Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଧର୍ମ»ବାବା ଆପଣ କିଏ, ଘର କେଉଁଠି, ଆପଣଙ୍କ ନାମ କଣ ? ଏହାର ଉତ୍ତରରେ କଣ କହିଲେ ଶିରିଡି ସାଇବାବା
ଧର୍ମ

ବାବା ଆପଣ କିଏ, ଘର କେଉଁଠି, ଆପଣଙ୍କ ନାମ କଣ ? ଏହାର ଉତ୍ତରରେ କଣ କହିଲେ ଶିରିଡି ସାଇବାବା

October 11, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବାବା ଆପଣ କିଏ, ଘର କେଉଁଠି, ଆପଣଙ୍କ ନାମ କଣ ? ଏହାର ଉତ୍ତର କଣ ଦେଇଥିଲେ ଶିରିଡି ସାଇବାବା

ଡ଼କ୍ଟର ମନୋଜ କୁମାର ମହାନ୍ତି

ଏ ସଂସାରରେ ଅନେକ ପ୍ରକାର ଗୁରୁ ଅଛନ୍ତି ଯେଉଁମାନେ ଆମକୁ ବିଭିନ୍ନ ପ୍ରକାରର ଜ୍ଞାନ ପ୍ରଦାନ କରିଥାନ୍ତି, କିନ୍ତୁ ଯେଉଁ ଗୁରୁ ଆମକୁ ଆତ୍ମ ଚେତନାରେ ପ୍ରତିଷ୍ଠିତ କରାନ୍ତି ଓ ସାଂସାରିକ ମୋହ ସାଗରରୁ ପାର କରାଇ ନିଅନ୍ତି, ସେ ହିଁ ସଦ୍‌ଗୁରୁ ପଦବାଚ୍ୟ। ପରମ ପୂଜ୍ୟ ସାଇବାବା ସେହି ପ୍ରକାରର ସଦ୍‌ଗୁରୁ ଥିଲେ।

ସେ ବିଧି ନିର୍ଦ୍ଦିଷ୍ଟ ଗୁରୁ ଥିଲେ ଯାହାଙ୍କ ସଂସ୍ପର୍ଶରେ ଭକ୍ତ ଆସିଲେ ତା ମନରୁ ଦ୍ୱୈତ ଭାବ ବିଲୋପ ହେଉଥିଲା ଏବଂ ‘ବ୍ରହ୍ମୋଽସ୍ମି’ (ଆତ୍ମାନନ୍ଦ)ର ଭାବ ଉଦ୍ରେକ ହେଉଥିଲା। ସାଇବାବାଙ୍କ ମହାନୁଭବତା ବର୍ଣ୍ଣନାତୀତ। ଯଦି କେହି ତାଙ୍କୁ ଦର୍ଶନ କରିବାକୁ ଯାଉଥିଲେ ସେ ବିନା ପ୍ରଶ୍ନରେ ତା’ର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ବିଷୟ କହି ଦେଉଥିଲେ।

ଅନେକ ସନ୍ଥ ଅଛନ୍ତି ଯେଉଁମାନେ ଗୃହତ୍ୟାଗ କରି ଜଙ୍ଗଲରେ, ଗୁମ୍ଫାରେ ବା ଆଶ୍ରମରେ ନିରୋଳାରେ ରହି ସେମାନଙ୍କର ନିଜ ନିଜର ମୁକ୍ତି ବା ମୋକ୍ଷ ପାଇଁ ସାଧନା କରିଥାନ୍ତି। ସେମାନେ ଅନ୍ୟାନ୍ୟ ଲୋକଙ୍କ ବିଷୟରେ ଚିନ୍ତା କରନ୍ତି ନାହିଁ ଏବଂ ସର୍ବଦା ଆତ୍ମଚିନ୍ତନରେ ନିମଗ୍ନ ଥାନ୍ତି। ସାଇବାବା ଏ ଧରଣର ସନ୍ଥ ନ ଥିଲେ। ତାଙ୍କର ଘରଦ୍ୱାର ବା ପରିବାର ନଥିଲା। ସେ ଚାରି ପାଞ୍ଚ ଘର ବୁଲି ରୁଟି ଭିକ୍ଷା କରି ଆଣୁଥିଲେ। ସବୁବେଳେ ଭଙ୍ଗା ମସ୍‌ଜିଦରେ ରହୁଥିଲେ, ସାଂସାରିକ ଜଞ୍ଜାଳ କଥା ବୁଝୁଥିଲେ। ଭଗବତ୍ ଦର୍ଶନ ପ୍ରାପ୍ତି ପରେ ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ ସାଧୁସନ୍ଥମାନେ ଆଗଭର ହେବା ବିରଳ। ଏଭଳି ସାଧୁସନ୍ଥଙ୍କ ମଧ୍ୟରେ ସାଇବାବା ହିଁ ସର୍ବପ୍ରଥମ ।

ସାଇବାବାଙ୍କର ମାତାପିତା ବା ପ୍ରକୃତ ଜନ୍ମଦିନ ବିଷୟରେ କାହାର ଧାରଣା ନଥିଲା। କିନ୍ତୁ ବାବାଙ୍କର ଶିରିଡ଼ି ଆଗମନ ଓ ରହଣି ସମୟରୁ ବାବାଙ୍କର ଜନ୍ମର ସମୟ ଅନୁମାନ କରାଯାଇପାରେ। ବାବା ପ୍ରଥମେ ଜଣେ ଷୋହଳ ବର୍ଷର ତରୁଣ ବାଳକ ଅବସ୍ଥାରେ ଶିରିଡ଼ି ଆସିଥିଲେ। ଏହାପରେ ବାବା ଶିରିଡ଼ିରୁ ଅନ୍ତର୍ଦ୍ଧାନ ହୋଇଗଲେ ଏବଂ ପୁନଃ ପ୍ରାୟ ୨୦ ବର୍ଷ ବୟସରେ ଚାନ୍ଦ ପାଟିଲଙ୍କ ବରଯାତ୍ରୀ ସାଙ୍ଗରେ ଶିରିଡ଼ି ଆସିଥିଲେ।

ଏହାପରେ ଶିରିଡ଼ିରେ ୬୦ ବର୍ଷ ବିତାଇ ବାବା ୧୯୧୮ ମସିହାରେ ମହାସମାଧି ନେଲେ। ଏଥିରୁ ତାଙ୍କର ଆନୁମାନିକ ଜନ୍ମବର୍ଷ ୧୮୩୮ ବୋଲି ଅନୁମାନ କରାଯାଇପାରେ। ଶିରିଡ଼ି ଆଗମନ ପୂର୍ବରୁ ବାବା କେଉଁଠାରେ ଥିଲେ, ତାଙ୍କର ଜନ୍ମସ୍ଥାନ କେଉଁଠି, ତାଙ୍କର ମାତାପିତା କିଏ ଥିଲେ। ଏସବୁର ସଠିକ ବିବରଣୀ କୌଣସି ଐତିହାସିକମାନେ ମଧ୍ୟ ଦେବା ନିମନ୍ତେ ଅସମର୍ଥ ଅଟନ୍ତି। ଏପରିକି ସାଇବାବା ନାମ ତାଙ୍କର ଅନନ୍ୟ ଭକ୍ତ ମହଲାସପତିଙ୍କ ପ୍ରଦତ୍ତ। ଏହା ତାଙ୍କର ନିଜସ୍ୱ ନାମ ମଧ୍ୟ ନୁହେଁ।

‘ସାଇ’ ଶବ୍ଦର ଅର୍ଥ ଈଶ୍ୱର ବା ମାଲିକ। ତାଙ୍କୁ ନିଜର ଅତୀତ ବିଷୟରେ ଭକ୍ତମାନଙ୍କ ମଧ୍ୟରେ ଚର୍ଚ୍ଚା ଆଲୋଚନା ଆଦୌ ପସନ୍ଦ ନଥିଲା। ତାଙ୍କୁ ଯେତେବେଳେ ବି ପଚରା ଯାଉଥିଲା, ଆପଣ କିଏ? କେଉଁଠାରୁ ଆସିଛନ୍ତି? ଆଦିର ଉତ୍ତରରେ ବାବା କହୁଥିଲେ ‘ମୋର ନାମ ନାହିଁ, ମୋର ଘର ନାହିଁ, ମୁଁ ନିର୍ଗୁଣ ନିରାକାର ଅଟେ ଏବଂ ସର୍ବଜ୍ଞ ସର୍ବବ୍ୟାପୀ ଅଟେ। ସାଇବାବା ମାତ୍ର ଷୋହଳ ବର୍ଷ ବୟସରେ ଶିରିଡ଼ିର ଏକ ନିମ୍ବବୃକ୍ଷ ମୂଳରେ ଶିରିଡ଼ିବାସୀଙ୍କୁ ମିଳିଥିଲେ। ତାଙ୍କର ବେଶ,ପୋଷାକ ପରିଛଦ ଠିକ୍ ମୁସଲମାନଙ୍କ ପରି ଥିଲା। ସେ ଫରାସୀ ତଥା ଭର୍ଦ୍ଦୁ ଭାଷାର ଉପଯୋଗ କରୁଥିଲେ। ବାବାଙ୍କର ବ୍ୟକ୍ତିତ୍ୱରେ ସୁଫିଭାବ ସ୍ପଷ୍ଟଭାବେ ପ୍ରତିଫଳିତ ହେଉଥିଲା।

ତତ୍‌ସହିତ ବାବାଙ୍କର ହିନ୍ଦୁ ପରମ୍ପରା ବିଷୟକ ଜ୍ଞାନ ଓ ଅଦୈତ୍ୱ ଭକ୍ତିର ଭାବ ପରିଲକ୍ଷିତ ହେଉଥିଲା। ବାବାଙ୍କ ଅବସ୍ଥାନ ଯୋଗୁଁ ହିଁ ଶିରିଡ଼ି ଏକ ତୀର୍ଥ କ୍ଷେତ୍ରରେ ପରିଣତ ହୋଇଥିଲା। ବିଭିନ୍ନ ସ୍ଥାନରୁ ବିଭିନ୍ନ ପ୍ରକାରର ଲୋକ ସେଠାରେ ରୁଣ୍ଡ ହେଉଥିଲେ ଏବଂ କି ଧନୀ, କି ଦରିଦ୍ର ସମସ୍ତେ ଏକାଧିକ ପ୍ରକାରରେ କୌଣସି ନା କୌଣସି ଭାବରେ ଉପକୃତ ହେଉଥିଲେ।

( ପବିତ୍ର ବିଜୟା ଦଶମୀରେ ଶିରିଡି ସାଇବାବାଙ୍କ ମହାସମାଧୀ ଘଟିଥିଲା। ସେହି ଉପଲକ୍ଷେ ଏହି ଆଲେଖ୍ୟ ବାଢିଛନ୍ତି ଡକ୍ଟର ମନୋଜ ମହାନ୍ତି, ପ୍ରାକ୍ତନ ଅଧ୍ୟକ୍ଷ, ଏସ୍‌ସିଆର-୯୬, ଖାରବେଳ ନଗର, ଭୁବନେଶ୍ୱର, ମୋ : ୯୪୩୭୭୭୮୩୭୧ )

ବିଜୟା ଦଶମୀ ଶିରିଡି ସାଇବାବା
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ସ ସେମିକଣ୍ଡକ୍ଟର ପ୍ଲାଣ୍ଟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

April 1, 2026

ପଶ୍ଚିମ ଏସିଆ ପରିସ୍ଥିତି: ପ୍ରମୁଖ କ୍ଷେତ୍ର ସମ୍ପର୍କିତ ଅପଡେଟ୍

April 1, 2026

ଆଜି ଏପ୍ରିଲ ୧ ତାରିଖ ବୁଧବାର ଦିନ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଅସୁବିଧା, କରନ୍ତୁ ପ୍ରତିକାର

April 1, 2026

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026
Latest News

ଆସନ୍ତା ରବିବାର ଦିନ ଜୀ ସାର୍ଥକରେ ମେଗା ୱାର୍ଲ୍ଡ ପ୍ରିମିୟର ‘ଲାଗେ ପ୍ରେମ ନଜର’ 

April 1, 2026

ଯାଜପୁର ପୋଲିସ୍ ପକ୍ଷରୁ ସରକାରୀ ଚାଟବୋଟ୍ “ଇ-ମିତ୍ର” ଲୋକାର୍ପିତ

April 1, 2026

ଆସନ୍ତା ୩ ଯାଏଁ ରାଜ୍ୟରେ କାଳବୈଶାଖୀର ସମ୍ଭାବନା 

April 1, 2026

“ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ସମସ୍ତଙ୍କୁ ଗଭୀର ବ୍ୟଥିତ କରିଛି”: ପୃଥ୍ବୀରାଜ ହରିଚନ୍ଦନ

April 1, 2026

ଆଜି ଓଡିଶା ଦିବସରୁ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ପାଳିତ ହେବ ‘ଓଡ଼ିଆ ପକ୍ଷ–୨୦୨୬’

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.