Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶାରେ ଆରମ୍ଭ ହେଲା ମୋବାଇଲ ସ୍କୁଲ, ଗାଁକୁ ଗାଁ ବୁଲି ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବ ଏକ ସ୍ବତନ୍ତ୍ର ଭ୍ୟାନ
ବିଶେଷ ଖବର

ଓଡିଶାରେ ଆରମ୍ଭ ହେଲା ମୋବାଇଲ ସ୍କୁଲ, ଗାଁକୁ ଗାଁ ବୁଲି ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବ ଏକ ସ୍ବତନ୍ତ୍ର ଭ୍ୟାନ

October 29, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶାରେ ଆରମ୍ଭ ହେଲା ମୋବାଇଲ ସ୍କୁଲ, ଏକ ସ୍ବତନ୍ତ୍ର ଗାଡି ଗାଁକୁ ଗାଁ ବୁଲି ଛାତ୍ରଛାତ୍ରୀଙ୍କ ପଢାଇବ ପାଠ

ଭୁବନେଶ୍ୱର:  ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଓ ୟୁନିସେଫ୍‌ ଏବଂ ଭାରତ ଜ୍ଞାନ ବିଜ୍ଞାନ ସମିତି (ବିଜିଭିଏସ୍‌), ଶିକ୍ଷାସନ୍ଧାନର ମିଳିତ ସହଯୋଗରେ ପ୍ରାଚୀନ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ‘ସ୍କୁଲ ସଂଯୋଗ କାର୍ଯ୍ୟକ୍ରମ’ ଆରମ୍ଭ ହୋଇଛି । ଦୁର୍ଗମ ଓ ଅପହଞ୍ଚ ପିଭିଟିଜି ଅଞ୍ଚଳରେ ଛାତ୍ରଛାତ୍ରୀମାନଙ୍କୁ ନିରନ୍ତର ଶିକ୍ଷାଦାନ ସହିତ ସେମାନେ ଯେଭଳି ଅଧାରୁ ପାଠ ନ ଛାଡ଼ିବେ ସେଥିପାଇଁ ଏହି ବିକଳ୍ପ ଶିକ୍ଷା ବ୍ୟବସ୍ଥା କରାଯାଇଛି ।

କୋଭିଡ୍‌-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ସ୍କୁଲ ବନ୍ଦ ରହୁଥିବାରୁ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏହି ବିକଳ୍ପ ବ୍ୟବସ୍ଥା କରାଯାଇଛି । କରୋନା ଯୋଗୁଁ ସ୍କୁଲ ବନ୍ଦ ରହିଛି । ଅନ୍‌ଲାଇନ୍‌ କ୍ଲାସ୍‌ ହେଉଛି । ସ୍ମାର୍ଟ ଫୋନ୍‌ ଓ ଇଣ୍ଟରନେଟ୍‌ ସଂଯୋଗ ଅଭାବରୁ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ ଶିକ୍ଷାଲାଭରୁ ବଞ୍ଚିତ ହେଉଛନ୍ତି ।

‘ସ୍କୁଲ ସଂଯୋଗ କାର୍ଯ୍ୟକ୍ରମ’ରେ ଭ୍ରାମ୍ୟମାଣ ବିଦ୍ୟାଳୟ ଭ୍ୟାନ୍‌ ବ୍ୟବସ୍ଥା କରାଯାଇଛି । ଏହି ପଦକ୍ଷେପ ଦ୍ୱାରା ପିଭିଟିଜି ଅଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀମାନେ ନିରନ୍ତର ଶିକ୍ଷାଲାଭ କରିପାରିବେ । ପିଲାମାନଙ୍କ ପାଠପଢ଼ାରେ ଏହି ସୁଦୃଶ୍ୟ ଭ୍ୟାନ୍‌ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ଭ୍ୟାନ୍‌ରେ ଶିଶୁ ଉପଯୋଗୀ ଶିକ୍ଷା ଉପକରଣ ଯଥା: ଅଡ଼ିଓ ଭିଜୁଆଲ ଉପକରଣ, ପ୍ରଥମରୁ ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟପୁସ୍ତକ, ବିଜ୍ଞାନ କିଟ୍‌, ସ୍ପୋଟର୍ସ କିଟ୍‌ ଓ ସ୍ୱାସ୍ଥ୍ୟବିଜ୍ଞାନ ଶିକ୍ଷା କିଟ୍‌ ଉପଲବ୍ଧ ।

ଏହି ଭ୍ରାମ୍ୟମାଣ ସ୍କୁଲ ଭ୍ୟାନ୍‌ ଦୁର୍ଗମ ଅଞ୍ଚଳରେ ଆନନ୍ଦରେ ଶିକ୍ଷାଲାଭ କରିବାକୁ ସୁଯୋଗ ଆଣିଦେବ । ଆଉ ମଧ୍ୟ ପ୍ରଶିକ୍ଷିତ ସେ୍ୱଚ୍ଛାସେବୀମାନେ ଖୋଲା ସ୍ଥାନରେ କୋଭିଡ୍‌ ମାର୍ଗଦର୍ଶିକାର ସଠିକ୍‌ ଅନୁପାଳନ କରି ଶିକ୍ଷାଦାନ କରିବେ । ପ୍ରତ୍ୟେକ ଶିକ୍ଷାଦାନ ଅଧିବେଶନ ଦୁଇ ଘଣ୍ଟା ଚାଲିବ ।

‘ସ୍କୁଲ ସଂଯୋଗ କାର୍ଯ୍ୟକ୍ରମ’ ମୋବାଇଲ୍‌ ସ୍କୁଲ ଇନ୍‌ ଭ୍ୟାନ୍‌ ପିଭିଟିଜି ଅଞ୍ଚଳର ଜନଜାତି ସଂପ୍ରଦାୟର ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୪୦ ହଜାର ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିପାରିବ ବୋଲି ଲକ୍ଷ୍ୟ ରଖାଯାଇଛି । ଓଡ଼ିଶାର ୧୦ଟି ଜିଲ୍ଲା କେଉଁଝର, ଯାଜପୁର, ମୟୂରଭଞ୍ଜ, ଅନୁଗୋଳ, ଗଜପତି, ରାୟଗଡ଼ା, କଳାହାଣ୍ଡି, ମାଲକାନଗିରି, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର ପ୍ରାୟ ଏକ ହଜାର ଗ୍ରାମର ପିଲାମାନଙ୍କ ପାଖରେ ଏହି ଭ୍ୟାନ୍‌ ପହଞ୍ଚିବ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଭୁବନେଶ୍ୱରଠାରେ ‘ସ୍କୁଲ ସଂଯୋଗ କାର୍ଯ୍ୟକ୍ରମ ମୋବାଇଲ୍‌ ସ୍କୁଲ୍‌ ଇନ୍‌ ଏ ଭ୍ୟାନ୍‌’କୁ ପତାକା ହଲାଇ ଶୁଭାରମ୍ଭ କରିଥିଲେ ।

ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ରଞ୍ଜନ ଚୋପ୍ରା, ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର (ଡ.) ଅଖିଳ ବିହାରୀ ଓତା, ୟୁନିସେଫ୍‌ର ଓଡ଼ିଶା ଶାଖାର ମୁଖ୍ୟ ମୋନିକା ନେଲ୍‌ସନ୍‌, ୟୁନିସେଫ୍‌ର ଏଜୁକେସନ୍‌ ସ୍ପେସାଲିଷ୍ଟ ଲଳିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି
Share. Facebook Twitter LinkedIn Email WhatsApp Copy Link

Related Posts

କୋଚି ୱାଟର ମେଟ୍ରୋ ପରିଦର୍ଶନ କଲେ ଭୁବନେଶ୍ୱର ଗଣମାଧ୍ୟମ ପ୍ରତିନିଧି

February 10, 2026

ରାଜ୍ୟ ପୋଲିସ ଆଥଲେଟିକ୍ସ ଚାମ୍ପିୟନ୍‌ସିପ: ପଢନ୍ତୁ ଦ୍ୱିତୀୟ ଦିନର ମୁଖ୍ୟ ଇଭେଣ୍ଟ ଓ ପଦକ ବିଜେତା

February 10, 2026

ଉଚ୍ଚ ସ୍ତରୀୟ କମିଟି ସହ ଓଡିଶା ଏନ.ପି.ଏସ. ମାଧ୍ୟମିକ ଶିକ୍ଷକ ସଙ୍ଘର ବିଭିନ୍ନ ଦାବି ନେଇ ଆଲୋଚନା

February 10, 2026

ଭାରତ-ସେଶେଲ୍ସ ଭାଗିଦାରୀ: ଦ୍ୱିପାକ୍ଷିକ ସହଭାଗୀତାକୁ ମଜବୁତ କରିବା ଉପରେ ଗୁରୁତ୍ଵ

February 10, 2026
Latest News

ଆଜି ୧୦ ହଜାର ଟଙ୍କା କମିଲା ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ?

February 10, 2026

Coal Exchange Proposal Approved: କୋଲ ଏକ୍ସଚେଞ୍ଜ ପ୍ରସ୍ତାବକୁ ମଞ୍ଜୁରୀ ଦେଲା ଏନଏସଇ

February 10, 2026

ଜିଲ୍ଲା ପରିଷଦ ଏବଂ ପଞ୍ଚାୟତ ସମିତି ନିର୍ବାଚନରେ ​​ମହାୟୁତିର ବିପୁଳ ବିଜୟ: ଖୁସି ବ୍ୟକ୍ତ କଲେ ଏକନାଥ ସିନ୍ଦେ

February 10, 2026

କୋଚି ୱାଟର ମେଟ୍ରୋ ପରିଦର୍ଶନ କଲେ ଭୁବନେଶ୍ୱର ଗଣମାଧ୍ୟମ ପ୍ରତିନିଧି

February 10, 2026

ପାକିସ୍ତାନ ସହ ବଡ଼ ଚୁକ୍ତି ଭାଙ୍ଗି ବହୁତ କ୍ଷତି ପହଞ୍ଚାଇଲା ଭାରତର “ମିତ୍ର”: ଇଣ୍ଡିଆକୁ ଲାଭ!

February 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.