Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆସନ୍ତାକାଲି ବାତ୍ୟା ରୂପ ନେବ ଜୱାଦ, ଓଡିଶାର ଚାରୋଟି ଜିଲ୍ଲାକୁ ଜାରୀ ହେଲା ରେଡ ୱାର୍ଣ୍ଣିଂ
ଜାତୀୟ ଖବର

ଆସନ୍ତାକାଲି ବାତ୍ୟା ରୂପ ନେବ ଜୱାଦ, ଓଡିଶାର ଚାରୋଟି ଜିଲ୍ଲାକୁ ଜାରୀ ହେଲା ରେଡ ୱାର୍ଣ୍ଣିଂ

December 2, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଆସନ୍ତାକାଲି ବଙ୍ଗୋବ ସାଗରରେ ବାତ୍ୟା ରୂପ ନେବ ଜୱାଦ। ଏ ନେଇ ଆଜି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଆଣ୍ଡାମାନ ସାଗରରେ ସୃଷ୍ଟ ଏହି ଲଘୁଚାପ ଧୀରଧୀରେ ଘନିଭୂତ ହୋଇ ଆରବ ସାଗର ଆଡକୁ ଆସୁଛି।

ଏହା ଗତକାଲି ଦକ୍ଷିଣପୂର୍ବ ଆରବ ସାଗରରେ ପ୍ରବେଶ କରିଥିଲା। ବର୍ତ୍ତମାନ ଧୀରେଧୀରେ ଘନିଭୂତ ହେବା ପରେ ଆସନ୍ତାକାଲି ଆରବ ସାଗରରେ ବାତ୍ୟା ରୂପ ନେବ ବୋଲି ପାଣିପାଗ ବିଭାଗ କହିଛି।

ଏହାଦ୍ବାରା ଆନ୍ଧ୍ରପ୍ରଦେଶ ସହିତ ଓଡିଶା ଉପକୂଳରେ ପ୍ରଭାବ ପଡିବ ବୋଲି ପାଣିପାଗ ବିଭାଗ କହିଛି। ଏହାକୁ ନଜରରେ ରଖି ବିଭାଗ ଓଡିଶାର 4ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରୀ କରିଛି। ସେଗୁଡିକ ହେଲା ଗଜପତି, ଗଂଜାମ, ପୁରୀ ଏବଂ ଜଗତସିଂହ ପୁର। ଏସବୁ ଜିଲ୍ଲାର ବାତ୍ୟା ମୁକାବିଲା କାର୍ଯ୍ୟ ଆରମ୍ଭ କରିଦେବାକୁ କୁହାଯାଇଛି। ଏହି ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ସହିତ ପବନ ପ୍ରବାହିତ ହେବ ବୋଲି ଜଣାପଡିଛି।

ସେହିପରି ବିଭାଗ 7ଟି ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରୀ କରିଛି। ଏହି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ଏହି ଜିଲ୍ଲାଗୁଡିକ ହେଲା କୋରାପୁଟ, ରାୟଗଡା, ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡା। ତେବେ ଗଂଜାମ ଓ ଗଜପତିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି।

ତେବେ ସାତୋଟି ଜିଲ୍ଲାକୁ ପ୍ରସ୍ତୁତ ହୋଇ ରହିବା ପାଇଁ କୁହାଯାଇଛି। ସେଥିପାଇଁ ଏହି 7ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରୀ କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା କେନ୍ଦ୍ରପଡା, କଟକ, ଖୋର୍ଦ୍ଧା, ନୟାଗଡ,କନ୍ଧମାଳ, ରାୟଗଡା ଏବଂ କୋରାପୁଟ। ତେବେ ଆଜି ରାତି ସୁଦ୍ଧା ବାତ୍ୟା ସଂପର୍କରେ ଆହୁର ସ୍ପଷ୍ଟଚିତ୍ର ମିଳିବ ବୋଲି ଜଣାପଡିଛି।

(ଏଥିରେ ବ୍ୟବହାର ହୋଇଥିବା ଫଟୋଟି ଆଜି ଉପଗ୍ରହ ମାଧ୍ୟମରେ ନିଆଯାଇଥିବା ଲଘୁଚାପର ସଦ୍ୟତମ ସ୍ଥିତି)

cyclone Jawad Top News ଜୱାଦ ରେଡ ୱାର୍ଣ୍ଣିଂ
Share. Facebook Twitter LinkedIn Email WhatsApp Copy Link

Related Posts

ଆଉ ଏକ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସୁରକ୍ଷିତ

February 23, 2026

ଆଜି ମାର୍ଚ୍ଚ ୨୩ ତାରିଖ ସୋମବାରରେ ଏହି ରାଶିଗୁଡିକ ମଧ୍ୟାହ୍ନରେ ପାଇବେ ଖୁସି ଖବର

February 23, 2026

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026
Latest News

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026

ଆଉ ଏକ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସୁରକ୍ଷିତ

February 23, 2026

ଆଜି ମାର୍ଚ୍ଚ ୨୩ ତାରିଖ ସୋମବାରରେ ଏହି ରାଶିଗୁଡିକ ମଧ୍ୟାହ୍ନରେ ପାଇବେ ଖୁସି ଖବର

February 23, 2026

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.