Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ତ୍ୱରାନ୍ୱିତ ଲକ୍ଷ୍ୟ ହାସଲ ନିମନ୍ତେ ଦକ୍ଷତା ବୃଦ୍ଧି ପାଇଁ ସ୍ବାକ୍ଷରିତ ହେଲା ଏକ ବୁଝାମଣା ପତ୍ର
ବିଶେଷ ଖବର

ତ୍ୱରାନ୍ୱିତ ଲକ୍ଷ୍ୟ ହାସଲ ନିମନ୍ତେ ଦକ୍ଷତା ବୃଦ୍ଧି ପାଇଁ ସ୍ବାକ୍ଷରିତ ହେଲା ଏକ ବୁଝାମଣା ପତ୍ର

October 29, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ତ୍ୱରାନ୍ୱିତ ଲକ୍ଷ୍ୟ ହାସଲ ନିମନ୍ତେ ଦକ୍ଷତା ବୃଦ୍ଧି କରିବା ପାଇଁ ସ୍ବାକ୍ଷରିତ ହେଲା ଏକ ବୁଝାମଣା ପତ୍ର

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ, ଶିଳ୍ପ ଏବଂ ସାମାଜିକ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ସହ ଓଡ଼ିଶା ବର୍ତ୍ତମାନ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍.ଡି.ଜି.) ହାସଲ ପଥରେ ଦୃଢ଼ ଅଗ୍ରସର ହେଉଛି । ଏଥିପାଇଁ ଯୋଜନା ଓ ସମନ୍ୱୟ ବିଭାଗରେ ଏକ ସ୍ୱତନ୍ତ୍ର ପ୍ରକଳ୍ପ ତତ୍ତ୍ୱାବଧାନ ୟୁନିଟ୍ (ପି.ଏମ୍.ୟୁ) ଗଠନ କରାଯାଇଛି ।

ପି.ଏମ୍.ୟୁ. ଗଠନ ନିମନ୍ତେ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଉପସ୍ଥିତିରେ ଆର୍ନଷ୍ଟ ଆଣ୍ଡ୍ ୟଙ୍ଗ୍ଙ୍କ ସହ ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି । ରାଜ୍ୟ ଲୋକସେବା ଭବନଠାରେ ଅନୁଷ୍ଠିତ ଏ ସମ୍ବନ୍ଧିତ ବୈଠକରେ ଯୋଜନା ଓ ସମନ୍ୱୟ ବିଭାଗର ସ୍ୱତନ୍ତ୍ର ଅଧିକାରୀ ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବେନ୍ଦ୍ର କୁମାର ଜେନା ଏବଂ ଆର୍ନଷ୍ଟ ଆଣ୍ଡ୍ ୟଙ୍ଗ୍ କଂପାନୀ ର ପରାମର୍ଶଦାତା ସହଭାଗୀ ଶ୍ରୀ ରୋହିତ୍ ଅଗ୍ରୱାଲ୍ ସ୍ୱାକ୍ଷର କରିଥିଲେ ।

ଚୁକ୍ତିପତ୍ରରେ ଥିବା ବିଭିନ୍ନ ବିଷୟ ଅନୁଧ୍ୟାନ କରି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ଏସ୍.ଡି.ଜି. ଏ ବିଶ୍ୱ ସମୁଦାୟ ଦ୍ୱାରା ସ୍ଥିରିକୃତ ଲକ୍ଷ୍ୟ । ପରିବର୍ତ୍ତିତ ବିଶ୍ୱ ପରିସ୍ଥିତିରେ ଏସ୍.ଡି.ଜି. ଲକ୍ଷ୍ୟ ହାସଲ ଏକାନ୍ତ ଜରୁରୀ । ଏହା ମାଧ୍ୟମରେ ସମନ୍ୱିତ ଏବଂ ନିରନ୍ତର ଅବିବୃଦ୍ଧି ହାସଲ ସହ ସାମାଜିକ ନ୍ୟାୟ ବଜାୟ ରହିବ । ଏସ୍.ଡି.ଜି. ହାସଲ ପ୍ରକ୍ରିୟାକୁ ଲକ୍ଷ୍ୟଭେଦୀ ଏବଂ ତ୍ୱରାନ୍ୱିତ କରିବା ନିମନ୍ତେ ଅନ୍ତବିଭାଗୀୟ ଦକ୍ଷତା ବୃଦ୍ଧି କରିବା ପାଇଁ ଶ୍ରୀ ମହାପାତ୍ର ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା କହିଥିଲେ ଯେ ଏହି ପି.ଏମ୍.ୟୁ. ଏସ୍.ଡି.ଜି.-୨୦୩୦ ହାସଲ ନିମନ୍ତେ ବିଭିନ୍ନ ବିଭାଗମାନଙ୍କ ସହ ସମନ୍ୱିତ ଭାବେ କାର‌୍ୟ୍ୟ କରିବ । ବହୁମୁଖୀ ଦ୍ରାରିଦ୍ର‌୍ୟ ମାନକ ଅନୁସାରେ ରାଜ୍ୟର ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ କରିବାରେ ମଧ୍ୟ ସହାୟକ ହେବ । ବିଭିନ୍ନ ଯୋଜନା ଓ ପ୍ରକଳ୍ପ ଆଦି ବିଷୟରେ ଥିବା ବିକ୍ଷିପ୍ତ ତଥ୍ୟକୁ ସମନ୍ୱିତ କରି ଆବଶ୍ୟକ ପଡୁଥିବା ପଦକ୍ଷେପ ବିଷୟରେ ତଥ୍ୟ-ଭିତ୍ତିକ ସୂଚନା ଦେବ । ଏହି ତଥ୍ୟ-ଭିତ୍ତିକ ସୂଚନା ରାଜ୍ୟର ଯୋଜନା ପ୍ରସ୍ତୁତି ଏବଂ ଉନ୍ନୟନ ମୂଳକ କାର‌୍ୟ୍ୟକ୍ରମର ପରିଚାଳନାରେ ସହାୟକ ହେବ ।

ଶ୍ରୀ ଜେନା ଆହୁରି ମଧ୍ୟ କହିଥିଲେ ଯେ ପି.ଏମ୍.ୟୁ ଏସ୍.ଡି.ଜି. ର ଅନୁଧାବନ ନିମନ୍ତେ ଏକ ମୂଳ ତଥ୍ୟ-ଭିତ୍ତି ରିପୋର୍ଟ ପ୍ରସ୍ତୁତ କରିବ । ଏହା ପରେ ପ୍ରତିବର୍ଷ ବାର୍ଷିକ ରିପୋର୍ଟ୍ ପ୍ରସ୍ତୁତ ହେବ । ମୂଳ ତଥ୍ୟ-ଭିତ୍ତି ସହ ବାର୍ଷିକ ରିପୋର୍ଟ୍ର ତୁଳନାକରି କେଉଁ କ୍ଷେତ୍ରରେ କିପରି ପଦକ୍ଷେପ ଓ ପୁଞ୍ଜିନିବେଶର ଆବଶ୍ୟକତା ଅଛି ତାହା ନିର୍ଦ୍ଧାରଣ କରାଯିବ । ପି.ଏମ୍.ୟୁ. ଉଭୟ ରାଜ୍ୟ ଏବଂ ଜିଲ୍ଲାସ୍ତରରେ ଏସ୍.ଡି.ଜି. ହାସଲ ପ୍ରକ୍ରିୟାର ତତ୍ୱାବଧାନ କରିବ ।

Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବର ଏଜି ଛକରୁ ହଟିବ ଟ୍ରାଫିକ ପୋଷ୍ଟ, OBCC ହେବ ପେପର ଲେସ: ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

November 13, 2025

ଏନଡିଏରୁ ମୁଖ୍ୟମନ୍ତ୍ରୀ ଭାବରେ କିଏ ଶପଥ ନେବେ?: ଭୋଟ ଗଣତି ପୂର୍ବରୁ ଚିରାଗ ପାସୱାନଙ୍କ ଦଳର ବଡ଼ ଦାବି 

November 13, 2025

ଆସନ୍ତାକାଲି ନୂଆପଡା ଫଳାଫଳ, ପ୍ରାର୍ଥୀଙ୍କ ଛାତି ଧଡଧଡ, ଜାଣନ୍ତୁ କାହାର ଆକଳନ କେତେ?

November 13, 2025

ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ଦୁଷ୍କର୍ମ ପରେ ଲକ୍ଷାଧିକ ଟଙ୍କା ଲୁଟ: ଅଭିଯୁକ୍ତ ଗିରଫ

November 13, 2025
Latest News

ବାଲୁଗାଁ: ବେଆଇନ ବାଲି ଚାଲାଣ ଅଭିଯୋଗରେ ହାଇୱା ଗାଡି ଜବତ, ଚାଳକ ଗିରଫ

November 13, 2025

ଟୋରଣ୍ଟୋରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ, ବିମାନବନ୍ଦରରେ ହାଇ ଆଲର୍ଟ

November 13, 2025

ଭୁବନେଶ୍ବର ଏଜି ଛକରୁ ହଟିବ ଟ୍ରାଫିକ ପୋଷ୍ଟ, OBCC ହେବ ପେପର ଲେସ: ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

November 13, 2025

ଏନଡିଏରୁ ମୁଖ୍ୟମନ୍ତ୍ରୀ ଭାବରେ କିଏ ଶପଥ ନେବେ?: ଭୋଟ ଗଣତି ପୂର୍ବରୁ ଚିରାଗ ପାସୱାନଙ୍କ ଦଳର ବଡ଼ ଦାବି 

November 13, 2025

ପାକିସ୍ତାନରେ ଶ୍ରୀଲଙ୍କା ଦଳ ଉପରେ ଆକ୍ରମଣ, ୮ ନିହତ: ୧୬ ବର୍ଷ ପୂର୍ବେ ଘଟିଥିବା ଏକ ହୃଦୟବିଦାରକ ଘଟଣା

November 13, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.