Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»PIB_NEWS»କୃଷି ପାଇଁ ମିଳିତ ଜାତିସଂଘ ଖାଦ୍ୟ କାର୍ଯ୍ୟକ୍ରମ ସହିତ ନୀତି ଆୟୋଗର ଚୁକ୍ତି ସ୍ୱାକ୍ଷରିତ, ଜାଣନ୍ତୁ କଣ
PIB_NEWS

କୃଷି ପାଇଁ ମିଳିତ ଜାତିସଂଘ ଖାଦ୍ୟ କାର୍ଯ୍ୟକ୍ରମ ସହିତ ନୀତି ଆୟୋଗର ଚୁକ୍ତି ସ୍ୱାକ୍ଷରିତ, ଜାଣନ୍ତୁ କଣ

December 21, 2021No Comments4 Mins Read
Share Facebook Twitter LinkedIn Email WhatsApp Copy Link
କୃଷି ପାଇଁ ମିଳିତ ଜାତିସଂଘ ଖାଦ୍ୟ କାର୍ଯ୍ୟକ୍ରମ ସହିତ ନୀତି ଆୟୋଗର ଚୁକ୍ତି ସ୍ୱାକ୍ଷରିତ, ଜାଣନ୍ତୁ କଣ

ନୂଆଦିଲ୍ଲୀ: ବାଜରା ଓ ସେହି ଜାତୀୟ ଖାଦ୍ୟଶସ୍ୟର ଗୁରୁତ୍ୱକୁ ସ୍ୱୀକୃତି ପ୍ରଦାନ କରି ଭାରତ ସରକାର ୨୦୧୮କୁ ବାଜରାବର୍ଷ ଭାବେ ପାଳନ କରିଥିଲେ । ଏହି ବର୍ଷ ପାଳନର ପ୍ରଧାନ ଲକ୍ଷ୍ୟ ଥିଲା ବାଜରା ଜାତୀୟ ଫସଲ ଚାଷକୁ ପ୍ରୋତ୍ସାହିତ କରିବା । ଏହି ପ୍ରୟାସକୁ ଆହୁରି ଆଗେଇ ନେଇ ଭାରତ ସରକାର ମିଳିତ ଜାତିସଂଘର ସାଧାରଣ ପରିଷଦରେ ଏକ ପ୍ରସ୍ତାବ ଆଣି ୨୦୨୩କୁ ଆନ୍ତର୍ଜାତିକ ବାଜରାବର୍ଷ ଭାବେ ପାଳନ କରିବାକୁ ଅଗ୍ରଣୀଭୂମିକା ନିର୍ବାହ କରିଛନ୍ତି ।

ବାଜରାଚାଷକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ଏକ ଉତ୍କର୍ଷ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯାଇଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ପୁଷ୍ଟିକର ଶସ୍ୟକୁ ସାମିଲ କରିବା ନୀତିରେ ବାଜରା ଅନ୍ତର୍ଭୁକ୍ତ ହୋଇଛି । ଏହା ବ୍ୟତୀତ ଅନେକ ରାଜ୍ୟରେ ବାଜରା(ମିଲେଟ) ମିଶନ ଗଠନ କରାଯାଇଛି ।

ଏହା ସତ୍ତ୍ୱେ ବାଜରାର ଉତ୍ପାଦନ, ବଣ୍ଟନ ଓ ବ୍ୟବହାର କ୍ଷେତ୍ରରେ ଅନେକ ସମସ୍ୟା ଏବଂ ଆହ୍ୱାନ ଖାଉଟିଙ୍କ ପାଇଁ  ରହିଛି । ଯୋଗାଣ ବ୍ୟବସ୍ଥା ମାଧ୍ୟମରେ ଏବେ ଖାଦ୍ୟଶସ୍ୟ ଯୋଗାଣ କେବଳ କ୍ୟାଲୋରୀ ଯୁକ୍ତ ଶସ୍ୟ ପରିବର୍ତ୍ତେ  ବିଭିନ୍ନ ପୁଷ୍ଟିକର ଖାଦ୍ୟଶସ୍ୟ ଓ ଭୋଜନ ଉପାଦାନ ଯୋଗାଇବାର ଆବଶ୍ୟକତା ପହଞ୍ôଚଛି । ଏଥିରେ ନାନାପ୍ରକାର ମୋଟାଶସ୍ୟ ଯଥା ବାଜରା, ଜୁଆର ଆଦି ପ୍ରାକ୍‌-ସ୍କୁଲ ପିଲା ଏବଂ ପ୍ରଜନନକ୍ଷମ ବୟସର ମହିଳାମାନଙ୍କୁ ଯୋଗାଇ ସେମାନଙ୍କ ପୁଷ୍ଟିସାଧନ ସ୍ଥିତିରେ ଉନ୍ନତି ଆଣିବାରେ ଆବଶ୍ୟକତା ରହିଛି । ଏହି କ୍ଷେତ୍ରରେ ଯେଉଁ ସବୁ ଆହ୍ୱାନ ଓ ସମସ୍ୟା ରହିଛି ତାହାକୁ ଠାବ କରି ବ୍ୟବସ୍ଥିତ ଓ ସଫଳତାର ସହିତ ସେସବୁର ସମାଧାନ କରିବାକୁ ନୀତି ଆୟୋଗ ଓ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏଫପି) ମିଳିତଭାବେ ଆଗ୍ରହ ପ୍ରକାଶ କରିଛନ୍ତି ।

ଏଥିପାଇଁ ନୀତି ଆୟୋଗ, ଡବ୍ଲୁଏଫପି ସହିତ ଏକ ଷ୍ଟେଟମେଣ୍ଟ ଅଫ ଇଣ୍ଟେଟ ବା ଚୁକ୍ତି ୨୦୨୧ ଡିସେମ୍ବର ୨୦ତାରିଖରେ ସ୍ୱାକ୍ଷର କରିଛି । ଦୁଇ ସଂଗଠନ ମଧ୍ୟରେ ଏ କ୍ଷେତ୍ରରେ ଯେଉଁ ଅଂଶୀଦାରୀ ହୋଇଛି, ସେଥିରେ ବାଜରା ଓ ସେହି ଜାତୀୟ ମୋଟା ଶସ୍ୟକୁ ଭୋଜନର ମୁଖ୍ୟଧାରାକୁ ଆଣିବା ଉପରେ ଗୁରୁତ୍ୱ ଦିଆଯିବ ।

ଆହୁରି ମଧ୍ୟ ୨୦୨୩ ଆନ୍ତର୍ଜାତିକ ବାଜରା (ମିଲେଟ)ବର୍ଷ ଭାବେ ପାଳିତ ହେବାକୁ ଯାଉଥିବା ଅବସରରେ ବାଜରା ଓ ସେହି ଜାତୀୟ ମୋଟା ଶସ୍ୟକୁ ଖାଦ୍ୟର ମୁଖ୍ୟଧାରାକୁ ଆଣି ଖାଉଟିଙ୍କ ନିକଟରେ ପହଞ୍ଚାଇବା କ୍ଷେତ୍ରରେ ଭାରତ ନେତୃତ୍ୱ ନେବାରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ସାହାଯ୍ୟ ସହଯୋଗ କରି ଏଥିରେ ଅଂଶୀଦାର ହେବ । ତା’ଛଡା ବିଭିନ୍ନ ଦେଶ ସହିତ ଭାରତ ଆବଶ୍ୟକ ଜ୍ଞାନ ଆଦାନପ୍ରଦାନ କରିବ । ଉଭୟପକ୍ଷ ମଧ୍ୟ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଏକ ସ୍ଥିତିସ୍ଥାପକ ଜୀବିକା ବ୍ୟବସ୍ଥା ତିଆରି  କରିବାରେ ମିଳିତଭାବେ କାମ କରିବେ ଏବଂ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ବାଜରା ଜାତୀୟ ମୋଟା ଶସ୍ୟ ଅଧିକ ଚାଷ କରିବାକୁ ଚାଷୀଙ୍କୁ ଆବଶ୍ୟକ ଦିଗ୍‌ଦର୍ଶନ ତଥା କୌଶଳ ଶିକ୍ଷା ଦେବେ । ଏହା ଫଳରେ ଭାରତ ଓ ବିଶ୍ୱର ଖାଦ୍ୟ ବ୍ୟବସ୍ଥାରେ ପରିବର୍ତ୍ତନ ଘଟିବ ।

ଏହି ଚୁକ୍ତି ଫଳରେ ଭାରତରେ ଜଳବାୟୁ ଉପଯୋଗୀ କୃଷି ବ୍ୟବସ୍ଥା ନିର୍ମାଣ ପାଇଁ ଉଭୟପକ୍ଷ ମଧ୍ୟରେ ବୈଷୟିକ ସହଯୋଗ ରହିବ । ଏହାଫଳରେ ଖାଦ୍ୟ ଉତ୍ପାଦନ ବଢିବ ଏବଂ ଦେଶର ପୌଷ୍ଟିକ ନିରାପତ୍ତା ସୁନିଶ୍ଚିତ ହୋଇପାରିବ ।

ଉଭୟପକ୍ଷ ନିମ୍ନ ବିଷୟରେ ମିଳିତଭାବେ କାମ କରିବେ ।

  • ଭାରତର ନିର୍ଦ୍ଦିଷ୍ଟ ରାଜ୍ୟଗୁଡିକରେ ବାଜରା ଚାଷର ବିକାଶ ପାଇଁ ନୂଆ ରଣନୀତି ପ୍ରସ୍ତୁତ ସହ ଏହି ଚାଷର ଉତ୍ତମ ନୀତିଗୁଡିକୁ ନେଇ ଏକ ମିଳିତ କମ୍ପେଡିୟମ(ସଂକଳନ) ପ୍ରସ୍ତୁତ ହେବ । ଏହା ମାଧ୍ୟମରେ ଏହି ଫସଲକୁ ମୁଖ୍ୟଧାରାକୁ ଆଣି ଖାଉଟିଙ୍କ ପାଖରେ ସହଜରେ ପହଞ୍ଚାଇବାରେ ବ୍ୟବସ୍ଥା  କରାଯିବ ।
  • ଏହି ଚାଷର ପରିବର୍ଦ୍ଧନ ଓ ପ୍ରୋତ୍ସାହନ ପାଇଁ ମନୋନୀତ ହୋଇଥିବା ରାଜ୍ୟଗୁଡିକରେ ଆଇଆଇଏମ୍‌ଆର ଓ ଅନ୍ୟାନ୍ୟ ସହଯୋଗୀ ପ୍ରତିଷ୍ଠାନଗୁଡିକୁ ନିୟୋଜିତ କରାଯିବ । ବାଜରା ଭଳି ମୋଟାଶସ୍ୟର ବହୁଳ ବ୍ୟବହାର ପାଇଁ କେନ୍ଦ୍ର ଓ ରାଜ୍ୟସରକାର, ବିଭିନ୍ନ ସରକାରୀ ବିଭାଗ, ସଂସ୍ଥା, ଶୈକ୍ଷିକ ଅନୁଷ୍ଠାନ, ଏ କ୍ଷେତ୍ରରେ କାମ କରୁଥିବା ବିଭିନ୍ନ ସଂସ୍ଥାଙ୍କ ପରାମର୍ଶ ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ । ବହୁପାକ୍ଷିକ ପରାମର୍ଶ ସହିତ ଏଥିପାଇଁ ବୈଷୟିକ ସହଯୋଗ ନୀତି ଆୟୋଗ ଓ ବିଶ୍ୱ ଖାଦ୍ୟ ସଂଗଠନ ଯୋଗାଇ ଦେବେ । ଏ କ୍ଷେତ୍ରରେ ଜାତୀୟ ପରାମର୍ଶ ବ୍ୟବସ୍ଥା ଉଭୟପକ୍ଷ ତିଆରି କରିବେ ।
  • ବାଜରା ଭଳି ମୋଟା ଶସ୍ୟ ଚାଷ ଓ ବ୍ୟବହାର କ୍ଷେତ୍ରରେ ଭାରତର ଯେଉଁ ଅଭିଜ୍ଞତା ରହିବ ସେ ସମ୍ପର୍କୀତ ଜ୍ଞାନ ଓ ଅଭିଜ୍ଞତାକୁ ଭାରତ ବିଶ୍ୱର ଅନ୍ୟାନ୍ୟ ଦେଶକୁ ଯୋଗଇଦେବ । ଏହି ଜ୍ଞାନ ଆଦାନପ୍ରଦାନ ପ୍ରକ୍ରିୟା ଓ ବଜରା ବ୍ୟବହାର ବୃଦ୍ଧି ପାଇଁ ଏକ ଜ୍ଞାନ ପରିଚାଳନାମଞ୍ଚ (ପ୍ଲାଟଫର୍ମ) ଗଠିତ ହେବ ।

ନିମ୍ନଲିଖିତ ଚାରିଟି ପର୍ଯ୍ୟାୟରେ ଏହି  ଅଂଶୀଦାରୀର ଫଳାଫଳ ହାସଲ ହେବ ।

ପର୍ଯ୍ୟାୟ-୧- ବାଜରାକୁ ଏକ ପ୍ରମୁଖ ଖାଦ୍ୟଭାବେ ମୁଖ୍ୟଧାରାକୁ ଆଣିବା ପାଇଁ ଶ୍ରେଷ୍ଠ ନୀତି ଓ ପରିବର୍ଦ୍ଧନ ରଣନୀତି ସମ୍ପର୍କରେ ଏକ ସଂକଳନ ପ୍ରସ୍ତୁତ କରାଯିବ ।

ପର୍ଯ୍ୟାୟ-୨- ବାଜରାକୁ ପ୍ରମୁଖ ଖାଦ୍ୟଭାବେ ମୁଖ୍ୟଧାରାକୁ ଆଣିବା ପାଇଁ ବିଭିନ୍ନ ଉଦ୍ୟମକୁ ପ୍ରୋତ୍ସାହନ ଓ ସହାୟତା ଯୋଗାଇ ଦିଆଯିବ । ଏହାଛଡା ଏଥିପାଇଁ ମନୋନୀତ ହୋଇଥିବା ରାଜ୍ୟଗୁଡିକ ସହ ଘନିଷ୍ଠ ସମ୍ପର୍କ ରଖି ଏହି କାର୍ଯ୍ୟକ୍ରମରେ ଦିଗ୍‌ଦର୍ଶନ ପ୍ରଦାନ କରାଯିବ ।

ପର୍ଯ୍ୟାୟ-୩- ବାଜରା ଜାତୀୟ ଫସଲର ଚାଷ ଓ ମୋଟ ଶସ୍ୟ ବ୍ୟବହାର କ୍ଷେତ୍ରରେ ଭାରତର ଜ୍ଞାନ ଓ ଅଭିଜ୍ଞତାକୁ ବିକାଶଶୀଳ ରାଷ୍ଟ୍ରଙ୍କ ପାଖରେ ପହଞ୍ଚାଇ ଏହି ଖାଦ୍ୟଶସ୍ୟକୁ ଖାଉଟିଙ୍କ ପାଇଁ ପ୍ରମୁଖ ବ୍ୟବହାର୍ଯ୍ୟ ସାମଗ୍ରୀରେ ପରିଣତ କରିବାକୁ ଉଦ୍ୟମ ହେବ । ଏହା ଫଳରେ ଏହି ଖାଦ୍ୟ ମୁଖ୍ୟଧାରାକୁ ସହଜରେ ଆସିପାରିବ ।

ପର୍ଯ୍ୟାୟ ୪- ଜଳବାୟୁ ସ୍ଥିତିସ୍ଥାପକ ଓ ପରିବର୍ତ୍ତିତ ପାଣିପାଗ ଉପଯୋଗୀ କୃଷି ଜୀବିକା ନିର୍ମାଣ ଓ ଦକ୍ଷତା ବିକାଶ ଦିଗରେ କାର୍ଯ୍ୟ କରାଯିବ ।

ନୀତି ଆୟୋଗ ବାଜରା
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆ ପରିସ୍ଥିତି: ପ୍ରମୁଖ କ୍ଷେତ୍ର ସମ୍ପର୍କିତ ଅପଡେଟ୍

April 1, 2026

ଆଜି ଏପ୍ରିଲ ୧ ତାରିଖ ବୁଧବାର ଦିନ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଅସୁବିଧା, କରନ୍ତୁ ପ୍ରତିକାର

April 1, 2026

ସଂସଦରେ ଉଠିଲା ପିତୃତ୍ୱ ଛୁଟି ପ୍ରସଙ୍ଗ: ଆଉ ଏକ ସାମାଜିକ ଅଧିକାର ଦାବି କଲେ ରାଘବ ଚଢା

March 31, 2026

୩୦୦୦ ଟଙ୍କା ଭତ୍ତା, ମହିଳାଙ୍କ ପାଇଁ ଖାଦ୍ୟ ସୁରକ୍ଷା କାର୍ଡ: କେରଳରେ ବିଜେପି ର ଘୋଷଣାପତ୍ର

March 31, 2026
Latest News

ଅନୁଗୋଳ ଆଠମଲ୍ଲିକର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ଧର୍ମେନ୍ଦ୍ର ପ୍ରଧାନ

April 1, 2026

ପଶ୍ଚିମ ଏସିଆ ପରିସ୍ଥିତି: ପ୍ରମୁଖ କ୍ଷେତ୍ର ସମ୍ପର୍କିତ ଅପଡେଟ୍

April 1, 2026

ପୂର୍ବ ବର୍ଷ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶାର ଅର୍ଥନୀତି କ୍ଷେତ୍ରରେ ମଧ୍ୟମ ଧରଣର ଅଭିବୃଦ୍ଧି

April 1, 2026

ଆଜିଠାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା 

April 1, 2026

ଆଜି ଏପ୍ରିଲ ୧ ତାରିଖ ବୁଧବାର ଦିନ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଅସୁବିଧା, କରନ୍ତୁ ପ୍ରତିକାର

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.