ଡଲ୍‌ଫିନ୍‌, କୃଷ୍ଣସାର ମୃଗ, ଚିତାବାଘ ଓ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ଉତ୍ସାହଜନକ ଭାବେ ବୃଦ୍ଧି ପାଇଛି । ଜନମାନସରେ ବଣ ଓ ବନ୍ୟପ୍ରାଣୀଙ୍କ ପ୍ରତି ସଦିଚ୍ଛା ଜାଗ୍ରତ କରିବା ଓ ଜଙ୍ଗଲ ସନ୍ନିକଟ ଗ୍ରାମବାସୀଙ୍କର ଜଙ୍ଗଲ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବା ନିମନ୍ତେ ରାଜ୍ୟର ୧୮ଟି ଜିଲ୍ଲାର ୪୭ଟି ସ୍ଥାନରେ ପରିବେଶ ପର୍ଯ୍ୟଟନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇ ସ୍ଥାନୀୟ ଅଧିବାସୀଙ୍କ ନିମନ୍ତେ ଜୀବିକା ସୃଷ୍ଟି କରାଯାଇଛି । ବନ୍ୟଜନ୍ତୁମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କୁ କ୍ଷତିପୂରଣ ଦେବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ‘ଅନୁକମ୍ପା’ ନାମକ ଏକ ପୋର୍ଟାଲ ବିକଶିତ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଆରୁଖ ପ୍ରକାଶ କରିଛନ୍ତି ।

ଉତ୍ସବରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର (ଉତ୍ତର) ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ ନନ୍ଦନକାନନ ଆଜି ସମଗ୍ର ବିଶ୍ୱରେ ନାମ କମାଇଛି କିନ୍ତୁ ପ୍ରାକୃତିକ ବିପର୍ଯ୍ୟୟ ଏବଂ କରୋନା ମହାମାରୀ ନନ୍ଦନକାନନକୁ ବ୍ୟାପକ କ୍ଷତି ପହଞ୍ଚାଇଥିଲା । ଏସବୁ ସତ୍ତେ୍ୱ ରାଜ୍ୟ ସରକାର ନନ୍ଦନକାନନ ପ୍ରତି ତାଙ୍କର ସଂପୂର୍ଣ୍ଣ ଧ୍ୟାନ ରଖିଛନ୍ତି । ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଧଳାବାଘ ଯୋଗୁଁ ଆଜି ନନ୍ଦନକାନନ ସମଗ୍ର ବିଶ୍ୱରେ ପ୍ରଥମ ସ୍ଥାନରେ ଅଛି ବୋଲି ପ୍ରକାଶ କରିଥିଲେ । ନନ୍ଦନକାନନର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇଥିବାରୁ ସେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।

ନନ୍ଦନକାନନ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା: ପୁରୁଷୋତ୍ତମ ଧାମ ଯାତ୍ରା କଲେ ଖୋର୍ଦ୍ଧା ଜିଲ୍ଲାର ୨୨୨ ତୀର୍ଥ ଯାତ୍ରୀ

March 17, 2026

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026
Latest News

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.