Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆନ୍ତଃରାଜ୍ୟ ଟ୍ରାନ୍ସମିଶନ ପ୍ରଣାଳୀ: ସବୁଜ ଇନ୍ଧନ କରିଡର ଦ୍ବିତୀୟ ପର୍ଯ୍ୟାୟକୁ କ୍ୟାବିନେଟ ମଞ୍ଜୁରି
ଜାତୀୟ ଖବର

ଆନ୍ତଃରାଜ୍ୟ ଟ୍ରାନ୍ସମିଶନ ପ୍ରଣାଳୀ: ସବୁଜ ଇନ୍ଧନ କରିଡର ଦ୍ବିତୀୟ ପର୍ଯ୍ୟାୟକୁ କ୍ୟାବିନେଟ ମଞ୍ଜୁରି

January 6, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
କ୍ୟାବିନେଟ ମଞ୍ଜୁରି
ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟିର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ ଆନ୍ତଃରାଜ୍ୟ ଟ୍ରାନ୍ସମିଶନ ପ୍ରଣାଳୀ ନିମନ୍ତେ ସବୁଜ ଇନ୍ଧନ କରିଡର ପର୍ଯ୍ୟାୟ-୨କୁ ମଞ୍ଜୁର କରାଯାଇଛି। ଏ ଯୋଜନାରେ ପାଖାପାଖି ୧୦,୭୫୦ ସର୍କିଟ୍‌ କିଲୋମିଟର ଟ୍ରାନ୍ସମିଶନ ଲାଇନ ଏବଂ ୨୭,୫୦୦ ମେଗା .ଭୋଲ୍ଟ-ଆମ୍ପିୟର (ଏମଭିଏ) କ୍ଷମତା ବିଶିଷ୍ଟ ସବଷ୍ଟେସନ ପ୍ରତିଷ୍ଠା କରାଯାଇ ଟ୍ରାନ୍ସଫର୍ମର କ୍ଷମତାରେ ଅତିରିକ୍ତ ବୃଦ୍ଧି କରାଯିବାକୁ ମଞ୍ଜୁରି ମିଳିଛି। ଏହି ଯୋଜନା ଫଳରେ ସାତଟି ରାଜ୍ୟ- ଗୁଜରାଟ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, କେରଳ, ରାଜସ୍ଥାନ, ତାମିଲନାଡ଼ୁ ଓ ଉତ୍ତର ପ୍ରଦେଶରେ ଗ୍ରୀଡ ଏକୀକରଣ ସମ୍ଭବ ହୋଇପାରିବ। ଏଥିସହିତ ପାଖାପାଖି ୨୦ ଗିଗାୱାଟ ଅକ୍ଷୟ ଶକ୍ତି ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପକୁ ସହାୟତା ମିଳିପାରିବ।

ଏହି ଯୋଜନା ପାଇଁ ଆନୁମାନିକ ମୋଟ ୧୨,୦୩୧.୩୩ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିରେ କେନ୍ଦ୍ରୀୟ ଆର୍ଥିକ ସହାୟତା ବାବଦରେ ପ୍ରକଳ୍ପର ପାଖାପାଖି ୩୩ ପ୍ରତିଶତ ଅର୍ଥାତ୍‌ ୩୯୭୦.୩୪ କୋଟି ଟଙ୍କା ଯୋଗାଇ ଦିଆଯିବ। ଟ୍ରାନ୍ସମିଶନ ପ୍ରଣାଳୀକୁ ଆର୍ଥିକ ବର୍ଷ ୨୦୨୧-୨୨ ଠାରୁ ୨୦୨୫-୨୬ ପର୍ଯ୍ୟନ୍ତ ପାଞ୍ଚ ବର୍ଷର ଅବଧି ମଧ୍ୟରେ ପ୍ରସ୍ତୁତ କରାଯିବ। କେନ୍ଦ୍ରୀୟ ଆର୍ଥିକ ସହାୟତା ବଳରେ ରାଜ୍ୟ ଅନ୍ତରୀଣ ଟ୍ରାନ୍ସମିଶନ ଶୁଳ୍କର ସମାଯୋଜନ ବା ଅଫସେଟିଂ କରିବାରେ ସହାୟତା ମିଳିବ। ଏହାଦ୍ବାରା ବିଦ୍ୟୁତ ମୂଲ୍ୟକୁ ମଧ୍ୟ କମ୍‌ ରଖାଯାଇପାରିବ। ତେଣୁ ବିଦ୍ୟୁତର ଅନ୍ତିମ ଉପଯୋଗକାରୀ- ଦେଶର ନାଗରିକମାନଙ୍କୁ ହିଁ ସରକାରୀ ସହଯୋଗର ଲାଭ ମିଳିପାରିବ।

ଏହି ଯୋଜନା କାର୍ଯ୍ୟକାରୀ ହେବା ଫଳରେ ୨୦୩୦ ସୁଦ୍ଧା ୪୫୦ ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତା ଲକ୍ଷ୍ୟ ହାସଲ କରିବାରେ ସହାୟତା ମିଳିପାରିବ।

ଏହି ଯୋଜନା ଦେଶରେ ଦୀର୍ଘକାଳୀନ ଶକ୍ତି ସୁରକ୍ଷା କ୍ଷେତ୍ରରେ ଯୋଗଦାନ ଦେବ ଏବଂ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରି ସ୍ଥାୟୀ ପରିବେଶ ସୁରକ୍ଷାକୁ ପ୍ରୋତ୍ସାହନ ଦେବ। ଏହାଫଳରେ ବିଦ୍ୟୁତ ଏବଂ ଅନ୍ୟ ସମ୍ପୃକ୍ତ କ୍ଷେତ୍ରରେ କୁଶଳୀ ଓ ଅଣକୁଶଳୀ ଉଭୟ ପ୍ରକାର ଶ୍ରମିକମାନଙ୍କ ପାଇଁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଯୋଜନାର ଦ୍ବିତୀୟ ପର୍ଯ୍ୟାୟକୁ ପ୍ରଥମ ପର୍ଯ୍ୟାୟ ସବୁଜ ଇନ୍ଧନ କରିଡର ବ୍ୟତୀତ ଲାଗୁ କରାଯିବ। ପ୍ରଥମ ପର୍ଯ୍ୟାୟ ଯୋଜନା ଆନ୍ଧ୍ରପ୍ରଦେଶ, ଗୁଜରାଟ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ଏବଂ ତାମିଲନାଡ଼ୁରେ ପୂର୍ବରୁ କାର୍ଯ୍ୟକାରୀ ହେଉଛି। ଏହା ଚଳିତ ବର୍ଷ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି । ପ୍ରଥମ ପର୍ଯ୍ୟାୟ ଯୋଜନାରେ ଅତିରିକ୍ତ ୯,୭୦୦ ସର୍କିଟ୍‌ କିଲୋମିଟର ଅତିରିକ୍ତ ଟ୍ରାନ୍ସମିଶନ ଲାଇନ ବିଛାଯିବ ଏବଂ ସବଷ୍ଟେସନଗୁଡ଼ିକରେ ୨୨,୬୦୦ ମେଗାୱାଟ୍‌ କ୍ଷମତା ସୃଷ୍ଟି କରାଯିବ। ଏଥିପାଇଁ ୪୦୫୬.୬୭ କୋଟି ଟଙ୍କାର କେନ୍ଦ୍ରୀୟ ଆର୍ଥିକ ସହାୟତା ସହିତ ମୋଟ ୧୦,୧୪୧.୬୮ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

କ୍ୟାବିନେଟ ମଞ୍ଜୁରି ଦ୍ବିତୀୟ ପର୍ଯ୍ୟାୟ
Share. Facebook Twitter LinkedIn Email WhatsApp Copy Link

Related Posts

ଜନଗଣନା-୨୦୨୭ରେ ସାମିଲ ହେଲେ ଲୋକସଭା ବାଚସ୍ପତି; ସମ୍ପୂର୍ଣ୍ଣ କଲେ ଡିଜିଟାଲ୍ ସ୍ୱ-ଗଣନା

April 4, 2026

‘ଇଣ୍ଡିଆ ସ୍କିଲ୍ସ ୨୦୨୫-୨୬’: ମୋଟ ୫୭ଟି ପଦକ ସହ ଚାମ୍ପିୟନ ହେଲା ‘ଟିମ୍ ଓଡ଼ିଶା’

April 4, 2026

ପଶ୍ଚିମ ଏସିଆର ପରିସ୍ଥିତି ଉପରେ ସରକାରଙ୍କ ପଦକ୍ଷେପ: ଏଲପିଜି ବଣ୍ଟନକୁ ପ୍ରାଥମିକତା

April 4, 2026

ରାଶିଫଳ: ଏପ୍ରିଲ ୪ ତାରିଖରେ ଏହି ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ପାଇଁ ଚିନ୍ତାଜନକ ଖବର

April 4, 2026
Latest News

ଜନଗଣନା-୨୦୨୭ରେ ସାମିଲ ହେଲେ ଲୋକସଭା ବାଚସ୍ପତି; ସମ୍ପୂର୍ଣ୍ଣ କଲେ ଡିଜିଟାଲ୍ ସ୍ୱ-ଗଣନା

April 4, 2026

IIHT ରେ ଫ୍ୟାସନ ଶୋ ଓ ହ୍ୟାଣ୍ଡଲୁମ୍ ପ୍ରଦର୍ଶନୀ ଆୟୋଜିତ

April 4, 2026

‘ଇଣ୍ଡିଆ ସ୍କିଲ୍ସ ୨୦୨୫-୨୬’: ମୋଟ ୫୭ଟି ପଦକ ସହ ଚାମ୍ପିୟନ ହେଲା ‘ଟିମ୍ ଓଡ଼ିଶା’

April 4, 2026

ପଶ୍ଚିମ ଏସିଆର ପରିସ୍ଥିତି ଉପରେ ସରକାରଙ୍କ ପଦକ୍ଷେପ: ଏଲପିଜି ବଣ୍ଟନକୁ ପ୍ରାଥମିକତା

April 4, 2026

ଗଞ୍ଜାମ ଓକିଲ ସଂଘ ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

April 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.