Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ବିମାନଯାତ୍ରା ସୁଗମ କରିବାକୁ କାର୍ଯ୍ୟକାରୀ ହେଲା ‘ଏୟାର ସୁବିଧା ପୋର୍ଟାଲ’
ଅନ୍ତରାଷ୍ଟ୍ରୀୟ

ବିମାନଯାତ୍ରା ସୁଗମ କରିବାକୁ କାର୍ଯ୍ୟକାରୀ ହେଲା ‘ଏୟାର ସୁବିଧା ପୋର୍ଟାଲ’

December 8, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
airplane night city

ନୂଆଦିଲ୍ଲୀ: ଆନ୍ତର୍ଜାତିକ ଯାତ୍ରୀଙ୍କୁ ଜଞ୍ଜାଳ ମୁକ୍ତ ସୁଗମ ଯାତ୍ରା ସୁବିଧା ଯୋଗାଇ ଦେବା ପାଇଁ ବେସାମରିକ ବିମାନଚଳାଚଳ ମନ୍ତ୍ରଣାଳୟ ‘ଏୟାର ସୁବିଧା’ ପୋର୍ଟାଲକୁ ଆନୁଷ୍ଟାନିକ ଭାବେ କାର‌୍ୟ୍ୟକାରୀ କରି ଏହାର ସୁବିଧା ସମସ୍ତ ଯାତ୍ରୀଙ୍କୁ ଯୋଗାଇ ଦେବାକୁ ସୁନିଶ୍ଚିତ କରିଛି। ଯେଉଁ ଆନ୍ତର୍ଜାତିକ ଯାତ୍ରୀ ଏବେ ଭାରତରେ ଆଜି ପହଞ୍ଚୁଛନ୍ତି ସେମାନଙ୍କ ପାଇଁ ବେସାମରିକ ବିମାନ ଓ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ‘ଏୟାର ସୁବିଧା’ ପୋର୍ଟାଲରେ କଣ୍ଟାକ୍ଟଲେସ୍ ସେଲ୍ଫ -ଡିକ୍ଲାରେସନ ବ୍ୟବସ୍ଥାକୁ ସୁନିଶ୍ଚିତ କରିଛନ୍ତି। ଏହି ଏୟାରପୋର୍ଟାଲ ୨୦୨୦ରେ ଆରମ୍ଭ ହୋଇଥିଲେ ହେଁ ଏହାକୁ ଅଧିକ ସୁଦୃଢ କରାଯାଇ ୨୦୨୧ ନଭେମ୍ବର ୩୦ରେ ଯେଉଁ ଭ୍ରମଣ ନିର୍ଦ୍ଦେଶାବଳୀ ଘୋଷଣା କରାଯାଇଥିଲା ତାହାକୁ ଏଥିରେ ସ୍ଥାନିତ କରାଯାଇଛି।

‘ଏୟାର ସୁବିଧା’ ଆନ୍ତର୍ଜାତିକ ବିମାନଯାତ୍ରୀଙ୍କ ଯାତ୍ରା ସୁଗମ କରିବାପାଇଁ ଦେଶର ପ୍ରଥମ ଡିଜିଟାଲ ପୋର୍ଟାଲ। ଏହି ପୋର୍ଟାଲ ଏମ୍‌ଓସିଏ(ମୋକା) ଦ୍ୱାରା ବିକଶିତ ହୋଇଛି। ଏଥିରେ ଯାତ୍ରୀଙ୍କର ଯାତ୍ରାର ସବିଶେଷ ବିବରଣୀ, ଅନ୍ତିମ ରହଣୀ, ଆରଟପିସିଆର ଓ ଭ୍ୟାକ୍ସିନେସନ ସ୍ଥିତି ଆଦି ଉପଲବ୍ଧ ହୋଇପାରିବ। ସାମ୍ପ୍ରତିକ ସମୟରେ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଏହା ଦ୍ୱାରା ସହଜରେ କଣ୍ଟାକ୍ଟ ଟ୍ରେସିଂ କରିପାରିବେ।

‘ଏୟାର ସୁବିଧା’ ପୋର୍ଟାଲକୁ କାର‌୍ୟ୍ୟକାରୀ କରିବା ଲକ୍ଷ୍ୟ ହେଲା ଭାରତରେ ପହଞ୍ଚିଥିବା ସବୁ ଆନ୍ତର୍ଜାତିକ ବିମାନଯାତ୍ରୀଙ୍କୁ ଜଞ୍ଜାଳମୁକ୍ତ, ଧାଡି(କ୍ୟୁ) ମୁକ୍ତ ଓ ସହଜରେ ଯାତ୍ରା ସୁବିଧା ଯୋଗାଇ ଦେବା। ୨୦୨୧ ନଭେମ୍ବର ୩୦ରେ ନୂଆ ଭ୍ରମଣ ନିର୍ଦ୍ଦେଶାବଳୀ କାର‌୍ୟ୍ୟକାରୀ ହେବା ପରେ ‘ଏୟାର ସୁବିଧା’ ପୋର୍ଟାଲ ଡିସେମ୍ବର ୧ରୁ ୫ ତାରିଖ ମଧ୍ୟରେ ୨, ୫୧, ୨୧୦ ଯାତ୍ରୀଙ୍କୁ ସହାୟତ ସେବା ଯୋଗାଇ ଦେଇସାରିଲାଣି। ଆହୁରି ମଧ୍ୟ ୨୦୨୦ ଅଗଷ୍ଟରେ ଏହି ପୋର୍ଟାଲ ଆରମ୍ଭ ହେବା ପରଠାରୁ ଏକ କୋଟିରୁ ଅଧିକ ବିମାନଯାତ୍ରୀ ଉପକୃତ ହେଲେଣି।

ନୂଆପ୍ରକାରର କୋଭିଡ ଭୂତାଣୁ ଓମିକ୍ରନର ସଂକ୍ରମଣ ରୋକିବା ପାଇଁ ଯେଉଁ ପଦକ୍ଷେପମାନ ସୁନିଶ୍ଚିତ କରାଯାଇଛି, ତଦନୁସାରେ ‘ଏୟାର ସୁବିଧା ପୋର୍ଟାଲ’ରେ ଥିବା ‘ଏକ୍‌ଜେମ୍‌ସନ୍‌’ ଫର୍ମକୁ ବନ୍ଦ କରା ଯାଇଥିଲା। ଫଳରେ ଭାରତରେ ପହଚୁଂଥିବା ସମସ୍ତ ଆନ୍ତର୍ଜାତିକ ଯାତ୍ରୀଙ୍କୁ ଯାତ୍ରା ଓ ସ୍ୱାସ୍ଥ୍ୟ ସଂକ୍ରାନ୍ତ ସମସ୍ତ ତଥ୍ୟ ଦାଖଲ କରିବାକୁ ପଡୁଛି। ଭାରତରେ ଅବତରଣକରୁଥିବା ସବୁ ଆନ୍ତର୍ଜାତିକ ଯାତ୍ରୀ ପରବର୍ତୀ ବିମାନରେ ଚଢିବା ପୂର୍ବରୁ ନିଜ ନିଜର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟାବଳୀ ଓ କାଗଜପତ୍ର “ଏୟାର ସୁବିଧା” ପୋର୍ଟାଲରେ ଦେବାକୁ ବାଧ୍ୟ। ଏହି କାଗଜପତ୍ର ମଧ୍ୟରେ ପାସପୋର୍ଟର ନକଲ, ଯାତ୍ରାର ୭୨ଘଣ୍ଟା ପୂର୍ବରୁ ହୋଇଥିବା ଆରଟିପିଆର୍ ଟେଷ୍ଟର ନେଗେଟିଭ ରିପୋର୍ଟ କପି ଓ ଟିକା ନେଇଥିବା ସାର୍ଟିଫିକେଟ ନକଲ ଅନ୍ତର୍ଭୁକ୍ତ।

ଇମିଗ୍ରେସନ ପାଇଁ ଇ-ମେଲରେ ପ୍ରାପ୍ତ କପି ଭାରତରେ ପହଞ୍ଚିଥିବା ସମୟରେ ଆବଶ୍ୟକ। ଏହାକୁ ବିମାନବନ୍ଦର ସ୍ୱାସ୍ଥ୍ୟ ଦପ୍ତର (ଏପିଏଚଓ) କାଉଣ୍ଟରରେ ଯାଞ୍ଚ ପାଇଁ ଉପସ୍ଥାପନ କରିବାକୁ ହେବ।

ଯାତ୍ରୀ ଓ ସ୍ୱାସ୍ଥ୍ୟ ତଥା ରାଜ୍ୟ ଅଧିକାରୀମାନଙ୍କ ପାଇଁ ‘ଏୟାର ସୁବିଧା’କୁ ଅଧିକ ସହଜ ଓ ଅନୁକୂଳ କରିବାକୁ ଯେଉଁସବୁ ଅପଟେଡ ହୋଇଛି ତାହ ନିମ୍ନରେ ପ୍ରଦାନ କରାଯାଇଛି :-

ଓମିକ୍ରନ ବିପଦ ଥିବା ରାଷ୍ଟ୍ରସମୂହରୁ ଆସୁଥିବା ସବୁ ଆବେଦନପତ୍ରକୁ ଏଚ ଓ ରେଡବ୍ୟାଣ୍ଡ ଚିହ୍ନତ କରାଯାଉଛି। ଅନ୍ୟାନ୍ୟ ଦେଶର ଆବେଦନପତ୍ରକୁ ସବୁଜ ଚିହ୍ନ ଦିଆଯାଇଛି। ଏହାଫଳରେ ସମ୍ପୃକ୍ତ ଯାତ୍ରୀ ବିମାନରୁ ଓହ୍ଲାଇବା ମାତ୍ରକେ ସେମାନଙ୍କ ଚିହ୍ନ ଓ ବ୍ୟାଣ୍ଡ ଅନୁସାରେ ସେମାନଙ୍କୁ ଅଲଗା କରିବା ସହଜ ହେଉଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସହଯୋଗରେ ଏହି ତାଲିକା ନିରନ୍ତର ଅପଡେଟ ହେଉଛି ଏବଂ ସଂକ୍ରମିତ ହୋଇ ନ ଥିବା ଯାତ୍ରୀଙ୍କର ଯାତ୍ରା ପ୍ରକ୍ରିୟା ସଜହରେ ସମ୍ପନ୍ନ କରାଯାଇପାରୁଛି।

ଆବେଦନପତ୍ରରେ ଯାତ୍ରୀଙ୍କୁ ଓମିକ୍ରନ ସଂକ୍ରମଣ ବିପଦ ଥିବା ଦେଶକୁ ଗତ ୧୪ଦିନ ମଧ୍ୟରେ ଯାଇଛନ୍ତି କି ନାହିଁ ସେ ତଥ୍ୟ ଦେବାକୁ ପଡୁଛି। ଏହାଫଳରେ ସେମାନଙ୍କୁ ଚିହ୍ନଟ କରି ଅନ୍ୟଯାତ୍ରୀଙ୍କୁ ସୁବିଧାରେ ଯାତ୍ରା ଅନୁମତି ଦିଆଯାଉଛି। ଏଥିପାଇଁ ପୋର୍ଟାଲରେ ଏକ ଡ୍ରପ୍‌ଡାଉନ ଅପ୍‌ସନ୍ ରହିଛି। ଏହା ଫଳରେ ଷ୍ଟାଣ୍ଡାର୍ଡାଇଜେନ ପ୍ରକ୍ରିୟା ସହଜ ହେଉଛି।

ଡ୍ରପଡାଉନ ଲିଷ୍ଟ ଷ୍ଟାଣ୍ଡାର୍ଡଇଜେନସ ପ୍ରକ୍ରିୟାକୁ ସହଜ କରି ରାଜ୍ୟ ଓ ଜିଲ୍ଲାର ଠିକଣା ଅନୁସାରେ ତଥ୍ୟ ପ୍ରଦାନରେ ସହାୟକ ହେଉଛି।

ବାରମ୍ବାର ପଚରା ଯାଉଥିବା ପ୍ରଶ୍ନର ଅପଡେଟ କଷ୍ଟୋମର କେୟାର ଲିଙ୍କ୍ ଓ ସର୍ବଶେଷ ନିର୍ଦ୍ଦେଶାବଳୀ ପୋର୍ଟାଲର ଆରମ୍ଭରେ ଯାତ୍ରୀଙ୍କ ସୁବିଧା ପାଇଁ ଉପଲବ୍ଧ କରାଯାଇଛି।

ବିପଦ ଥିବା ଦେଶଗୁଡିକର ଯାତ୍ରୀଙ୍କୁ ଭାରତରେ ପହଞ୍ଚିବା ମାତ୍ରକେ ଟେଷ୍ଟିଂ ପାଇଁ ଆଗୁଆ ବୁକ୍ କରିବାକୁ ପଡିବ। ସେଥିପାଇଁ ଏସ୍‌ଡିଏଫ ସବ୍‌ମିଶନ ମାଧ୍ୟମରେ ସମ୍ପୃକ୍ତ ଯାତ୍ରୀଙ୍କୁ ନିର୍ଦ୍ଧାରିତ ଟେଷ୍ଟିଂ କେନ୍ଦ୍ରରେ ସୁବିଧା ଯୋଗାଇ ଦିଆଯିବ।

ବିପଦ ଥିବା ଦେଶରୁ ଆସୁଥିବା ଓ ଯାତ୍ରା କରୁଥିବା ସବୁ ଆନ୍ତର୍ଜାତିକ ଯାତ୍ରୀଙ୍କ ପାଇଁ ନିମ୍ନଲିଖିତ ନିୟମ ପାଳନ କରିବା ବାଧ୍ୟତାମୂଳକ କରାଯାଇଛି।

ସେମାନଙ୍କୁ ‘ଏୟାର ସୁବିଧା’ ପୋର୍ଟାଲରେ ସେଲ୍ଫ ଡିକ୍ଲାରେସନ ଫର୍ମ ଦାଖଲ କରିବାକୁ ପଡିବ।

୭୨ଘଣ୍ଟା ମଧ୍ୟରେ ହୋଇଥିବା ଆର୍‌ଟିପିସିଆର୍ ନେଗେଟିଭ୍ ରିପୋର୍ଟ ଅପଲୋଡ କରିବାକୁ ହେବ।

ବିମାନବନ୍ଦରରେ ପହଞ୍ଚିବା ପରେ ନିଜ ଖର୍ଚ୍ଚରେ କୋଭିଡ ଟେଷ୍ଟ କରିବାକୁ ପଡିବ।

ସାତଦିନ ପାଇଁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ହେବ।

ଅଷ୍ଟମ ଦିନରେ ଆଉ ଥରେ ପରୀକ୍ଷା କରିବାକୁ ପଡିବ ଏବଂ ରିପୋର୍ଟ ଯଦି ନେଗେଟିଭ ଆସେ ତା’ହେଲେ ସମ୍ପୃକ୍ତ ଯାତ୍ରୀଙ୍କୁ ପରବର୍ତ୍ତୀ ସାତ ଦିନ ପାଇଁ ନିଜ ନିଜର ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରିବାକୁ ପଡିବ।

ଯେଉଁସବୁ ଦେଶରୁ ଆସୁଥିବା ଯାତ୍ରୀଙ୍କୁ ଭାରତରେ ପହଞ୍ଚିବା ପରେ ଅତିରିକ୍ତ ସ୍ୱାସ୍ଥ୍ୟ ସୁରକ୍ଷା ବ୍ୟବସ୍ଥାର ସମ୍ମୁଖୀନ ହେବାକୁ ପଡିବ ସେ ସବୁ ଦେଶର ତାଲିକା (୨୦୨୧ ଡିସେମ୍ବର ୬ ତାରିଖ ସୁଦ୍ଧା ଅପଡେଟ ହୋଇଥିବା) ନିମ୍ନରେ ପ୍ରଦାନ କରାଗଲା।

୧) ୟୁରୋପର ସବୁ ଦେଶ ସହିତ ବ୍ରିଟେନ
୨) ଦକ୍ଷିଣ ଆଫ୍ରିକା
୩ ) ବ୍ରାଜିଲ
୪) ବୋତସ୍ୱାନା
୫) ଚୀନ
୬) ଘାନା
୭) ମରିସ୍‌ସ
୮) ନ୍ୟୁଜିଲାଣ୍ଡ
୯) ଜିମ୍ବାୱେ
୧୦) ସିଙ୍ଗାପୁର
୧୧) ତାଞ୍ଜାନିଆ
୧୨) ହଂକଂ
୧୩) ଇସ୍ରାଏଲ

“ଏହାର ସୁବିଧା ପୋର୍ଟାଲ ଲିଙ୍କ୍‌: https://www.newdelhiairport.in/airsuvidha/apho-registration

ଅଧିକ ତଥ୍ୟ ପାଇଁ ଭିଜିଟ୍: https://bit.ly/NewTravelGuidelinesOct2021 (ପି.ଆଇ.ବି.)

Share. Facebook Twitter LinkedIn Email WhatsApp Copy Link

Related Posts

ସେବା ପର୍ବ ଉପଲକ୍ଷେ ଡିଡି ନେସନାଲ୍ ଏବଂ ଡିଡି ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ

September 17, 2025

ପ୍ରଧାନମନ୍ତ୍ରୀ ହେଉଛନ୍ତି ତ୍ୟାଗ ଏବଂ ସମର୍ପଣର ପ୍ରତୀକ: ଅମିତ ଶାହ

September 17, 2025

ବିଶ୍ୱର ନମ୍ବର ୧ ଟି-୨୦ ବୋଲର ହେଲେ ବରୁଣ ଚକ୍ରବର୍ତ୍ତୀ, ଦେଖନ୍ତୁ ICC ରାଙ୍କିଙ୍ଗ

September 17, 2025

ସେବା ପର୍ବ ୨୦୨୫ ଆରମ୍ଭ କଲା ନମୋ ଆପ୍

September 17, 2025
Latest News

ବାଲୁଗାଁ ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ

September 17, 2025

ପୂର୍ବତଟ ରେଳପଥ ଦ୍ୱାରା ସ୍ୱଚ୍ଛତା ହିଁ ସେବା 2025 ଅଭିଯାନ

September 17, 2025

ସେବା ପର୍ବ ଉପଲକ୍ଷେ ଡିଡି ନେସନାଲ୍ ଏବଂ ଡିଡି ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ

September 17, 2025

ବାଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ “ମା ପାଇଁ ଗଛଟିଏ ” କାର୍ଯ୍ୟକ୍ରମ

September 17, 2025

ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନରେ ତରାବୋଇ ଠାରେ ନୂତନ ପାସେଞ୍ଜର ହଲ୍ଟ ଉଦଘାଟନ

September 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.