Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମେକ ଇନ ଓଡିଶା- କେବଳ ଗୋଟିଏ ଦୃଶ୍ୟ
ବିଶେଷ ଖବର

ମେକ ଇନ ଓଡିଶା- କେବଳ ଗୋଟିଏ ଦୃଶ୍ୟ

November 16, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର-

ଗୋଟେ ଫଟୋଗ୍ରାଫର ର ଆଖି ନେଇ ଦେଖିଲେ, ମେକ ଇନ ଓଡିଶା କନକ୍ଲେଭ ରେ ଅସଂଖ୍ୟ ଚିତ୍ର ମିଳିଯିବ। ଗୋଟିଏ ଫ୍ରେମ ରେ ଭାରତର ସବୁ ବଡ ଶିଳ୍ପପତିଙ୍କୁ ଆପଣ ପାଇ ଯାଇପାରନ୍ତି। ସେମିତି ଗୋଟିଏ ଗୋଟିଏ ବିରଳ ଚିତ୍ର ଆପଣଙ୍କୁ ଉତ୍ସାହିତ କରିପାରେ। ସେମିତି ରାଜନୀତି ଓ ଅର୍ଥନୀତିର ପରିସଙ୍ଖ୍ୟାନ କୁ ନେଇ ମଧ୍ୟ ବହୁ ପ୍ରକାର ଚର୍ଚ୍ଚା ଓ ଆଲୋଚନା କରାଯାଇପାରେ। ପୁଞ୍ଜି ବିନିଯୋଗ ଲାଗି ଓଡିଶାରେ ଏତେ ବଡ ଶିଖର ସମ୍ମିଳନୀ ରାଜ୍ୟର ବ୍ରାଣ୍ଡ ତିଆରି ରେ କେତେ ସହାୟକ ହେବ, ରାଜ୍ୟକୁ ଆସୁଥିବା ଶିଲ୍ପପତି ମାନଙ୍କ ଉଦ୍ଦେଶ୍ୟ କଣ- ଏମିତି ବହୁ ପ୍ରଶ୍ନର ଉତ୍ତର ଖୋଜିହେବ। ଏହି ସମ୍ମିଳନୀ ଓ ପ୍ରଦର୍ଶନୀ ଲାଗି ଯେଉଁ ଲକ୍ଷ୍ୟ ଧାର୍ୟ ହୋଇଥିଲା ସେଥିରେ ୬ଟି ପ୍ରଭାଗରେ ଅତି କମ ରେ ୨.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଲଗାଣ ହୋଇପାରେ ବୋଲି ଆଶା କରାଯାଉଥିଲା। ହେଲେ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ ଏହି ସମ୍ମିଳନୀରେ ୪,୧୯,୫୭୪ କୋଟି ଟଙ୍କା ର ପୁଞ୍ଜି ଲଗାଣ ପ୍ରତିଶ୍ରୁତି ମିଳିଛି ଓ ଏହା ମାଧ୍ୟମରେ ୫.୯୧ ଲକ୍ଷ ରୋଜଗାର ସୃଷ୍ଟି ହୋଇପାରିବ ବୋଲି ସୂଚନା ମିଳିଛି। ଏସବୁ କୁ ନେଇ ଅନେକ ଆଲୋଚନା ସମାଲୋଚନା ହୋଇପାରିବ।

ତେବେ ଏହି ବିଶ୍ଵ ସ୍ତରୀୟ ସମ୍ମିଳନୀରେ ସବୁଠୁ ବଡ ଚିତ୍ରଟି ଥିଲା ନିତାନ୍ତ ସ୍ଥାନୀୟ। ଅମ୍ବାନୀ, ଆଦାନୀ, ବିର୍ଲାଙ୍କ ତୁଳନାରେ ସୁନ୍ଦରଗଡ ଜିଲା ବାଲି ଶଙ୍କରାର ଜୟନ୍ତୀ ଏକ୍କା, ମେକ ଇନ ଓଡିଶାର ସବୁଠୁ ବଡ ଆକର୍ଷଣ ପାଲଟିଗଲେ। ଶହ ଶହ କର୍ପୋରେଟ ଅଧିକାରୀଙ୍କ ଭିତରେ ଜୟନ୍ତୀ ଏକ୍କା ଯେଉଁ ଅର୍ଥନୀତିର ପାଠ ପଢେଇଲେ, ସେଇଟା ବୋଧହୁଏ ସବୁଠୁ ବଡ ଚର୍ଚ୍ଚା ର କାହାଣୀ ହେବା ଉଚିତ। ଯେତେବେଳେ ନିଜର ୧୯ ମିନିଟର ଭାଷଣରେ ଜୟନ୍ତୀ ନିଜର ଛୋଟିଆ ବ୍ୟବସାୟର ଉପଲବ୍ଧି କଥା କହୁଥିଲେ, ସେତେବେଳେ ତାଙ୍କ ମୁହଁ ର ଆତ୍ମା ବିଶ୍ବାସକୁ ଦେଖିବା କଥା। ବୋଧ ହୁଏ ଓଡିଶାର ସବୁଠୁ ବଡ ସଫଳତା ହେଉଛି ସେଇଟା। ସାଧାରଣ ଗ୍ରାମୀଣ ମହିଳାଟିଏ ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ- “ ଆପଣଙ୍କୁ ମୋର କଥା ଶୁନବାକେ ପଡବା” ବୋଲି କହୁଛନ୍ତି ଓ ମୁଖ୍ୟମନ୍ତ୍ରୀ ତାଙ୍କ କଥା ଶୁଣୁଛନ୍ତି, ସେତେବେଳେ ଆମେ ଗୋଟେ ନୂଆ ଓଡିଶାର ଛବି  କୁ ଦେଖୁଛୁ। ତଥାକଥିତ ପଲ୍ଲୀବଧୂ ର ଜାକିଜୁକି ହୋଇ ରହୁଥିବା ଛବି ଏବେ ବଦଳି ଯାଉଛି ଓ ଏଇ ହେଉଛି ନୂଆ ଓଡିଶାର ଶକ୍ତି। ଓଡିଶାର ଆଦିବାସୀ ମହିଳାଙ୍କ ଭିତରେ ପ୍ରଚଣ୍ଡ ଆତ୍ମ ବିଶ୍ଵାସ ଓ ଶକ୍ତିର ଏହି ଉଦାହରଣ ବିଷୟରେ ଆମେ ସର୍ବାଧିକ ଚର୍ଚ୍ଚା କରିବା ଉଚିତ ହେବ।

ଜୟନ୍ତୀ ଏକ୍କା ନିଜ ଭାଷଣରେ ଯାହା କହିପାରିଲେ, ତାହା କୌଣସି କୋର୍ପୋରେଟ ବିଶେଷଜ୍ଞ ଠାରୁ କମ ନଥିଲା। ନିହାତି ଗରୀବ ପରିବାରରୁ ଆସି ଅଳ୍ପ ପୁଞ୍ଜି ରେ ତଥା ସୀମିତ ସରକାରୀ ସାହାଯ୍ୟରେ ଆତ୍ମନିର୍ଭରଶୀଳ ହେବାର କାହାଣୀ, ଓଡିଶା ଲାଗି ଏକ ସୁନେଲି ଭବିଷ୍ୟତର ସମ୍ଭାବନା ବାର୍ତ୍ତା ଦେଉଛି। ଓଡିଶାରେ କିଛି ହେଉନି, କିଛି ହୋଇ ପାରିବନି ବୋଲି ଯେଉଁ ନକାରାତ୍ମକ ଭାବନା ଟି ରହିଛି, ସେହି ଭାବନା ଉପରେ ଜୟନ୍ତୀ ପ୍ରଚଣ୍ଡ ପ୍ରହାର କରିଛନ୍ତି।

ଜଯନ୍ତୀଙ୍କ କଥା ଶୁଣି ମୁଖ୍ୟମନ୍ତ୍ରୀ ତାଙ୍କୁ ଠିଆ ହୋଇ ଅଭିନନ୍ଦନ ଜଣାଇଲେ, ସେଟାକୁ ଆମେ ବଡ ଖବର ଭାବରେ ଦେଖେଇଛୁ। କିନ୍ତୁ ଅସଲ ଖବର ହେଉଛି ଜୟନ୍ତୀ ଓ ତାଙ୍କ ପରି ତାଙ୍କର ହଜାର ହଜାର ସାଙ୍ଗଙ୍କ ସଂଘର୍ଷ। ଗାଁ ଗାଁ ରେ ଗଢିଉଠୁଥିବା ଏହି ଆତ୍ମ ବିଶ୍ବାସର କାହାଣୀ ବିଷୟରେ ଆମେ କେବେ ଚର୍ଚ୍ଚା କରିଥିଲୁ କି? ହୁଏତ ଏହି କନକ୍ଲେଭରେ ଜଯନ୍ତୀଙ୍କ ଅନର୍ଗଳ ଭାଷଣ ଶୁଣି ଆମେ ଟେରା ହୋଇପଡିଲୁ ଓ ତାଙ୍କ ଭାଷଣକୁ ଭାଇରାଲ କରିଦେଲୁ। କିନ୍ତୁ ତା ଆଗରୁ ଜଯନ୍ତୀଙ୍କ ସଫଳତା ଆମ ଦୃଷ୍ଟିରେ ପଡୁନଥିଲା କାହିଁକି ? ଗଣ ମାଧ୍ୟମ ପରିବେଷଣ କରୁଥିବା ଖବରର କେନ୍ଦ୍ରରେ ଜୟନ୍ତୀ ମାନେ ରହିନଥିଲେ କାହିଁକି?

କୋଟି କୋଟି ଟଙ୍କାର ପୁଞ୍ଜି ଲଗାଣ ରେ ଶିଳ୍ପ ତଥା ବ୍ୟବସାୟରେ କିଛି ଚାକିରି ଏବଂ ରାଜସ୍ଵ ହୁଏତ ମିଳିବ। କିନ୍ତୁ ଆମେ ଯଦି ପ୍ରତି ଗାଁ ରେ କିଛି ଜୟନ୍ତୀ ତିଆରି କରିପାରିବା ସେମାନେ ସ୍ଵାଭିମାନ, ଆତ୍ମ ବିଶ୍ଵାସ ଓ ସ୍ଵଦେଶୀ ଶକ୍ତି ନେଇ ଏକ ଭିନ୍ନ ଓଡିଶାର ନିର୍ମାତା ହୋଇପାରିବେ। ତେଣୁ ମେକ ଇନ ଓଡିଶା ଜୟନ୍ତୀ ଏକ୍କା ପାଇଁ ହିଁ ସଫଳ। ଜୟନ୍ତୀ ଏକ୍କା ଆଜିର ଓ ଆଗାମୀ ଓଡିଶାର ସବୁଠୁ ବଡ ସମ୍ଭାବନା।

Share. Facebook Twitter LinkedIn Email WhatsApp Copy Link

Related Posts

‘ମୋର ନୀରବତାକୁ ପରାଜୟ ବୋଲି ଭାବନ୍ତୁ ନାହିଁ’: ଆଉ ଏକ ଭିଡିଓ ଜାରି କରି କହିଲେ ରାଘବ ଚଢା

April 3, 2026

ପଶ୍ଚିମବଙ୍ଗରେ ଟିଏମସିକୁ ଝଟକା!: ସଦ୍ୟତମ ନିର୍ବାଚନ ସର୍ଭେରେ ବିଜେପି ପାଇଁ ଭଲ ଖବର

April 3, 2026

ଆଜି ‘ଗୁଡ ଫ୍ରାଇ ଡେ’: ଜାଣନ୍ତୁ ଏହାକୁ କାହିଁକି ପାଳନ କରାଯାଏ ଓ ଏହି ଦିନର ମହତ୍ତ୍ଵ?

April 3, 2026

ଓଡ଼ିଶାରେ ଆଦିବାସୀ ସାଂସ୍କୃତିକ ଐତିହ୍ୟର ପ୍ରଚାର

April 3, 2026
Latest News

‘ମୋର ନୀରବତାକୁ ପରାଜୟ ବୋଲି ଭାବନ୍ତୁ ନାହିଁ’: ଆଉ ଏକ ଭିଡିଓ ଜାରି କରି କହିଲେ ରାଘବ ଚଢା

April 3, 2026

ପଶ୍ଚିମବଙ୍ଗରେ ଟିଏମସିକୁ ଝଟକା!: ସଦ୍ୟତମ ନିର୍ବାଚନ ସର୍ଭେରେ ବିଜେପି ପାଇଁ ଭଲ ଖବର

April 3, 2026

ବ୍ରହ୍ମପୁର ପୌର ନିଗମର ଷ୍ଟାଣ୍ଡିଂ କମିଟି ବୈଠକ

April 3, 2026

ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ପ୍ରତାରଣା: ଅଭିଯୁକ୍ତ ଯୁବକଙ୍କୁ ଗିରଫ କଲା ପୋଲିସ

April 3, 2026

ଆଜି ‘ଗୁଡ ଫ୍ରାଇ ଡେ’: ଜାଣନ୍ତୁ ଏହାକୁ କାହିଁକି ପାଳନ କରାଯାଏ ଓ ଏହି ଦିନର ମହତ୍ତ୍ଵ?

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.