Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆରମ୍ଭ ହେଲା ସଂସଦର ଶୀତକାଳୀନ ଅଧିବେଶନ: ଜାଣନ୍ତୁ ଏହାପୂର୍ବରୁ କଣ କହିଲେ ପ୍ରଧାନମନ୍ତ୍ରୀ ମୋଦୀ
ଜାତୀୟ ଖବର

ଆରମ୍ଭ ହେଲା ସଂସଦର ଶୀତକାଳୀନ ଅଧିବେଶନ: ଜାଣନ୍ତୁ ଏହାପୂର୍ବରୁ କଣ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

November 29, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଯାଇଛି। ଚଳିତ ଅଧିବେଶନରେ ବିରୋଧୀମାନେ ଦେଶର ଅନେକ ସମସ୍ୟାକୁ ନେଇ ସରକାରକୁ ଘେରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି। ତେଣୁ ସଂସଦରେ ଅନେକ ଉତ୍ତେଜନା ଦେଖାଯିବା ନେଇ ଆଶଙ୍କା କରାଯାଉଛି। ତେବେ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏକ ପ୍ରେସ ବାର୍ତ୍ତା ଦେଇଛନ୍ତି। ଚଳିତ ଅଧିବେଶନକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ପ୍ରେସ ବିବୃତ୍ତିରେ କଣ ମତ ରଖିଲେ, ଆସନ୍ତୁ ଜାଣିବା…..

ସଂସଦର ଏହି ଅଧିବେଶନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ହିନ୍ଦୁସ୍ତାନର ଚାରିଆଡ଼େ ଏହି ଆଜାଦୀ କା ଅମୃତ ମହୋତ୍ସବ ନିମନ୍ତେ ସୃଜନଶୀଳ, ସକାରାତ୍ମକ, ଜନହିତ ଲାଗି, ରାଷ୍ଟ୍ରହିତ ଲାଗି ଉଦ୍ଦିଷ୍ଟ, ସାଧାରଣ ନାଗରିକମାନଙ୍କ ପାଇଁ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସ୍ୱାଧୀନତା ସଂଗ୍ରାମୀମାନେ ଯେଉଁ ସ୍ୱପ୍ନ ଦେଖିଥିଲେ ସେହି ସ୍ୱପ୍ନକୁ ପୂରଣ କରିବା ଲାଗି ସାଧାରଣ ନାଗରିକମାନେ ମଧ୍ୟ ନିଜର କୌଣସି ନା କୌଣସି ଦାୟିତ୍ୱ ନିର୍ବାହ କରିବା ଲାଗି ପ୍ରୟାସ କରୁଛନ୍ତି। ଏସବୁ ଖବର ଭାରତର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ଅତ୍ୟନ୍ତ ଶୁଭ ସଙ୍କେତ।

ପୂର୍ବରୁ ମଧ୍ୟ ଆମେ ଦେଖିଛୁ, ଗତ କିଛି ଦିନ ତଳେ ସମ୍ବିଧାନ ଦିବସ ଆୟୋଜନ କରାଯାଇଥିଲା। ନୂତନ ସଂକଳ୍ପ ନେଇ ସମ୍ବିଧାନର ଭାବନାକୁ ସାକାର କରିବା ଲାଗି ପ୍ରତ୍ୟେକ ନାଗରିକ ନିଜର ଦାୟିତ୍ୱ ନିର୍ବାହ କରିବା ଲାଗି ଶପଥ କରିଥିଲେ। ସାରା ଦେଶ ମଧ୍ୟ ଏକ ସଂକଳ୍ପ ନେଲା। ଏହି ପରିପ୍ରେକ୍ଷୀରେ ଆମେ ଚାହୁଁଛୁ ଓ ସାରା ଦେଶ ମଧ୍ୟ ଚାହୁଁଛି ଯେ ସଂସଦରେ ଫଳପ୍ରଦ ଆଲୋଚନା ହେଉ। ଭାରତୀୟ ସଂସଦର ଚଳିତ ଅଧିବେଶନ ଏବଂ ଆଗାମୀ ଅଧିବେଶନରେ ମଧ୍ୟ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଭାବନା, ସେମାନଙ୍କର ଲକ୍ଷ୍ୟ, ସ୍ୱାଧୀନତାର ଅମୃତ ମହୋତ୍ସବର ଭାବନା ଅନୁକୂଳ ଏବଂ ଦେଶ ହିତ ପାଇଁ ଆଲୋଚନା କରାଯାଉ। ଦେଶର ପ୍ରଗତି ଓ ବିକାଶ ପାଇଁ ନୂଆ ଉପାୟ ଓ ମାର୍ଗର ସନ୍ଧାନ କରାଯାଉ। ଏହି ଆଲୋଚନାରୁ ଦୂରଗାମୀ ପ୍ରଭାବ ବିସ୍ତାର କରୁଥିବା ସକାରାତ୍ମକ ନିଷ୍ପତ୍ତି ଗ୍ରହଣ କରାଯାଉ। ମୁଁ ଆଶା କରୁଛି ଯେ ଭବିଷ୍ୟତରେ ସଂସଦର ସୁପରିଚାଳନାରେ କେତେ ଯୋଗଦାନ ଦିଆଗଲା ତାହାର ମୂଲ୍ୟାଙ୍କନ କରାଯିବ। କିଏ କେତେ ଜୋର ଲଗାଇ ସଂସଦ ଅଧିବେଶନରେ ବାଧା ଉତ୍ପନ୍ନ କଲା ସେହି ମାନଦଣ୍ଡକୁ ନେଇ ମୂଲ୍ୟାଙ୍କନ କରାଯିବ ନାହିଁ। ସଂସଦରେ କେତେ ଘଣ୍ଟା କାମ ହେଲା, କେତେ ସକାରାତ୍ମକ କାର୍ଯ୍ୟ ହେଲା ସେହି ମାନଦଣ୍ଡକୁ ଗ୍ରହଣ କରାଯିବା ଉଚିତ୍। ସରକାର ପ୍ରତ୍ୟେକ ପ୍ରସଙ୍ଗରେ ଆଲୋଚନା, ବିସ୍ତୃତ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। ସରକାର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ରହିଛନ୍ତି ଏବଂ ସ୍ୱାଧୀନତାର ଏହି ଅମୃତ ମହୋତ୍ସବ କାଳରେ ଆମେ ଚାହୁଁଛୁ ଯେ ସଂସଦରେ ପ୍ରଶ୍ନ ଉତ୍ଥାପନ କରାଯାଉ, କିନ୍ତୁ ସଂସଦରେ ଶାନ୍ତି ମଧ୍ୟ ବଜାୟ ରହୁ।

ଆମେ ଚାହୁଁଛୁ, ସଂସଦରେ ସରକାରଙ୍କ ବିରୋଧରେ, ସରକାରୀ ନୀତି ବିରୋଧରେ ସ୍ୱର ଅଧିକ ପ୍ରଖର ହେବା ଉଚିତ୍, କିନ୍ତୁ ସଂସଦର ଗରିମା, ବାଚସ୍ପତିଙ୍କ ଗରିବା, ପଦବୀର ଗରିମା ବଜାୟ ରଖି ଆମେ ଏପରି ଆଚରଣ କରିବା ଯାହା ଆଗାମୀ ଦିନରେ ଦେଶର ଯୁବପିଢ଼ିଙ୍କ ପାଇଁ ଉଦାହରଣ ପାଲଟିବ। ବିଗତ ଅଧିବେଶନ ପରେ କରୋନାର ଏକ ବିକଟ ପରିସ୍ଥିତିରେ ମଧ୍ୟ ଦେଶ ୧୦୦ କୋଟିରୁ ଅଧିକ ଡୋଜ୍ କୋଭିଡ ଟିକାକରଣର ଉପଲବ୍ଧି ହାସଲ କରିପାରିଛି। ଏବେ ଆମେ ୧୫୦ କୋଟି ଡୋଜ୍ ଟିକାକରଣ ଦିଗରେ ଅଗ୍ରସର ହେଉଛୁ। ନୂଆ ଭାରିଆଣ୍ଟର ଖବର ମଧ୍ୟ ଆମକୁ ଆହୁରି ଅଧିକ ସତର୍କ ଓ ସଜାଗ କରି ଦେଇଛି। ମୁଁ ସଂସଦର ସମସ୍ତ ସାଥୀମାନଙ୍କୁ ମଧ୍ୟ ସତର୍କ ରହିବା ଲାଗି ନିବେଦନ କରୁଛି। ଆପଣମାନଙ୍କୁ ମଧ୍ୟ ସତର୍କ ରହିବା ଲାଗି ଅନୁରୋଧ କରୁଛି। କାରଣ ପ୍ରତି ଏ ସଙ୍କଟପୂର୍ଣ୍ଣ ସମୟରେ ଆପଣମାନଙ୍କର, ଦେଶବାସୀଙ୍କର ଉତ୍ତମ ସ୍ୱାସ୍ଥ୍ୟ ଆମେ ପ୍ରାଥମିକତା ଦେଉଛୁ।

ଦେଶର ୮୦ କୋଟିରୁ ଅଧିକ ନାଗରିକମାନଙ୍କୁ ଏହି କରୋନା କାଳର ସଙ୍କଟରେ ଯେମିତି ଅଧିକ କଷ୍ଟ ହେବ ନାହିଁ ସେଥିପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ମାଗଣାରେ ଖାଦ୍ୟ ଶସ୍ୟ ଯୋଗାଇ ଦେବା ଲାଗି ଯୋଜନା କାର୍ଯ୍ୟକାରୀ କରାଯାଉଛି। ବର୍ତ୍ତମାନ ଏହାକୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ପାଖାପାଖି ୨ ଲକ୍ଷ ୬୦ ହଜାର କୋଟି ଟଙ୍କା ବ୍ୟୟରେ, ୮୦ କୋଟିରୁ ଅଧିକ ଗରିବ ଦେଶବାସୀଙ୍କ ଘରେ ଖାଦ୍ୟର ବ୍ୟବସ୍ଥା କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ମୁଁ ଆଶା କରୁଛି ଯେ ଆମେ ସମସ୍ତେ ଏହି ଅଧିବେଶନରେ, ମିଳିମିଶି ରାଷ୍ଟ୍ର ହିତରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିବା। ସାଧାରଣ ଜନତାଙ୍କ ଆଶା-ଆକାଂକ୍ଷାକୁ ପୂରଣ କରିବା ଲାଗି ବିଭିନ୍ନ ନିଷ୍ପତ୍ତି ନେବା। ମୁଁ ଏହି ଆଶା କରୁଛି।

ପ୍ରଧାନମନ୍ତ୍ରୀ ମୋଦୀ ପ୍ରେସ ବାର୍ତ୍ତା ଶୀତକାଳୀନ ଅଧିବେଶନ ସଂସଦ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026

ପୁଣେସ୍ଥିତ ଏଫଟିଆଇଆଇ ଏବଂ ଦୂରଦର୍ଶନ କେନ୍ଦ୍ର ପରିଦର୍ଶନ କଲେ ଚଞ୍ଚଲ କୁମାର 

April 5, 2026

ରାଜ୍ୟ କ୍ୟାବିନେଟର ବଡ ନିଷ୍ପତି, ମେଡିକାଲ ଇଂଜିନିୟରିଂ ନାମଲେଖାରେ ପଛୁଆ ବର୍ଗକୁ ମିଳିବ ସଂରକ୍ଷଣ

April 5, 2026
Latest News

ବାଣପୁର କୋର୍ଟର ଉନ୍ନତି ପାଇଁ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓକିଲ ସଂଘର ନୂତନ ସଭାପତି

April 5, 2026

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.