Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭୁବନେଶ୍ବରରେ କେନ୍ଦ୍ର ସରକାର ପାଳନ କଲେ ବିଶ୍ବ ମତ୍ସ୍ୟ ଦିବସ, ଯୋଗଦେଲେ ମନ୍ତ୍ରୀ ରୂପାଲା
ଜାତୀୟ ଖବର

ଭୁବନେଶ୍ବରରେ କେନ୍ଦ୍ର ସରକାର ପାଳନ କଲେ ବିଶ୍ବ ମତ୍ସ୍ୟ ଦିବସ, ଯୋଗଦେଲେ ମନ୍ତ୍ରୀ ରୂପାଲା

November 21, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବାଲେଶ୍ବରକୁ ମିଳିଲା ଶ୍ରେଷ୍ଠ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ପୁରସ୍କାର; ଭୁବନେଶ୍ବରରେ ପାଳିତ ହେଲା ବିଶ୍ବ ମତ୍ସ୍ୟ ଦିବସ

ଭୁବନେଶ୍ବର: ଦେଶରେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଅପାର ସମ୍ଭାବନା ରହିଛି ଏବଂ ଭାରତ ସରକାର ୨୦୨୪-୨୫ ସୁଦ୍ଧା ଏହି କ୍ଷେତ୍ରରେ ୧ ଲକ୍ଷ କୋଟି ଟଙ୍କାର ରପ୍ତାନି ଲକ୍ଷ୍ୟ ହାସଲ କରିବା ଲାଗି ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି ବୋଲି କହିଛନ୍ତି କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା।

ଆଜି ଭୁବନେଶ୍ବର ଠାରେ ଆୟୋଜିତ ବିଶ୍ବ ମତ୍ସ୍ୟ ଦିବସ ଉପଲକ୍ଷେ ରୂପାଲା ଏହା କହିଥିଲେ। କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ରୂପାଲା କହିଥିଲେ ଯେ ସାମୁଦ୍ରିକ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ରାଜ୍ୟଗୁଡ଼ିକ ନୂତନ ବିକଳ୍ପ ସନ୍ଧାନ କରିବା ଏବଂ ପରସ୍ପରର କାର୍ଯ୍ୟରେ ଅନୁପ୍ରାଣିତ ହେବାର ଆବଶ୍ୟକତା ରହିଛି। କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ ଯେ, ବର୍ତ୍ତମାନ ପରିବେଶ ଅନୁକୂଳ ମାଛ ଧରା ଉପରେ ଗୁରୁତ୍ବାରୋପ କରାଯିବାର ଆବଶ୍ୟକତା ରହିଛି। ଆବଶ୍ୟକତା ପୂରଣ କରିବା ସହିତ ଏହି କ୍ଷେତ୍ରର ଦୀର୍ଘସ୍ଥାୟିତ୍ବକୁ ବଜାୟ ରଖିବା ମଧ୍ୟ ଜରୁରି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ୨୦୨୪-୨୫ ସୁଦ୍ଧା ଏହି କ୍ଷେତ୍ରରେ ୧ ଲକ୍ଷ କୋଟି ଟଙ୍କାର ରପ୍ତାନି ଲକ୍ଷ୍ୟ ପାଇଁ ଭାରତ ସରକାର କାର‌୍ୟ୍ୟ କରୁଛନ୍ତି।

କିସାନ କ୍ରେଡିଟ୍ କାର୍ଡ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି ଲାଗି ରୂପାଲା ଆହ୍ବାନ କରିଥିଲେ। ସେ କହିଥିଲେ ଯେ ସାମୁଦ୍ରିକ ମାଛ ଧରା କ୍ଷେତ୍ରକୁ ଯଥାସମ୍ଭବ ସହାୟତା ଯୋଗାଇ ଦେବା ଲାଗି ଆମର ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି। ସରକାର କିଷାନ କ୍ରେଡିଟ୍ କାର୍ଡ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି ଲାଗି ଖୁବଶୀଘ୍ର ଏକ ବଡ଼ ଅଭିଯାନ ଆରମ୍ଭ କରିବେ ବୋଲି ସେ ସୂଚନା ଦେଇଥିଲେ।

ଏହି ଜାତୀୟ ସ୍ତରର କାର‌୍ୟ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ମତ୍ସ୍ୟ, ପଶୁପାଳନ, ଏବଂ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ରମନ୍ତ୍ରୀ ଡ. ଏଲ ମୁରୁଗାନ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମତ୍ସ୍ୟ କ୍ଷେତ୍ର ପାଇଁ ଏକ ସ୍ବତନ୍ତ୍ର ମନ୍ତ୍ରଣାଳୟ ଗଠନ ପାଇଁ ପରିକଳ୍ପନା କରିଥିଲେ। ଖୁବ କମ୍ ସମୟ ମଧ୍ୟରେ ଏ କ୍ଷେତ୍ରରେ ରହିଥିବା ସମ୍ଭାବନାକୁ ସାକାର ରୂପ ଦିଆଯାଇଛି। ଦେଶ ଏବେ ଏହି କ୍ଷେତ୍ରରେ ୧ ଲକ୍ଷ କୋଟି ଟଙ୍କାର ଆୟ ସୃଷ୍ଟି କରିବା ଲାଗି ମହତ୍ବାକାଂକ୍ଷୀ ଲକ୍ଷ୍ୟ ନିର୍ଦ୍ଧାରଣ କରିଛି।

ଭାରତ ସରକାର ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା କାର୍ଯ୍ୟକାରୀ କରୁଛନ୍ତି ଏବଂ ଏହି ଯୋଜନା ଜରିଆରେ ୨୦ ହଜାର କୋଟି ଟଙ୍କାର ପାଣ୍ଠି ବିନିଯୋଗ କରାଯାଇଛି। ସରକାର ମଧ୍ୟ ସାମୁଦ୍ରିକ ଶୈବାଳ ଚାଷ ଉପରେ ମଧ୍ୟ ଗୁରୁତ୍ବାରୋପ କରୁଛନ୍ତି। ଆମେ ମଧ୍ୟ ଏହି କ୍ଷେତ୍ରରେ ମତ୍ସ୍ୟଜୀବୀ ମହିଳାମାନଙ୍କ ସଶକ୍ତିକରଣ ଏବଂ ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହନ ଦେବା ଉପରେ ଜୋର ଦେଉଛୁ ବୋଲି ସେ କହିଥିଲେ। ସେ ଆହୁରି କହିଥିଲେ ଯେ ଦେଶର ପାଞ୍ଚଟି ପ୍ରମୁଖ ବନ୍ଦର ମଧ୍ୟରୁ ଅନ୍ୟତମ ପାରାଦୀପକୁ ଏକ ବୃହତ ମାଛ ଧରା ବନ୍ଦର ଭାବେ ବିକଶିତ କରାଯାଉଛି।

ଏହି କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା। ବାଲେଶ୍ବର ଜିଲ୍ଲାକୁ ଦେଶର ଶ୍ରେଷ୍ଠ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ଜିଲ୍ଲା ଭାବେ ପୁରସ୍କୃତ କରାଯାଇଥିଲା। ଆନ୍ଧ୍ରପ୍ରଦେଶ ଶ୍ରେଷ୍ଠ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ରାଜ୍ୟ ପୁରସ୍କାର ପାଇଥିବା ବେଳେ ତେଲଙ୍ଗାନାକୁ ଶ୍ରେଷ୍ଠ ଅନ୍ତରୀଣ ମଧୁର ଜଳ ମତ୍ସ୍ୟ ଉତ୍ପାଦନ ଜିଲ୍ଲା ପୁରସ୍କାର ଦିଆଯାଇଥିଲା। ଅନ୍ୟପକ୍ଷରେ ମଧ୍ୟପ୍ରଦେଶର ବାଲାଘାଟକୁ ଆଭ୍ୟନ୍ତରୀର ମଧୁର ଜଳ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର ଦିଆଯାଇଥିଲା। ତ୍ରିପୁରାକୁ ଶ୍ରେଷ୍ଠ ପାର୍ବତ୍ୟ ମତ୍ସ୍ୟ ଉତ୍ପାଦନ ରାଜ୍ୟ ପୁରସ୍କାର ମିଳିଥିବା ବେଳେ ଆସାମର ବଙ୍ଗାଇଗାଓଁଙ୍କୁ ଏହି ବର୍ଗରେ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର ଦିଆଯାଇଥିଲା।

ଏଥିପୂର୍ବରୁ ସମାରୋହ ପରିସରରେ ଚାଷୀ ଏବଂ ଉଦ୍ୟମୀମାନଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିବା ପ୍ରଦର୍ଶନୀ ଷ୍ଟଲଗୁଡ଼ିକୁ କେନ୍ଦ୍ର ମନ୍ତ୍ରୀ ଏବଂ ଅତିଥିମାନେ ବୁଲି ଦେଖିଥିଲେ। ମତ୍ସ୍ୟଚାଷ କ୍ଷେତ୍ରରେ ବିଭିନ୍ନ ପୋଷ୍ଟର, ଜିଙ୍ଗଲ ମଧ୍ୟ କାର‌୍ୟ୍ୟକ୍ରମ ଅବସରରେ ଉନ୍ମୋଚନ କରାଯାଇଥିଲା। ଏହି କାର‌୍ୟ୍ୟକ୍ରମରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ।

ପୁରୁଷୋତ୍ତମ ରୂପାଲା ବାଲେଶ୍ବର
Share. Facebook Twitter LinkedIn Email WhatsApp Copy Link

Related Posts

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.